ପାମ୍ପୁଡି ଚାଟ
ପାମ୍ପୁଡି ଚାଟ ଭାରତୀୟ ଉପ-ମହାଦ୍ୱୀପର ଏକ ଲୋକପ୍ରିୟ ପାରମ୍ପରିକ ଫାଷ୍ଟ ଫୁଡ଼ ଅଟେ, ବିଶେଷ କରି ବଙ୍ଗଳାଦେଶ ଏବଂ ପାକିସ୍ତାନରେ ଏହା ପ୍ରଚଳିତ ହୋଇଥାଏ ।[୧][୨][୩] ସମଗ୍ର ଭାରତରେ ବହୁ ପ୍ରକାରର ବ୍ୟଞ୍ଜନ ପାମ୍ପୁଡି ଚାଟ ରୂପେ ମଧ୍ୟ ସନ୍ଦର୍ଭିତ ହୋଇଥାଏ ।[୧] ସଂଯୁକ୍ତ ରାଜ୍ୟ ଆମେରିକାର କିଛି ରେଷ୍ଟୁରାଣ୍ଟରେ ଏହାର ପାରମ୍ପରିକ ସଂସ୍କରଣ ସେବା ପ୍ରଦାନ କରିଥାଏ ।[୪][୫]
ପରଷା | ସାଂସ୍କୃତିକ ଜଳଖିଆ |
---|---|
ଅଞ୍ଚଳ ବା ରାଜ୍ୟ | ଭାରତୀୟ ଉପ-ମହାଦ୍ୱୀପ |
|
ପ୍ରସ୍ତୁତି
ସମ୍ପାଦନାପାମ୍ପୁଡି ଚାଟ ପରମ୍ପରାଗତ ରୂପେ ; ମଇଦା ଏବଂ ସୁଜିରୁ ପ୍ରସ୍ତୁତ ପାମ୍ପୁଡି, ତା'ସହିତ ସିଝା ଆଳୁ ଏବଂ ସିଝା ମଟରରୁ ପ୍ରସ୍ତୁତ ଏକ ମସଲାଯୁକ୍ତ ତରକାରିଦ୍ୱାରା ପ୍ରସ୍ତୁତ ହୋଇଥାଏ । ଏହାକୁ ସଜେଇବା ପାଇଁ ତା'ଉପରେ ଦହି, ତେନ୍ତୁଳି ରସ, କଟା ପିଆଜ, ଧନିଆ, କାକୁଡି, ଲଙ୍କା, ନଡିଆ କୋରା, ଟମାଟୋ ସସ ଏବଂ ଚାଟ ମସଲା, ଲୁଣ, ସେଓ ଇତ୍ୟାଦିର ବ୍ୟବହାର କରାଯାଇଥାଏ ।[୧][୬][୧][୭] ପାମ୍ପୁଡି ସାଧାରଣତଃ ପରିସ୍କୃତ ଅଟା/ମଇଦା, ସୁଜି, କଳା ଜିରା, ଘିଅ କିମ୍ବା ତେଲଦ୍ୱାରା ପ୍ରସ୍ତୁତ କରାଯାଇଥାଏ ।[୮][୯] ପୁଦିନା, [୬] ଧନିଆ[୧୦] ଏବଂ ମସଲା[୧୧] ମଧ୍ୟ ବ୍ୟବହାର କରାଯାଏ । ଏହାକୁ ମିଠା, ଖଟା, ମସଲାଯୁକ୍ତ ସ୍ୱାଦିଷ୍ଟ ରୂପେ ତିଆରି କରାଯାଇଥାଏ ।[୧][୬]
ବ୍ୟୁତ୍ପତ୍ତି
ସମ୍ପାଦନା"ପାମ୍ପୁଡି" ୱାଫର୍ସକୁ ସନ୍ଦର୍ଭିତ କରିଥାଏ, ଏବଂ ସଂସ୍କୃତ କ୍ରିୟା "Caṭ"ରୁ ପ୍ରାପ୍ତ ଶବ୍ଦ "ଚାଟ"ର ଅର୍ଥ ହେଉଛି ଆଙ୍ଗୁଳିଦ୍ୱାରା ଚାଖିବା ଏବଂ ଏହାଦ୍ୱାରା ତିଆରି ହୋଇଥିବା ଧ୍ୱନୀର ପ୍ରତିନିଧିତ୍ୱ କରିଥାଏ । ଏହା ବହୁ ଫାଷ୍ଟ ଫୁଡ଼ ବ୍ୟଞ୍ଜନ କିମ୍ବା ସ୍ନାକକୁ ଦର୍ଶେଇଥାଏ । "ଚାଟ"ର ଶାବ୍ଦିକ ଅର୍ଥ ହିନ୍ଦୀରେ "ଚାଟଣା" କୁହାଯାଏ ।[୧] ଏହି ଶବ୍ଦ ଭାରତର ବହୁ ବ୍ୟଞ୍ଜନକୁ ଦର୍ଶାଇଥାଏ ।[୧]
ସୋମେଶ୍ୱର ତୃତୀୟଙ୍କଦ୍ୱାରା ସଂକଳିତ 12ବିଂ ଶତାବ୍ଦୀର ସଂସ୍କୃତ ଜ୍ଞାନକୋଷ, ଯାହା ଆଜି କାର୍ଣ୍ଣାଟକ ଉପରେ ଶାସନ କରୁଛନ୍ତି । ପାମ୍ପୁଡି ପାଇଁ ଏକ ରେସିପି (ପୁରିକା ରୂପେ) ଉଲ୍ଲେଖ "ମାନେସୋଲାସା"ରେ କରାଯାଇଛି ।[୧୨]
ରାସ୍ତା କଡର ଖାଦ୍ୟ
ସମ୍ପାଦନାପାମ୍ପୁଡି ଚାଟକୁ ପ୍ରାୟତଃ ଭାରତରେ ପ୍ରାୟତଃ ରାସ୍ତା କଡରେ ଉପସ୍ଥିତ ଖାଇବା ଷ୍ଟଲ ମାନଙ୍କରେ ଉପଲବ୍ଧ ହୋଇଥାଏ ।[୬] ଭାରତ ରେ, ଏହା ଅନ୍ୟ କ୍ଷେତ୍ର ତୁଳନାରେ ଦେଶର ଉତ୍ତରୀ କ୍ଷେତ୍ରରେ ଅଧିକ ଲୋକପ୍ରିୟ ହୋଇଥାଏ ।[୧୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ Pathak, A. (2015). Secrets From My Indian Family Kitchen. Octopus Books. p. Pt-46. ISBN 978-1-78472-027-8. / Pathak, Anjali (March 22, 2015). "The foodie traveller … in Mumbai, India". the Guardian. Retrieved November 11, 2015.
- ↑ Fodor's Travel Publications, I. (2008). India. Fodor's India. Fodor's Travel Publications. p. 76. ISBN 978-1-4000-1912-0.
- ↑ "Ramazan Radar Chaat up a storm". The Express Tribune. June 25, 2015. Retrieved November 11, 2015.
- ↑ Allen., Jessica (July 1, 1987). "5 Best Restaurants For Chaat In New York City". CBS New York. Retrieved November 11, 2015.
- ↑ Galarneau, Andrew Z. (May 6, 2015). "Dosas steal the show at Chennai Express". Gusto. Retrieved November 11, 2015.[permanent dead link]
- ↑ ୬.୦ ୬.୧ ୬.୨ ୬.୩ Robertson, R. (2014). Robin Robertson's Vegan Without Borders. Andrews McMeel Publishing, LLC. p. 195. ISBN 978-1-4494-6133-1.
- ↑ World, E.Y.; Siciliano-Rosen, L.; Rosen, S. (2014). Delhi Food and Travel Guide: The inside scoop on the best North Indian foods in Delhi. 107. Eat Your World. p. Pt-25.
- ↑ Gopal, G. (2007). Delicious Dishes (Vegetarian). Sura Books. p. Pt-59. ISBN 978-81-7478-460-5.
- ↑ "Delhi Food and Travel Guide". Retrieved 1 January 2015.
- ↑ Gordon, James (October 1, 2012). "38: Papri Chaat at Jay Bharat". L.A. Weekly. Retrieved November 11, 2015.
- ↑ ୧୧.୦ ୧୧.୧ Batra, N. (2011). 1,000 Indian Recipes. 1,000 Recipes. Houghton Mifflin Harcourt. pp. 48–49. ISBN 978-0-544-18910-2.
- ↑ K.T. Achaya (2003). The Story of Our Food. Universities Press. p. 85. ISBN 978-81-7371-293-7.