ପିଜା ଏକ ଚେପ୍‌ଟା ପାଉଁରୁଟି ଯାହା ଉପରେ ଟମାଟୋ ସସ୍ଛେନା ରଖି ଓଭେନରେ ସେକାଯାଏ । ସାଧାରଣତଃ ଏହା ଉପରେ ମାଂସ, ପରିବା ଓ ମସଲା ଦିଆଯାଏ । ଦଶମ ଶତାବ୍ଦୀରେ ଲିଖିତ ଏକ ହସ୍ତଲିପି ମଧ୍ୟ ଇଟାଲିର (Italy) ଗାଏଟାରେ ମିଳିଛି ଯେଉଁଥିରେ ପ୍ରଥମେ ପିଜା ଶବ୍ଦ ଲିପିବଦ୍ଧ ହୋଇଛି ।[୧] ଆଧୁନିକ ପିଜା ଇଟାଲିର ନେପ୍ଲସ୍‌ରେ (Naples) ଉଦ୍‌ଭାବନ କରାଯାଇଥିଲା ଯାହା ପୃଥିବୀର ଅନେକ ସ୍ଥାନରେ ଜନପ୍ରିୟ ହୋଇଛି ।[୨]

ପିଜା
ପ୍ରକାରFlatbread
ପରଷାମଧ୍ୟହ୍ନ ବା ରାତ୍ରୀ ଭୋଜନ
ମୂଳ ସ୍ଥାନନେପ୍ଲସ୍, କାମ୍ପାନିଆ, ଇଟାଲି
ପରଷିବା ଉତ୍ତାପଉତ୍ତପ୍ତ ବା ଉଷୁମ
ମୁଖ୍ୟ ଉପାଦାନମଇଦା ଚକଟା, ଟମାଟୋ ସସ୍, ଛେନା
ପ୍ରକାର ଭେଦCalzone, panzerotti, stromboli

ସନ ୨୦୦୯ରେ ଇଟାଲିର ଅନୁରୋଧରେ ୟୁରୋପିଆନ ୟୁନିଅନ ନିଓପୋଲିଟାନ (Neapolitan Pizza) ପିଜାକୁ ପାରମ୍ପରିକ ବିଶେଷତା ଗ୍ୟାରେଣ୍ଟି ସୁରକ୍ଷା ଦିଆଗଲା ।[୩][୪] ସନ ୧୯୮୪ରେ ପ୍ରତିଷ୍ଠିତ ନିଓପୋଲିଟାନ ପିଜା ଆସୋସିଏସନ ଏକ ଅଣଲାଭକାରୀ ସଂସ୍ଥା ଯାହାର ମୂଖ୍ୟ କାର୍ଯ୍ୟାଳୟ ନେପ୍ଲ୍‌ସ୍‌ରେ ଅବସ୍ଥିତ । ଏହା ପ୍ରକୃତ ନିଓପୋଲିଟାନ ପିଜାକୁ ସୁରକ୍ଷା ଦିଏ । [୫]

ପିଜାକୁ ତାଜା ବା ହିମାଚ୍ଛାଦିତ (frozen), ସମ୍ପୁର୍ଣ୍ଣ ବା ଆଂଶିକ ଭାବରେ ବିକ୍ରୟ ହୁଏ ଓ ଏହା ଏକ ସାଧାରଣ ଫାସ୍ଟ ଫୁଡ୍ (fast food) ଭାବରେ ୟୁରୋପ ଓ ଉତ୍ତର ଆମେରିକାରେ ପରିଚିତ ।[୬] ଏହାକୁ ରାନ୍ଧିବା ନିମନ୍ତେ ବିଭିନ୍ନ ପ୍ରକାରର ଓଭେନ ଥାଏ । ପିଜା ଭଳି ସମାନ ଧରଣର ସାମଗ୍ରୀ ନେଇ ଅନ୍ୟ ରକମର ଖାଦ୍ୟ ତିଆରି ହେଉଛି ଯାହାକୁ କାଲଜୋମ (calzone) ଓ ସ୍ଟ୍ରୋମ୍ବୋଲି (stromboli) କୁହାଯାଏ ।

ଗ୍ୟଲେରୀ ସମ୍ପାଦନା

ପଦ୍ଧତି ଫଟୋ ସ‌ହିତ -

ବିଭିନ୍ନ ପ୍ରକାରର ପିଜା-

ଆଧାର ସମ୍ପାଦନା

  1. ଆଧାର ଭୁଲ: ଅଚଳ <ref> ଚିହ୍ନ; MartinMaiden ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. Miller, Hanna (April–May 2006). "American Pie". American Heritage Magazine. Retrieved 4 May 2012.
  3. Official Journal of the European Union, Commission regulation (EU) No 97/2010, 5 February 2010
  4. International Trademark Association, European Union: Pizza napoletana obtains "Traditional Speciality Guaranteed" status Archived 2014-08-19 at the Wayback Machine., 1 April 2010
  5. "Associazione Verace Pizza Napoletana (AVPN)". Retrieved 2 January 2015.
  6. Baofu, P. (2013). The Future of Post-Human Culinary Art: Towards a New Theory of Ingredients and Techniques. Cambridge Scholars Publisher. p. 281. ISBN 978-1-4438-4484-0.