ପୂଜା ଚେରୀ ରାୟ

ବଙ୍ଗଳାଦେଶର ଅଭିନେତ୍ରୀ

ପୂଜା ଚେରୀ ରାୟ (ବଙ୍ଗଳା: পূজা চেরি রায়, ଜନ୍ମ: ୧୨ ଅଗଷ୍ଟ ୨୦୦୦, ଜନ୍ମସ୍ଥାନ: ଗାଜିରହାଟ, ଖୁଲ୍‌ନା, ବାଂଲାଦେଶ) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଏବଂ ମଡେଲ । ସେ ୨୦୦୪ ମସିହାରେ ଜଣେ ଶିଶୁ କଳାକାର ଭାବରେ ବଙ୍ଗଳାଦେଶ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ବଙ୍ଗଳା ଚଳଚ୍ଚିତ୍ର ଥିଲା ଭଲବାଶର ରଙ୍ଗ ।[୧] ଏହାପରେ ସେ ଅଗ୍ନୀ, କ୍ରୀଷ୍ଣାପକ୍କୋ, ବାଦ୍‌ଶାହା ଦ ଡନ୍ ଆଦି କଥାଚିତ୍ରରେ ଶିଶୁ କଳାକାର ଭୂମିକାରେ ଅଭିନୟ କରିଥିଲେ । ୨୦୧୮ ମସିହାରେ ପୂଜା ନୂର୍ ଯାହାନ ଶୀର୍ଷକ ଏକ ବଙ୍ଗଳାଦେଶୀ କଥାଚିତ୍ର ଜରିଆରେ ମୁଖ୍ୟ ନାୟିକା ଭାବରେ ଅଭିନୟ ଆରମ୍ଭ କରିଥିଲେ ।[୨][୩] ଏହାପରେ ସେ ପରମନ ୨ରେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ, ଯେଉଁଥିରେ ସେ ପରୀ ନାମକ ଏକ ଝିଅ ଭୂମିକାରେ ଅଭିନୟ କରିଥିଲେ ।[୧] ଅଭିନୟ ବ୍ୟତୀତ ପୂଜା ଚେରୀ ରାୟ ବିଭିନ୍ନ ବ୍ରାଣ୍ଡ ତ‌ଥା ଉଦ୍ୟୋଗ ଏବଂ ବ୍ୟବସାୟର ବିଜ୍ଞାପନରେ ସେ ଅଭିନୟ କରିଥିଲେ । ସେ ଆଗାମୀ ଚଳଚ୍ଚିତ୍ର ଦହନରେ କାର୍ଯ୍ୟ କରିଥିଲେ ।[୪]

ପୂଜା ଚେରୀ ରାୟ
Born
ପୂଜା ଚେରୀ ରାୟ

(2000-08-12) ୧୨ ଅଗଷ୍ଟ ୨୦୦୦ (ବୟସ ୨୩)
ଗାଜିରହାଟ, ଖୁଲ୍‌ନା, ବାଂଲାଦେଶ
Nationalityବାଂଲାଦେଶୀ
Other namesପୂଜା
Citizenshipବାଂଲାଦେଶୀ
Educationଢାକା କାଣ୍ଟୋନମେଣ୍ଟ ଗାର୍ଲସ୍ ପବ୍ଲିକ ସ୍କୁଲ ଆଣ୍ଡ କଲେଜ
Occupation(s)ମଡେଲ, ଅଭିନେତ୍ରୀ
Years active୨୦୧୨–ଏବେଯାଏଁ
Known forନୂର୍ ଜାହାନ
ପୋରମୋଣ ୨

ଜନ୍ମ ଏବଂ ପ୍ରାରମ୍ଭିକ ଜୀବନ ସମ୍ପାଦନା

ପୂଜା ଚେରୀ ରାୟ ୨୦ ଅଗଷ୍ଟ ୨୦୦୪ରେ ବଙ୍ଗଳାଦେଶର ଖୁଲ୍‌ନାଠାରେ ଗାଜିରହାଟରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଦେବ ପ୍ରସାଦ ରାୟ ଏବଂ ମାଆ ଝରଣା ରାୟ । ପୂଜା ପିଲା ଦିନରୁ ରଙ୍ଗୀନ ଦୁନିଆ ପ୍ରତି ଆକର୍ଷିତ ଥିଲେ ଏବଂ ଧୀରେ ଧୀରେ ବଙ୍ଗଳାଦେଶ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ରଙ୍ଗୀନ ଦୁନିଆରେ କାମ କରିବା ପାଇଁ ତାଙ୍କ ପିତାମାତା ତାଙ୍କୁ ପ୍ରୋତ୍ସାହିତ କରିଥିଲେ । ସେ ଢାକା କାଣ୍ଟୋନମେଣ୍ଟ ଗାର୍ଲସ୍ ପବ୍ଲିକ ସ୍କୁଲ ଆଣ୍ଡ କଲେଜରେ ପାଠ ପଢ଼ୁଥିଲେ ।

ଅଭିନୟ ଜୀବନ ସମ୍ପାଦନା

ପୂଜା ମାତ୍ର ୮ ବର୍ଷ ବୟସରେ ୨୦୧୨ ମସିହାରେ ପୂଜା ଚେରୀ ରାୟ ବଙ୍ଗଳା କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ପ୍ରଥମେ ଜଣେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ଭଲବାଶର ରଙ୍ଗ, ଯାହାର ନିର୍ଦ୍ଦେଶନା ଦେଇଥିଲେ ଶାହିନୀ ସୁମନ । ଏହାପରେ ସେ ୨୦୧୪ ମସିହାରେ ଅଗ୍ନୀ କଥାଚିତ୍ରରେ ଅଭିନୟ କରିଥିଲେ, ଯେଉଁଥିରେ ସେ ଛୋଟ ତ୍ରିସ୍ନା ଭାବରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଇଫ୍‌ତାକର ଚୌଧୁରୀ । ୨୦୧୬ ମସିହାରେ ମେହେର ଅଫରୋଜ ଶୌନଙ୍କ ନିର୍ଦ୍ଦଶିତ ବଙ୍ଗଳାଦେଶୀ କଥାଚିତ୍ର କ୍ରୀଷ୍ଣାପକ୍କୋରେ ଅଭିନୟ କରିଥିଲେ, ଯେଉଁଥିରେ ସେ ଜେବା ଭୂମିକାରେ ଅଭିନୟ କରିଥିଲେ । ସେହିବର୍ଷ ସେ ଅନ୍ୟ ଏକ କଥାଚିତ୍ର ବାଦ୍‌ଶାହା ଦ ଡନ୍‌ରେ ଶିଶୁ କଳାକାର ଭୂମିକାରେ ଅଭିନୟ କରିଥିଲେ । ନିର୍ଦ୍ଦେଶକ ବାବା ଯାଦବଙ୍କ ନିର୍ଦ୍ଦେଶିତ ଏହି କଥାଚିତ୍ରଟିରେ ପୂଜା ବାଦ୍‌ଶାହାର ଭଉଣୀ ଭୂମିକାରେ ଅଭିନୟ କରିଥିଲେ ।

୨୦୧୮ ମସିହାରେ ପୂଜା ବଙ୍ଗଳା କଥାଚିତ୍ର ଜଗତରେ ମୁଖ୍ୟ ନାୟିକା ଭାବରେ ଅଭିନୟ ଆରମ୍ଭ କରିଥିଲେ । ଅଭିମନ୍ୟୁ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ନୂର୍ ଯାହାନ କଥାଚିତ୍ରରେ ପୂଜା ମୁଖ୍ୟ ନାୟିକା ଯାହାନ ଭୂମିକାରେ ଅଭିନୟ କରିଥିଲେ ।[୫] ୨୦୧୮ରେ ରିହାନ ରଫିଙ୍କ ନିର୍ଦ୍ଦେଶକ କଥାଚିତ୍ର ପରମନ ୨ରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ସେ ମୁଖ୍ୟ ନାୟିକା ପରି ଭୂମିକାରେ ଅଭିନୟ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "পোড়ামন-২ ছবির নায়িকা রিন ওয়াশিং পাউডারের সেই পূজা". Kaler Kantho.
  2. "'নূরজাহান' এর পোস্টারে পূজার প্রথম ঝলক – প্রিয়.কম".
  3. "Noor Jahan Movie Review {2/5}: Critic Review of Noor Jahan by Times of India". Retrieved 22 July 2018.
  4. "Puja Cherry Roy to play the lead in 'Dahan'? – Times of India". Retrieved 22 July 2018.
  5. "'Poramon 2': The Puja Cherry Roy starrer Bangladeshi film to release in West Bengal – Times of India". Retrieved 22 July 2018.

ବାହାର ଆଧାର ସମ୍ପାଦନା