ନୃସିଂହ ଗୁରୁ

ଓଡ଼ିଆ ସାମ୍ବାଦିକ ଓ ସ୍ଵାଧୀନତା ସଂଗ୍ରାମୀ

ନୃସିଂହ ଗୁରୁ (୧୯୦୨-୧୯୮୪) ଓଡ଼ିଶାର ଜଣେ ସାମ୍ବାଦିକ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ ।[୧] ତାଙ୍କୁ ପଶ୍ଚିମ ଓଡ଼ିଶାର ଗାନ୍ଧୀ ବୋଲି କୁହାଯାଏ ।

ନୃସିଂହ ଗୁରୁ
Born(1902-03-24)ମାର୍ଚ୍ଚ ୨୪, ୧୯୦୨
ଗୁରୁପାଲୀ, ସମ୍ବଲପୁର
Died୧୯୮୪
Nationalityଭାରତୀୟ

ନୃସିଂହ ଗୁରୁ ୧୯୦୨ ମସିହା ମାର୍ଚ୍ଚ ୨୪ତାରିଖରେ ସମ୍ବଲପୁର ଜିଲ୍ଲାର ଗୁରୁପାଲୀଠାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଗାନ୍ଧୀବାଦୀ ବ୍ୟକ୍ତି ଥିଲେ । ଗାନ୍ଧୀଙ୍କ ଭଳି ସେ ମଧ୍ୟ ଆଣ୍ଠୁ ଲୁଚୁ ନଥିବା ଲୁଗା ପିନ୍ଧୁଥିଲେ ଓ ଖାଲି ପାଦରେ ବୁଲି ବୁଲି ଗାନ୍ଧୀଙ୍କ ବାର୍ତ୍ତା ପ୍ରଚାର କରୁଥିଲେ । ୧୯୨୮ ମସିହାରେ ଗାନ୍ଧୀଜୀ ସମ୍ବଲପୁର ଆସିବା ସମୟରେ, ନୃସିଂହ ତାଙ୍କୁ ଭେଟିବାର ସୁଯୋଗ ପାଇଥିଲେ । ସରକାରୀ ଚାକିରି ଛାଡି, ସେ ଅସହଯୋଗ ଆନ୍ଦୋଳନରେ ଯୋଗଦେଇଥିଲେ ଓ କାରାବରଣ କରିଥିଲେ ।[୨] ଛୁଆଁ ଅଛୁଆଁ ଭେଦଭାବ ଦୂରକରିବା ପାଇଁ ସେ କାର୍ଯ୍ୟ କରିଥିଲେ । ସମ୍ବଲପୁରରେ ଦଳିତ ଛାତ୍ରମାନଙ୍କ ପାଇଁ ଛାତ୍ରାବାସ ଆରମ୍ଭ କରାଇଥିଲେ । ହରିଜନ ସେବକ ସଂଘ ଗଠନ କରିଥିଲେ । ପ୍ରାୟ ୫୦ବର୍ଷ ଧରି ନୃସିଂହ ସମାଜ ପାଇଁ ସାମ୍ବାଦିକତା କରିଥିଲେ । ପଶ୍ଚିମ ଓଡ଼ିଶାରେ ସମାଜ କହିଲେ, ଲୋକେ ନୃସିଂହଙ୍କୁ ହିଁ ବୁଝୁଥିଲେ । ସେ ଥିଲେ ସମାଜର ପ୍ରଥମ ଜିଲ୍ଲା ପ୍ରତିନିଧି । କିଛିକାଳ ସେ ସମାଜର ବିତରକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୫ଟଙ୍କା ଦରମାରେ ସେ ସାମ୍ବିଦିକ ଚାକିରି ଆରମ୍ଭ କରି, ଶେଷବେଳକୁ ୨୫୦ଟଙ୍କା ଦରମା ପାଉଥିଲେ ।[୩]

୧୯୮୪ ମସିହାରେ ନୃସିଂହ ଇହଲୀଳା ସମ୍ବରଣ କରିଥିଲେ ।[୪]

ଆଧାର ସମ୍ପାଦନା

  1. N. K. Sahu; S. C. Behera (1985). New Aspects of History of Orissa. Sambalpur University.
  2. Rabindra Kumar Gartia (1987*). Bhagirathi Pattanayak, the freedom fighter. s.n. {{cite book}}: Check date values in: |date= (help)
  3. "ଅଜି ଜନ୍ମଦିନ". ସମ୍ବାଦ ୨୪/୦୩/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୬. Archived from the original on 31 March 2017. Retrieved 24 March 2017.
  4. Chittaranjan Mishra (2002). Nrusingha Guru: The Freedom Fighter. Sambalpur University.