ନୱସୀନ ନହରୀନ ମୋଉ
ନୱସୀନ ନହରୀନ ମୋଉ (ବଙ୍ଗଳା: নওশীন) ( ଅଗଷ୍ଟ ୧୫, ୧୯୮୫
ନୱସୀନ ନହରୀନ ମୋଉ | |
---|---|
নওশীন | |
ଜନ୍ମ | ଖୁଲ୍ନା | ୧୫ ଅଗଷ୍ଟ ୧୯୮୫
ଜାତୀୟତା | ବାଂଲାଦେଶୀ |
ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ, ବେତାର ଉପସ୍ଥାପିକା |
ସକ୍ରିୟ ବର୍ଷ | ୨୦୦୭- ଏବେଯାଏଁ |
ଉଚ୍ଚତା | ୫ ଫୁଟ ୭ ଇଞ୍ଚ |
ବୈବାହିକ-ସାଥୀ | ସୟେଦ ଅଦନାନ ଫାରୁକି |
ସନ୍ତାନ | ଇହାନ ସଲମାନ |
ପିତାମାତା |
|
ପୁରସ୍କାର | ସିଜେଏଫ୍ବି ପରଫରମାନ୍ସ ଆୱାର୍ଡ଼ (ଶ୍ରେଷ୍ଠ ଦୂରଦର୍ଶନ ଅଭିନେତ୍ରୀ) (2012, 2014)[୧] |
ଦସ୍ତଖତ | |
) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଯିଏକି ଦୂରଦର୍ଶନ ଏବଂ ବଙ୍ଗଳାଦେଶର କଥାଚିତ୍ର ଜଗତରେ ଅଭିନୟ କରନ୍ତି । ସେ ପ୍ରାର୍ଥନା, ମୁଖୋଷ ମନୁଷ ଆଦି ଲୋକପ୍ରିୟ ବଙ୍ଗଳା ଚଳଚ୍ଚିତ୍ରରେ କାର୍ଯ୍ୟ କରିଥିଲେ । ଏତଦ୍ ବ୍ୟତୀତ ସେ ଜଣେ ମଡେଲ, ଦୂରଦର୍ଶନ ତଥା ରେଡ଼ିଓ ଉପସ୍ଥାପିକା ଏବଂ ସେ ବିଭିନ୍ନ ମଞ୍ଚରେ ମଧ୍ୟ ବିଭିନ୍ନ ନାଟକରେ ଅଭିନୟ କରିଛନ୍ତି । ୨୦୦୭ ମସିହାରୁ ସେ ବିଭିନ୍ନ ଦୂରଦର୍ଶନ ବିଜ୍ଞାପନ ଏବଂ ଖବର କାଗଜ ତଥା ପ୍ରିଣ୍ଟି ମିଡ଼ିଆ ବିଜ୍ଞାପନରେ ଜଣେ ମଡେଲ ଭାବରେ କାର୍ଯ୍ୟ କରି ଆସୁଛନ୍ତି । ସେ ରେଡ଼ିଓର ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ରେଡ଼ିଓ ଟୁ-ଡେ, ରେଡ଼ିଓ ଫ୍ରୁଟି, ଧମାକା ଏଫ୍ଏମ୍ ଏବଂ ରେଡ଼ିଓ ଅମ୍ବର ଭଳି ବେତାର କେନ୍ଦ୍ରରେ ପ୍ରଯୋଜିକା ଭାବରେ କାର୍ଯ୍ୟ କରିଥିଲେ ।[୨]
ପ୍ରାରମ୍ଭିକ ଜୀବନ
ସମ୍ପାଦନାନୱସୀନ ନହରୀନ ମୋଉ ୧୯୮୫ ମସିହା ଅଗଷ୍ଟ ମାସ ୧୫ ତାରିଖରେ ଖୁଲ୍ନା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିଲାଦିନ ମୁଖ୍ୟତଃ ବଙ୍ଗଳାଦେଶ ବିଭିନ୍ନ ଜିଲ୍ଲାମାନଙ୍କରେ କଟିଛି । ତାଙ୍କ ବାପା ଶେକ୍ ଅମଜାଦ ହୁସେନ ବଙ୍ଗଳାଦେଶ ବୈଷୟିକ ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟରେ ଜଣେ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଥିଲେ ଏବଂ ଜସ୍ମିନ ଅଖତାର ଜଣେ ଗୃହିଣୀ । ସେ ମାତ୍ର ସାତ ବର୍ଷ ବୟସରେ ନୃତ୍ୟ କରିବା ଆରମ୍ଭ କରିଥିଲେ । ୧୯୯୪ ମସିହାରେ ତାଙ୍କୁ ନୃତ୍ୟରେ ଖେଳଘର ପୁରସ୍କାର ମିଳିଥିଲା । ସେ ତାଙ୍କର ପେଶା ଜଣେ ରେଡ଼ିଓ ଉପସ୍ଥାପିକା ଭାବରେ କାର୍ଯ୍ୟ କରି ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ କାର୍ଯ୍ୟକ୍ରମ ବଙ୍ଗଳାଦେଶର ଦୂରଦର୍ଶନ ଆର୍ଟିଭିରେ ପ୍ରସାରିତ ଏକ ଟେଲିଫୋନିକ୍ କାର୍ଯ୍ୟକ୍ରମ ଥିଲା । ଏହି କାର୍ଯ୍ୟକ୍ରମର ଶୀର୍ଷକ ଥିଲା "ଜେଗେ ଅଛୋ କି" । ୨୦୦୮ ମସିହାରୁ ୨୦୧୧ ମସିହା ଯାଏଁ ଚାଲିଥିବା ଏହି କାର୍ଯ୍ୟକ୍ରମଟି ସେହି ସମୟରେ ଅନେକ ଲୋକପ୍ରିୟତା ପାଇଥିଲା ।
ପେଶା
ସମ୍ପାଦନାନୱସୀନ ନହରୀନ ମୋଉଙ୍କୁ ଲୋକମାନେ ମୁଖ୍ୟତଃ ନୱସୀନ ନାମରେ ହିଁ ଜାଣନ୍ତି । ସେ ଜଣେ ରେଡ଼ିଓ ଉପସ୍ଥାପିକା ଭାବରେ ପ୍ରଥମେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହାପରେ ସେ ସେ ଜଣେ ମଡେଲ ଭାବରେ ବିଭିନ୍ନ ବିଜ୍ଞାପନରେ କାର୍ଯ୍ୟ କରିଥିଲେ । ବର୍ତ୍ତମାନ ସେ ଜଣେ ଅଭିନେତ୍ରୀ ଭାବରେ ବଙ୍ଗଳାଦେଶର ଦୂରଦର୍ଶନରେ କାର୍ଯ୍ୟ କରୁଛନ୍ତି । "ଧୂପଛାୟ" ଧାରାବାହିକ ଜରିଆରେ ସେ ଛୋଟ ପରଦାରେ ଅଭିନୟ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ୨୦୧୬ ମସିହାରେ ବଡ଼ ପରଦାରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରଟିରେ ସେ ତାଙ୍କର ସହ-କଳାକାର ହିଲୋଲଙ୍କ ସହ ଅଭିନୟ ଆରମ୍ଭ କରିଥିଲେ ।[୩] ୨୦୧୫ରୁ ୨୦୧୭ ଯାଏଁ ସେ ରେଡ଼ିଓ ଅମ୍ବରର ଜଣେ ପ୍ରୋଗ୍ରାମ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ଏବଂ ୨୦୧୦ରେ ଅନ୍ୟ ଏକ ବଙ୍ଗଳା ରେଡ଼ିଓ "ଚେନାଲ ଆଇ"ରେ ପ୍ରୋଗ୍ରାମ ସହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ୨୦୧୩ ମସିହାରେ ଆଇସିସି ଟି୨୦ ବିଶ୍ୱକପ ଆରମ୍ଭ କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ।[୪] ଏତଦ୍ ବ୍ୟତୀତ ସେ ୨୦୧୬ରେ ବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କା, ୨୦୧୨ରେ ବାଂଲାଦେଶ ପ୍ରିମିୟର ଲିଗ୍ର ପ୍ରଥମ ସଂସ୍କରଣର ଆରମ୍ଭ କାର୍ଯ୍ୟକ୍ରମ ଆଦିରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ।[୫]
ଆଧାର
ସମ୍ପାଦନା- ↑ "13th Uro-Cola CJFB Performance Award held". Archived from the original on 2018-08-12. Retrieved 2018-11-05.
- ↑ "Exuberance in the air | The Daily Star". The Daily Star. Retrieved 2018-08-11.
{{cite web}}
: CS1 maint: url-status (link) - ↑ "The Mask Unveiled". The Daily Star. 24 December 2016. Retrieved 19 January 2018.
- ↑ "Nowshin Nahrin Mou - Film Star- Online Dhaka Guide ( অনলাইন ঢাকা)". Online Dhaka Guide. Archived from the original on 2018-08-26. Retrieved 2018-08-26.
- ↑ "Nowshin: Bangladeshi Model Actress Biography". musiclove24.com. Archived from the original on 2018-08-26.