ପଦାର୍ଥ
ନିତିଦିନିଆ ଜୀବନରେ ପ୍ରଚୀନ ପଦାର୍ଥ ବିଜ୍ଞାନ ଅନୁଯାୟୀ, ଯେ କୌଣସି ଏକ ବସ୍ତୁ ଯାହାର ବସ୍ତୁତ୍ୱ ଥାଏ ଏବଂ ସ୍ଥାନ ଅଧିକାର କରେ, ତାହାକୁ ପଦାର୍ଥ କୁହାଯାଏ । ଏଥିରେ ପରମାଣୁ ଓ ଏହାଦ୍ୱାରା ଗଠିତ ଯେକୌଣସି ବସ୍ତୁ ଅନ୍ତର୍ଭୁକ୍ତ ଥାଏ, ମାତ୍ର କୌଣସି ପ୍ରକାରର ଶକ୍ତି ତଥା ତରଙ୍ଗ ଯଥା: ଆଲୋକ କିମ୍ବା ଧ୍ୱନି ନୁହେ ।[୧][୨] ମାତ୍ର ସାଧାରଣତଃ (ଆଧୁନିକ) ପଦାର୍ଥ ବିଜ୍ଞାନରେ, ପଦାର୍ଥ ଏକ ମୂଳ ଧାରଣା ନୁହେ, କାରଣ ଏହାର ଏକ ସର୍ବସାଧାରଣ ଅର୍ଥ ହେଉଛି ଭ୍ରାନ୍ତିଜନକ (elusive): ପରମାଣୁର ପ୍ରାଥମିକ ତତ୍ତ୍ୱ ବ୍ୟକ୍ତିଗତ ଭାବେ ସ୍ଥାନ ନ ନେଇପାରେ, ମାତ୍ର ବସ୍ତୁତ୍ୱହୀନ ଅଣୁ ଏକାଠି ହୋଇ ଏକ ବସ୍ତୁ ଗଠନ କରିପାରନ୍ତି, ଯାହାର କି ବସ୍ତୁତ୍ୱ ଥାଏ (ଯେତେବେଳେ ଏହା ସ୍ଥିର ଥାଏ ।
ପଦାର୍ଥ ମୁଖ୍ୟତଃ ତିନୋଟି ମୁଖ୍ୟ ଅବସ୍ଥାକୁ ବିଭକ୍ତ ହୋଇଛି, ବେଳେବେଳେ ଚତୁର୍ଥ ଅବସ୍ଥା ପ୍ଳାଜ୍ମା ଯୋଡି ହୋଇଯାଏ । ଉପରୁ ତଳକୁ: ସ୍ଫଟିକ (କଠିନ), ଜଳ (ତରଳ), ନାଇଟ୍ରୋଜେନ୍ ଅକ୍ସାଇଡ (ବାଷ୍ପ), ଅ ଏକ ପ୍ଳାଜ୍ମା ଗ୍ଳୋବ୍ (ପ୍ଳାଜମା) । |
ସମସ୍ତ ନିତିଦିନିଆ ବସ୍ତୁ ଯାହାକୁ ଆମେ ଛୁଇଁପାରୁ ତାହା ପରମାଣୁଦ୍ୱାରା ଗଠିତ । ଏହି ସାଧାରନ ପାରମାଣବିକ ବସ୍ତୁ ମୌଳିକ ଭାବେ ପରମାଣୁଦ୍ୱାରା ଗଠିତ । ଏହି ସାଧାରଣ ପାରମାଣବିକ ବସ୍ତୁ ସୂକ୍ଷ୍ମାଣୁ ଯଥା- ମୁଖ୍ୟତଃ ଏକ ପ୍ରୋଟୋନ ଓ ନ୍ୟୁଟ୍ରନ୍ର ନ୍ୟଷ୍ଟି ଓ ଘୂର୍ଣ୍ଣାୟମାନ ଇଲେକ୍ଟ୍ରନ୍ର ସହଭାଗିତାରୁ ସୃଷ୍ଟି ହୋଇଥାଏ । [୩][୪]
ଆଧାର
ସମ୍ପାଦନା- ↑
ଆର୍ ପେନ୍ରୋଜ୍ (୧୯୯୧). "ଦି ମାସ୍ ଅଫ୍ ଚ୍ଲାସିକାଲ୍ ଭାକ୍ୟୁମ୍ (The mass of the classical vacuum)". ଦି ଫିଲୋସୋଫି ଅଫ୍ ଭାକ୍ୟୁମ୍ (The Philosophy of Vacuum). ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରେସ୍ (Oxford University Press). p. 21. ISBN 0-19-824449-5.
{{cite book}}
: Unknown parameter|editors=
ignored (|editor=
suggested) (help) - ↑ "ପଦାର୍ଥ (ପଦାର୍ଥ ବିଜ୍ଞାନ)". McGraw-Hill's Access Science: Encyclopedia of Science and Technology Online. Retrieved 2009-05-24.
- ↑ P. Davies (1992). The New Physics: A Synthesis. Cambridge University Press. p. 1. ISBN 0-521-43831-4.
- ↑ G. 't Hooft (1997). In search of the ultimate building blocks. Cambridge University Press. p. 6. ISBN 0-521-57883-3.