ପଞ୍ଚରତ୍ନ ଶିବ ମନ୍ଦିର

ପଞ୍ଚରତ୍ନ ଶିବ ମନ୍ଦିର, ବଙ୍ଗଳାଦେଶରେ ଥିବା ଏକ ହିନ୍ଦୁ ମନ୍ଦିର । ଏହି ମନ୍ଦରଟି ଭୁବନେଶ୍ୱର ଶିବ ମନ୍ଦିର ଭାବରେ ମଧ୍ୟ ପ୍ରସିଦ୍ଧ । ଏହି ମନ୍ଦିରଟି ରାଜସାହି ଜିଲ୍ଲାର ପୁଥିଆଠାରେ ଅବସ୍ଥିତ । ଏହି ମନ୍ଦିରଟି ପୁଥିଆରେ ଥିବା ମନ୍ଦିର ପରିସର ଭିତରେ ଅବସ୍ଥିତ । ଏହି ଐତିହାସିକ ତୀର୍ଥ ସ୍ଥାନଟି ପାଖରେ ଶିବ ନାମକ ଏକ ହ୍ରଦ ରହିଛି । ଏହି ମନ୍ଦିରର ଉପର ଭାଗ ଗମ୍ବୁଜ ଗୁଡ଼ିକଦ୍ୱାରା ସୁସଜ୍ଜିତ ହୋଇଛି । ମନ୍ଦିରଟିର ଉପରି ଭାଗରେ ସମୁଦାୟ ୫ଟି ଗମ୍ବୁଜ ରହିଛି । ଏହି ମନ୍ଦିରଟି ପୁଥିଆ ରାଜ ଉଆସର ପ୍ରବେଶ ଦ୍ୱାର ନିକଟରେ ରହିଛି ।[୧][୨]

ପଞ୍ଚରତ୍ନ ଶିବ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtରାଜସାହି ଜିଲ୍ଲା
Location
ସ୍ଥାନପୁଥିଆ
Countryବଙ୍ଗଳାଦେଶ

ବଙ୍ଗଳାଦେଶରେ ଏବେ ସୁରକ୍ଷିତ ଅବସ୍ଥାରେ ଥିବା ହିନ୍ଦୁ ମନ୍ଦିର ମଧ୍ୟରେ ଏହି ମନ୍ଦିରଟି ସବୁଠାରୁ ଅଧିକ ଆକର୍ଷଣୀୟ ଏବଂ ସୌନ୍ଦର୍ଯ୍ୟ ମୟ ବୋଲି ବିବେଚନା କରାଯାଏ । ଏହାର ନିର୍ମାଣ ଶୈଳୀ ଏବଂ ଦୃଶ୍ୟମାନ କୀର୍ତ୍ତି ରାଶି ଗୁଡ଼ିକ ଏହି ମନ୍ଦିରକୁ ଏକ ବିଶେଷ ପରିଚୟ ଦେଇଛି ।[୧]

ଅବସ୍ଥିତି ସମ୍ପାଦନା

ଏହି ମନ୍ଦିରଟି ବଙ୍ଗଳାଦେଶର ରାଜସାହି ଜିଲ୍ଲାର ପୁଥିଆଠାରେ ରହିଛି । ରାଜସାହି ସଦର ମହକୁମାଠାରୁ ପୁଥିଆ ସ‌ହର ୩୨ କିଲୋମିଟର ଦୂରରେ ଅବସ୍ଥିତ ।[୩] ଢାକା ରାଜସାହି ଜାତୀୟ ରାଜପଥ ସ‌ହ ଏହି ସ୍ଥାନ‌କୁ ସଂଯୋଗ ରହିଛି ।[୨]

ଇତିହାସ ସମ୍ପାଦନା

ମନ୍ଦିରଟି ପୁଥିଆ ରାଜ ଉଆସ ମଧ୍ୟରେ ଅବସ୍ଥିତ । ରାଜସାହିର ପୁଥିଆରେ ଥିବା ରାଜବାଟୀଟି ୧୮୨୩ରୁ ୧୮୯୫ ଖ୍ରୀଷ୍ଟାବ୍ଦ ମଧ୍ୟରେ ନିର୍ମିତ ହୋଇଥିଲା । ଏହି ରାଜ ଉଆସଟି ପଞ୍ଚ ଅନି ପ୍ରାସାଦ ନାମରେ ନାମିତ । ଏହି ମନ୍ଦିରଟି ପୁଥିଆ ରାଜ ଉଆସର ପ୍ରବେଶ ଦ୍ୱାରରେ ଅବସ୍ଥିତ । ଏହି ମନ୍ଦିରଟି ରାଣୀ ଭୁବନ ମୟୀ ଦେବୀଙ୍କଦ୍ୱାରା ନିର୍ମାଣ ହୋଇଥିଲା । ପୁଥିଆ ରାଜବାଟିର ରାଜା ଜଗତ ନାରାୟଣ ରାୟଙ୍କର ପତ୍ନୀ ଥିଲେ ଭୁବନ ମୟୀ ଦେବୀ ।[୪] ଏହି ମନ୍ଦିରଟି ୧୮୨୩ରୁ ୧୮୩୦ ମସିହା ଭିତରେ ନିର୍ମାଣ ହୋଇଥିଲା । ଏହି ମନ୍ଦିରଟିର ନିର୍ମାଣରେ ସମୁଦାୟ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାର ଅନୁମାନ କରାଯାଏ ।[୧]

ବିଶେଷତା ସମ୍ପାଦନା

 
ମନ୍ଦିର ଭିତରେ ଥିବା ଶିବଲିଙ୍ଗ

ଏହି ମନ୍ଦିରଟି ମଧ୍ୟ ରାଜ ପ୍ରାସାଦରେ ଥିବା ପଞ୍ଚରତ୍ନ ଗୋବିନ୍ଦ ମନ୍ଦିର ପରି ହୋଇଛି । ଏହି ମନ୍ଦିରର ଉପରେ ମଧ୍ୟ ସେ ମନ୍ଦିର ଭଳି ଗୋଟିଏ ବଡ଼ ଗମ୍ବୁଜ ଏବଂ ଚାରୋଟି କ୍ଷୁଦ୍ର ଗମ୍ବୁଜ ଅଛି । ଏହି ମନ୍ଦିରରେ ମଧ୍ୟ ସେ ମନ୍ଦିର ଭଳି ଟେରାକୋଟା କାର୍ଯ୍ୟ ହୋଇଛି । ଏହି ମନ୍ଦିରଟି ୧୧.୬୬ ଫୁଟ ଉଚ୍ଚରେ ଅବସ୍ଥିତ । ଏହି ମନ୍ଦିରଟିର ତଳ ଭାଗ ଏକ ବର୍ଗାକାର କ୍ଷେତ୍ର ପରି ହୋଇଛି ଏବଂ ଏହାର ଉପର ଭାଗର ଗମ୍ବୁଜ ଗୁଡ଼ିକ ମହୁମଛିର ବସା ପରି ହୋଇଛି ।[୧][୪]

୬୫ ବର୍ଗ ଫୁଟ ଆକାରରେ ନିର୍ମାଣ ହୋଇଛି ଏହି ମନ୍ଦିରଟି । ଏହା ମଧ୍ୟରେ କେବଳ ଗର୍ଭ ଗୃହଟି ୧୩.୨୫ ବର୍ଗ ଫୁଟର । କଳା ମୁଗୁନି ପଥରରେ ନିର୍ମିତ ଏକ ଶିବ ଲିଙ୍ଗ ରହିଛି ଏହି ମନ୍ଦିର ଭିତରେ । ଏହି ମନ୍ଦିରଟି ଇଟାରେ ତିଆରି ହୋଇଛି । ମନ୍ଦିରଟିର ଉତ୍ତର ଭାରତର ମନ୍ଦିର ଶୈଳୀରେ ନିର୍ମାଣ ହୋଇଛି । ଏହି ମନ୍ଦିରର ଗର୍ଭ ଗୃହକୁ ଲାଗି ଆହୁରି ଚାରୋଟି ଘର ରହିଛି । ଏହି ଚାରୋଟି ଘରକୁ ଗର୍ଭ ଗୃହରୁ ଗୋଟିଏ ଲେଖାଏଁ ସଂଯୋଗ ଦ୍ୱାର ରହିଛି ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Puthia Rajbari". Pancha Ratna Shiva Temple. Rajshahi University Web Page. Archived from the original on 18 May 2015. Retrieved 12 May 2015.
  2. ୨.୦ ୨.୧ Mikey Leung; Belinda Meggitt (2009). Bangladesh. Bradt Travel Guides. p. 301. ISBN 978-1-84162-293-4.
  3. Alam, Mahmamuda, Puthia temple complex: Developing tourism through architecture (pdf), BRAC University, retrieved 11 May 2015
  4. ୪.୦ ୪.୧ Bangladesh. Ministry of Cabinet Affairs. Establishment Division; Muhammad Ishaq (1976). Bangladesh District Gazetteers: Rajshahi 1976. Bangladesh Government Press. p. 72.