ପକୋଡ଼ା (pronounced [pəˈkoːɽaː]), ଯେମିତି କି, ପକଡ଼ି, ପୋନାକୋ ମଧ୍ୟ କୁହାଯାଇଥାଏ । ଏହା ଏକ ତେଲରେ ଛଣା ହୋଇଥିବା ଜଳଖିଆ ଅଟେ । ମୂଳ ରୂପେ ଭାରତର[୪][୫] ଉପ-ମହାଦ୍ୱୀପରେ ଏହା ଦେଖା ଦେଇଥାଏ, ଖାସ କରି ଭାରତ, ବଙ୍ଗଳାଦେଶ, ନେପାଳ ଏବଂ ପାକିସ୍ତାନରେ ଏହା ପ୍ରସିଦ୍ଧ ଅଟେ । [୬]

ପକୋଡ଼ା
ଅନ୍ୟ ନାମପକୋଡ଼ା, ପକଡ଼ି, ପୋନାକୋ
ପରଷାକ୍ଷୁଧା ବର୍ଧକ ଏବଂ ଜଳଖିଆ
ମୂଳ ସ୍ଥାନଭାରତ[୧][୨] [୩]
ଅଞ୍ଚଳ ବା ରାଜ୍ୟଭାରତୀୟ ଉପ-ମହାଦ୍ୱୀପ
ମୁଖ୍ୟ ଉପାଦାନବେସନ, ଲୁଣ, ପାଣି ଏବଂ ଛାଣିବା ପାଇଁ ତେଲ
ପ୍ରକାର ଭେଦଆଳୁ, ପିଆଜ, ଲଙ୍କା, ଫୁଲ କୋବି, ମିଶା ପରିବା, ପନିର, ଚିକେନ, ଅଣ୍ଡା ଇତ୍ୟାଦି

ତିଆରି ସମ୍ପାଦନା

ପକୋଡ଼ା ଏକ ଖାଦ୍ୟ ପଦାର୍ଥ ଯାହା, ପିଆଜ, ବାଇଗଣ, ଆଳୁ, ପନିର, ଫୁଲ କୋବି, ଲଙ୍କା, ଟମାଟୋ କିମ୍ବା କେବେ କେବେ ବ୍ରେଡ଼ ସହିତ ତିଆରି ହୋଇଥାଏ ।[୭] ଏହା ମୁଖ୍ୟତଃ ବେସନରୁ ପ୍ରସ୍ତୁତ ହୋଇଥାଏ । ବେସନରେ ଲୁଣ, ବେକିଂ ପାଉଡର, ପାଣି ସହିତ ପ୍ରସ୍ତୁତ କରାଯାଉଥିବା ଆବଶ୍ୟକୀୟ ପରିବା ମିଶାଇ ତିଆରି କରାଯାଇଥାଏ । ପରେ ଏହାକୁ ତେଲରେ ଛୋଟ ଛୋଟ ଆକାରରେ ଗଢ଼ି ଛଣା ଯାଇଥାଏ । ସବୁଠାରୁ ଲୋକପ୍ରିୟ ପକୋଡ଼ା ଭିତରେ ପିଆଜ ପକୋଡ଼ା, ଆଳୁ ପକୋଡ଼ା, ପନିର ପକୋଡ଼ା, ଚିକେନ ପକୋଡ଼ା, ବାଇଗଣ ପକୋଡ଼ା ଇତ୍ୟାଦି ରହିଥାଏ ।

ପ୍ରସ୍ତୁତି ସମ୍ପାଦନା

ପକୋଡ଼ା ସାଧାରଣତଃ ଜଳଖିଆ କିମ୍ବା କ୍ଷୁଧାବର୍ଧକ ରୂପେ ପ୍ରସ୍ତୁତ କରାଯାଇଥାଏ । ଗ୍ରେଟ ବ୍ରିଟେନରେ ଏହା ଏକ ଫାଷ୍ଟ ଫୁଡ଼ ରୂପେ ଲୋକପ୍ରିୟ ଅଟେ, ଯାହା ମୁଖ୍ୟତଃ ଭାରତ ଏବଂ ପାକିସ୍ତାନ ରେଷ୍ଟୁରାଣ୍ଟରେ ଉପଲବ୍ଧ ହୋଇଥାଏ । ମୁଖ୍ୟତଃ ଭାରତୀୟମାନେ ଏହାକୁ ବିଭିନ୍ନ ସମାରୋହରେ କୁଣିଆମାନଙ୍କ ପାଇଁ ଚାହା ସହିତ ପକୋଡ଼ାର ମଧ୍ୟ ବ୍ୟବସ୍ଥା କରିଥାନ୍ତି । ତା ସହିତ ପକୋଡ଼ା ପାଇଁ ବିଭିନ୍ନ ଚଟଣି ମଧ୍ୟ ଦେଇଥାନ୍ତି ।

ଗ୍ୟାଲେରି ସମ୍ପାଦନା

ଆଧାର ସମ୍ପାଦନା

  1. https://www.britannica.com/topic/pakora
  2. http://www.seattletimes.com/pacific-nw-magazine/pakoras-are-tasty-versatile-treats-from-india-that-work-well-as-appetizers-snacks-or-meals/
  3. http://m.hindustantimes.com/brunch/take-pride-in-the-bonda-or-pakora-it-is-our-gift-to-the-world/story-khxwM10l0NT8HLZ8ik9G7I.html
  4. https://www.britannica.com/topic/pakora
  5. http://www.seattletimes.com/pacific-nw-magazine/pakoras-are-tasty-versatile-treats-from-india-that-work-well-as-appetizers-snacks-or-meals/
  6. Devi, Yamuna (1999). Lord Krishna's Cuisine: The Art of Indian Vegetarian cooking. New York: E. P. Dutton. pp. 447–466, Pakoras: Vegetable Fritters. ISBN 0-525-24564-2.
  7. Arora, Ritu (2002). Healthy Kitchen: More Than 350 Oil Free Recipes. New Delhi, India: B. Jain publishers (P) Ltd. pp. 186, Bread Pakora. ISBN 81-8056-208-5.