ପାଇକମାନେ ଭାରତୀୟ ମୁକ୍ତି ସଂଗ୍ରାମର ସାମରିକ ପଦାତିକ ଯୋଦ୍ଧା ଥିଲେ । ଏମାନେ ମୁଖ୍ୟତଃ ଓଡ଼ିଶାର ଖୋର୍ଦ୍ଧା ଅଞ୍ଚଳର ଏବଂ ଭିନ୍ନ ଭିନ୍ନ ପେଶାଧାରୀ ଥିଲେ । କିନ୍ତୁ ଯୁଦ୍ଧ ସମୟରେ ଏମାନେ ସୈନିକର ଭୂମିକା ନେଉଥିଲେ । ଉତ୍କଳର ରାଜା ପ୍ରତାପରୁଦ୍ର ଦେବଙ୍କ ସମୟରେ ପାଇକମାନେ ଥିଲେ ଯୁଦ୍ଧର ମୁଖ୍ୟ ବଳ । ଇଟାକାର (ସାମରିକ ପାଇକ ନାଚ ପ୍ରଦର୍ଶନକାରୀ), ଫଡ଼ିକାର (ଧନୁର୍ଦ୍ଧାରୀ) ଓ ଧନୁକୀ ନାମରେ ପାଇକମାନେ ତିନି ଭାଗରେ ବିଭକ୍ତ । ପ୍ରକାଶନ କାଳ ଜଣାନଥିବା ପାଇକଖେଡ଼ା ନାମକ ଏକ ବହିରେ ପାଇକମାନଙ୍କ ବାବଦରେ ବିଶଦ ବର୍ଣ୍ଣନା ରହିଛି । ୭୦ ଜଣ ପାଇକଙ୍କ ଦଳକୁ ଭୂୟାଁ କୁହାଯାଏ । ସେହି ଭଳି ୨୭ ଜଣ ପାଇକଙ୍କୁ ନେଇ ଏଇ "ଦଳ" ଗଠିତ ହୁଏ ।[୧]

ଇତିହାସସମ୍ପାଦନ କରନ୍ତୁ

ପ୍ରତାପରୁଦ୍ରଦେବସମ୍ପାଦନ କରନ୍ତୁ

ପ୍ରତାପରୁଦ୍ରଦେବଙ୍କ ରାଜଧାନୀ କଟକରେ ଥିବାରୁ ଦକ୍ଷିଣକୁ ସାମ୍ରାଜ୍ୟ ବଢ଼ାଇବା ବେଳେ ଶାସନ ଓ ସୈନ୍ୟବାହିନୀର ଆବଶ୍ୟକତା ପଡ଼ିଲା । ଶାସନ ପରିଚାଳନାକୁ ଆଖିରେ ରଖି ଉଭୟ ପ୍ରଶାସନିକ ଓ ସେନା ବଳ ବଢ଼ାଗଲା ।[୨]

ଶ୍ରେଣୀବିଭାଗସମ୍ପାଦନ କରନ୍ତୁ

୭୦ ଜଣ ପାଇକଙ୍କ ଦଳକୁ "ଭୂୟାଁ" ଓ ୨୭ ଜଣ ପାଇକଙ୍କୁ ନେଇ ଏଇ "ଦଳ" ଗଠିତ ହୁଏ । ଏକ ଦଳ ସହ ସ୍ୱେଚ୍ଛାସେବୀ ଅଣ-ସେନାନୀ ଯାଉଥିଲେ । ଏମାନେ ଯୁଦ୍ଧରେ କ୍ଷତବିକ୍ଷତ ହେଉଥିବା ପାଇକମାନଙ୍କ ଯତ୍ନ ନେଉଥିଲେ ।[୩] ପାଇକମାନଙ୍କ ଶ୍ରେଣୀବିଭାଗ:

  • "ବାହିନୀପତି" ବା "ପାଇକରାୟ": ପାଇକମାନଙ୍କ ଦଳପତି
  • "ଦଳବେହେରା": ଦଳର ମୁଖିଆ
  • "ନାୟକ" ବା "ଗଡ଼ନାୟକ": ଗଡ଼ର ମୁଖିଆ
  • "ବାହୁବଳେନ୍ଦ୍ର": ଅଣ-ସେନାନୀର ମୁଖିଆ

ବେଶଭୂଷାସମ୍ପାଦନ କରନ୍ତୁ

ମୁଣ୍ଡସମ୍ପାଦନ କରନ୍ତୁ

ମୁଣ୍ଡର ମୁକୁଟରେ ଥିବା ବିଭିନ୍ନ ଅଂଶ:

  • ବଜ୍ର: ମୁକୁଟର ଚୂଳ
  • ବାଘ ମର୍ଗଆ: ବଜ୍ର ଶେଷରେ ଥିବା ଏକ ଗୋଲାକାର ବସ୍ତୁ
  • ହାଣ୍ଡିଆ: ବାଘ ମର୍ଗଆ ପରେ ଥିବା ଅର୍ଦ୍ଧଚନ୍ଦ୍ରାକାର ଧାତବ ବସ୍ତୁ

କବନ୍ଧସମ୍ପାଦନ କରନ୍ତୁ

କାନ୍ଧ

ଏକ କାନ୍ଧରୁ ଆରଟିକୁ ଏକ ପଟି ପଡ଼ିଥାଏ । ତାହାକୁ "କପ" କୁହାଯାଏ । ଏକ କାନ୍ଧରେ ଢେଣୁ (ଧନୁ) ଓ ଆର କାନ୍ଧରେ କାଣ୍ଡସର ଝୁଲୁଥାଏ ।

ଛାତି

ଛାତିରେ ପଟି ବନ୍ଧାହୋଇ ଏକ "କଟାରି" ଖୋସାଯାଇଥାଏ ।

ବାହା ଓ ହାତ

ବାହୁରେ "ବାହୁଟି" ପିନ୍ଧାଯାଇଥାଏ । ବାହୁଟି ତଳକୁ "କବଚ" ଓ ତା' ତଳକୁ "କଲିଙ୍ଗି" । କଚଟିରୁ କହୁଣିର ଟିକେ ତଳ ଯାଏ ହୋତା-ବାହାତା ପିନ୍ଧାଯାଏ । ଗୋଟେ ହାତରେ ପାଇକମାନେ ଖଣ୍ଡା ଆଉ ଆର ହାତରେ ଢାଲ ଧରିଥାନ୍ତି ।

ଅଣ୍ଟା

ଅଣ୍ଟାରେ ଏକ "ପେଟି" ପିନ୍ଧାଯାଇଥାଏ । କାନ୍ଧରୁ ଆସିଥିବା "କପ" ଏଥିରେ ଖୋସାଯାଇଥାଏ । ଏଥି ସହିତ ଏକ ତିନିକୋଣିଆ "ସିଙ୍ଗଡ଼ା", ଏକ "ବାଙ୍କଛୁରି" ଓ ମଇଁଷି ଶିଙ୍ଗରେ ତିଆରି "ଶିଙ୍ଗା" ଅଣ୍ଟାରୁ ଝୁଲୁଥାଏ । ଅଣ୍ଟା ତଳକୁ ଆଣ୍ଠୁଯାଏ ଏକ ପୋଷାକ ପିନ୍ଧାଯାଇଥାଏ । ଏଥିରେ ମଝି ଅଂଶରେ ଏକ "ରୁଢ଼ିମାଳ" ଅଣ୍ଟାରୁ ଝୁଲୁଥାଏ । ଅଣ୍ଟାର ଟିକେ ତଳକୁ ଏକ "କଟି ଢାଲ" ଓ ତା' ତଳକୁ "ରଞ୍ଜକ ପଟି" ଝୁଲୁଥାଏ । ଏକ କାନିପରି ଦିଶୁଥିବା "ଓଜମାଳ" ଓ ତହିଁରେ ଥିବା "ଗଣ୍ଠିଆ" ଦେହର ପଛ ଆଡ଼ରେ ଝୁଲୁଥାଏ ।

ଗୋଡ଼

ପାଇକମାନେ ଗୋଡ଼ରେ ଏକ ପ୍ରକାର ମୋଜା ଓ ଜୋତା ପିନ୍ଧିଥାନ୍ତି ।

ଟିକସସମ୍ପାଦନ କରନ୍ତୁ

ପ୍ରତାପରୁଦ୍ରଦେବଙ୍କ କାଳରେ ପ୍ରଜାମାନଙ୍କୁ "ପାଇକ" ନାମରେ ଏକ ଟିକସ ଦେବାକୁ ପଡୁଥିଲା । ଏହି କର ପାଇକମାନଙ୍କ ରକ୍ଷଣାବେକ୍ଷଣା ନିମନ୍ତେ ଖର୍ଚ୍ଚ ହେଉଥିଲା ।[୧]

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ Dipti Ray (2007). Prataparudradeva, the Last Great Suryavamsi King of Orissa (A.D. 1497 to A.D. 1540). Northern Book Centre. pp. 65–. ISBN 978-81-7211-195-3.
  2. R.Sewel, Indian Historical Researchers, Vol. 48 (Virabhadra (AD 1497-1515) remain as the ruler of Kondavidu
  3. "The Gopinathpur Temple Inscriptions". The Gopinathpur Temple Inscriptions. 8.

ଅଧିକ ପଠନସମ୍ପାଦନ କରନ୍ତୁ