ନୂଆ ଦିଲ୍ଲୀ କାଳୀ ବାଡ଼ି

ଏହା ଦେବୀ କାଳୀଙ୍କୁ ସମର୍ପିତ ଏକ ହିନ୍ଦୁ ମନ୍ଦିର ଯାହା ଭାରତର ନୂଆ ଦିଲ୍ଲୀରେ ଅବସ୍ଥିତ ଓ ବଙ୍ଗାଳୀ ସଂସ୍କୃତିର

ନୂଆ ଦିଲ୍ଲୀ କାଳୀ ବାଡ଼ି ଦେବୀ କାଳୀଙ୍କୁ ସମର୍ପିତ ହୋଇଛି ଏକ ହିନ୍ଦୁ ମନ୍ଦିର ଯାହା ଭାରତର ନୂଆ ଦିଲ୍ଲୀରେ ଅବସ୍ଥିତ ଓ ବଙ୍ଗାଳୀ ସଂସ୍କୃତିର କେନ୍ଦ୍ର ସ୍ଥାନ ବିବେଚିତ ହୋଇଛି । ଏହା ୧୯୩୦ ମସିହାରେ ତିଆରି ହୋଇଥିଲା ଓ ଦିଲ୍ଲୀର ଲକ୍ଷ୍ମୀ ନାରାୟଣ ମନ୍ଦିର ପାଖରେ ଅବସ୍ଥିତ ।

ନୂଆ ଦିଲ୍ଲୀ କାଳୀ ବାଡ଼ି
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଦିଲ୍ଲୀ
ଦେବାଦେବୀଦେବୀ କାଳୀ Kali
Location
ସ୍ଥାନଦିଲ୍ଲୀ
Stateଦିଲ୍ଲୀ
Countryଭାରତ

ଇତିହାସ ସମ୍ପାଦନା

କ୍ରମବର୍ଦ୍ଧିତ ବଙ୍ଗାଳୀ ଜନସଂଖ୍ୟାର ଅନେକ ବର୍ଷର ଦାବୀ ପରେ ମନ୍ଦିର ମାର୍ଗରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିର ପାଖରେ ଏକ ଏକର ଜାଗା ପ୍ରଦାନ କରାଯାଇଥିଲା । ଏହାର ଅଳ୍ପ କାଳ ପରେ ଦେବୀ କାଳୀଙ୍କର ଏକ ମନ୍ଦିର ତିଆରି କରାଗଲା ଓ କୋଲକାତାର (କଲିକତା) କାଳୀଘାଟ କାଳୀ ଭଳି ଏକ ପ୍ରତିମା ରଖାଗଲା । ୧୯୩୫ ମସିହାରେ ଏକ ମନ୍ଦିର କମିଟି ତିଆରି କରାଗଲା ଯାହାର ପ୍ରଥମ ସଭାପତି ହୋଇଥିଲେ ସୁଭାଷ ଚନ୍ଦ୍ର ବୋଷ[୧] ଓ ପ୍ରଥମ ମନ୍ଦିରର ଉଦଘାଟନ କରିଥିଲେ ସାର ଜଷ୍ଟିସ ମନ୍ମଥ ନାଥ ମୁଖର୍ଜି । ଏହା ପରେ ଅତିଥି ଓ ଆଗନ୍ତୁକଙ୍କ ନିମନ୍ତେ ଏକ ଭବନ ତିଆରି ହୋଇଥିଲା । କୋଠରୀରେ ବା ଡର୍ମିଟରିରେ (ଛାତ୍ରାବାସ) ରହିବା ପାଇଁ ବଙ୍ଗାଳୀମାନେ ବୁକ କରିପାରୁଥିଲେ । ଦିଲ୍ଲୀ କାଳୀ ବାଡ଼ିରେ ଏକ ପୁରାତନ ଉନ୍ନତ ଲାଇବ୍ରେରୀ ଅଛି ।

ଦୂର୍ଗା ପୂଜା ସମ୍ପାଦନା

ସହରରେ ହେଉଥିବା ପୁରାତନ ଉତ୍ସବମାନଙ୍କ ମଧ୍ୟରୁ କାଳୀ ବାଡ଼ି ଦଶହରା ଅନ୍ୟତମ । ଏହା ୧୯୨୫ ମସିହାରେ ଆରମ୍ଭ କରାଯାଇଥିଲା । କାଲି ବାଡ଼ିର ମୂଳ ମନ୍ଦିର ବେୟାର୍ଡ ରୋଡ଼ରେ (ଆଧୁନିକ ବାଙ୍ଗଲା ସାହିବ ରୋଡ଼) ଥିଲା ଯେଉଁଠାରେ ବଙ୍ଗାଳୀ ଗୋଷ୍ଠୀ ଜମା ହୋଇ ଦୁର୍ଗା ପୂଜା ପାଳନ କରୁଥିଲେ । ଆଧୁନିକ ମନ୍ଦିର ୧୯୩୧ ମସିହାରେ ନିର୍ମିତ ହେବାପରେ ଏଠାକୁ ଚାଲି ଆସିଲା । ଆଜି ସୁଦ୍ଧା ଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ଶହ ଶହ ପୂଜା କମିଟିର ଏହା ନୋଡାଲ ପଏଣ୍ଟ ହୋଇ ରହିଛି ଓ ଦିଲ୍ଲୀର ବଙ୍ଗାଳୀ ଗୋଷ୍ଠୀ ଏହାକୁ ସମ୍ମାନ ଦିଅନ୍ତି ।[୨][୩] କେବଳ ପୁରାତନ ପୂଜା ଦିଲ୍ଲୀର କାଶ୍ମିରୀ ଗେଟରେ ସମାହିତ ହୁଏ ଯାହା ଦିଲ୍ଲୀ ଦୁର୍ଗା ପୂଜା ସମିତି ୧୯୧୦ ମସିହାରୁ ଆୟୋଜନ କରି ଆସୁଛନ୍ତି ଓ ୧୯୧୪ ମସିହାଠାରୁ ତିମରପୁର ଓ ସିଭିଲ ଲାଇନ ପୂଜା ସମିତି ଏକ ତିମରପୁର ପୂଜା ଆୟୋଜନ କରେ ।[୪]

ଏକଚାଲର ଠାକୁର ଓ ଶୋଲାର କାଜ ପରମ୍ପରା ଅନୁସାରେ କାଳୀ ବାଡ଼ି ପୂଜା ଅନୁଷ୍ଠିତ ହୁଏ । ୧୯୩୬ ମସିହାଠାରୁ ଏହି ପୂଜାର କୌଣସି ପରିବର୍ତ୍ତନ ହୋଇନାହିଁ ଓ ସେଠାରେ ରବୀନ୍ଦ୍ର ସଙ୍ଗୀତ ପ୍ରତିଯୋଗିତା ହୁଏ । ଦିଲ୍ଲୀ କାଳୀ ବାଡ଼ିର ସଭାପତି ସ୍ୱପନ ଚକ୍ରବର୍ତ୍ତୀ ଅଛନ୍ତି । ପୂଜା ପେଣ୍ଡାଲ ସାଜସଜ୍ଜା ପାଇଁ ଜିନିଷ କୋଲକାତାରୁ ଅଣାଯାଏ । [୫][୬]


ସ୍ଥାନ ସମ୍ପାଦନା

ଏହି ମନ୍ଦିର ନୂଆ ଦିଲ୍ଲୀର କୋନୋଟ ପ୍ଲେସ ପଶ୍ଚିମ ଦିଗରେ ଥିବା ମନ୍ଦିର ମାର୍ଗରେ ଅବସ୍ଥିତ । ଏଠାକୁ ବସ, ଅଟୋ-ରିକସା ଓ ଟାକ୍ସି ନେଇ ଯାଇହୁଏ । ଏଠାରୁ ୨ କିମି ଦୂରରେ ଦିଲ୍ଲୀ ମେଟ୍ରୋ ଷ୍ଟେସନ ଅଛି ।

ଆଧାର ସମ୍ପାଦନା

  1. "Untold Stories". Archived from the original on 1 November 2011. Retrieved 4 October 2011.
  2. "Kali Bari website to help old bond with the new". Hindustan Times. 21 February 2011. Archived from the original on 25 January 2013.
  3. "Delhi's old timers remember as another Durga Puja dawns". Monsters and Critics. 16 October 2007.[permanent dead link]
  4. "How community pujas came about". India Today. 25 September 2009.
  5. "Tradition fuses with modernity". The Times of India. 3 October 2011. Archived from the original on 14 December 2013.
  6. "Festive spirit pervades the Capital". The Hindu. 15 October 2007. Archived from the original on 17 October 2007.

ବାହ୍ୟ ଲିଙ୍କ ସମ୍ପାଦନା