ପ୍ରତାପ ସିଂ କୌର (1901 - 1965 ମସିହା) [[ପଞ୍ଜାବ (ଭାରତ)|ପଞ୍ଜାବ]]ର ପ୍ରମୁଖ ରାଜନୀତିଜ୍ଞ ଏବଂ ନେତା ଥିଲେ । ପଞ୍ଜାବର ମୁଖ୍ୟମନ୍ତ୍ରୀ ରହିଥିଲେ । ସେହି ସମୟରେ ପଞ୍ଜାବ ଅନ୍ତର୍ଗତ ହରିୟାଣା ଏବଂ ହିମାଞ୍ଚଳ ପ୍ରଦେଶର ମଧ୍ୟ ଥିଲେ ।

ପ୍ରତାପ ସିଂ କୌର

ପରିଚୟ ସମ୍ପାଦନା

ପ୍ରତାପ ସିଂ କୌରଙ୍କ ଜନ୍ମ 1901 ମସିହାରେ ଗୋଟେ ସୀଖ୍ ପରିବାରରେ ହୋଇଥିଲା । ତାଙ୍କର ଶେଷ ନାମ ତାଙ୍କ ଗ୍ରାମର ନାମ କାୖରୋକୁ ସଂଯୋଗ କରି ହୋଇଥିଲା । ସେ ଅମୃତସର ଜିଲ୍ଲାର କାୖରୋ ଗ୍ରାମରେ ଜନ୍ମ ହୋଇଥିଲେ । ଅମୃତସର ଜିଲ୍ଲା , ବ୍ରିଟିଶ ରାଜ ଅନ୍ତର୍ଗତ ପଞ୍ଜାବରେ ଅବସ୍ଥିତ । [୧] ଖାଲସା କଲେଜରେ ବି.ଏ ପାସ କରି ଆମେରିକା ଗଲେ ଏବଂ ସେଠାକାର ମିଶିଗନ ବିଶ୍ୱ ବିଦ୍ୟାଳୟରେ ଏମ.ଏ ପାସ କଲେ ; ଏବଂ ସେଠାରେ ସେ ଭାରତର ରାଜନୀତି ଆଡକୁ ଅଗ୍ରସର କଲେ । ଭାରତୀୟ ସ୍ୱତନ୍ତ୍ରତା ପାଇଁ ଆମେରିକାରେ ଗଦର ପାର୍ଟି ନାମରେ ଯେଉଁ ସଂସ୍ଥା ସ୍ଥାପିତ ହୋଇଥିଲା , ସେଥିରେ ସେ ସକ୍ରିୟ ରୂପେ ଯୋଗଦାନ କରିବାକୁ ଲାଗିଲେ । ଭାରତ ଫେରିବା ପରେ 1926 ମସିହାରେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସରେ ଯୋଗଦାନ କଲେ ଏବଂ ସେବେଠାରୁ ସ୍ୱତନ୍ତ୍ରତା ପ୍ରାପ୍ତ ହେବା ପର୍ଯ୍ୟନ୍ତ କଂଗ୍ରେସ ଆନ୍ଦୋଳନରେ ନିରନ୍ତର ଭାଗନେଇଥିଲେ ଏବଂ ଜେଲ ଯାଇଥିଲେ ।

ଭାରତ ସ୍ୱାଧୀନ ହେବାପରେ ବିଧାନ ସଭାର ସଦସ୍ୟ ନିର୍ବାଚିତ ହେଲେ ଏବଂ ଅନ୍ତତୋଗତ୍ୱ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଗଲେ । ଯେଉଁ ଦିନ ସେ ମୁଖ୍ୟମନ୍ତ୍ରୀ ଥିଲେ ସେହି ଦିନ ପଞ୍ଜାବର ରାଜନୀତିକ ସ୍ଥିତି ଅତ୍ୟନ୍ତ ବିସ୍ଫୋଟକ ଥିଲା । ସେହିଦିନ ମାଷ୍ଟର ତାରା ସିଂଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ପଞ୍ଜାବ ଜୋରେ ଚାଲୁଥିଲା । ପ୍ରାନ୍ତରେ ଏକ ପ୍ରକାର ଅରାଜକତା ମାତି ଥିଲା । କାୖରୋମାନେ ନିଜ ସୁଦୃଢ ବ୍ୟକ୍ତିତ୍ୱ ଏବଂ ରାଜନୈତିକ ଦୂରଦର୍ଶିତାରେ ଆନ୍ଦୋଳନର ସାମ୍ନା କରିଥିଲେ ଏବଂ ସେମାନଙ୍କ କୂଟନୀତି ଆନ୍ଦୋଳନର ମୁଖ୍ୟ ସ୍ତମ୍ଭ ମାଷ୍ଟର ତାରା ସିଂରେ କୁଟ ଉତ୍ପନ୍ନ କରିବାରେ ସଫଳ ହେଲେ ତଥା ଆନ୍ଦୋଳନ ଛିନ୍ନ ଭିନ୍ନ ହୋଇଗଲା । ସେ ଜଣେ ସ୍ଥିର ଓ ପ୍ରଭାବ ଶାଳୀ ଶାସକ ରୂପେ ପ୍ରକଟିତ ହୋଇଥିଲେ । ସେ ନିଜ ପ୍ରଦେଶର ଆର୍ଥିକ ଅବସ୍ଥାକୁ ବିକଶିତ କରିବାପାଇଁ ଅଧିକା ପ୍ରୟାସ କରିଥିଲେ । ଉଦ୍ୟୋଗ ଏବଂ କୃଷି ପରି ଦୁଇ କ୍ଷେତ୍ରରେ ପଞ୍ଜାବରେ ଅଦ୍ଭୁତ ପୁର୍ବ ଉନ୍ନତି କରିଥିଲେ । 1962 ମସିହାରେ ଯେବେ ଚୀନ, ଭାରତ ଉପରେ ଆକ୍ରମଣ କରିଥିଲେ ତ କୌରୋମାନେ ନିଜ ପ୍ରଦେଶରୁ ଧନ ଏବଂ ଜନ ସହାୟତା ଆଦି ନିଜ ନିଜ ଭିତରେ ହିଁ ଏକ ଇତିହାସ ଅଟେ ।

ଏହି ପ୍ରକାର ମହତ୍ତ୍ୱ ପରେ ମଧ୍ୟ ତାଙ୍କ ଉପରେ ପକ୍ଷପାତ ଏବଂ ଭ୍ରଷ୍ଟାଚାର ଆରୋପ ଲଗା ଯାଇଥିଲା ଏବଂ ତାଙ୍କୁ 1964 ମସିହାରେ ମୁଖ୍ୟମନ୍ତ୍ରୀ ପଦବୀକୁ ପରିତ୍ୟାଗ କରିବାକୁ ପଡ଼ିଥିଲା । ଏହାର କିଛିଦିନ ପରେ 1965 ମସିହାର ଆରମ୍ଭରେ ଗୋଟେ ଦିନ ଯେବେ ସେ ମୋଟର କାରଦ୍ୱାରା ଦିଲ୍ଲୀରୁ ଫେରୁଥିଲେ, ମାର୍ଗରେ କିଛି ଲୋକ ତାଙ୍କୁ ଗୁଳି ମାରିଥିଲେ ଏବଂ ତତ୍କାଳେ ତାଙ୍କର ମୃତ୍ୟୁ ଘଟିଥିଲା ।[୨]

ବାହାର ଆଧାର ସମ୍ପାଦନା

ଆଧାର ସମ୍ପାଦନା

  1. Arora, Subhash Chander (1990). Turmoil in Punjab Politics. Mittal Publications. p. 54. ISBN 9788170992516.
  2. "Biography of the legendary Sikh leader". Archived from the original on 2016-03-03. Retrieved 2016-07-29.