ପୁରୋଚନ (ସଂସ୍କୃତ: पुरोचन) ରାଜା ଦୁର୍ଯୋଧନର ଜଣେ ଅନୁଗାମୀ ତଥା ହସ୍ତିନାପୁରର ଏକ ମନ୍ତ୍ରୀ ଥିଲେ ।[୧] ହିନ୍ଦୁ ମହାକାବ୍ୟ ମହାଭାରତର ବର୍ଣ୍ନନା ଅନୁଯାୟୀ ଜତୁ ଗୃହରେ ପାଣ୍ଡବମାନଙ୍କୁ ଦହନ କରିବାପାଇଁ ଦୁର୍ଯ୍ୟୋଧନଙ୍କଦ୍ୱାରା ସେ ନିଯୁକ୍ତ ହୋଇଥିଲେ ।[୨]

ପୌରାଣିକ ଗାଥା ସମ୍ପାଦନା

ପାଣ୍ଡବମାନଙ୍କ ଜତୁଗୃହରେ ନିଆଁ ଲଗାଇ ହତ୍ୟା କରିବା ପାଇଁ ଦୁର୍ଯ୍ୟୋଧନ ପୁରୋଚନକୁ ନିଯୁକ୍ତି କରିଥିଲେ । ଏକ ଷଡଯନ୍ତ୍ରକ୍ରମେ ଦୁର୍ଯ୍ୟୋଧନ ଏବଂ ତାଙ୍କ ମନ୍ଦ ପରାମର୍ଶଦାତା ଶକୁନି ଙ୍କ ନିର୍ଦ୍ଦେଶରେ ପାଣ୍ଡବମାନଙ୍କୁ ହତ୍ୟା କରିବା ପାଇଁ ପୁରୋଚନ ଲାକ୍ଷାଗୃହ ନିର୍ମାଣ କରିଥିଲେ । କିନ୍ତୁ ଭୀମସେନ ଭାଇମାନଙ୍କୁ ଓ ମାତାଙ୍କୁ ସଙ୍ଗରେ ନେଇ ନିଆଁ ଲାଗିବା ପୂର୍ବରୁ ଜତୁଗୃହରୁ ବାହାରି ଚାଲିଗଲେ । ମହାଭାରତର ଏହି ଖଳନାୟକ ପାଣ୍ଡବଙ୍କୁ ହତ୍ୟା କରିବା ପାଇଁ ଲଗାଇଥିବା ନିଆଁରେ ନିଜେ ପୋଡ଼ି ମରିଗଲେ ।[୩]

ତାଙ୍କର ପୂର୍ବ ଜନ୍ମରେ ସେ ପ୍ରହସ୍ତା ନାମକ ଏକ ଶକ୍ତିଶାଳୀ ରାକ୍ଷସ ଯୋଦ୍ଧା ଭାବେ ଜନ୍ମ ନେଇଥିଲେ ଏବଂ ଲଙ୍କାର ରାବଣ ସେନାର ମୁଖ୍ୟ ସେନାପତି ଥିଲେ । ତାଙ୍କର ଉଭୟ ଜନ୍ମରେ ସେ ସମୟର ଖଳନାୟକ ଭାବେ ହିଁ ସେ କାର୍ଯ୍ୟକରି ଆସିଛନ୍ତି ।

ଆଧାର ସମ୍ପାଦନା

  1. November 2, India Today Web Desk. "ASI grants permission to excavate palace Kauravas commissioned to kill Pandavas". India Today (in ଇଂରାଜୀ). Retrieved 3 January 2021.{{cite web}}: CS1 maint: numeric names: authors list (link)
  2. Narayan, R. K. (2000). "The Indian Epics Retold: The Ramayana, the Mahabharata, Gods, Demons, and Others". www.books.google.co.in (in ଇଂରାଜୀ). Penguin Books India. Retrieved 3 January 2021.
  3. "The burning of house of lac – Vyasa Mahabharata". www.vyasaonline.com. Retrieved 3 January 2021.