ପଦ୍ମ ଫୁଲ
[[ଫୁଲ]] ମଧ୍ୟରେ ପବିତ୍ର ଓ ଶ୍ରଦ୍ଧାର ପ୍ରତୀକ ହେଉଛି ପଦ୍ମ । ଏହା ନେଲୁମ୍ବୋ ପ୍ରଜାତିର ଓ ନେଲୁମ୍ବନାସି ପରିବାର ଅନ୍ତର୍ଭୁକ୍ତ । ଓଡ଼ିଶାରେ ଏହା ସାଧାରଣତଃ ପୋଖରୀ ମାନଙ୍କରେ ଦେଖାଯାଇଥାଏ । ପଦ୍ମର ମୂଳଜନ୍ମ ଭିଏତନାମ ଓ ଆଫଗାନିସ୍ତାନ ବୋଲି କୁହାଯାଏ । ପଦ୍ମକୁ ଭାରତ ଏବଂ ଭିଏତନାମରେ ଜାତୀୟ ଫୁଲ ଭାବେ ଗ୍ରହଣ କରାଯାଇଛି । [୧]
ପଦ୍ମ ଫୁଲ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଗଣ: | Proteales |
କୁଳ: | Nelumbonaceae |
ପ୍ରଜାତି: | Nelumbo |
ଜାତି: | N. nucifera |
ବାଇନୋମିଆଲ ନାମ | |
Nelumbo nucifera | |
Synonyms | |
|
ସାଂସ୍କୃତିକ ମହତ୍ୱ
ସମ୍ପାଦନାବୈଶିଷ୍ଟ୍ୟ
ସମ୍ପାଦନାପଦ୍ମ ଦେବତାମାନଙ୍କର ପୁଷ୍ପ । ତେଣୁ ପଦ୍ମଫୁଲକୁ ପଦ୍ମାବତାର କୁହାଯାଏ । ସେ ଲାଲକମଳ ବା ସଫେଦକମଲ (ଶ୍ୱେତପଦ୍ମ) ହେଉ ତାହା ଦିବ୍ୟଚେତନାର ପ୍ରତୀକ । ପଙ୍କୁଆ/କାଦୁଆ ପୋଖରୀରେ ପଦ୍ମଜାତ ହୋଇ ଅତ୍ୟୁଚ୍ଚ ସ୍ଥାନକୁ ଯାଇଛି ପଦ୍ମ । ଆମ ଚତୁପାର୍ଶ୍ୱର ଦୁନିଆ କର୍ଦ୍ଦମାକ୍ତ, ଅପରିଚ୍ଛନ୍ନ । ଭଗବାନଙ୍କ ସୃଷ୍ଟିରେ ଯେଉଁ ମଣିଷ ଶ୍ରେଷ୍ଠ ବିବେଚିତ ହୁଏ, ସେ ଉଚ୍ଚତର ସୋପାନରେ ପହଞ୍ଚେ । ପଦ୍ମ ଏହି ଉଦାହରଣ ରଖିଛି ଏବଂ ମନୁଷ୍ୟ ଏହି ଗୁଣକୁ ଉଦ୍ଧାର କରିବା ଉଚିତ । ଲାଲକମଳ ପାର୍ଥିବ ସଂମ୍ପଦ ଦିଏ ଓ ଶ୍ୱେତପଦ୍ମ ଯଥେଚ୍ଛା ଜ୍ଞାନ ଓ ଭକ୍ତି ଦିଏ । ଲକ୍ଷ୍ମୀ ଐଶ୍ୱର୍ଯ୍ୟର ଅଧିକାରିଣୀ , ପଦ୍ମବନ ନିବାସିନୀ , ପଦ୍ମକୁ ଆଧାର କରି ତାଙ୍କ ସ୍ମୃତି ନିମ୍ନମତେ କରାଗଲା -
ପଦ୍ମାଳୟା ପଦ୍ମକରଂ
ପଦ୍ମପତ୍ର ନିଭେକ୍ଷଣାମ୍
ବନ୍ଦେ ପଦ୍ମମୁଖୀଂ ପ୍ରିୟାମହମ୍
ବ୍ୟବହାର
ସମ୍ପାଦନାଓଡ଼ିଆ ରାନ୍ଧଣାରେ ପଦ୍ମନାଡରେ ତରକାରୀ ତିଆରୀ ହୁଏ ।
କିଛି ଛବି
ସମ୍ପାଦନା-
କଢି଼
-
-
ସମ୍ପୂର୍ଣ୍ଣ ଫୁଟିଥିବା ପଦ୍ମ
-
ପଦ୍ମ
ଆଧାର
ସମ୍ପାଦନାବାହାର ଆଧାର
ସମ୍ପାଦନାଉଇକିମିଡ଼ିଆ କମନ୍ସରେ Nelumbo nucifera-ସମ୍ପର୍କିତ ମିଡ଼ିଆ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |