ପୁତନା

ହିନ୍ଦୁ ରାକ୍ଷସୀ

ପୁତନା (ଇଂରାଜୀ ଭାଷାରେPūtanā (ଅର୍ଥ ପଚନ)) ଜଣେ ରାକ୍ଷସୀ ଥିଲେ ଓ ଭାରତୀୟ ପୁରାଣ ଅନୁସାରେ ସେ କୃଷ୍ଣଙ୍କଦ୍ୱରା ନିହତ ହୋଇଥିଲେ । ପୁତନାଙ୍କୁ କେହି କେହି କୃଷ୍ଣଙ୍କର ଧାଈମା କ‌ହନ୍ତି ଯେହେତୁ ସେ କୃଷ୍ଣଙ୍କୁ ନିଜର ସ୍ତନ୍ୟପାନ କରେଇଥିଲେ ଯଦିଓ ବିଷାକ୍ତ କ୍ଷୀର ସାହାଯ୍ୟରେ ତାଙ୍କୁ ବଧ କରିବା ପୁତନାର ଅସଲ ଉଦ୍ଦେଶ୍ୟ ଥିଲା । କ୍ଷୀର ଦେଇ ମାତୃସ୍ନେହର ଚରମ ନିଦର୍ଶନ ପୁତନା ଦେଖେଇଥିଲେ,[୧] ଯଦିଓ ତାଙ୍କର ଅସତ୍ ଉଦ୍ଦେଶ୍ୟ ଥିଲା । ବିଭିନ୍ନ ପୁରାଣ ଅନୁସାରେ ସେ କୃଷ୍ଣଙ୍କୁ ମାରିବାକୁ ଆସିଥିଲେ ମଧ୍ୟ ତାଙ୍କଠାରେ ଅବଶେଷରେ ନିଜକୁ ସମର୍ପଣ କରିଦେଇଥିଲେ ।

ବ୍ରୋଞ୍ଜ ମୁର୍ତ୍ତିରେ ପୁତନା କୃଷ୍ଣଙ୍କୁ ସ୍ତନ୍ୟପାନ କରାଉଛି ।
କୃଷ୍ଣ ପୁତନାକୁ ବଧ କରୁଛନ୍ତି ।

ପୁତନାଙ୍କୁ ଏକ ଶିଶୁ ରୋଗ ବା କାମନାର ପକ୍ଷୀ ବା ଦୁଷ୍ଟ ମାତା ଭାଗରେ ବିଭିନ୍ନ ପୁରାଣମାନଙ୍କରେ ଗ୍ରହଣ କରାଯାଇଛି । ତାଙ୍କୁ ମାତୃକା ଦଳରେ ରଖାଯାଇଛି ଓ ୟୋଗିନୀ ବା ଗ୍ରହଣୀ ଦଳରେ ଅନ୍ତର୍ଭୁକ୍ତ କରାଯାଇଛି । ପୁରାତନ ଭାରତୀୟ ଧର୍ମ ଗ୍ରନ୍ଥମାନଙ୍କରେ ଶିଶୁମାନଙ୍କୁ ରୋଗ ଦାଉରୁ ଦୂରରେ ରଖିବା ପାଇଁ ପୁତନା ପୂଜା କରିବାକୁ ଉପଦେଶ ଦିଆଯାଇଛି । ଆଉ ମଧ୍ୟ ପୁତନାମାନଙ୍କର ଏକ ଦଳ ଥିବା ମଧ୍ୟ ଲେଖାଅଛି ।

ଶବ୍ଦ ବ୍ୟତ୍ପତ୍ତି ସମ୍ପାଦନା

ପୁତନା ଶବ୍ଦରେ ଥିବା ପୁତ ଶବ୍ଦର ଅର୍ଥ ପରିସ୍କୃତ; ଯାହାର ଅର୍ଥ ବାହାରୁଛି ଯିଏ ପରିସ୍କାର କରେ । ଅନ୍ୟ ଏକ ଅର୍ଥରେ ପୁତ ଅର୍ଥ ଏକ ପ୍ରକାର ନର୍କର ନାମ ଯାହା ପିତାମାତାଙ୍କର ପୁଅଙ୍କ ସ‌ହିତ ସମ୍ପର୍କ ରଖିଥାଏ । [୨] ହର୍ବର୍ଟଙ୍କ ଅନୁସାରେ ତାଙ୍କର ମାତୃକା ‌ସ‌ହିତ ସମ୍ପର୍କ ଥିଲା ଓ ମାତୃତ୍ୱ ସ‌ହିତ ମଧ୍ୟ ସମ୍ପର୍କ ଥିଲା ।[୩] ହ୍ୱାଇଟଙ୍କ ମତରେ ପୁତନା ଅର୍ଥ ଦୁର୍ଗନ୍ଧ‌ଯୁକ୍ତ ପୂଜ ଯାହା ଘାଆମାନଙ୍କରୁ ବାହାରେ । ଶିତଳା ଦେବୀଙ୍କର ଏକ ଅସ୍ତ୍ର ଭାବରେ ପୁତନାଙ୍କର ଚିତ୍ରଣ ମଧ୍ୟ ହୋଇଛି । [୪]

କିମ୍ବଦନ୍ତୀ ସମ୍ପାଦନା

 
Top panel: Krishna killing Putana. Bottom panel: The people of Vraj cutting Putana's body and burning her body.

ପୁତନା ଓ କୃଷ୍ଣଙ୍କର କଥା ଅନେକ ପୁରାଣରେ ବର୍ଣ୍ଣନା କରାଯାଇଛି ଯଥା:- ଭାଗବତ ପୁରାଣ, ହରିବଂଶ, ବ୍ରହ୍ମ ବୈବର୍ତ୍ତ ପୁରାଣ, ବିଷ୍ଣୁ ପୁରାଣ, ଗର୍ଗ ସଂହିତାପ୍ରେମ ସାଗର[୫]

ପୁତନା (ପୁତନୀ) ଅସୁରୁଣୀଙ୍କୁ କୃଷ୍ଣଙ୍କ ମାମୁ କଂସ ପଠେଇଥିଲେ ଭଣଜା କୃଷ୍ଣଙ୍କୁ ମାରିବାକୁ । ଗୋଟିଏ ସୁନ୍ଦରୀ ନାରୀ ବେଶରେ ପୁତନା ଗୋକୁଳର ବ୍ରଜଧାମକୁ ଯାଇଥିଲେ । ତାଙ୍କର ସୌନ୍ଦର୍ଯ୍ୟ ଯୋଗୁ ତାଙ୍କୁ ଦେବୀ ଲକ୍ଷ୍ମୀ ଭାବରେ ଗୋପାଳକମାନଙ୍କର ଭ୍ରମ ହୋଇଥିଲା । କୃଷ୍ଣଙ୍କର ପାଳିତା ମାତା ଯଶୋଦା ପୁତନାଙ୍କ ସୌନ୍ଦର୍ଯ୍ୟରେ ମୋହିତ ହୋଇ କୃଷ୍ଣଙ୍କୁ ସ୍ତନ୍ୟପାନ କରେଇବାକୁ ଅନୁମତି ଦେଇଥିଲେ । ପୁତନା ନିଜ ସ୍ତନରେ ମଣ୍ଡନ ନାମକ ଏକ ନିଶା ଦ୍ରବ୍ୟ ବୋଳିଦେଇ ଆସିଥିଲେ ଯାହା ଫଳରେ କୃଷ୍ଣଙ୍କର ମୃତ୍ୟୁ ସୁନିଶ୍ଚିତ ହୋଇଥାଅନ୍ତି । କିନ୍ତୁ କୃଷ୍ଣ ପୁତନାଙ୍କର ସ୍ତନ‌କୁ ଚିପିଦେଇ ସେହି ପଥରେ ତାଙ୍କର ପ୍ରାଣ ହରଣ କରିଥିଲା । ପୂର୍ବ ଜନ୍ମରେ ପୁତନାଙ୍କୁ ବିଷ୍ଣୁ ନିଜର ପରବର୍ତ୍ତୀ ଅବତାର ସ‌ହ ପୁତନାର ସାକ୍ଷାତ ହେବାର ବରଦାନ ଦେଇଥିଲେ । ଅତ୍ୟଧିକ ଯନ୍ତ୍ରଣାରେ ଅଧିର ହୋଇ ପୁତନା ସ୍ତନ ଉପରେ କୃଷ୍ଣ ଥାଇ ମଧ୍ୟ ବିକଳରେ ଦୌଡ଼ିବାକୁ ଲାଗିଲେ ଓ ଅବଶେଷରେ ପୁତନାର ମୃତ୍ୟୁ ହୋଇଥିଲା । ତା ପୂର୍ବରୁ ସେ ନିଜର ରାକ୍ଷସୀ ଆକାର ଧାରଣ କରି ବୃକ୍ଷମାନଙ୍କୁ ଉପାଡ଼ି ତିନି ଯୋଜନ ଦୂରକୁ ଫିଙ୍ଗିଦେଇଥିଲେ ।[୬][୭] ବ୍ରଜବାସୀମାନେ ପୁତନାର ହାଡ଼ ଓ ପାଦକୁ ମାଟିରେ ପୋତିଦେଲେ ଓ ମାଂସ, ଚର୍ମ ଇତ୍ୟାଦି ପୋଡ଼ିଦେଲେ । ସେହି ଅଗ୍ନିଶିଖାରୁ ସୁବାସିତ ସୁଗନ୍ଧ ଚତୁର୍ଦ୍ଦିଗରେ ବ୍ୟାପିଗଲା ଯେହେତୁ ସେ କୃଷ୍ଣଙ୍କୁ ସ୍ତନ୍ୟପାନ କରେଇଥିଲେ । [୬] ଏହି କାରଣରୁ ଯଶୋଦାଙ୍କ ସ‌ହିତ ପୁତନାଙ୍କୁ ମଧ୍ୟ ପାଳିତା ମାତା ଆଖ୍ୟା ଦିଆଯାଏ । [୮]

ଆଧାର ସମ୍ପାଦନା

  1. O'Flaherty p.250
  2. Herbert in Shashi p.844
  3. Herbert in Shashi p.846
  4. White p. 51
  5. Herbert in Shashi p.842
  6. ୬.୦ ୬.୧ Herbert in Shashi pp.842-4
  7. Olson pp.240-2
  8. Agrawal in Shashi p.822