ପଞ୍ଚରତ୍ନ ଗୋବିନ୍ଦ ମନ୍ଦିର
ପଞ୍ଚରତ୍ନ ଗୋବିନ୍ଦ ମନ୍ଦିର ବଙ୍ଗଳାଦେଶରେ ଥିବ ଏକ ହିନ୍ଦୁ ମନ୍ଦିର । ଏହି ମନ୍ଦିରଟି ରାଜସାହି ଜିଲ୍ଲାର ପୁଥିଆଠାରେ ଅବସ୍ଥିତ । ୧୯ଶ ଖ୍ରୀଷ୍ଟାବ୍ଦରେ ନିର୍ମିତ ଏହି ମନ୍ଦିରଟି ସେ ସମୟର ଏକ ଉଲ୍ଲେଖନୀୟ କିର୍ତ୍ତି ଭାବରେ ପରିଗଣିତ ହୋଇଥାଏ । ଏହି ମନ୍ଦିରଟି ପଞ୍ଚ ରତ୍ନ ବା ଧାତୁରେ ନିର୍ମିତ ହୋଇଛି । ଏହି ମନ୍ଦିରଟି ପୁଥିଆ ରଜାବାଟୀ ବା ଉଆସର ଭିତର ପାର୍ଶ୍ୱରେ ଅବସ୍ଥିତ ।[୧][୨]
ପଞ୍ଚରତ୍ନ ଗୋବିନ୍ଦ ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ରାଜସାହି ଜିଲ୍ଲା |
Location | |
ସ୍ଥାନ | ପୁଥିଆ |
Country | ବଙ୍ଗଳାଦେଶ |
ଅବସ୍ଥିତି
ସମ୍ପାଦନାଏହି ମନ୍ଦିରଟି ବଙ୍ଗଳାଦେଶର ରାଜସାହି ଜିଲ୍ଲାର ପୁଥିଆଠାରେ ରହିଛି । ରାଜସାହି ସଦର ମହକୁମାଠାରୁ ପୁଥିଆ ସହର ୩୨ କିଲୋମିଟର ଦୂରରେ ଅବସ୍ଥିତ ।[୩] ଢାକା ରାଜସାହି ଜାତୀୟ ରାଜପଥ ସହ ଏହି ସ୍ଥାନକୁ ସଂଯୋଗ ରହିଛି ।[୪]
ଇତିହାସ
ସମ୍ପାଦନାମନ୍ଦିରଟି ପୁଥିଆ ରାଜ ଉଆସ ମଧ୍ୟରେ ଅବସ୍ଥିତ । ରାଜସାହିର ପୁଥିଆରେ ଥିବା ରାଜବାଟୀଟି ୧୮୨୩ରୁ ୧୮୯୫ ଖ୍ରୀଷ୍ଟାବ୍ଦ ମଧ୍ୟରେ ନିର୍ମିତ ହୋଇଥିଲା । ଏହି ରାଜ ଉଆସଟି ପଞ୍ଚ ଅନି ପ୍ରାସାଦ ନାମରେ ନାମିତ । ଏହି ଉଆସର ବାମ ପାର୍ଶ୍ୱରେ ଥିବା ଗୋବିନ୍ଦ ବାଡ଼ି ବା ମନ୍ଦିରଆଙ୍ଗନର ଏହି ମନ୍ଦିରଟି ରହିଛି । ରାଜ ପ୍ରାସାଦ ପ୍ରାଙ୍ଗଣରେ ଥିବା ଏହି ମନ୍ଦିରଟି ପୁଥିଆର ରାଜ ପରିବାରର ଜଣେ ମହାରାଣୀଙ୍କଦ୍ୱାରା ନିର୍ମାଣ କରାଯାଇଥିଲା ।[୨][୫]
ବିଶେଷତା
ସମ୍ପାଦନାଏହି ମନ୍ଦିରଟି ଏକ ବଡ଼ ବର୍ଗାକାର ଭବନ ଆକୃତିର ହୋଇଛି । ଏହା ସହ ମନ୍ଦିରର ଉପରେ ପାଞ୍ଚୋଟି ଗମ୍ବୁଜ ଆକୃତି ଚୂଡ଼ା ରହିଛି । ଏହି ଗମ୍ବୁଜ ଗୁଡ଼ିକର ତଳ ଭାଗ ଗୋଲାକର ଏବଂ ଚଉଡ଼ା ହୋଇ ରହିଛି । ଗମ୍ବୁଜ ଗୁଡ଼ିକର ଉପର ଭାଗକୁ ଧିରେ ଧିରେ ପତଳା ଏବଂ ଅଣ ଓସାରିଆ ହୋଇ ରହିଛି ।[୧][୫] ଏହି ମନ୍ଦିରଟିର ଏକ ଚଟାଣ ଉପରେ ଇଟାରେ ନିର୍ମାଣ ହୋଇଛି । ଏହି ମନ୍ଦିରଟିର ଗର୍ଭ ଗୃହରେ ନିର୍ମାଣ ଶୈଳୀ ଅତ୍ୟନ୍ତ ଆକର୍ଷଣୀୟ ଏବଂ ପବିତ୍ରତାର ପରିପ୍ରକାଶ ହୋଇଥାଏ । ଗର୍ଭ ଗୃହର ଚାରି ପାର୍ଶ୍ୱରେ ଚାରୋଟି ଘର ରହିଛି, ଏହି ଘର ଭିତରକୁ ଗର୍ଭ ଗୃହରୁ ଗୋଟିଏ ଲେଖାଏଁ ସଂକୀର୍ଣ୍ଣ ରାସ୍ତା ରହିଛି । ଗର୍ଭ ଗୃହର ଭିତର ପାର୍ଶ୍ୱର ଛାତ ଗୁଡ଼ିକ ଗୋଲାକାର ଆକୃତିର ହୋଇଛି ଏବଂ ଅନ୍ୟ ଚାରୋଟି ଘରର ଛାତ ଘନାକାର ଗୋଲକ ହୋଇ ରହିଛି । ମନ୍ଦିରର ଉପର ପାର୍ଶ୍ୱରେ ଥିବା ଛୋଟ ଚାରୋଟି ଗମ୍ବୁଜ ଏହି ପାର୍ଶ୍ୱବର୍ତ୍ତୀ ଗୃହର ଉପରେ ରହିଛି ଏବଂ ବଡ଼ ଗମ୍ବୁଜଟି ଗର୍ଭ ଗୃହର ଉପରିଭାଗ ଅଟେ ।[୨][୫] ଏହି ମନ୍ଦିରର ନିର୍ମାଣ ଶୈଳୀ କାନ୍ତନାଗ ମନ୍ଦିର ବା କାନ୍ତନାଗ ମନ୍ଦିରର ନିର୍ମାଣ ଶୈଳୀ ପରି ହୋଇଛି । କାନ୍ତନାଗ ମନ୍ଦିରଟି ଏହି ମନ୍ଦିରର ପ୍ରତିଷ୍ଠାର ପାଖାପାଖି ୧୦୦ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିଲା । ଏହି ମନ୍ଦିରଟିର ଟେରାକୋଟା ବିଭିନ୍ନ ଆକର୍ଷଣୀୟ ଦୃଶ୍ୟରେ ନିର୍ମାଣ ହୋଇଛି । ଏହି ଟେରାକୋଟା ଗୁଡ଼ିକରେ ହିନ୍ଦୁ ପୁରାଣରେ ବର୍ଣ୍ଣିତ ରାମୟାଣ ଏବଂ ମହାଭାରତର ଦୃଶ୍ୟ ଦୃଶ୍ୟାୟନ ହୋଇଛି । ରାମାୟଣରେ ରାମ ସୀତା ଏବଂ ରାବଣ ସହ ଯୁଦ୍ଧ ଦୃଶ୍ୟାୟନ ହୋଇଥିଲା ବେଳେ ମହାଭାରତରୁ ରାଧା କୃଷ୍ଣଙ୍କର କିଛି ଅନ୍ତରଙ୍ଗ ଦୃଶ୍ୟ ଦୃଶ୍ୟାୟନ ହୋଇଛି । ଏହି ମନ୍ଦିରରେ କୃଷ୍ଣଙ୍କର ମୂର୍ତ୍ତି ରଖାଯାଇଛି । ମନ୍ଦିରରେ ଥିବା ଏହି ମୂର୍ତ୍ତିଟିକୁ ସେଠାକାର ସ୍ଥାନୀୟ ଲୋକମାନେ ପୂଜା କରିଥାନ୍ତି । [୨][୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ Nazimuddin Ahmad (1990). Epic Stories in Terracotta: Depicted on Kantanagar Temple, Bangladesh. University Press. p. 107. ISBN 0836437721.
- ↑ ୨.୦ ୨.୧ ୨.୨ ୨.୩ Stuart Butler (2008). Bangladesh. Ediz. Inglese. Lonely Planet. p. 117. ISBN 978-1-74104-547-5.
- ↑ Alam, Mahmamuda, Puthia temple complex: Developing tourism through architecture (pdf), BRAC University, retrieved 11 May 2015
- ↑ Mikey Leung; Belinda Meggitt (2009). Bangladesh. Bradt Travel Guides. p. 301. ISBN 0836437721.
- ↑ ୫.୦ ୫.୧ ୫.୨ ୫.୩ "Puthia Rajbari". Pancha Ratna Bara Govinda Mandir. Rajshahi University Web Page. Archived from the original on 18 May 2015. Retrieved 11 May 2015.