ପିଏମ କେୟାରସ ଫଣ୍ଡ ବା ପ୍ରଧାନମନ୍ତ୍ରୀ ନାଗରିକ ସହାୟତା ଏବଂ ଆପାତକାଳୀନ ସ୍ଥିତି ନିଧି ଭାରତରେ କରୋନାଭୂତାଣୁ ରୋଗ ୨୦୧୯ର ମୁକାବିଲା ପାଇଁ ୨୦୨୦ ମସିହା ମାର୍ଚ୍ଚ ୨୮ ତାରିଖରେ ଗଠନ ହୋଇଛି । ଏହି ଫଣ୍ଡର କରୋନାଭୂତାଣୁ ପ୍ରକୋପରୁ ପ୍ରତିକାର ଏବଂ ଭବିଷ୍ୟତରେ ମହାମାରୀ ପରି ସ୍ଥିତିର ମୁକାବିଲା ଦିଗରେ ଉପଯୋଗ କରାଯିବ । ପ୍ରଧାନମନ୍ତ୍ରୀ ସ୍ୱୟଂ ଏହି ଟ୍ରଷ୍ଟର ଅଧକ୍ଷ ଅଟନ୍ତି । ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ ଏହାର ଅନ୍ୟ ଟ୍ରଷ୍ଟି ।[୧][୨][୩]

ପିଏମ କେୟାରସ ଫଣ୍ଡ
ସ୍ଥାପନା28 ମାର୍ଚ୍ଚ 2020; 4 years ago (2020-୦୩-28)
ୱେବ୍‌ସାଇଟpmcares.gov.in

ଏହି କୋଷ ସୂକ୍ଷ୍ମ ଯୋଗଦାନ ଅର୍ଥାତ ସ୍ୱଳ୍ପ ପରିମାଣର ଅର୍ଥ ମଧ୍ୟ ସ୍ୱୀକାର କରିଥାଏ ।[୪] ଏଥିକୁ ନ୍ୟୁନତମ ଦାନରାଶି ୧୦ ଟଙ୍କା ବୋଲି ନିର୍ଦ୍ଧିଷ୍ଟ କରାଯାଇଛି ।[୫] ଫଣ୍ଡକୁ କରାଯାଇଥିବା ଦାନରାଶି ଆୟକର ବିହୀନ ଅଟେ ।[୬] ପ୍ରଧାନମନ୍ତ୍ରୀ କହିଥିଲେ, କରୋନା ବିରୁଦ୍ଧରେ ଏହି ଯୁଦ୍ଧ ପାଇଁ ତାଙ୍କ ଅଫିସକୁ ବହୁ ଲୋକ ଅର୍ଥ ଯାଚନା କରିଥିଲେ । ଏଥିରୁ ଅନୁପ୍ରାଣିତ ହୋଇ ସେ ଏହି ଆପଦାର ପ୍ରବନ୍ଧନ ଏବଂ ଅନୁସନ୍ଧାନ ପାଇଁ ପିଏମ କେୟାରସ ଫଣ୍ଡର ସ୍ଥାପନା କରିଥିଲେ ।[୭][୮]

ପିଏମ କେୟାରସ ଫଣ୍ଡ ପ୍ରଧାନମନ୍ତ୍ରୀ ଜାତୀୟ ସହାୟତା ପାଣ୍ଠି (PMNRF)ଠାରୁ ଭିନ୍ନ ।[୯]

ପ୍ରୋତ୍ସାହନ ସମ୍ପାଦନା

ଜୁନ ୩୦ ତାରିଖ ପୂର୍ବରୁ ପିଏମ କେୟାରସ ଫଣ୍ଡକୁ ଦାନ କରାଯାଇଥିବା ଅର୍ଥରାଶି ଆୟକର ଅଧିନିୟମ ୧୯୬୧ ଅନୁସାରେ ଆୟକର ମୁକ୍ତ ଅଟେ ।[୧୦][୧୧] କର୍ପୋରେଟ ମାମଲାର ମନ୍ତ୍ରାଳୟଦ୍ୱାରା ଘୋଷଣା କରାଯାଇଛି ଯେ, ଏହି ଫଣ୍ଡରେ ଯୋଗଦାନକୁ କମ୍ପାନୀମାନଙ୍କର କର୍ପୋରେଟ ସାମାଜିକ ଉତ୍ତରଦାୟିତ୍ୱ ଭାବେ ଗ୍ରହଣ କରାଯିବ ଏବଂ ଆସନ୍ତା ବର୍ଷମାନଙ୍କରେ ସେମାନଙ୍କଠାରୁ ଅତିରିକ୍ତ CSR (କର୍ପୋରେଟ ସୋସିଆଲ ରେସ୍ପନ୍ସିବିଲିଟି) ଆଶା କରାଯିବ ନାହିଁ ।[୧୨]

ପ୍ରତିକ୍ରିୟା ସମ୍ପାଦନା

ପ୍ରଧାନମନ୍ତ୍ରୀ ଜାତୀୟ ସହାୟତା ପାଣ୍ଠି ଥାଉ ଥାଉ କାହିଁକି ଅନ୍ୟ ଏକ ଫଣ୍ଡଟି ଗଠନ କରାଗଲା ଏହା ଉପରେ ଅନେକ ବିପକ୍ଷ ଦଳ ନେତା ପ୍ରଶ୍ନ ଉଠାଇଛନ୍ତି । ଏଥିସହିତ ଫଣ୍ଡଟିର ପଞ୍ଜିକରଣ ଦିନ, କେଉଁ ନିୟମ ଅଧୀନରେ ଏହାର ଗଠନ କରାଗଲା ଏବଂ କାହିଁକି ଅନ୍ୟ କୌଣସି ସାମାଜିକ ଗୋଷ୍ଠୀ ବା ବିପକ୍ଷ ଦଳର ବ୍ୟକ୍ତିଙ୍କୁ ଟ୍ରଷ୍ଟରେ ସାମିଲ କରାଗଲା ନାହିଁ - ଏହା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।[୧୩] ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ରାଜ୍ୟସ୍ତରୀୟ ବିପର୍ଯ୍ୟୟ କୋଷ ତୁଳନାରେ ପିଏମ କେୟାରସ ଫଣ୍ଡର ମହତ୍ତ୍ୱ ସମ୍ପର୍କରେ ପ୍ରଶ୍ନ କରିଛନ୍ତି ।[୧୪]

ବିତ୍ତ ମନ୍ତ୍ରାଳୟର ରାଜସ୍ୱ ବିଭାଗ ନିଜ କର୍ମଚାରୀମାନଙ୍କୁ ୨୦୨୧ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ମାସର ବେତନରୁ ଏକ ଦିନର ବେତନ ଫଣ୍ଡକୁ ଦାନ କରିବାକୁ ଅନୁରୋଧ କରିଛି । ଯେଉଁ କର୍ମଚାରୀମାନେ ଏଥିରେ ଇଚ୍ଛୁକ ନୁହେଁ, ତାଙ୍କୁ ଲିଖିତ ଆବେଦନ ପତ୍ର ଦେବାକୁ ଅନୁରୋଧ କରାଯାଇଛି, ଯାହାକି କିଛିଙ୍କ ମନରେ ଆପତ୍ତି ଜାତ କରାଇଛି ।[୧୫][୧୬]

ଫଣ୍ଡ ଗଠନର ତୁରନ୍ତ ପରେ ଅନେକ ନକଲି ଖାତାର ଚଳନ ଦେଖିବାକୁ ମିଳିଥିଲା । ପ୍ରକୃତ ୟୁ.ପି.ଆଇ ଖାତାର ନାମ pmcares@sbi ଏବଂ pmcares@iob ଥିବା ବେଳେ ଦିଲ୍ଲୀ ପୋଲିସ ଠକେଇ ଉଦ୍ଦେଶ୍ୟରେ 's' କାଟି pmcare@sbi ଭାବେ ଗୋଟିଏ ବ୍ୟାଙ୍କ ଖାତା ଖୋଲିଥିବା ବ୍ୟକ୍ତିକୁ ଗିରଫ କରିଥିଲା ।[୧୭]

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. https://www.ndtv.com/india-news/pm-cares-pm-narendra-modi-announces-new-covid-19-fund-gets-rs-25-crore-from-akshay-kumar-2202275%7Ctitle=PM Modi Announces New COVID-19 Fund, Gets Rs 25 Crore From Akshay Kumar
  2. http://newsonair.com/Main-News-Details.aspx?id=384047%7Ctitle=People urged to donate generously in PM CARES fund; PM Modi says every contribution matters
  3. https://www.business-standard.cm/article/current-affairs/pm-narendra-modi-announces-pm-cares-fund-to-fight-coronavirus-outbreak-120032900031_1.html[permanent dead link]
  4. ttps://economictimes.indiatimes.com/tech/internet/cyber-chiefs-warning-as-hackers-target-pms-covid-fund/articleshow/74877953.cms
  5. https://www.businesstoday.in/current/economy-politics/pm-cares-fund-better-suited-tto-deal-with-coronavirus-crisis-say-legal-experts/story/399670.html
  6. www.thehindubusinessline.com/economy/policy/donation-to-pm-cares-fund-to-be-fully-exempted-under-income-tax-act/article31221733.ece
  7. https://www.dqindia.com/pm-cares-fund-need-know
  8. https://economictimes.indiatimes.com/news/politics-and-nation/pm-modi-announces-emergency-relief-fund-for-coronavirus-fight/articleshow/74863297.cms
  9. https://www.pmindia.gov.in/en/pms-funds
  10. https://economictimes.indiatimes.com/news/economy/policy/govt-clarifies-on-companys-contributions-to-pm-cares-fund-above-csr-limit/articleshow/74907220.cms
  11. https://economictimes.indiatimes.com/news/politics-and-nation/ordinance-issued-to-make-pm-cares-donations-tax-free/articleshow/74923420.cms
  12. https://economictimes.indiatimes.com/news/economy/policy/govt-clarifies-on-companys-contributions-to-pm-cares-fund-above-csr-limit/articleshow/74907220.cms
  13. https://www.thehindu.com/news/national/congress-questions-setting-up-of-pm-cares-fund-to-deal-with-coronavirus/article31210904.ece
  14. https://theprint.in/india/donations-to-pm-cares-allowed-under-csr-but-not-to-states-or-cms-corporate-ministry/399984
  15. https://www.thehindu.com/news/national/coronavirus-finmin-fiat-to-staff-on-monthly-donations-to-pm-cares/article31383969.ece
  16. https://thewire.in/government/finance-ministry-staff-donation-pm-cares
  17. https://www.indiatoday.in/india/story/delhi-police-books-fraudsters-for-making-fake-sbi-account-of-pm-s-covid-19-relief-fund-1661272-2020-03-30