ପିଠା ବା ପିପୁଲ୍ସ ଏମ୍ପାଓ୍ୱାରମେଣ୍ଟ ଏନାବ୍ଲିଂ ଟାନ୍ସପରେନ୍ସି ଆଣ୍ଡ ଆକାଉଣ୍ଟେବିଲିଟି ଅଫ ଓଡ଼ିଶା ଇନିସିଏଟିଭ୍‌ସ(Peoples Empowerment - Enabling Transparency and Accountability of Odisha Initiatives (PEETHA)) ଓଡ଼ିଶା ସରକାରଙ୍କଦ୍ୱାରା ପ୍ରଣୟନ କରା ଯାଇଥିବା ଏକ ଯୋଜନା । ଏହା ଆମ ଗାଁ ଆମ ବିକାଶ ଯୋଜନାର ଏକ ଉପ ଯୋଜନା । ସରକାରୀ ଯୋଜନାର ସ୍ୱଚ୍ଛତା ବଜାୟ ରଖିବା, ଲୋକଙ୍କୁ ସଶକ୍ତ କରିବା, ଏବଂ ସରକାରୀ ଯୋଜନାଗୁଡ଼ିକ ସହ ଲୋକଙ୍କୁ ସୁଚାଇ ରଖିବା ଏହି ଯୋଜନାର ମୂଳ ଲକ୍ଷ ।[୧]

ଏଣ୍ଡୁରି ପିଠା
ପିଠା ଯୋଜନା
ପ୍ରକାରସରକାର
ଶିଳ୍ପସାମଜିକ ସଚେତନତା ଓ ସୁବିଧା
ପ୍ରତିଷ୍ଠିତ ସ୍ଥାନଭୁବନେଶ୍ୱର, ଓଡ଼ିଶା, ଭାରତ (03 December 2018 (03 December 2018))
ମୁଖ୍ୟ କାର୍ଯ୍ୟାଳୟ,
ଭାରତ
Area served
ଓଡ଼ିଶା

କାର୍ଯକାରୀ ପ୍ରଣାଳୀ ସମ୍ପାଦନା

ପ୍ରତି ମାସ ୧୫ରୁ ୨୦ ତାରିଖରେ ଭିତରେ ଗ୍ରାମ ପଞ୍ଚାୟତ ଗୁଡିକରେ ବୈଠକ ବସାଯାଇ ଏହି ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଯିବ ଏବଂ ସୁବିଧା ସୁଯୋଗ ଦିଆଯିବ । [୨]

ସୁବିଧା ସୁଯୋଗ ସମ୍ପାଦନା

ଏହି ଯୋଜନାରେ ପଞ୍ଚାୟତ ଗୁଡିକରେ ହେଉଥିବା ବୈଠକରେ ଆମ ଏଲଇଡି, ମିଶନ ଶକ୍ତି, ମଧୁବାବୁ ପେନସନ, କଳାକାର ପେନସନ, ନିର୍ମାଣ ଶ୍ରମିକ ଯୋଜନା ଭଳି ସାମାଜିକ ସୁରକ୍ଷା ଯୋଜନା ଆଦିର ସୁବିଧା ଯୋଗାଇ ଦିଆଯିବ । ଏହାସହିତ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ। ଏହି ଯୋଜନା ରାଜ୍ୟ ସରକାରଙ୍କ ଥ୍ରୀଟି (3T) ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି ଓ ଟିମୱାର୍କ ମନ୍ତ୍ରର ଅଂଶବିଶେଷ ହେବ।[୩]

ପୁରସ୍କାର ସମ୍ପାଦନା

ପ୍ରତି ବ୍ଲକର ଶ୍ରେଷ୍ଠ ପଞ୍ଚାୟତକୁ ୫ ଲକ୍ଷ ଟଙ୍କାର ପୁରସ୍କାର ମିଳିବ ।[୪]

ଆଧାର ସମ୍ପାଦନା

  1. "ଆରମ୍ଭ ହେଲା ଆମ ଗାଁ ଆମ ବିକାଶର 'ପିଠା ଯୋଜନା'". OTV Khabar. 4 December 2018. Archived from the original on 20 June 2021. Retrieved 10 December 2018.
  2. "ସଚେତନ କରାଇବ 'ପିଠା' ଯୋଜନା !". Kanak News. 4 December 2018.
  3. "ନବୀନ ସରକାରଙ୍କ ଆଉ ଏକ ଭେଳିକି: 'ପିଠା' ଯୋଜନା | Odisha Reporter". odishareporter.in.
  4. "ପଞ୍ଚାୟତ ପାଇଁ ନବୀନଙ୍କ 'ପିଠା' ଯୋଜନା".

ଅଧିକ ସୁଚନା ଥିବା ଲିଙ୍କ ସମ୍ପାଦନା