ପଦ୍ମନାଭ ଇଞ୍ଜିନିୟରିଂ କଲେଜ, ରାଉରକେଲା
ପଦ୍ମନାଭ ଇଂଜିନିୟରିଂ କଲେଜ ରାଉରକେଲା(PCE)ଭାରତୀୟ ରାଜ୍ୟ ଓଡ଼ିଶାର ଶିଳ୍ପ ନଗର ରାଉରକେଲାଠାରେ ଥିବା ଏକ ବେସରକାରୀ ଇଂଜିନିୟରିଂ କଲେକ ।[୨] ଏହା ୧୯୯୯-୨୦୦୦ ମସିହାରେ ପ୍ରତିଷ୍ଠା ହୋଇ ଭୁବନେଶ୍ୱରଠାରେ ମୁଖ୍ୟ ଦପ୍ତର ଥିବା ପଦ୍ମନାଭ ଶିକ୍ଷା ଟ୍ରଷ୍ଟଦ୍ୱାରା ପରିଚାଳିତ ହେଇଥାଏ । ଏହାର ମୁଖ୍ୟ ଉଦେଶ୍ୟ ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କ ପାଇଁ ଉତ୍ତମ ଯାନ୍ତ୍ରିକ ଶିକ୍ଷା ପ୍ରଦାନ କରିବା ।
ପଦ୍ମନାଭ ଇଂଜିନିୟରିଂ କଲେଜ | |
---|---|
ସ୍ଥାପିତ | ୧୯୯୯ |
ପ୍ରକାର | ବେସରକାରୀ |
ନିର୍ଦ୍ଦେଶକ | ଡି.ଆର. ପଟ୍ଟନାୟକ |
ଅବସ୍ଥାନ | ରାଉରକେଲା[୧], ଓଡ଼ିଶା, ଭାରତ |
ପରିସର | ସେକ୍ଟର ୪, ରାଉରକେଲା |
ଅନୁବନ୍ଧନ | ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ, ଏଆଇସିଟିଆଇ |
ୱେବସାଇଟ | www.pcerkl.ac.in |
ପଦ୍ମନାଭ ଇଂଜିନିଯରିଂ କଲେଜ, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ଥିବା ବେଳେ ଏହା କେନ୍ଦ୍ର ସରକାରଙ୍କ ISO 9001:2000 ମାନ୍ୟତା ହାସଲ କରିଛି । ଏହି ଅନୁଷ୍ଠାନ ବର୍ତ୍ତମାନ ସେକ୍ଟର ୪ଠାରେ ଚାଲୁଥିବା ବେଳେ ତାହାର ନୂତନ କୋଠା ସେକଟର ୯ ଅଞ୍ଚଳରେ ନିର୍ମାଣାଧୀନ ।