ପୂର୍ଣ୍ଣ ଦାସ ବାଉଲ

ଚାରଣ କବି, ଧର୍ମ ସଙ୍ଗୀତ ଗାୟକ, ସଙ୍ଗୀତକାର, ଅଭିନେତା

ପୂର୍ଣ୍ଣ ଦାସ ବାଉଲ[୧] (ଜଣାଶୁଣା ନାମ ପୂର୍ଣ୍ଣ ଦାସ ବାଉଲ ସମ୍ରାଟ; ଜନ୍ମ ୧୮ ମାର୍ଚ୍ଚ ୧୯୩୩) ଜଣେ ଭାରତୀୟ ସଙ୍ଗୀତଜ୍ଞ ଓ ଗାୟକ ଥିଲେ ଏବଂ ସେ ବାଉଲ ପରମ୍ପରାର ଗୀତ ଗାଉଥିଲେ ।[୨] କେହି କେହି ତାଙ୍କୁ ପୂର୍ଣ୍ଣ ଚନ୍ଦ୍ର ଦାସ ନାମରେ ଡାକୁଥିଲେ କିନ୍ତୁ ସେହି ନାମରେ ଅନେକ ଲୋକ ଥିବାରୁ ଦ୍ୱନ୍ଦ୍ୱ ଏଡ଼େଇବା ପାଇଁ ପୂର୍ଣ୍ଣ ଦାସ ବାଉଲ ନାମ ଦିଆଯାଇଥିଲା । ସେ ୧୪୦ ଦେଶ ଭ୍ରମଣ କରି ବାଉଲ ପରମ୍ପରାରେ ପ୍ରଦର୍ଶନ କରିଥିଲେ ।

ପୂର୍ଣ୍ଣ ଦାସ ବାଉଲ ସମ୍ରାଟ
ଜନ୍ମ (1933-03-18) ୧୮ ମାର୍ଚ୍ଚ ୧୯୩୩ (ବୟସ ୯୧)
Birbhum district, West Bengal, India
ପେଷାBaul, bard, minstrel, sacred singer, prayer leader, musician, actor
ୱେବସାଇଟwww.baulsamrat.in

ପରିବାର ଓ ପୃଷ୍ଠଭୂମି ସମ୍ପାଦନା

ବେଙ୍ଗଲରେ ଏକଦା ଭ୍ରମଣକାରୀ ଚାରଣ କବିଙ୍କର ପରବର୍ତ୍ତୀ ଅଧ୍ୟାୟରେ ବାଉଲ ପରମ୍ପରା ସୃଷ୍ଟି ହୋଇଥିଲେ ଯେଉଁମାନେ ଐତିହାସିକ ବେଙ୍ଗଲରେ ଭ୍ରମଣ କରୁଥିଲେ ଯାହା ଆଜି ଦୁଇ ଭାଗରେ ବିଭକ୍ତ ହୋଇ ବଙ୍ଗଳାଦେଶ (ପୂର୍ବତନ 'ପୂର୍ବ ପାକିସ୍ଥାନ') ଓ ଭାରତରେ ପରିବର୍ତ୍ତୀତ ହୋଇଛି । ଏହି ବାଉଲ ଇଲାକାରେ ପଶ୍ଚିମ ବଙ୍ଗ, ବିହାର, ଆସାମଓଡ଼ିଶା ଅଛି । ବାଉଲ ଗୋଷ୍ଠୀରେ ଓ ଏହି ଅଞ୍ଚଳରେ ଦାସ ସାଙ୍ଗିଆ ଏକ ପାରମ୍ପରିକ ସାଙ୍ଗିଆ ।

ଭାରତର ପଶ୍ଚିମ ବଙ୍ଗରେ ଥିବା ବୀରଭୁମ ଜିଲ୍ଲା ନିବାସୀ ନଳିନୀ ଦାସ କଫ ବାଉଲଙ୍କର ସନ୍ତାନ ରୂପେ ବିରଭୁମ ନିକଟରେ ଥିବା ରାମ‌ପୁରହାଟ ନିକଟରେ ଥିବା ଏକଛକ ଗ୍ରାମରେ ୧୯୩୩ ମସିହାରେ ପୂର୍ଣ୍ଣ ଦାସ ବାଇଲ ସମ୍ରାଟ ଜନ୍ମ ଗ୍ରହଣ କରିଥିଲେ ।[୩] ପୂର୍ଣ୍ଣ ଦାସ ବାଉଲଙ୍କ ପତ୍ନୀ ମଞ୍ଜୁ ଦାସ ବାଉଲ ମଧ୍ୟ ଜଣେ ବାଉଲ ଗାୟୀକା ଥିଲେ ଯିଏ ଭାରତୀୟ ଲୋକ ସଙ୍ଗୀତ ଓ ବେଙ୍ଗଲୀ ଲୋକ ଗୀତ ଗାୟୀକା ଥିଲେ ଓ ତାହା ସ‌ହିତ ସେ ଅଣ‌-ଇଂରାଜୀ ଭାଷାରେ ସଙ୍ଗୀତ ଲେଖିକା ଥିଲେ । ପୂର୍ଣ୍ଣ ଦାସଙ୍କର ତିନି ପୁଅ ମଧ୍ୟରୁ ସୁଭେନ୍ଦୁ (ସୁନ୍ଦର ଚନ୍ଦ୍ର) ବା ବାପି ଦାସ ବାଉଲ ମଧ୍ୟ ଜଣେ ସଙ୍ଗୀତକାର ଥିଲେ ଯିଏ ଅଧୁନା ତାଙ୍କର ସଙ୍ଗୀତକୁ ଜାଗତିକ ମିଶ୍ରଣ ରୂପ ଦେଉଛନ୍ତି ଓ ଫ୍ରାନସରେ ଅନେକ ବର୍ଷ ଧରି ବାସ କରୁଛନ୍ତି । ପୂର୍ଣ୍ଣ ଦାସ ବାଇଲ ସମ୍ରାଟଙ୍କର ଏକ ପୁଅ ଦିବ୍ୟେନ୍ଦୁ ଦାସ ବାଇଲ ପିତାଙ୍କ ସ‌ହିତ ମିଶି ବାଉଲ ସମ୍ରାଟ ସଙ୍ଗୀତ ମରଣୋତ୍ତର ଦଳ ଗଠନ କରିଛନ୍ତି । ପୂର୍ଣ୍ଣ ଦାସ ବାଇଲ ସମ୍ରାଟଙ୍କର ବଡ଼ ପୁଅ କୃଷ୍ଣେନ୍ଦୁ ଦାସ ବାଉଲ ମଧ୍ୟ ନିଜେ ଜଣେ ବାଉଲ ଓ ପିତାଙ୍କ ସାଥିରେ ମିଶି ସମସ୍ତ ମହାଦେଶ ଭ୍ରମଣ କରି ସାରିବା ପରେ କାନାଡ଼ାରେ ବାସ କରୁଛନ୍ତି ।

ପ୍ରଦର୍ଶନ ସମ୍ପାଦନା

  • ୨୦୧୩: ବାଉଲ ସମ୍ରାଟ ଦଳ ପ୍ରଦର୍ଶନ କଲେ ଇସ୍ତାନବୁଲ, କୋନ୍ୟା ଓ ତୁର୍କୀରେ ।
  • ୨୦୧୨: ବାଉଲ ସମ୍ରାଟ ଦଳ ପ୍ରଦର୍ଶନ କଲେ ଦକ୍ଷିଣ କୋରିଆରେ ସିଓଲରେ ।
  • ୨୦୦୯: ବାଉଲ ସମ୍ରାଟ ଦଳ ପ୍ରଦର୍ଶନ କଲେ ଅମେରିକାର କାଲିଫର୍ଣ୍ଣିଆରେ ।
  • ୨୦୦୬: ବାଉଲ ସମ୍ରାଟ ଦଳ ପ୍ରଦର୍ଶନ କଲେ ଚୀନର ସାଙ୍ଘାଇରେ ।
  • ୨୦୦୫: ବାଉଲ ସମ୍ରାଟ ଦଳ ପ୍ରଦର୍ଶନ କଲେ ଆମେରିକାରେ ।
  • ୨୦୦୪: ବାଉଲ ସମ୍ରାଟ ଦଳ ପ୍ରଦର୍ଶନ କଲେ ଅଷ୍ଟ୍ରେଲିଆର ଆଡିଲେଡରେ ।
  • ୨୦୦୩: ବାଉଲ ସମ୍ରାଟ ଦଳ ପ୍ରଦର୍ଶନ କଲେ ନିୟୁ ୟୋର୍କ, ୱାସିଙ୍ଗଟନ, ଟେକ୍ସାସ, କାଲିଫର୍ଣ୍ଣିଆ, ଓଣ୍ଟାରିଓ ।
  • ୨୦୦୩: ବାଉଲ ସମ୍ରାଟ ଦଳ ପ୍ରଦର୍ଶନ କଲେ ଆରିଜୋନା, କାଲିଫର୍ଣ୍ଣିଆର ସାନ ଡିଏଗୋ ବିଶ୍ୱବିଦ୍ୟାଳୟରେ ।

ସମ୍ମାନ ସମ୍ପାଦନା

  • ୨୦୧୩ ପଦ୍ମଶ୍ରୀ ସମ୍ମାନ ।[୪]
  • ୧୯୯୯ ଶ୍ରୀ କେ ଆର ନାରାୟନଙ୍କ ପ୍ରଦତ୍ତ ଭାରତୀୟ ପ୍ରେସିଡେଣ୍ଡ ପୁରସ୍କାର ।[୨]
  • ୧୯୮୮ ପୁରୀ ବଡ଼ ଦେଉଳରେ ନାଦମଣି ସମ୍ମାନ ।
  • ୧୯୮୬ ପୁରୀ ଭଜନ ଉତ୍ସବରେ ନାଦବ୍ରହ୍ମ ସମ୍ମାନ ବାଉଲ ସମ୍ରାଟଙ୍କ ଦଳକୁ ଦିଆଯାଇଥିଲା ।
  • ୧୯୭୯ ସିସିଆଇ ସମ୍ମାନ ନୂଆ ଦିଲ୍ଲୀରେ ବାଉଲ ସମ୍ରାଟଙ୍କ ଦଳକୁ ଦିଆଯାଇଥିଲା ।
  • ୧୯୭୩ ବେଙ୍ଗାଲୁରୁର ସତ୍ୟ ସାଇବାବା ଅନୁଷ୍ଠାନ ତରଫରୁ ସ୍ୱର୍ଣ୍ଣ ପଦକ ।
  • ୧୯୬୭ ଭାରତର ପ୍ରେସିଡେଣ୍ଟ ଡକ୍ଟର ରାଜେନ୍ଦ୍ର ପ୍ରସାଦ ତାଙ୍କୁ ବାଉଲ ସମ୍ରାଟ ଉପାଧି ଦେଇଥିଲେ ।
  • ୧୯୫୮ ଆଲ୍ଲାହାବାଦ ସଙ୍ଗୀତ ମେଳା ତରଫରୁ ବାଉଲ ସମ୍ରାଟ ଦଳକୁ ବାଉଲ ଶିରୋମଣୀ ଉପାଧି ଦେଇଥିଲେ ।
  • ୧୯୫୨ ବନାରସ ସଙ୍ଗୀତ ସମ୍ମେଳନ ତରଫରୁ ବାଉଲ ରତ୍ନ ପୁରସ୍କାର ।
  • ୧୯୪୫ ଗାନ୍ଧିନ‌ଗର କଂଗ୍ରେସ ଅଧିବେଶନରେ ବାଉଲ ସମ୍ରାଟଙ୍କ ଦଳରୁ ସ୍ୱର୍ଣ୍ଣ ପଦକ ଦିଆଯାଇଥିଲା ।[୫]


ଆଧାର ସମ୍ପାଦନା

  1. "Padma Awards Announced" (Press release). Ministry of Home Affairs. 25 January 2013. Retrieved 27 January 2013.
  2. ୨.୦ ୨.୧ Hunt, Ken. "Purna Chandra Das Baul". AllMusic. Retrieved 15 October 2011.
  3. "Interview with Purna Das Baul". Beatofindia.com. Retrieved 15 October 2011.
  4. "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on October 15, 2015. Retrieved July 21, 2015.
  5. "Purnadas Baul & Dibeyendu das Baul". Baulsamrat.com. Archived from the original on 17 September 2011. Retrieved 15 October 2011.