ପ୍ରତିଭା ଭୋଇ
ପ୍ରତିଭା ଭୋଇ ଜଣେ ଭାରତୀୟ ଓଡ଼ିଆ-ଭାଷୀ ଦଳିତ ଲେଖକ । ସେ ଦଳିତ ଚେତନା ସମ୍ବଳିତ ତାଙ୍କର ସମକାଳୀନ ଓଡ଼ିଆ କବିତା ରଚନା ନିମନ୍ତେ ଜଣାଶୁଣା । ତାଙ୍କ କବିତାରେ ସେ ବ୍ରାହ୍ମଣବାଦ, ଦଳିତମାନଙ୍କ ସାମାଜିକ ଅସ୍ମିତା ଓ ସମ୍ମାନ, ସେମାନଙ୍କ ଉପରେ ପ୍ରଭାବଶାଳୀ ବର୍ଣ୍ଣର ହିଂସାର ଉତ୍ତର ହିଂସାରେ ଦେବା ବାବଦରେ ବର୍ଣ୍ଣନା କରିଛନ୍ତି ।
ସାହିତ୍ୟ ରଚନା
ସମ୍ପାଦନା୧୯୯୧ ମସିହାରେ ଭାରତୀୟ ସମ୍ବିଧାନ ପ୍ରଣେତା ଓ ସମାଜ ସଂସ୍କାରକ ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜନ୍ମ ଶତବାର୍ଷିକୀ ପାଳନ କାଳରେ ଓଡ଼ିଆ ସାହିତ୍ୟରେ ଦଳିତ ସାହିତ୍ୟ ରଚନା ବଳବତ୍ତର ହୋଇଥିଲା । ଏହି ସମୟରେ ସମକାଳୀନ ଦଳିତ ଚେତନା ସମ୍ବଳିତ ଓଡ଼ିଆ କବିତା ରଚନା ପାଇଁ ଜଣା କବିମାନଙ୍କ ମଧ୍ୟରୁ ଏବଂ ବିଶେଷ କରି ଜଣେ ଦଳିତ ନାରିକବି[୧] ଭାବେ ପ୍ରତିଭା ଭୋଇ ଅନ୍ୟତମ ।[୨][୩][୪] ତାଙ୍କର ଦୁଇଟି ଉଲ୍ଲେଖନୀୟ କବିତା ଭିତରେ "ନିଆଁ"[୫] ଏବଂ "ଧର୍ମ ଓ ଜାତି"[୬] ଅନ୍ୟତମ । "ନିଆଁ" କବିତାରେ ଦଳିତଙ୍କ ପ୍ରଗତି ବିରୋଧରେ ପ୍ରଭାବଶାଳୀ ବର୍ଣ୍ଣର ଲୋକଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି । ଧାର୍ମିକ ଶାସ୍ତ୍ରରେ ବର୍ଣ୍ଣିତ ଜାତିପ୍ରଥା ଦଳିତ ଓ ଶୁଦ୍ରମାନଙ୍କୁ ଦାରିଦ୍ର୍ୟ ଓ ଅନ୍ଧାରରେ ରଖିବା ପାଇଁ ଉଦ୍ଦିଷ୍ଟ ଥିଲା । ତେବେ ଆଧୁନିକତା ଓ ସାମ୍ବିଧାନିକ ବ୍ୟବସ୍ଥା ବଳରେ ଦଳିତମାନେ ଏବେ ଶିକ୍ଷା ଗ୍ରହଣ କରୁଛନ୍ତି, ନିଜ ଅଧିକାର ପାଇଁ ଲଢ଼େଇ କରୁଛନ୍ତି ଏବଂ ଅର୍ଥନୈତିକ ଅଭିବୃଦ୍ଧିର ସମ୍ମୁଖୀନ ହେଉଛନ୍ତି । ବ୍ରାହ୍ମଣବାଦୀ ସମାଜ ବ୍ୟବସ୍ଥା ପାଇଁ ଏହି ଉନ୍ନତିକୁ ଗ୍ରହଣ କରିବା କଷ୍ଟକର ଓ "ନିଆଁ" ସେମାନଙ୍କ ଈର୍ଷାର ପ୍ରତୀକ ଭାବରେ ବ୍ୟବହୃତ । ଏହି କବିତାରେ କ୍ଷୁବ୍ଧ, କ୍ରୋଧ, ପ୍ରତିବାଦ ଓ ହିଂସା ଆଦି ବର୍ଣ୍ଣିତ । ତାଙ୍କ "ଧର୍ମ ଓ ଜାତି" କବିତାରେ ହିନ୍ଦୁ ଧର୍ମ ଏବଂ ଜାତି ପ୍ରଥା ମଧ୍ୟରେ ଥିବା ସମ୍ପର୍କକୁ ପ୍ରକାଶିତ । ସେଥିରେ ମନ୍ଦିର ଏବଂ ଦେବତାମାନେ ଦଳିତମାନଙ୍କ ପାଇଁ ଅସ୍ପୃଶ୍ୟତା ଏବଂ ବହିଷ୍କାରର ପ୍ରତିନିଧିତ୍ୱ କରନ୍ତି । କବି ଆଲୋକପାତ କରିଛନ୍ତି ଯେ ହିନ୍ଦୁ ଦେବତାମାନେ ଅସ୍ପୃଶ୍ୟତା ପାଳୁଥିବାରୁ ଦଳିତମାନେ ସେମାନଙ୍କୁ ନିଜର ଦେବତା ଭାବରେ ବିବେଚନା କରିପାରନ୍ତି ନାହିଁ । ମନ୍ଦିର ଓ ହିନ୍ଦୁ ଦେବତାଙ୍କୁ ନିଷିଦ୍ଧ ଅଞ୍ଚଳ ଆଖ୍ୟା ଦେଇ କବି ଧର୍ମରେ ନିହିତ ଗଭୀର ଜାତିବାଦକୁ ସୂଚାଇଛନ୍ତି । ଆଶୀର୍ବାଦ ଏବଂ କ୍ଷମା ନିମନ୍ତେ ଜପ, ଅର୍ପଣ ଏବଂ ଡୁବନ ଭଳି ରୀତିନୀତିକୁ ଦଳିତମାନଙ୍କ ପାଇଁ ନିରର୍ଥକ କିମ୍ବା ଅଭିଶାପ ଭାବରେ ଚିତ୍ରିତ କରିଛନ୍ତି । ଏସବୁ ସେମାନଙ୍କୁ ନିମ୍ନ ଦେଖାଏ ଓ ସେମାନେ ବୃହତ୍ତର ସମାଜରୁ ଦୂରେଇଯାଆନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି |[୭][୮]
ଆଧାର
ସମ୍ପାଦନା- ↑ Mahananda, Saroj Kumar (2017). Towards Dalit Historiography Imaging the Gandas Through Various Narratives (in Indian English) (1 ed.). New Delhi: Archive Press. pp. 112, 193. ISBN 978-81-922223-5-6.
- ↑ Naik, A.; Kumar, R. (2017). Bheda. OUP India. p. 24. ISBN 978-0-19-909133-1. Retrieved 2024-04-10.
- ↑ Abraham, J.K.; Misrahi-Barak, J. (2015). Dalit Literatures in India. Taylor & Francis. p. 149. ISBN 978-1-317-40880-2. Retrieved 2024-04-10.
- ↑ Pratap Kumar Dash; Susanta Kumar Panda (୩୧ ଅଗଷ୍ଟ ୨୦୨୩), The Rippling of Dalit Consciousness in Contemporary Odiā Poetry (in ଇଂରାଜୀ), pp. 26–40, doi:10.53032/TCL.2023.8.4.04, Wikidata Q125525541
{{citation}}
: Check date values in:|publication-date=
(help) - ↑ ଭୋଇ, ପ୍ରତିଭା. "ନିଆଁ". ହୟତି. p. ୬୯.
- ↑ ଭୋଇ, ପ୍ରତିଭା. "ଧର୍ମ ଓ ଜାତି". ହୟତି. p. ୭୦.
- ↑ ପ୍ରଭାକର ପାଳକ; Provakar Palaka (୨୦୧୬), Politics of Writing: A Study of Dalits in Odia Literature (in ଇଂରାଜୀ), pp. 149–151, Wikidata Q125451344
- ↑ ସରୋଜ କୁମାର ମହାନନ୍ଦ; Saroj Kumar Mahananda (୨୦୧୭), Politics of Writing: A Study of Dalits in Odia Literature (in ଇଂରାଜୀ), pp. ୫୬, ୫୮, Wikidata Q125451992