'ନେବୁଲା ପୁରସ୍କାର ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରକାଶିତ ବିଜ୍ଞାନ କଥା କିମ୍ବା ଫାଣ୍ଟାସୀର ସର୍ବଶ୍ରେଷ୍ଠ କାର୍ଯ୍ୟକୁ ମାନ୍ୟତା ଦେଇଥାଏ । ପୁରସ୍କାରର ଆୟୋଜନ ଏବଂ ସାଇନ୍ସ ଫିକ୍ସନ ଆଣ୍ଡ ଫାଣ୍ଟାସୀ ରାଇଟ୍ସ ଅଫ ଆମେରିକା (ଏସଏଫଡବ୍ଲୁଏ)ଦ୍ୱାରା ଆୟୋଜିତ ଓ ସମ୍ମାନିତ କରାଯାଇଥିଲା । ଏହା ପେଶାଗତ ବିଜ୍ଞାନ କଥା ଓ ଫାଣ୍ଟାସୀ ଲେଖକମାନଙ୍କର ସଂଘ ପାଇଁ ଆୟୋଜିତ ହୋଇଥିଲା । ଏହା ପ୍ରଥମ ଥର ୧୯୬୬ ମସିହାରେ ପ୍ରସ୍ତୁତ ହୋଇଥିବା ଏକ ସମାରୋହରେ ଦିଆଯାଇଥିଲା ଏବଂ ସାହିତ୍ୟିକ କାର୍ଯ୍ୟ ପାଇଁ ଚାରୋଟି ଶ୍ରେଣୀରେ ଦିଆଯାଇଥିଲା । ଫିଲ୍ମ ଓ ଟେଲିଭିଜନ ଏପିସୋଡ ସ୍କ୍ରୀପ୍ଟ ପାଇଁ ପଞ୍ଚମ ଶ୍ରେଣୀ ୧୯୭୪-୭୮ ଓ ୨୦୦୦-୦୯ ଦିଆଯାଇଥିଲା; ଏବଂ ଖେଳ ଲେଖକଙ୍କ ପାଇଁ ଏକ ଷଷ୍ଠ ଶ୍ରେଣୀ ୨୦୧୮ ମସିହାରେ ଆରମ୍ଭ ହୋଇଥିଲା । ନେବୁଲା ପୁରସ୍କାରକୁ ନିୟନ୍ତ୍ରଣ କରୁଥିବା ନିୟମକୁ ପୁରସ୍କାରର ଇତିହାସ ଅନୁଶାରେ ବହୁଥର ବଦଳା ଯାଇଥିଲା । SFWA ନେବୁଲା ସମ୍ମେଳନ, ଯେଉଁଥିରେ ପୁରସ୍କାରର ଘୋଷଣା କରାଯାଏ ଓ ପ୍ରସ୍ତୁତ କରାଯାଏ , ସଂଯୁକ୍ତ ରାଜ୍ୟ ଆମେରିକାରେ ପ୍ରତ୍ୟେକ ବସନ୍ତରେ ଆୟୋଜିତ କରାଯାଏ । ସ୍ଥାନ ପ୍ରତ୍ୟେକ ବର୍ଷ ଭିନ୍ନ ଭିନ୍ନ ହୋଇଥାଏ ।

ନେବୁଲା ପୁରସ୍କାର
କାହା ନିମନ୍ତେ ପୁରସ୍କାରପୂର୍ବ କ୍ୟାଲେଣ୍ଡର ବର୍ଷର ସବୁଠାରୁ ଭଲ ବିଜ୍ଞାନ କଥା କିମ୍ବା ଫାଣ୍ଟାସୀ କାମ କରିଥାଏ ।
ଦାତାସାଇନ୍ସ ଫିକ୍ସନ ଆଣ୍ଡ ଫାଣ୍ଟାସୀ ରାଇଟ୍ସ ଅଫ ଆମେରିକା
ପ୍ରଥମ ପୁରସ୍କାର1966
ମୁଖ୍ୟ ୱେବସାଇଟnebulas.sfwa.org

ନେବୁଲା ପୁରସ୍କାର ସବୁଠାରୁ ପ୍ରସିଦ୍ଧ ଓ ସବୁଠାରୁ ପ୍ରତିଷ୍ଠିତ ବିଜ୍ଞାନ କଥା ଏବଂ ଫାଣ୍ଟାସୀ ପୁରସ୍କାର ମଧ୍ୟରୁ ଗୋଟିଏ ଅଟେ ଏବଂ ତା'ସହିତ ହ୍ୟୁଗୋ ପୁରସ୍କାରକୁ "ଆମେରିକା ବିଜ୍ଞାନ କଥାର ପୁରସ୍କାର" ମାନଙ୍କରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କୁହାଯାଇଥାଏ ।[୧]

ପୁରସ୍କାର ସମ୍ପାଦନା

ନେବୁଲା ପୁରସ୍କାର ପ୍ରତ୍ୟେକ ବର୍ଷ ସାଇନ୍ସ ଫିକ୍ସନ ଆଣ୍ଡ ଫାଣ୍ଟାସୀ ରାଇଟ୍ସ ଅଫ ଆମେରିକା (SFWA)ଦ୍ୱାରା ପୂର୍ବ ବର୍ଷ ଅନୁଶାରେ ପ୍ରକାଶିତ ସର୍ବଶ୍ରେଷ୍ଠ ସାଇନ୍ସ ଫିକ୍ସନ କିମ୍ବା ଫାଣ୍ଟାସୀ ଫିକ୍ସନ ପାଇଁ ଦିଆଯାଇଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଇଂଗ୍ରାଜୀର ବିଚାର କାର୍ଯ୍ୟ ପାଇଁ ପାତ୍ର ହେବା ଅତ୍ୟନ୍ତ ଆବଶ୍ୟକ । ଦୁନିଆରେ କେତେକ ସ୍ଥାନରେ ଇଂଗ୍ରାଜୀରେ ପ୍ରକାଶିତ କାମ ମଧ୍ୟ ଯୋଗ୍ୟ ରହିଛି । ଏହି ପୁରସ୍କାର ଆମେରିକା ନାଗରିକ କିମ୍ବା (SFWA)ର ସଦସ୍ୟ ମାନଙ୍କ ପାଇଁ କେବଳ ସିମୀତ ହୋଇ ରହିନାହିଁ , ଇଂଗ୍ରାଜୀରେ ଅନୁବାଦ କାର୍ଯ୍ୟ ମଧ୍ୟ ସମ୍ଭାବନା ରହିଛି ।[୨] ଏହିପରି କୌଣସୀ ଲିଖିତ ନିୟମ ନାହିଁ ଯାହା ବିଜ୍ଞାନ ଗଳ୍ପ କିମ୍ବା ଫାଣ୍ଟାସୀ ରୂପେ ଯୋଗ୍ୟ ଅଟେ ଓ ଏସଏଫଡବ୍ଲୁଏ ବଦଳରେ ନାମାଙ୍କିତ ଏବଂ ମତଦାତା ମାନଙ୍କ ପାଇଁ ପାତ୍ରତାର ନିର୍ଣ୍ଣୟକୁ ଛାଡିଦିଆ ଯାଇଥାଏ ।

ନେବୁଲା ପୁରସ୍କାରର ବିଜେତା, SFWAର ସଦସ୍ୟ ମାନଙ୍କଦ୍ୱାରା ବଛାଯାଏ । ଏହାକୁ ପ୍ରତ୍ୟେକ ବର୍ଷ ୧୫ ନଭେମ୍ବରରୁ ୧୫ ଫେବୃଆରୀ ମଧ୍ୟରେ ପ୍ରକାଶିତ ଲେଖକ ମାନଙ୍କଦ୍ୱାରା ନାମାଙ୍କିତ କରାଯାଏ , ଯେଉଁମାନେ ସଂଗଠନର ସଦସ୍ୟ ଅଟନ୍ତି, ଛ ଗୋଟି କାର୍ଯ୍ୟ ପରେ ଯେଉଁମାନେ ଅନ୍ତିମ ମତପତ୍ର ତିଆରି କରୁଥିବା ବ୍ୟକ୍ତି ସବୁଠାରୁ ଅଧିକ ନାମାଙ୍କନ ପ୍ରାପ୍ତ କରିଥାନ୍ତି । ପରେ ସଦସ୍ୟମାନେ ସମ୍ପୁର୍ଣ୍ଣ ମାର୍ଚ୍ଚ ମାସରେ ମତଦାନ କରିଥାନ୍ତି ଓ ଅନ୍ତିମ ପରିଣଆମ ମଇ ମାସରେ ନେବୁଲା ପୁରସ୍କାର ସମାରୋହରେ ପ୍ରସ୍ତୁତ କରାଯାଏ । ଲେଖକମାନଙ୍କୁ ନିଜର ସ୍ୱୟଂ କାର୍ଯ୍ୟକୁ ନାମାଙ୍କିତ କରିବାର ଅନୁମତି ନାହିଁ, ହୁଏତ ସେମାନେ ନାମାଙ୍କଙ୍କୁ ଅସ୍ୱିକାର କରିପାରନ୍ତି ।

ଇତିହାସ ସମ୍ପାଦନା

1965 ମସିହାରେ ପ୍ରକାଶିତ କାର୍ଯ୍ୟ ପାଇଁ, ୧୯୬୬ ମସିହାରେ ପ୍ରଥମ ଥର ନେବୁଲା ପୁରସ୍କାର ଦିଆଯାଇ ଥିଲା । ଏହି ବିଚାର ଏଡଗର ପୁରସ୍କାରରେ ଆଧାରିତ ହୋଇଥିଲା, ଯାହାକୁ ମିଷ୍ଟ୍ରୀ ରାଇଟ୍ସ ଅଫ ଆମେରିକାଦ୍ୱାରା ପ୍ରସ୍ତୁତ କରାଯାଇ ଥିଲା ଓ ଏଡଗର ଏବଂ ହ୍ୟୁଗା ପୁରସ୍କାରଦ୍ୱାରା ପ୍ରସ୍ତୁତ କରିବା ପାଇଁ ଏକ ସମାରୋହ କରାଯାଇଥିଲା । ପ୍ରାରମ୍ଭିକ ସମାରୋହରେ ଚାରୋଟି ସାହିତ୍ୟିକ ପୁରସ୍କାର ସାମିଲ ରହିଥିଲା; ନୋବେଲ୍ସ, ନୋବେଲ୍ଲାସ, ନୋବେଲେଟ୍ସ ଓ ଲଘୁ କଥା ପାଇଁ ଯାହାକୁ ପ୍ରତ୍ୟେକ ବର୍ଷ ପ୍ରସ୍ତୁତ କରାଯାଇଛି । ବେଷ୍ଟ ଡ୍ରାମାଟିକ୍ସ ପ୍ରେଜେଣ୍ଟେସନ ଏବଂ ବେଷ୍ଟ ଡ୍ରାମାଟିକ ରାଇଟିଙ୍ଗ ନାମରେ ୧୯୭୪ରୁ ୧୯୭୮ ମସିହା ପର୍ଯ୍ୟନ୍ତ ଏକ ସ୍କ୍ରିପ୍ଟ ପୁରସ୍କାର ମଧ୍ୟ ଉପସ୍ଥିତ କରାଯାଇ ଥିଲା ଓ ପୁନଶ୍ଚ ୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ବେଷ୍ଟ ସ୍କ୍ରିପ୍ଟ ଋପେ ଉପସ୍ଥାପନା କରାଗଲା । କିନ୍ତୁ ୨୦୦୯ ମସିହା ପରେ ଏହାକୁ ପୁନର୍ବାର ହଟେଇ ଦିଆଗଲା ଏବଂ "ରେ ବ୍ରାଡବ୍ୟୁରୀ ପୁରସ୍କାର" ସହିତ SFWAଦ୍ୱାରା ବଦଳାଇ ଦିଆଗଲା । [୩] ୨୦୧୮ ମସିହାରେ ଭିଡିଓ ଓ ଟେବୁଲଟ୍ରାପ ଗେମରେ ଲେଖିବା ପାଇଁ ଏକ ନୂତନ ଗେମ ରାଇଟିଙ୍ଗ ଶ୍ରେଣୀ ଜୋଡା ଯାଇଥିଲା ।

ଆଧାର ସମ୍ପାଦନା

  1. [୧]"from the original on 2009-08-01. Retrieved 2011-12-12."
  2. [୨]"from the original on 2011-07-01. Retrieved 2011-12-12"
  3. [୩]" 2009-01-15. Archived from the original on 2012-08-18. Retrieved 2012-08-18"