ପୁଷ୍କର ଭାନ

ଭାରତୀୟ ଅଭିନେତା


ପୁଷ୍କର ଭାନ (୧୯୨୬ ଜନ୍ମ, ଶ୍ରୀନଗର – ୫ ଅକ୍ଟୋବର ୨୦୦୮, ଦିଲ୍ଲୀ) ଜଣେ ଭାରତୀୟ-କାଶ୍ମୀର ଅଭିନେତା, ରେଡିଓ ଉପସ୍ଥାପକ, ଚିତ୍ରନାଟ୍ୟ ଲେଖକ ଥିଲେ ।[୧]

ସାହିତ୍ୟିକ ଜୀବନ ସମ୍ପାଦନା

ସେ ସୋମ ନାଥ ସାଧୁଙ୍କ ସହିତ ମିଶି ତିନୋଟି ନାଟକ ଲେଖିଥିଲେ; ଗ୍ରାଣ୍ଡ ରିହର୍ସାଲ (୧୯୬୭), ଚପାଟ୍ (୧୯୭୩) ଏବଂ ନେଭ ନୋଶ (୧୯୭୫) । ସେ ଏହି ତିନୋଟି ନାଟକରରେ ଏକ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ । ସେ ସୋମ ନାଥ ସାଧୁଙ୍କ ପରି ଜଣାଶୁଣା କଳାକାରଙ୍କ ସହ ୧୯୬୪ ମସିହାରେ ପ୍ରଥମ କାଶ୍ମୀରୀ କଥାଚିତ୍ର ମନଜେରାଟରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ଜୀବନ ସମ୍ପାଦନା

୧୯୫୨ ମସିହାରେ ସେ ଅଲ୍ ଇଣ୍ଡିଆ ରେଡିଓର ଶ୍ରୀନଗର ଷ୍ଟେସନରେ ଜଣେ କଳାକାର ତଥା ନାଟ୍ୟକାର ଭାବରେ ଯୋଗ ଦେଇଥିଲେ ଏବଂ ୧୯୮୫ ମସିହାରେ ଜଣେ ବରିଷ୍ଠ ପ୍ରଯୋଜକ ଭାବରେ ଅବସର ନେଇଥିଲେ ।[୨] ସେ କାଶ୍ମୀରୀ ଚଳଚ୍ଚିତ୍ର ମନଜିରାତ (ମେହେନ୍ଦୀରାତ) ଏବଂ ଶାୟୀର-ଇ-କାଶ୍ମୀର ମେହଜୁରରେ ଅଭିନୟ କରିଥିଲେ ।[୩] ସେ ହିନ୍ଦୀ କଥାଚିତ୍ର ଅଭିନେତା ରାଜ କପୁରଙ୍କ ସହ ମଧ୍ୟ ଅଭିନୟ କରିଥିଲେ । ତାଙ୍କର କାଶ୍ମୀରୀ ଧାରାବାହିକ ଜୁନ୍ ଡବ୍ ଇତିହାସ ସୃଷ୍ଟି କରିଥିଲା କାରଣ ଏହା ୧୯ ବର୍ଷ ଧରି ନିୟମିତ ଭାବରେ ପ୍ରସାରିତ ହୋଇଥିଲା ।[୨]

ପୁରସ୍କାର ସମ୍ପାଦନା

ସାହିତ୍ୟ ଓ କଳା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ୧୯୭୪ ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ଦିଆଯାଇଥିଲା ଏବଂ ୧୯୭୬ ମସିହାରେ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।[୩]

ଆଧାର ସମ୍ପାଦନା

  1. Sapru, Chaman Lal. "Padamshree Pushkar Bhan: the Luminary Humorist". Archived from the original on 2005-03-09.
  2. ୨.୦ ୨.୧ "Community - Prominent Kashmiris: Puskhar Bhan". KECSS. Archived from the original on 29 December 2013. Retrieved 8 July 2012.
  3. ୩.୦ ୩.୧ "Noted Kashmiri artist Pushkar Bhan dead". www.kashmirlive.com. 7 October 2008. Archived from the original on 28 January 2013. Retrieved 8 July 2012. ଆଧାର ଭୁଲ: Invalid <ref> tag; name "kl" defined multiple times with different content