ପ୍ରଧାନମନ୍ତ୍ରୀ ଜାତୀୟ ସହାୟତା ପାଣ୍ଠି


ପ୍ରଧାନମନ୍ତ୍ରୀ ଜାତୀୟ ସହାୟତା ପାଣ୍ଠି (PMNRF)ଦ୍ୱାରା ଉଭୟ ପ୍ରାକୃତିକ ଏବଂ ମନୁଷ୍ୟକୃତ ଦୁର୍ବିପାକରେ ପୀଡ଼ିତ ଭାରତୀୟ ନାଗରିକମାନଙ୍କୁ ସହାୟତା ପ୍ରଦାନ କରାଯାଇଥାଏ । ପ୍ରାକୃତିକ ଦୁର୍ବିପାକ ଯଥା ବନ୍ୟା, ବାତ୍ୟା, ଭୂମିକମ୍ପ, ମରୁଡ଼ି ଇତ୍ୟାଦି ଏବଂ ମନୁଷ୍ୟକୃତ ଦୁର୍ଘଟଣା ଯଥା ଗୁରୁତର ଦୁର୍ଘଟଣା, ଅମ୍ଳ ଆକ୍ରମଣ (Acid attacks), ଦଙ୍ଗା/ଦଳାଚକଟା ଇତ୍ୟାଦିରେ ଏହି ପାଣ୍ଠି ପ୍ରଦାନ କରାଯାଇଥାଏ । ଏହାଛଡ଼ା କର୍କଟ, ବୃକକ ପ୍ରତିରୋପଣ ଏବଂ ହୃଦୟ ଅସ୍ତ୍ରୋପଚାର ଇତ୍ୟାଦିରେ ମଧ୍ୟ ଏହି ପାଣ୍ଠି ଉପଯୋଗ ହୋଇଥାଏ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ସମୟରେ ଏହି ରାଶିର ପ୍ରତିଷ୍ଠା କରାଯାଇଥିଲା ।[][]

ଇତିହାସ

ସମ୍ପାଦନା

୧୯୪୭ ମସିହାରେ ଅଖଣ୍ଡ ଭାରତ ବିଭାଜିତ ହୋଇ ଭାରତ ଏବଂ ପାକିସ୍ତାନରେ ବିଭକ୍ତ ହୋଇଥିଲା ।[] ବିଭାଜନ ସମୟରେ ଲୋକମାନେ ସ୍ଥାନାନ୍ତରଣ ଏବଂ ହିଂସାତ୍ମକ କାର୍ଯ୍ୟଯୋଗୁଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହି ଲୋକଙ୍କୁ ସହାୟତା କରିବାକୁ ନେହେରୁ ଭାରତୀୟ ଲୋକମାନଙ୍କଠାରୁ ଅର୍ଥ ସଂଗ୍ରହ କରି ଜାନୁୟାରୀ ମାସ ୧୯୪୮ ମସିହାରେ ଏହି ଅର୍ଥପାଣ୍ଠି ଏକତ୍ରିତ କରିଥିଲେ ।

ପରିଚାଳନା

ସମ୍ପାଦନା

ଏହି ପାଣ୍ଠି ସମ୍ପୂର୍ଣ୍ଣରୂପେ ଲୋକମାନଙ୍କଠାରୁ ସିଧାସଳଖ ଭାବରେ ସଂଗ୍ରହ କରାଯାଇଥାଏ । ଏହାକୁ ଆର୍ଥିକ ବଜେଟରେ ସ୍ଥାନ ଦିଆଯାଏ ନାହିଁ ।[] ଅଧିକ ଲୋକଙ୍କୁ ଏଥିରେ ଅର୍ଥ ଦେବାକୁ ଉତ୍ସାହିତ କରିବାପାଇଁ ଏଥିରେ ଦାନ କଲେ ଦାନାର୍ଥରେ ଆୟକର ଛାଡ଼ ଦିଆଯାଇଥାଏ ।[] ଏହି ରାଶିର ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ହୋଇଥାନ୍ତି ।[][]

ପ୍ରଭାବ

ସମ୍ପାଦନା

ଏହି ରାଶିକୁ ୨୦୧୩ ମସିହା ଉତ୍ତରାଖଣ୍ଡ ବନ୍ୟା, ୨୦୧୪ ମସିହାରେ ହୋଇଥିବା କେରଳ ଏବଂ ଲାକ୍ଷାଦ୍ୱୀପ ବାତ୍ୟା, ୨୦୧୪ ମସିହାରେ ହୋଇଥିବା ଆସାମ ହିଂସା, ୨୦୧୫ ମସିହାରେ ମଧ୍ୟପ୍ରଦେଶରେ ହୋଇଥିବା ବୋମା ବିସ୍ଫୋରଣ, ୨୦୧୫ ମସିହାରେ ହୋଇଥିବା ତାମିଲନାଡୁ ବନ୍ୟା,୨୦୧୯ ମସିହାରେ ହୋଇଥିବା ଓଡ଼ିଶାର ଫଣୀ ବାତ୍ୟା ଇତ୍ୟାଦିରେ ପ୍ରପୀଡ଼ିତ ଅଧିବାସୀମାନଙ୍କ ନିମନ୍ତେ ଉପଯୋଗ କରାଯାଇଥିଲା । []

ଆହୁରି ଦେଖନ୍ତୁ

ସମ୍ପାଦନା
  1. ୧.୦ ୧.୧ ୧.୨ "PM National Relief Fund | Prime Minister of India". www.pmindia.gov.in (in ଇଂରାଜୀ). Retrieved 2018-06-06.
  2. ୨.୦ ୨.୧ Matthew Statler, K Bradley Penuel (2011). Encyclopedia of Disaster Relief,Volume 2. USA: SAGE. p. 288.
  3. ୩.୦ ୩.୧ Sona, Kapila (2006). Academic Foundations Bulletin On Money, Banking And Finance Volume -73 Analysis, Reports, Policy Documents. New Delhi. p. 64.{{cite book}}: CS1 maint: location missing publisher (link)
  4. Lubna, Kably. "CSR spends to get cos varying tax benefits". Times of india.