ପୂଜା ବେଦୀ

ହିନ୍ଦୀ କଥାଚିତ୍ର ଅଭିନେତ୍ରୀ, ଦୂରଦର୍ଶନ ଉପସ୍ଥାପିକା

ପୂଜା ବେଦୀ (ଜନ୍ମ: ୧୧ ମଇ ୧୯୭୦) ଜଣେ ହିନ୍ଦୀ କଥାଚିତ୍ର ଅଭିନେତ୍ରୀ, ଦୂରଦର୍ଶନ ଉପସ୍ଥାପିକା । ସେ ଅଭିନେତା କବୀର ବେଦୀଙ୍କ ଝିଅ ।

ପୂଜା ବେଦୀ
ଜନ୍ମ
ପୂଜା ବେଦୀ

(1970-05-11) ୧୧ ମଇ ୧୯୭୦ (ବୟସ ୫୩)[୧]
ବୃତ୍ତିଅଭିନେତ୍ରୀ
ବୈବାହିକ-ସାଥୀଫରହାନ ଫରନିଚର‌ୱାଲା (୧୯୯୪–୨୦୦୩; divorced)
ସନ୍ତାନ
ପିତାମାତା(s)କବୀର ବେଦୀ (ବାପା)
ପ୍ରମିତା ବେଦୀ (ମାଆ)

ପ୍ରାରମ୍ଭିକ ଜୀବନ ସମ୍ପାଦନା

ପୂଜା ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ସେ ଅଭିନେତା କବୀର ବେଦୀ ଏବଂ ଭୂତପୂର୍ବ ଶାସ୍ତ୍ରୀୟ ସଙ୍ଗୀତ ନର୍ତ୍ତକୀ ପ୍ରମିତା ବେଦୀଙ୍କର ସୁକନ୍ୟା । ସେ ମୁମ୍ବାଇରେ ଶିକ୍ଷାରମ୍ଭ କରିଥିଲେ ଏବଂ ସେ ବିଦ୍ୟାଳୟରେ ଥିବା ବେଳେ ବାସ୍କେଟବଲ୍ ଦଳ, ହକି ଦଳ, ସନ୍ତରଣ ଦଳ, ଭାରଣ ଦଳ ଏବଂ ଆଖଡ଼ାଦଳର ଜଣେ ସଦସ୍ୟା ଥିଲେ । ପୂଜା ୧୯୯୩ ମସିହାରେ ଫରହାନ ଫରନିଚର‌ୱାଲାଙ୍କୁ ବିବାହ କରିଥିଲେ । ସେମାନଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି । ୨୦୦୩ ମସିହାରେ ଦୁହିଁଙ୍କର ବିବାହ ବିଚ୍ଛେ ଘଟିଥିଲା ।[୧]

ଅଭିନୟ ଜୀବନ ସମ୍ପାଦନା

୧୯୯୧ରୁ ୧୯୯୪ ମସିହା ମଧ୍ୟରେ ପୂଜା ହିନ୍ଦୀ କଥାଚିତ୍ରରେ ଅଭିନୟ କରିଥିଲେ । ସେ କାମସୁତ୍ର କଣ୍ଡୋମର ବିଜ୍ଞାପନଦ୍ୱାରା HIV/AIDS ବାବଦରେ ସତେଚନତା ସୃଷ୍ଟି ପାଇଁ ସେତେବେଳେ ସେ ଅଧିକ ପ୍ରସିଦ୍ଧିଲାଭ କରିଥିଲେ । ସେ Carry On Papa, Wow What a Girl ଏବଂ A Bengali Jatra ପରି କିଛି ଡ୍ରାମରେ ମଧ୍ୟ ଅଭିନୟ କରିଥିଲେ । ସେ ୧୯୯୧ ମସିହାରେ ବିଷକନ୍ୟା ଚଳଚ୍ଚିତ୍ର ଜରିଆରେ ଅଭିନୟ ଆରମ୍ଭ କରିଥିଲେ । ସେ ୧୯୯୨ରେ ସେ ଅମିର ଖାଁଙ୍କ ସ‌ହ ଯୋ ଜିତା ୱହି ସିକନ୍ଦର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ସେ ଫିଲ୍ମ‌ଫେୟାରର ଶ୍ରେଷ୍ଠ ସ‌ହ ଅଭିନେତ୍ରୀ ଭାବରେ ମନୋନୀତ ହୋଇଥିଲେ । ଏହା ପରେ ଏ ୧୯୯୩ରେ ଲୁଟେରେ ଏବଂ ୧୯୯୫ରେ ରଜନୀକାନ୍ତଙ୍କ ସ‌ହ ଆତଙ୍କ ହି ଆତଙ୍କ ଚଳଚ୍ଚିତ୍ରଗୁଡ଼ିକରେ ଅଭିନୟ କରିଥିଲେ ।

ଅନ୍ୟାନ୍ୟ କାର୍ଯ୍ୟ ସମ୍ପାଦନା

The Grassroots Foundation ନାମକ ଏକ ବେସରକାରୀ ସେବ ସଂସ୍ଥାର ମୁଖ୍ୟ ହେଉଛନ୍ତି ପୂଜା । ଏହି ସଂସ୍ଥାର ପ୍ରମୁଖ କାର୍ଯ୍ୟ ହେଉଛି ଉନ୍ନତିମୂଳକ କାର୍ଯ୍ୟକ୍ରମ, ଶିକ୍ଷା, କୃଷିରେ ଉନ୍ନତି ଏବଂ ଜଳ ଅମଳ ଇତ୍ୟାଦି ।

ଅଭିନୀତ କଥାଚିତ୍ର ସମ୍ପାଦନା

  • ଯୋ ଜିତା ୱହି ସିକନ୍ଦର (ହିନ୍ଦୀ)
  • ଲୁଟେରା (ହିନ୍ଦୀ)
  • ବିଷକନ୍ୟା (ହିନ୍ଦୀ)
  • ଆତଙ୍କ ହି ଆତଙ୍କ (ହିନ୍ଦୀ)
  • ଫିର୍ ତେରି କାହାନୀ ୟାଦ୍ ଆୟେ (ହିନ୍ଦୀ)
  • ଚିତ୍ତାମ୍ମା ମୋଗୁଡ଼ୁ (ତେଲୁଗୁ)
  • ଶକ୍ତି (ତେଲୁଗୁ)

ଆଧାର ସମ୍ପାଦନା

  1. ୧.୦ ୧.୧ Sawhney, Anubha (1 June 2003). "Pooja Bedi: The siege within". The Times of India. Retrieved 30 March 2017.

ବାହାର ଆଧାର ସମ୍ପାଦନା