ନୌହୀଦ ସେରୁସୀ
ନୌହୀଦ ସେରୁସୀ ଜଣେ ଭାରତୀୟ ଅଭିନେତ୍ରୀ, ମଡେଲ୍ ଓ ଭିଡିଓ ଜକି ।[୧] ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତରେ ସକ୍ରିୟ ଥିଲେ । ଏହା ବ୍ୟତୀତ, ଇଂରାଜୀ ଓ ତେଲୁଗୁ କଥାଚିତ୍ରରେ କାମ କରିବା ସହିତ ସେ କିଛି ମ୍ୟୁଜିକ୍ ଆଲବମ୍ରେ କାମ କରିଛନ୍ତି ।
ନୌହୀଦ ସେରୁସୀ | |
---|---|
ଜନ୍ମ | ୧୯୮୩ କିମ୍ବା ୧୯୮୪[୧] |
ଜାତୀୟତା | ଭାରତୀୟ |
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୧୯୯୯–୨୦୧୫ ୨୦୨୧ |
ବୈବାହିକ-ସାଥୀ |
ରୁସ୍ତମ କଣ୍ଟ୍ରାକ୍ଟର (m. ୨୦୧୭) |
ପ୍ରାରମ୍ଭିକ ଜୀବନ
ସମ୍ପାଦନାସେ ଏକ ପାର୍ସି ପରିବାରରେ ଉତ୍ତର ଆୟାରଲ୍ୟାଣ୍ଡର ବେଲଫାଷ୍ଟ ଠାରେ ଜନ୍ମଗ୍ରହଣ କରିଥିଲେ ।[୨] ମୁମ୍ବାଇରେ ତାଙ୍କ ପିଲାଦିନ କଟିଥିଲା । ସେ ଜେ.ବି. ବାଛା ଗାର୍ଲସ୍ ହାଇ ସ୍କୁଲରୁ ତାଙ୍କର ସ୍କୁଲ ଶିକ୍ଷା ଶେଷ କରିଥିଲେ ଏବଂ ଜୟ ହିନ୍ଦୀ କଲେଜରୁ ବିଜେନେସ୍ ମ୍ୟାନେଜ୍ମେଣ୍ଟରେ ସ୍ନାତକ କରିଥିଲେ ।[୩][୧] ୫ ଜାନୁଆରୀ ୨୦୧୭ରେ, ସେ ରୁସ୍ତମ କଣ୍ଟ୍ରାକ୍ଟରଙ୍କୁ ବିବାହ କରିଥିଲେ ।[୪]
ଅଭିନୟ ଜୀବନ
ସମ୍ପାଦନାସ୍କୁଲରେ ପଢ଼ୁଥିବାବେଳେ ଜଣେ ମଡେଲ୍ ଭାବରେ, ସେ ପ୍ରଥମେ ଧାରା ରିଫାଇନ୍ ତେଲ ପାଇଁ ବିଜ୍ଞାପନରେ କାମ କରିଥିଲେ । ଏହାପରେ, ସେ ବିଭିନ୍ନ ବିଜ୍ଞାପନରେ କାମ କରିଥିଲେ ।[୧] ପିୟା ବାସନ୍ତି ଭଳି ଜଣାଶୁଣା ଆଲବମ୍ ସହିତ କଛି ମ୍ୟୁଜିକ୍ ଆଲବମ୍ରେ ସେ କାମ କରିଥିଲେ ।[୫]
୨୦୦୩ ମସିହାରେ, ପାଦମ କୁମାରଙ୍କ ହିନ୍ଦୀ କଥାଚିତ୍ର ସୁପାରୀ ଜରିଆରେ ସେ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ କଥାଚିତ୍ର ଇନ୍ତେହା, ଟିଭି ଧାରାବାହିକ ହିପ୍ ହିପ୍ ହୁରେ କାମ କରିଥିଲେ ।[୧] ୨୦୦୪ ମସିହାରେ, ସେ ତେଲୁଗୁ କଥାଚିତ୍ର ସଖିୟାରେ କାମ କରିଥିଲେ । ୨୦୧୫ ମସିହା ଯାଏଁ, ସେ କଥାଚିତ୍ରରେ କାମ କରିଥିଲେ ।
ଅଭିନୀତ ଆଲବମ୍
ସମ୍ପାଦନାବର୍ଷ | ଆଲବମ୍ | ଗୀତ | ସହ-ଅଭିନେତା | କଣ୍ଠଶିଳ୍ପୀ |
---|---|---|---|---|
୧୯୯୯ | ଚାହାତ | ତେରି ଚାହାତ ମେଁ | ଆରତୀ ଛବ୍ରିଆ | ହ୍ୟାରି ଆନନ୍ଦ |
୨୦୦୦ | ପିୟା ବାସନ୍ତୀ | ପିୟା ବାସନ୍ତୀ ରେ | ଦନବନ ୱୋଡେହାଉସ୍ | ସୁଲତାନା ଖାନ, କେ.ଏସ୍. ଚିତ୍ରା |
କେହେନା ତୋ ହୈ | ଶାହିଦ କପୁର | କୁମାର ସାନୁ | ||
୨୦୦୨ | ମୁସ୍କାନ | "ୱୋ ବନ୍ ସୱାର କେ" | ପଙ୍କଜ ଉଧାସ |
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | କଥାଚିତ୍ର | ଭୂମିକା | ଭାଷା |
---|---|---|---|
୨୦୦୩ | ସୁପାରୀ | ଦିଲୁ | ହିନ୍ଦୀ |
ଇନ୍ତେହା | ଟିନା ସକ୍ସେନା | ||
୨୦୦୪ | ଲକୀର | ବିନ୍ଦିୟା | |
ସଖିୟା | ଚନ୍ଦନା | ତେଲୁଗୁ | |
୨୦୦୬ | ହଲିଡେ | ସମାରା | ହିନ୍ଦୀ |
ରକିନ' ମୀରା | ମୀରା | ଇଂରାଜୀ | |
୨୦୦୭ | ଅନୱର | ମେହରୀନ "ମେହରୁ" | ହିନ୍ଦୀ |
ଲାଇଫ୍ ମେଁ କଭି କଭି | ମୋନିକା ସେଠ | ||
ଅଗର୍ | ରିତୁ ଚୌଧୁରୀ | ||
୨୦୦୮ | ସିର୍ଫ | ଶାଲୁ | |
ଭୂତନାଥ | ଟିନା | ||
ରଫୁ ଚକ୍କର: ଫନ୍ ଓନ୍ ଦି ରନ୍ | ଜୁଲି ବିପୁନ ପଟେଲ | ||
୨୦୦୯ | ୪୨ କିମି | ଦିବ୍ୟା | |
ଆସ୍ମା: ଦି ସ୍କାଏ ଇଜ୍ ଦି ଲିମିଟ୍ | ଦିୟା | ||
ଲଭ୍ କା ତଡ଼କା | |||
ମିଟିଂ ସେ ମିଟିଂ ତକ୍ | |||
ବ୍ୟାଚେଲର୍ ପାର୍ଟି | ତନୁ | ||
କିସାନ | ତିତ୍ଲି କୌର୍ | ||
ମେଁ ଔର୍ ମିଷ୍ଟ୍ରେସ୍ ଖାନ୍ନା | ନୀନା | ||
କୁର୍ବାନ୍ | ସଲ୍ମା | ||
୨୦୧୦ | ଅଡା... ଏ ୱେ ଅଫ୍ ଲାଇଫ୍ | ଗୁଲ୍ | |
୨୦୧୨ | ଶେରିନ୍ ଫରହାଦ କି ତୋ ନିକଲ୍ ପଡ଼ି | ଅନହିତା | |
କୁଛ୍ ସ୍ପାଇସ୍ ତୋ ମେକ୍ ଇଟ୍ ମିଠା | ତରାନା | ||
୨୦୧୪ | ଜୟ ହୋ | ସିମରନ୍ ଚୌଧୁରୀ | |
୨୦୧୫ | ଜାନ୍ କି ବାଜି |
ଅଭିନୀତ ଧାରାବାହିକ/କାର୍ଯ୍ୟକ୍ରମ
ସମ୍ପାଦନାବର୍ଷ | ଧାରାବାହିକ | ଭୂମିକା |
---|---|---|
୧୯୯୯–୨୦୦୧ | ହିପ୍ ହିପ୍ ହୁରେ | ମୀରା |
୨୦୦୦ | ଜଷ୍ଟ ମହବତ୍ | ଅତିଥି କଳାକାର |
୨୦୦୯ | ଫିଅର୍ ଫ୍ୟାକ୍ଟର୍: ଖତ୍ରୋଁ କେ ଖିଲାଡ଼ି (ସିଜିନ୍ ୨) | ନିଜେ |
୨୦୧୩ | ୱେଲ୍କମ୍ - ବାଜି ମେହମାନ-ନୱାଜି କି |
ୱେବ୍ ସିରିଜ୍
ସମ୍ପାଦନାବର୍ଷ | ସିରିଜ୍ | ଭୂମିକା |
---|---|---|
୨୦୨୧ | ଦେବ୍ ଡିଡି ୨ | ଅଦିତି କପାଡ଼ିଆ |
ବମ୍ବେ ବେଗମ୍ସ୍ | ପିୟା ପୁନ୍ୱାନି | |
ସିକ୍ସ | ଓର୍ବନା ଜୋସେଫ୍ |
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ Monika Baldwa, "'My idols are Kajol and Madhuri'" (June 05, 2003).
- ↑ "Amyra Dastur to Farhan Akhtar: Prominent Parsis in Bollywood". News18. 15 May 2014. Retrieved 2019-10-10.
- ↑ Singh, Dipti (2023-11-05). "Sau saal pehle..." Mid-day (in ଇଂରାଜୀ). Retrieved 2024-01-20.
- ↑ "Popular VJ and Hip Hip Hurray actress Nauheed Cyrusi ties the knot". The Times of India (in ଇଂରାଜୀ). 6 January 2017. Retrieved 2019-10-10.
- ↑ Sharma, Saubhagya (5 October 2019). "Remember Nauheed Cyrusi? Here's what the 'Piya Basanti' actress is up to". Mid Day (in ଇଂରାଜୀ). Retrieved 2019-10-10.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ନୌହୀଦ ସେରୁସୀ