ନୋରୋଭୂତାଣୁ
ନୋରୋଭୂତାଣୁ (ଇଂରାଜୀ ଭାଷାରେ Norovirus, ଅନ୍ୟ ନାମ winter vomiting bug) ପାକଅନ୍ତନଳୀର ପ୍ରଦାହ (gastroenteritis) ରୋଗର ଏକ ଅତି ସାଧାରଣ କାରଣ । [୬][୧] ଏହି ସଂକ୍ରମଣ ହେଲେ ତରଳ ଝାଡ଼ା, ବାନ୍ତି, ଉଦର ଯନ୍ତ୍ରଣା ଇତ୍ୟାଦି ଲକ୍ଷଣ ପ୍ରକାଶ ପାଏ ।[୨] ଝାଡ଼ା ବା ବାନ୍ତିରେ ରକ୍ତ ପଡ଼େନି ।[୩], ମୁଣ୍ଡ ବିନ୍ଧା ଓ ଜ୍ୱର ହୋଇପାରେ ।[୨] ଭୁତାଣୁ ସଂସ୍ପର୍ଶରେ ଆସିବାର ୧୨ରୁ୪୮ ଘଣ୍ଟା ମଧ୍ୟରେ ଏହି ରୋଗ ହୁଏ ।[୨] ଦିନେ ବା ୩ ଦିନ ମଧ୍ୟରେ ଉପଶମ ହୋଇଯାଏ । [୨] ରୋଗ ଜଟିଳ ହେଲେ ନିର୍ଜଳନ (Dehydration) ହୋଇପାରେ । [୨]
ନୋରୋଭୂତାଣୁ (Norovirus) | |
---|---|
Winter vomiting bug[୧] | |
ବିଭାଗ | ଆଶୁ ଚିକିତ୍ସା (Emergency medicine), ଶିଶୁରୋଗ ବିଜ୍ଞାନ (pediatrics) |
ଲକ୍ଷଣ | ତରଳ ଝାଡ଼ା, ବାନ୍ତି, ଉଦର ଯନ୍ତ୍ରଣା, ମୁଣ୍ଡ ବିନ୍ଧା[୨] |
ଆକ୍ରାନ୍ତ ସମୟ | ସଂସ୍ପର୍ଶର ୧୨ରୁ ୪୮ ଘଣ୍ଟା ପରେ [୨] |
ଅବଧି | ୧-୩ ଦିନ[୨] |
କାରଣ | ନୋରୋଭୁତାଣୁ (Norovirus)[୩] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁସାରେ [୩] |
ପ୍ରତିକାର | ହାତଧୁଆ (Hand washing), ସଂକ୍ରମିତ ସ୍ଥାନର ଜୀବାଣୁନାଶ (disinfection) [୪] |
ଚିକିତ୍ସା | ସହାୟକ ଯତ୍ନ (Supportive care) ଯଥେଷ୍ଟ ଜଳପାନ ବା ଶିରାଭ୍ୟନ୍ତର ତରଳ ପଦାର୍ଥ ଇଞ୍ଜେକସନ (intravenous fluids)[୫] |
ପୁନଃପୌନିକ | ବାର୍ଷିକ ୬୮୫ ନିୟୁତ ଲୋକ [୬] |
ମୃତ୍ୟୁ ସାନ୍ଦ୍ରତା | ୨୦୦,୦୦୦ |
Patient UK | ନୋରୋଭୂତାଣୁ (Norovirus) |
ଏହି ଭୂତାଣୁ (virus) ସାଧାରଣତଃ ମଳ-ମୁଖ (fecal–oral route) ମାଧ୍ୟମରେ ବିସ୍ତାର ଲାଭ କରେ ।[୩] ଅପମିଶ୍ରିତ ଖାଦ୍ୟ, ଜଳ ବା ମଣିଷ-ମଣିଷ ସାହାଯ୍ୟ ଏହି ବିସ୍ତାରକୁ ରୁପଦାନ କରେ ।[୩] ବାୟୁ ମଣ୍ଡଳ ଓ ଅପମିଶ୍ରିତ ପୃଷ୍ଠରୁ ମଧ୍ୟ ଏହା ସମାହିତ ହୁଏ ।[୩] ଅସ୍ୱାସ୍ଥ୍ୟକର ଖାଦ୍ୟ ପଦାର୍ଥ ଏହି ସଙ୍କଟ ସୃଷ୍ଟିରେ ସହାୟକ ହୁଏ ।[୩] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରିହୁଏ । [୩] ଜନସ୍ୱାସ୍ଥ୍ୟ କାରଣରୁ ଏହାର ପୁଷ୍ଟିକରଣ ପରୀକ୍ଷା କରାଯାଏ ।[୩]
ଉପଯୁକ୍ତ ହାତଧୁଆ (Hand washing) ଓ ସଂକ୍ରମିତ ସ୍ଥାନର ଜୀବାଣୁନାଶ (disinfection) କରି ରୋଗ ପ୍ରତିଷେଧ କରିହୁଏ ।[୪] ଆଲକୋହୋଲ ଥିବା ସାନିଟାଇଜର Alcohol-based hand sanitizers କମ୍ ପ୍ରଭାବଶାଳୀ ହୁଏ ।[୪] ଏହା ବିରୁଦ୍ଧରେ କୌଣସି ଟିକା vaccine ଆବିଷ୍କୃତ ହୋଇନାହିଁ ।[୪] କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ମଧ୍ୟ ନାହିଁ ।[୫] କେବଳ ସହାୟକ ଯତ୍ନ (Supportive care), ଆବଶ୍ୟକ ସ୍ଥଳେ ଯଥେଷ୍ଟ ଜଳପାନ ବା ଶିରାଭ୍ୟନ୍ତର ତରଳ ପଦାର୍ଥ ଇଞ୍ଜେକସନ (intravenous fluids) ଦେଇ ଚିକିତ୍ସା କରାଯାଏ ।[୫] ଓଆରଏସ ସବୁଠାରୁ ପସନ୍ଦ ଯୋଗ୍ୟ ପାନୀୟ । [୫]
ପ୍ରତିବର୍ଷ ପୃଥିବୀରେ ନୋରୋଭୂତାଣୁ ରୋଗରେ ୬୮୫ ନିୟୁତ ଲୋକ ପୀଡ଼ିତ ହୋଇ ୨ ନିୟୁତ ଲୋକ ମୃତ୍ୟୁ ବରଣ କରନ୍ତି । [୬][୭] ଉଭୟ ବିକାଶଶୀଳ (developing world) ଓ ବିକଶିତ (developed|) ଦେଶମାନଙ୍କରେ ଏହି ରୋଗ ସଚରାଚର ଦେଖାଯାଏ ।[୩][୮] ପାଞ୍ଚ ବର୍ଷ ବୟସ ଭିତରେ ଏହି ରୋଗ ଆକ୍ରମଣ କରେ ଓ ଉଭୟ ବିକାଶଶୀଳ ଦେଶମାନଙ୍କରେ ପ୍ରାୟ ୫୦,୦୦୦ ମୃତ୍ୟୁ ହୁଏ ।[୬] ଶୀତକାଳରେ ଏହି ରୋଗ ଅଧିକ ହୁଏ । [୬] ଲଗାଲଗି ଗୃହମାନଙ୍କରେ (close quarters) ବାସ କରୁଥବା ଲୋକ ମଡ଼କର (outbreaks) ସମ୍ମୁଖୀନ ହେବା ଦେଖାଯାଏ ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ଖାଦ୍ୟବାହିତ ରୋଗ ମଡ଼କ ସଂଖ୍ୟାରୁ ଏହା ୫୦% ଅଧିକାର କରିଥାଏ । [୩] ସନ ୧୯୬୮ରେ ନୋରୱାକ, ଓହିଓ (Norwalk) ସ୍ଥାନରେ ହୋଇଥିବା ମଡ଼କରୁ ଏହି ନୋରୋ ନାମ ଗ୍ରହଣ କରାଯାଇଛି ।[୯][୧୦]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Norovirus (vomiting bug)". nhs.uk. Retrieved 8 June 2018.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Norovirus Symptoms". CDC (in ଆମେରିକୀୟ ଇଂରାଜୀ). 24 June 2016. Retrieved 29 December 2017.
- ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ Brunette, Gary W. (2017). CDC Yellow Book 2018: Health Information for International Travel (in ଇଂରାଜୀ). Oxford University Press. p. 269. ISBN 9780190628611.
- ↑ ୪.୦ ୪.୧ ୪.୨ ୪.୩ "Preventing Norovirus Infection". CDC (in ଆମେରିକୀୟ ଇଂରାଜୀ). 5 May 2017. Retrieved 29 December 2017.
- ↑ ୫.୦ ୫.୧ ୫.୨ ୫.୩ "Norovirus - Treatment". CDC. Retrieved 29 December 2017.
- ↑ ୬.୦ ୬.୧ ୬.୨ ୬.୩ ୬.୪ "Norovirus Worldwide". CDC (in ଆମେରିକୀୟ ଇଂରାଜୀ). 15 December 2017. Retrieved 29 December 2017.
- ↑ "Global Burden of Norovirus and Prospects for Vaccine Development" (PDF). CDC. August 2015. p. 3. Retrieved 29 December 2017.
- ↑ Nguyen, GT; Phan, K; Teng, I; Pu, J; Watanabe, T (October 2017). "A systematic review and meta-analysis of the prevalence of norovirus in cases of gastroenteritis in developing countries". Medicine. 96 (40): e8139. doi:10.1097/MD.0000000000008139. PMC 5738000. PMID 28984764.
- ↑ Conly, J; Johnston, B (January 2003). "Norwalk virus - Off and running". The Canadian journal of infectious diseases = Journal canadien des maladies infectieuses. 14 (1): 11–3. doi:10.1155/2003/702517. PMID 18159419.
{{cite journal}}
: CS1 maint: unflagged free DOI (link) - ↑ "Norovirus: The perfect pathogen" (in ଇଂରାଜୀ). Knowable Magazine.