ପାଣ୍ଟୋପ୍ରାଜୋଲ

ଏକ ରାସାୟନିକ ଦ୍ରବ୍ୟ ଯାହା ଔଷଧ ଭାବରେ ବ୍ୟବ‌ହୃତ ହୁଏ ।

ପାଣ୍ଟୋପ୍ରାଜୋଲ (ଇଂରାଜୀ ଭାଷାରେ Pantoprazole, ପ୍ରଥମ ବିକ୍ରୟ ନାମ ପ୍ରୋଣ୍ଟୋନିକ୍ସ/ Protonix) ଏକ ଔଷଧ ଯାହା ପାକସ୍ଥଳୀ ଘାଆ (stomach ulcer), ଗାସ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ ଡିଜିଜ ଯୋଗୁ ହେଉଥିବା ଇରୋସିଭ ଏସୋଫେଜାଇଟିସ (erosive esophagitis) ରୋଗର ସ୍ୱଳ୍ପକାଳୀନ ଚିକିତ୍ସା, ଏସୋଫେଜାଇଟିସ ରୋଗ ଶୁଖିବା ନିମନ୍ତେ ଓ ଅତ୍ୟଧିକ ଅମ୍ଳସ୍ରାବୀ ଜୋଲିଞ୍ଜର ଏଲିସନ ସିଣ୍ଡ୍ରୋମ (Zollinger–Ellison syndrome) ଇତ୍ୟାଦି ରୋଗମାନଙ୍କର ଚିକିତ୍ସା ନିମନ୍ତେ ଦିଆଯାଏ । [୨] ହେଲିକୋବ୍ୟାକ୍ଟର ପାଇଲୋରି (Helicobacter pylori) ରୋଗ ଭଲ ହେବା ନିମନ୍ତେ ଅନ୍ୟାନ୍ୟ ଔଷଧ ସ‌ହିତ ପାଣ୍ଟୋପ୍ରାଜୋଲ ଦିଆଯାଇପାରେ ।[୩] ଏହା ପାଟିରେ ଓ ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଇପାରେ । [୨]

ପାଣ୍ଟୋପ୍ରାଜୋଲ
Clinical data
Trade namesProtonix, others[୧]
AHFS/Drugs.commonograph
MedlinePlusa601246
data
Pregnancy
category
  • AU: B3
  • US: B (No risk in non-human studies)
Routes of
administration
By mouth and intravenous
Drug classproton pump inhibitor
ATC code
Legal status
Legal status
  • ℞ (Prescription only)
Pharmacokinetic data
Bioavailability77%
MetabolismLiver (CYP2C19)
Elimination half-life1-2 hours
ExcretionUrine, Feces
Identifiers
  • (RS)-6-(Difluoromethoxy)-2-[(3,4-dimethoxypyridin-2-yl)methylsulfinyl]-1H-benzo[d]imidazole
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.111.005 Edit this at Wikidata
Chemical and physical data
FormulaC16H15F2N3O4S
Molar mass383.371 g/mol
3D model (JSmol)
ChiralityRacemic
  • FC(F)Oc1ccc2[nH]c(nc2c1)S(=O)Cc3nccc(OC)c3OC
  • InChI=1S/C16H15F2N3O4S/c1-23-13-5-6-19-12(14(13)24-2)8-26(22)16-20-10-4-3-9(25-15(17)18)7-11(10)21-16/h3-7,15H,8H2,1-2H3,(H,20,21) checkY
  • Key:IQPSEEYGBUAQFF-UHFFFAOYSA-N checkY
  (verify)

ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ତରଳ ଝାଡ଼ା, ବାନ୍ତିମ ପେଟ ଯନ୍ତ୍ରଣା ଓ ଗଣ୍ଠି ଯନ୍ତ୍ରଣା arthralgia ହୋଇପାରେ ।[୨] ସାଂଘାତିକ ପ୍ରତିକ୍ରିୟା ହେଲେ ଆନାଫାଇଲାକ୍‌ସିସ, ଆଟ୍ରୋଫିକ ଗାସ୍ଟ୍ରାଇଟିସ (atrophic gastritis), ସ୍ୱଳ୍ପ ମ୍ୟାଗନେସିଅମ (low magnesium) ଓ ଭିଟାମିନ ବି୧୨ ଅଭାବ ହୋଇପାରେ ।[୨] ପାଣ୍ଟୋପ୍ରାଜୋଲ ଏକ ପ୍ରୋଟିନ-ପମ୍ପ ଇନହିବିଟର (proton pump inhibitor) ଯାହା ଗ୍ୟାସ୍ଟ୍ରିକ ଏସିଡ ସ୍ରାବ କମେଇଦିଏ ।[୨] ଏହା ପାକସ୍ଥଳୀରେ ହାଇଡ୍ରୋଜେନ ପୋଟାସିଅମ ଏଟିପେଜର ((H+/K+)-ATPase) କାର୍ଯ୍ୟକୁ ଅଣସକ୍ରିୟ କରିଦିଏ ।[୪][୨]

ପାଣ୍ଟୋପ୍ରାଜୋଲ ଅନୁଶୀଳନ ସନ ୧୯୮୫ରେ ଆରମ୍ଭ ହେଲା ଓ ସନ ୧୯୯୪ରେ ଜର୍ମାନୀରେ ଡାକ୍ତରୀ ବ୍ୟବ‌ହାରରେ ଆରମ୍ଭ କରାଗଲା ।[୫] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୧୦ ଆମେରିକୀୟ ଡଲାରରୁ କମ୍ ।[୬] ସଂଯୁକ୍ତ ରାଷ୍ଟ୍ରରେ ଏହାର ମୂଲ୍ୟ ୦.୦୫ ପାଉଣ୍ଡ କିନ୍ତୁ ଏକ ଡୋଜ ଇଞ୍ଜେକସନର ମୂଲ୍ୟ ୫ ପାଉଣ୍ଡ ।[୩]

ଆଧାର ସମ୍ପାଦନା

  1. ଆଧାର ଭୁଲ: ଅଚଳ <ref> ଚିହ୍ନ; brands ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Pantoprazole Sodium Monograph for Professionals - Drugs.com". Drugs.com. American Society of Health-System Pharmacists. Retrieved 28 October 2018.
  3. ୩.୦ ୩.୧ British national formulary : BNF 74 (74 ed.). British Medical Association. 2017. p. 79. ISBN 978-0857112989.
  4. Richardson, P; Hawkey, CJ; Stack, WA (September 1998). "Proton pump inhibitors. Pharmacology and rationale for use in gastrointestinal disorders". Drugs. 56 (3): 307–35. doi:10.2165/00003495-199856030-00002. PMID 9777309.
  5. Fischer, János; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 130. ISBN 9783527607495.
  6. "NADAC as of 2018-10-24". Centers for Medicare and Medicaid Services (in ଇଂରାଜୀ). Archived from the original on 2019-06-24. Retrieved 28 October 2018.

ବାହ୍ୟ ଲିଙ୍କ ସମ୍ପାଦନା