ପେଲାଗ୍ରା (Pellagra) ରୋଗ ଭିଟାମିନ ବି ବା ନିଆସିନ (niacin) ଅଭାବ ଯୋଗୁ ହୁଏ ।[୨] ଏହି ରୋଗରେ ଚର୍ମ ପ୍ରଦାହ, ତରଳ ଝାଡ଼ା, ଡିମେନ୍ସିଆ ଓ ପାଟି ଘାଆ ହୁଏ ।[୧] ଚର୍ମ ଘସିହେଉଥିବା ସ୍ଥାନ ଓ ସୂର୍ଯ୍ୟାଲୋକ ପଡ଼ୁଥିବା ସ୍ଥାନରେ ଏହି ରୋଗ ଅଧିକ ହେଉଥିବା ଦେଖାଯାଏ ।[୧] ସମୟକ୍ରମେ ଚମ କଳା ଦେଖାଯାଏ, ଶକ୍ତ ହୋଇ ଚୋପା ଛାଡ଼ିବାକୁ ଲାଗେ ।[୩][୧]

ପେଲାଗ୍ରା (Pellagra)
ପେଲାଗ୍ରା ରୋଗର ଚର୍ମ ଦୃଶ୍ୟ ଯେଉଁଥିରେ ଚୋପା ଛାଡ଼ିବା (peeling) ଭଲି ଦେଖାଯାଉଛି, ଲାଲ ଚର୍ମ (redness), ସୂର୍ଯ୍ୟାଲୋକ ପଡ଼ିଥିବା ସ୍ଥାନରେ କେରାଟୋସିସ (thickening) ବା ମୋଟା ଚର୍ମ ହୋଇଛି ।
ବିଭାଗଚର୍ମ ରୋଗ ବିଜ୍ଞାନ (Dermatology)
ଲକ୍ଷଣଚର୍ମ ପ୍ରଦାହ, ତରଳ ଝାଡ଼ା , ଡିମେନସିଆ (dementia), ପାଟି ଘାଆ [୧]
କାରଣନିଆସିନ (niacin)[୨]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ[୩]
ସଠିକ ରୋଗ ନିର୍ଣ୍ଣୟକ୍ୱାସିୟୋର୍କର (Kwashiorkor), ପେମ୍ଫିଗସ pemphigus, ଫୋଟୋଡର୍ମାଟାଇଟିସ (photodermatitis), ପରଫାଇରିଆ (porphyria)[୩]
ପ୍ରତିକାରଦାରିଦ୍ର୍ୟ (poverty) ଦୂରୀକରଣ[୩]
ଚିକିତ୍ସାନିଆସିନ ବା ନିକୋଟିନାମାଇଡ ପରିପୂରକ ।[୧]
Prognosisଚିକିତ୍ସାରେ ଉତ୍ତମା ଫଳ ମିଳେ, ଚିକିତ୍ସିତ ନହେଲେ ପ୍ରାୟ ୫ ବର୍ଷରେ ମୃତ୍ୟୁ ହୁଏ ।[୩]
ପୁନଃପୌନିକବିକଶିତ ଦେଶରେ କ୍ୱଚିତ ଦେଖାଯାଏ, ବିକାଶଶୀଳ ଦେଶରେ ଅପେକ୍ଷାକୃତ ସାଧାରଣ । [୩]

ଦୁଇ ପ୍ରକାର ପେଲାଗ୍ରା ରୋଗ ଦେଖାଯାଏ: ପ୍ରାଥମିକ ଓ ଗୌଣ ବା ପ୍ରାଇମେରୀ ଓ ସେକେଣ୍ଡାରୀ ।[୧] ଖାଦ୍ୟରେ ଯଥେଷ୍ଟ ନିଆସିନ ଓ ଟ୍ରିପ୍ଟୋଫେନ (tryptophan) ଅଭାବ ହେଲେ ପ୍ରାଇମାରୀ ପେଲାଗ୍ରା ହୁଏ ।[୧] କୌଣସି କାରଣ ବଶତଃ ଖାଦ୍ୟରେ ଥିବା ନିଆସିନ ବ୍ୟବ‌ହାର ନହୋଇପାରିଲେ ସେକେଣ୍ଡାରୀ ପେଲାଗ୍ରା ହୁଏ ।[୧] ଆଲକିହୋଲିଜ୍ମ , ଦୀର୍ଘକାଳର ତରଳ ଝାଡ଼ା ହେଲେ, କାର୍ସିନଏଡ ସିଣ୍ଡ୍ରୋମ (carcinoid syndrome), ହାର୍ଟନପ ରୋଗ (Hartnup disease) ଓ ଆଇସୋନିଆଜିଡ (isoniazid) ଭଳି ଅନେକ ରକମର ଔଷଧ ଯୋଗୁ ହୁଏ ।[୧] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରିହୁଏ ଓ ପରିସ୍ରା ପରୀକ୍ଷା କରିଲେ ନିର୍ଣ୍ଣୟକୁ ସାହାଯ୍ୟ ହୁଏ ।[୩]

ନିଆସିନ ବା ନିକୋଟିନାମାଇଡ (nicotinamide) ପରିପୂରକ ଦେଇ ଏହାର ଚିକିତ୍ସା କରାଯାଏ ।[୧] ଏହି ଔଷଧ ଖାଇବାର ଦୁଇ ଦିନ ମଧ୍ୟରେ ଉନ୍ନତି ହେବା ଲକ୍ଷ କରାଯାଏ ।[୧] ଖାଦ୍ୟରେ ଉନ୍ନତି ଆଣିବାକୁ ପରାମର୍ଶ ଦିଆଯାଏ । [୩] ସୂର୍ଯ୍ୟାଲୋକ କମ୍ ପଡ଼ିବା ନିମନ୍ତେ ସନସ୍କ୍ରିନ (sunscreen ବ୍ୟବ‌ହାର ଓ ଉପ‌ଯୁକ୍ତ ଲୁଗାପଟା ପିନ୍ଧିଲେ ଚର୍ମ ଶୁଖିଯାଏ । [୧] ଅଣଚିକିତ୍ସିତ ହେଲେ ମୃତ୍ୟୁ ହୋଇପାରେ ।[୩] ବିକାଶଶୀଳ ପୃଥିବୀ (developing world) ଓ ସବ୍-ସାହାରା ଆଫ୍ରିକାରେ (sub-Saharan Africa) ଏହି ରୋଗ ଅଧିକ ଦେଖାଯାଏ ।[୩]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ Ngan, Vanessa (2003). "Pellagra". DermNet New Zealand (in ଇଂରାଜୀ). Archived from the original on 9 April 2017. Retrieved 10 June 2017.
  2. ୨.୦ ୨.୧ "Orphanet: Pellagra". www.orpha.net (in ଇଂରାଜୀ). Archived from the original on 17 April 2017. Retrieved 10 June 2017.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ Pitche P (2005). "Pellagra". Sante. 15 (3): 205–8. PMID 16207585.

ଅଧିକ ଦେଖନ୍ତୁ ସମ୍ପାଦନା

ଅଧିକ ପଢ଼ିବେ ସମ୍ପାଦନା

ବାହ୍ୟ ଲିଙ୍କ ସମ୍ପାଦନା

ଶ୍ରେଣୀବିଭାଗ
ବାହାର ଉତ୍ସ