ପଦ୍ମା ଗୋଲେ
ପଦ୍ମା ଗୋଲେ (ମରାଠୀ: पद्मा गोळे; ୧୯୧୩–୧୯୯୮) ଜଣେ ମରାଠୀ କବି ଥିଲେ, ଯିଏକି ମହାତ୍ମା ଗାନ୍ଧୀଙ୍କ ଆନ୍ଦୋଳନଦ୍ୱାରା ଅନୁପ୍ରାଣିତ ହୋଇ ନାରୀବାଦ ଉପରେ କବିତା ଲେଖିବା ଆରମ୍ଭ କରିଥିଲେ ।
ପଦ୍ମା ଗୋଲେ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯୧୩ ତସଗାଁ, ସାଙ୍ଗଲି |
ମୃତ୍ୟୁ | ୧୯୯୮ |
ଛଦ୍ମନାମ | Padma |
ବୃତ୍ତି | କବି |
ଭାଷା | ମରାଠୀ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ସମ୍ପର୍କୀୟ | ବିନାୟକରାଓ ପାଟବର୍ଦ୍ଧନ (ବାପା) ସରସ୍ୱତୀବାଇ ପାଟବର୍ଦ୍ଧନ(ମାଆ) |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାସେ ୧୯୧୩ ମସିହାରେ ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲର ତସଗାଁଠାରେ ପାଟବର୍ଦ୍ଧନ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଧନୀ ଭାରତୀୟ ପରିବାରର ଅନେକ ମହିଳାଙ୍କ ମଧ୍ୟରୁ ଜଣେ ଯିଏକି ନାରୀବାଦୀ ଲେଖିକା ହେବା ପାଇଁ ଗାନ୍ଧୀ ଆନ୍ଦୋଳନଦ୍ୱାରା ଉତ୍ସାହିତ ହୋଇଥିଲେ ।[୧] ରାମ ଗଣେଶ ଗଡକରୀ, ତ୍ରୟମ୍ବକ ବାପୁଜୀ ଥମ୍ବରେ ଏବଂ ଯଶୱନ୍ତ ଦିନ୍କର ପେଣ୍ଡରକର ଲେଖାଦ୍ୱାରା ତାଙ୍କ କବିତା ଅନୁପ୍ରାଣିତ ହୋଇଥିଲା । ତାଙ୍କ କବିତାଗୁଡ଼ିକରେ ମୁଖ୍ୟତଃ ଭାରତୀୟ ମଧ୍ୟବିତ୍ତ ମହିଳାମାନଙ୍କ ଘରୋଇ ଜୀବନ ଚିତ୍ରିତ ହୋଇଛି ।[୨]
ରଚବାବଳୀ
ସମ୍ପାଦନା- ଆକାଶବେଡି
- ଶ୍ରାବଣ ମେଘ
- ପ୍ରୀତିପଥର
- ନିହାର
- ସ୍ୱପ୍ନତା
- ସକାଳ
ବ୍ୟକ୍ତିଗତ ଜୀବନ
ସମ୍ପାଦନାପଦ୍ମା ଗୋଲେ ଶ୍ରୀମନ୍ତ ବିନାୟକରାଓ (ବାବାସାହେବ ପାଟବର୍ଦ୍ଧନ) ଏବଂ ଶ୍ରୀମନ୍ତ ସରସ୍ୱତୀବାଇ ପାଟବର୍ଦ୍ଧନଙ୍କ ଦ୍ୱିତୀୟ ସନ୍ତାନ ଥିଲେ । ୧୯୨୩ ମସିହାରେ ବିନାୟକରାଓଙ୍କ ମୃତ୍ୟୁ ପରେ, ତାଙ୍କ ମା' ସମସ୍ତ ପିଲାମାନଙ୍କୁ ପୁଣେକୁ ନେଇଯାଇଥିଲେ, ଯେଉଁଠାରେ ସମସ୍ତ ଭାଇଭଉଣୀମାନେ ଶିକ୍ଷା ଲାଭ କରିଥିଲେ ।
ଆଧାର
ସମ୍ପାଦନା- ↑ Kanwar Dinesh Singh (2004). Feminism and Postfeminism: The Context of Modern Indian Women Poets Writing in English. Solan: Sarup & Sons. p. 38. ISBN 81-7625-460-6.
- ↑ Sisir Kumar Das (2006). A History of Indian Literature: 1911-1956. New Delhi: Sahitya Akademi. p. 330. ISBN 81-7201-798-7.