ପାର୍ବତୀ ଘୋଷ
ପାର୍ବତୀ ଘୋଷ (ଜନ୍ମ ୨୮ ମାର୍ଚ୍ଚ ୧୯୩୩)[୨] ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଅଭିନେତ୍ରୀ, ପ୍ରଥମ ମହିଳା ନିର୍ଦ୍ଦେଶିକା ତଥା ପ୍ରଯୋଜିକା ।[୩] ଓଡ଼ିଆ ନାଟକ ''ମମତା'' ଓ ହିନ୍ଦୀ ନାଟକ ''ଦୋ ଆଁସୁ''ରେ ପାଞ୍ଚ ବର୍ଷ ବୟସରୁ ଅଭିନୟ ଆରମ୍ଭ କରିଥିଲେ।[୪] ୧୯୫୦ ମସିହାରେ ଶିଶୁ କଳାକାର ଭାବରେ ''ଶ୍ରୀ ଜଗନ୍ନାଥ'' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ୧୯୫୩ ମସିହାରେ ''ଆମରି ଗାଁ ଝିଅ" ଚଳଚ୍ଚିତ୍ରରେ ଗୌର ଘୋଷଙ୍କ ବିପକ୍ଷରେ ନାୟିକା ଭାବେ ଅଭିନୟ କରିଥିଲେ। ସେ ସମୁଦାୟ ଆଠଟିରୁ ଊର୍ଦ୍ଧ୍ୱ ସିନେମାରେ ଅଭିନୟ କରିବା ସହ ୬ଟିରେ ପ୍ରଯୋଜନା ଏବଂ ଦୁଇଟିରେ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି। ସେ ଅଭିନୟ କରିଥିବା ସିନେମାଗୁଡ଼ିକ ମୁଖ୍ୟତଃ ସାମାଜିକ କାହାଣୀ ଉପରେ ଆଧାରିତ। ସେ ଏକାଧିକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।[୫]
ପାର୍ବତୀ ଘୋଷ | |
---|---|
![]() | |
ଜନ୍ମ | ଚପଳା ନାୟକ ମାର୍ଚ୍ଚ ୨୮, ୧୯୩୩ |
ମୃତ୍ୟୁ | ୧୨ ଫେବୃଆରୀ ୨୦୧୮[୧] | (ବୟସ ୮୪)
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୫୦-୧୯୯୮ |
ଜୀବନସାଥୀ | ଗୌର ଘୋଷ |
ସନ୍ତାନ | ଶୁଭ୍ର ଓ ରାତ୍ରୀ |
ବିବାହ ଓ ପରିବାର ସମ୍ପାଦନ କରନ୍ତୁ
ପାର୍ବତୀ ଘୋଷ ବିବାହ କରିଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅଭିନେତା, ପ୍ରଯୋଜକ ତଥା ନିର୍ଦ୍ଦେଶକ ସ୍ୱର୍ଗତ ଗୌର ଘୋଷଙ୍କୁ। ପାର୍ବତୀ ଘୋଷ ପ୍ରାୟ ଏକାଧିକ ଚଳଚ୍ଚିତ୍ରରେ ଗୌର ଘୋଷଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି। ଗୌର ଘୋଷଙ୍କୁ ବିବାହ କରିବା ପୂର୍ବରୁ ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ ସେ ଚପଳା ନାୟକ ଭାବେ ପରିଚିତ ଥିଲେ। ତାଙ୍କର ଏକ ପୁତ୍ର ଶୁଭ୍ର ଘୋଷ ଯିଏକି ଆମେରିକାରେ ଓ ଏକ କନ୍ୟା ସନ୍ତାନ ରାତ୍ରୀ। ରାତ୍ରୀ ମଧ୍ୟ ଜଣେ ଅଭିନେତ୍ରୀ। ପାର୍ବତୀ ଘୋଷ ହେଉଛନ୍ତି ଆଠ ଭାଇ ଓ ଭଉଣୀ। ତାଙ୍କର ବଡ଼ ଭାଇ ଶାରଦା ପ୍ରସନ୍ନ ନାୟକ ହେଉଛନ୍ତି ନିର୍ଦ୍ଦେଶକ ତଥା ଗୀତିକାର ଏବଂ ସାନ ଭାଇ ସ୍ୱରୂପ ନାୟକ ଜଣେ ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର।[୬]
ଚଳଚ୍ଚିତ୍ର ଜୀବନ[୭] ସମ୍ପାଦନ କରନ୍ତୁ
ପାର୍ବତୀ ଘୋଷ ୫ ବର୍ଷ ବୟସରୁ ଅଭିନୟ ଦୁନିଆରେ ପାଦ ଥାପିଥିଲେ। ୧୯୫୦ ମସିହାରେ ଶିଶୁ କଳାକାର ଭାବରେ ''ଶ୍ରୀ ଜଗନ୍ନାଥ'' ଚଳଚ୍ଚିତ୍ରରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ ହୋଇଛି। ''ଆମରି ଗାଁ ଝିଅ'' (୧୯୫୬)ରେ ପ୍ରଥମ କରି ନାୟିକା ଭାବେ ଗୌର ଘୋଷଙ୍କ ବିପକ୍ଷରେ ସେ ଅଭିନୟ କରିଥିଲେ। ଏହି ସିନେମାଟିର କାହାଣୀ ବାଲ୍ୟ ବିବାହ ଉପରେ ଆଧାରିତ ଥିଲା। ''ଭାଇଭାଇ'' (୧୯୫୬), ''ମା'' (୧୯୫୯),"କା'' (୧୯୬୬), ''ସ୍ତ୍ରୀ'' (୧୯୬୮), ''ଅମର ପ୍ରେମ'' (୧୯୭୭) ଏବଂ ''ସଂସାର'' (୧୯୭୩) ଆଦି ଫିଲ୍ମରେ ନାୟିକା ଭୂମିକାରେ ସେ ଅଭିନୟ କରିଛନ୍ତି। ବିବାହ ପରେ ପାର୍ବତୀ ଘୋଷଙ୍କ ପ୍ରଥମ ସିନେମା ଥିଲା ''ଲକ୍ଷ୍ମୀ'' (୧୯୬୩) । ''ଲକ୍ଷ୍ମୀ'', ''କା'' ଏବଂ ''ସ୍ତ୍ରୀ'' ଚଳଚ୍ଚିତ୍ର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛି। ''ସଂସାର'' ସିନେମାରେ ସେ ନିଜ ସ୍ୱାମୀଙ୍କ ସହ ପ୍ରଯୋଜିକା ଓ ନିର୍ଦ୍ଦେଶିକା ଭାବେ କାମ କରିଥିଲେ। ୧୯୮୩ ଓ ୧୯୮୪ ମସିହାରେ ''ପ୍ରଶ୍ନ'' ଏବଂ ''ସୋପାନ'' ନାମକ ଦୁଇଟି ହିନ୍ଦୀ ଟେଲିଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି। ୧୯୮୬ ମସିହାରେ ଫକୀରମୋହନ ସେନାପତିଙ୍କ ଉପନ୍ୟାସକୁ ଆଧାର କରି ନିର୍ମିତ ହୋଇଥିବା ''ଛ ମାଣ ଆଠ ଗୁଣ୍ଠ'' ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର। ତାଙ୍କର ଅବଦାନ କେବଳ ସିନେମା ଦୁନିଆରେ ସୀମିତ ନ ଥିିଲା। ଆଲବମ୍ କ୍ଷେତ୍ରରେ ପାର୍ବତୀଙ୍କ ଭୂମିକା ବେଶ୍ ପ୍ରଶଂସନୀୟ। ''ନାହିଁ ତ ହୃଦୟଟିଏ'' ଆଲବମରେ ସେ ନିର୍ଦ୍ଦେଶନା ଦେଇଛନ୍ତି ।୧୯୭୩ରୁ ୧୯୮୫ ମସିହାରେ କୌଣସି ଫିଲ୍ମରେ ସେ ନଜର ଆସି ନାହାନ୍ତି। ପ୍ରଯୋଜିକା ତଥା ନିର୍ଦ୍ଦେଶିକା ଭାବେ "ସାଲବେଗ" (୧୯୯୯) ହେଉଛି ତାଙ୍କ ଅଭିନୀତ ଶେଷ ସିନେମା।
ଓଡ଼ିଆ ଚଳଚ୍ଚିତ୍ର ଦୁନିଆକୁ ଅବଦାନ ସମ୍ପାଦନ କରନ୍ତୁ
ପାର୍ବତୀ ଘୋଷ ଓଡ଼ିଆ ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅବଦାନ ଦେଇଛନ୍ତି।[୮]
- ପ୍ରଯୋଜିକା
- ୧୯୮୬ - ଛ ମାଣ ଆଠ ଗୁଣ୍ଠ
- ୧୮୭୩ - ସଂସାର
- ୧୯୬୮- ସ୍ତ୍ରୀ
- ୧୯୬୬ ଲକ୍ଷ୍ମୀ (ସହ ପ୍ରଯୋଜିକା)
- ୧୯୫୮ - ମା (ସହ ପ୍ରଯୋଜିକା)
- ନିର୍ଦ୍ଦେଶିକା
- ୧୯୮୬ - ଛ ମାଣ ଆଠ ଗୁଣ୍ଠ
- ୧୮୭୩ - ସଂସାର
- ଅଭିନେତ୍ରୀ
- ୧୯୮୬ - ଛମାଣ ଆଠ ଗୁଣ୍ଠ (ସାରିଆ)
- ୧୮୯୪ - ଡୋରା
- ୧୯୭୭ - ଅମର ପ୍ରେମ (ଅତିଥି କଳାକାର)
- ୧୮୭୩ - ସଂସାର
- ୧୯୬୮ - ସ୍ତ୍ରୀ (ଅନୁରାଧା)
- ୧୯୬୬ - କା
- ୧୯୬୨ - ଲକ୍ଷ୍ମୀ (ଅଳକା)
- ୧୯୫୮ - ମା
- ୧୯୫୬ - ଭାଇଭାଇ
- ୧୯୫୩ - ଆମରି ଗାଁ ଝୁଅ[୯]
- ୧୯୫୦ - ଶ୍ରୀ ଜଗନ୍ନାଥ (ଶିଶୁ କଳାକାର)
- ଲେଖିକା
- ୧୯୮୬- ଛ ମାଣ ଆଠ ଗୁଣ୍ଠ (ସଂଳାପ)
- ସଂଗୀତ
- ୧୯୮୬ - ଛ ମାଣ ଆଠ ଗୁଣ୍ଠ (ପ୍ରଚ୍ଛଦପଟ ଗାୟିକା)
ସମ୍ମାନ ଓ ସ୍ୱୀକୃତି ସମ୍ପାଦନ କରନ୍ତୁ
ଚଳଚ୍ଚିତ୍ର କ୍ଷେତ୍ରରେ ନିଜର ଅବଦାନ ପାଇଁ ସେ ବିଭିନ୍ନ ସମ୍ମାନରେ ସମ୍ମାନୀତ କରାଯାଇଛି ।[୧୦]
- ଲାୟନସ୍ ଆଓ୍ବାର୍ଡ (୧୯୭୦)
- ଜୟଦେବ ପୁରସ୍କାର (୧୯୮୮)[୧୧]
- ବେଙ୍ଗଲ ଫିଲ୍ମ୍ ଜର୍ଣ୍ଣାଲିଷ୍ଟ୍ ଆସୋସିଏସନ୍ ଆଓ୍ବାର୍ଡ
- ଓଡ଼ିଶା ସିନେ କ୍ରିଟିକ୍ ଆଓ୍ବାର୍ଡ (୧୯୯୮)
- ଜାତୀୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର
ମୃତ୍ୟୁ ସମ୍ପାଦନ କରନ୍ତୁ
ପାର୍ବତୀ ୧୨ ଫେବୃଆରୀ ୨୦୧୮ରେ ପାଖାପାଖି ରାତି ସାଢ଼େ ୧୨ଟା ବେଳେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ, ତେଣୁ ତାଙ୍କୁ ତୁରନ୍ତ ହସ୍ପାତାଳକୁ ନିଆଯାଇଥିଲା । ସେତେବେଳକୁ ତାଙ୍କର ଦେହାନ୍ତ ହୋଇସାରିଥିଲା ।[୧][୧୨]
ଆଧାର ସମ୍ପାଦନ କରନ୍ତୁ
- ↑ ୧.୦ ୧.୧ "ପାର୍ବତୀ ଘୋଷ ଆଉ ନାହାନ୍ତି". sambad.in. 12 February 2018. Retrieved 12 February 2018.
- ↑ {{cite web|last=Palit|first=Ashok|title=Orissa: First Women Director of Odia Cinema|url=http://www.orissadiary.com/ShowEntertainmentNews.asp?id=28018%7Cpublisher=OMIS Private Limited|accessdate=18 June
- ↑ Reporter, Staff (2018-02-12). "Parbati Ghose, Odisha's first female filmmaker, passes away". The Hindu (in Indian English). ISSN 0971-751X. Retrieved 2019-03-24.
- ↑ ଦ ସନ୍ଡେ ଇଣ୍ଡିଆନ୍
- ↑ Bureau, Odisha Sun Times. "Parbati Ghose: The actor who dazzled on and off camera in Odisha film industry | OdishaSunTimes.com" (in ଆମେରିକୀୟ ଇଂରାଜୀ). Retrieved 2019-03-24.
- ↑ ଦ ସନ୍ ଡେ ଇଣ୍ଡିଆନ୍
- ↑ ଦ ସନ୍ଡେ ଇଣ୍ଡିଆନ୍
- ↑ http://www.imdb.com/name/nm0315909/
- ↑ ଦେଓ, ସୂର୍ଯ୍ୟ (୧୮-୦୨-୨୦୧୮). "ମୁଁ ଯେ ଭାସେ ସପନେ, ଭରା ତାର ଗଗନେ". ସମ୍ବାଦ ରବିବାର.
{{cite news}}
:|access-date=
requires|url=
(help); Check date values in:|date=
(help) - ↑ http://www.womanodisha.com/parbati-ghosh/
- ↑ ଦ ସନ୍ଡେ ଇଣ୍ଡିଆନ୍
- ↑ "ବର୍ଷିଆନ ଅଭିନେତ୍ରୀ ପାର୍ବତୀ ଘୋଷଙ୍କ ପରଲୋକ". Odisha Reporter. 12 February 2018. Retrieved 12 February 2018.
ଅଧିକ ତଥ୍ୟ ସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ପାର୍ବତୀ ଘୋଷ
- ଇଣ୍ଟରନେଟ ମୁଭି ଡାଟାବେସରେ ପାର୍ବତୀ ଘୋଷ
- ଇଣ୍ଟରନେଟ ମୁଭି ଡାଟାବେସରେ ପାର୍ବତୀ ଘୋଷ