ନୁସରତ ଫତେ ଅଲି ଖାନ (ଜନ୍ମ ପରଭେଜ ଫତେ ଅଲି ଖାନ; ୧୩ ଅକ୍ଟୋବର ୧୯୪୮ – ୧୬ ଅଗସ୍ଟ ୧୯୯୭) ଜଣେ ପାକିସ୍ଥାନୀ ଗାୟକ, ସଙ୍ଗୀତକାର, ସୁରକାର, ସଙ୍ଗୀତ ନିର୍ଦ୍ଦେଶକ ଓ ବିଶେଷତଃ ସୁଫି ଭକ୍ତି ସଙ୍ଗୀତ କବାଲିର ଗାୟକ ଥିଲେ । [୧] ଅନେକ ଲୋକଙ୍କ ମତରେ ସେ ହିନ୍ଦୀ, ପଞ୍ଜାବୀ ଓ ଉର୍ଦ୍ଦୁ ଭାଷାର ଶ୍ରେଷ୍ଠ ସୁଫି ଗାୟକ ଥିଲେ ଓ ଇତିହାସ ପୃଷ୍ଠାରେ ଶ୍ରେଷ୍ଠ କବାଲି ଗାୟକମାନଙ୍କ ମଧ୍ୟରୁ ଜଣେ ଥିଲେ;[୨] ଯାହାଙ୍କୁ କବାଲିର ଶାହ-ଏନ-ଶାହ କୁହାଯାଉଥିଲା ।[୩][୪][୫] ୨୦୧୬ ମସିହାରେ ଲା ଉଇକଲି ତାଙ୍କୁ ଚତୁର୍ଥ ସର୍ବକାଳୀନ ଗାୟକ ମାନ୍ୟତା ଦେଇଥିଲେ ।[୬] ସେ ଉଚ୍ଚ ସ୍ୱରରେ ଗାଇବା ନିମନ୍ତେ ପ୍ରସିଦ୍ଧ ଥିଲେ ଓ କିଛି ଘଣ୍ଟା ନିମନ୍ତେ ଗାଇପାରୁଥିଲା । [୭][୮][୯][୧୦] ଦିଲ୍ଲୀ ଘରାନାର କବାଲ ବଚ୍ଚୋଁ ଘରାନାର (Qawwal Bacchon Gharana) ସଦସ୍ୟ ଥିଲେ ଓ ପରିବାରର ପରମ୍ପରାକୁ ୬୦୦ ବର୍ଷ ଧରି ଉଜ୍ଜିବିତ କରି ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ପରିବେଷଣ କରିଥିଲେ । [୧୧]


ନୁସରତ ଫତେ ଅଲି ଖାନ

ଫାଇଲ:Nusrat Fateh Ali Khan 03 1987 Royal Albert Hall.jpg
Nusrat performing at the Royal Albert Hall
Born
Pervez Fateh Ali Khan

(1948-10-13)୧୩ ଅକ୍ଟୋବର ୧୯୪୮
Died୧୬ ଅଗଷ୍ଟ ୧୯୯୭(1997-08-16) (ବୟସ ୪୮)
Burial placeJhang Road Graveyard, Faisalabad, Punjab, Pakistan
Other namesShahenshah-e-Qawwali
King of Kings of Qawwali
Occupations
  • Singer
  • Songwriter
  • Musician
  • Music director
Spouse
Naheed Nusrat
(m. ୧୯୭୯)
ChildrenNida Fateh Ali Khan
ParentFateh Ali Khan
Relatives
Musical career
ଶୈଳୀ
ବାଦ୍ୟଯନ୍ତ୍ର
କାର୍ଯ୍ୟକାଳ1964 – 1997
ଲେବଲ
ଅନ୍ୟ ଅଂଶଗ୍ରହଣ

ସେ ଲ୍ୟାଲ୍ଲପୁର (ଫଇସଲାବାଦ)ରେ ଜନ୍ମ ଗ୍ରହଣ କରି ମାତ୍ର ୧୫ ବର୍ଷ ବୟସରେ ତାଙ୍କ ପିତାଙ୍କ ଚେଲମରେ ଚେଲମ ଜନ ସାଧାରଣଙ୍କ ସମ୍ମୁଖରେ ପ୍ରଦର୍ଶନ କରିଥିଲେ । ପାରିବାରିକ କବାଲି ପାର୍ଟିର ମୁଖ୍ୟ ଭାବରେ କାର୍ଯ୍ୟଭାର ସମ୍ଭାଳିଥିଲେ । ୧୯୮୦ ମସିହାର ପ୍ରାରମ୍ଭରେ ଇଂଲଣ୍ଡର ବିର୍ମିଙ୍ଗ‌ହାମରେ ଥିବା ଓରିଏଣ୍ଟାଲ ସ୍ଟାର ଏଜେନ୍ସିଦ୍ୱାରା ଚୁକ୍ତିବଦ୍ଧ ହୋଇଥିଲେ । ୟୁରୋପ, ଭାରତ, ପାକିସ୍ଥାନ ଓ ଆମେରିକାରେ ସେ ଅନେକ ଆଲବମ ଓ ଚଳଚ୍ଚିତ୍ର ପ୍ରସ୍ତୁତ କରିଥିଲେ । ପଶ୍ଚିମ ଜଗତର କଳାକାରଙ୍କ ସ‌ହିତ ମିଶି ସେ ସଙ୍ଗୀତରେ ଅନେକ ନୂତନ ପ୍ରୟୋଗ କରିଥିଲେ । ଅନେକ ଦେଶ ପରିଭ୍ରମଣ କରି ସେ ପ୍ରାୟ ୪୦ଟି ଦେଶରେ ପ୍ରଦର୍ଶନ କରିଥିଲେ । [୧୨] କବାଲିକୁ ଜନପ୍ରିୟ କରିବା ସାଥେ ସାଥେ ସେ ପାକିସ୍ଥାନ ପ‌ପ୍, ଭାରତୀୟ ଓ ବଲିଉଡ ସଙ୍ଗୀତ ଭଳି ଦକ୍ଷିଣ ଏସିଆର ପ‌ପୁଲାର ମ୍ୟୁଜିକରେ ପ୍ରଭାବ ପକେଇଥିଲେ ।

ପେଷା ସମ୍ପାଦନା

ଲଣ୍ଡନର ୧୯୮୫ ମସିହାର ଗ୍ରୀଷ୍ମକାଳରେ ୱର୍ଲଡ ଅଫ ମ୍ୟୁଜିକ, ଆର୍ଟ ଓ ଡାନ୍ସ (World of Music) ଉତ୍ସବରେ ଖାନ ତାଙ୍କର ପ୍ରଦର୍ଶନ କରିଥିଲେ ।[୧୩] ପ୍ୟାରିସରେ ମଧ୍ୟ ୧୯୮୫ ଓ ୧୯୮୮ ମସିହାର ପ୍ରଦର୍ଶନ କରିଥିଲେ । ୧୯୮୭ ମସିହାରେ ସେ ଜାପାନ ଫାଉଣ୍ଡେସନର ନିମନ୍ତ୍ରଣ କ୍ରମେ ଜାପାନ ଯାଇ ସେଠାରେ ପ୍ରଦର୍ଶନ କରିଥିଲେ । ସେ ଜାପାନର ପଞ୍ଚମ ଏସିଆନ ଟ୍ରାଡିସନାଲ ପରଫର୍ମିଙ୍ଗ ଆର୍ଟ ଫେଷ୍ଟିଭାଲରେ ପ୍ରଦର୍ଶନ କରିଥିଲେ ।[୧୪] ନିୟୁ ୟୋର୍କର ବ୍ରୁକଲିନ ଏକାଡେମୀ ଅଫ ମ୍ୟୁଜିକ ସଂସ୍ଥାରେ ୧୯୮୯ ପ୍ରଦର୍ଶନ କରିଥିଲେ ।[୧୫]

ଜୀବନ ବ୍ୟାପି ତାଙ୍କର ପେଷାରେ ଖାନ ଅନେକ ଦକ୍ଷିଣ ଏସିଆର ଗାୟକ ଯେପରିକି ଆଲାମ ଲୋହାର, ନୁରଜାହାନ, ଏ ଆର ରେହମାନ, ଆଶା ଭୋସଲେ, ଜାଭେଦ ଅଖତରଲତା ମଙ୍ଗେସକରଙ୍କ ସ‌ହିତ ସୁସମ୍ପର୍କ ରଖିଥିଲେ ।

ଆମେରିକାର ସିଆଟଲରେ ଥିବା ୟୁନିଭରସିଟି ଅଫ ୱାସିଙ୍ଗଟନର ଏଥନୋମ୍ୟୁଜିକୋଲୋଜୀ (Ethnomusicology) ଡିପାର୍ଟମେଣ୍ଟରେ ୧୯୯୨ରୁ ୧୯୯୩ ପର୍ଯ୍ୟନ୍ତ ସେ ଜଣେ ଅତିଥି କଳାକାର ଥିଲେ । [୧୬]

ପିଟର ଗାବ୍ରିଏଲଙ୍କ (Peter Gabriel) ସ‌ହିତ ୧୯୮୮ରେ ଦି ଲାଷ୍ଟ ଟେମ୍ପଟେସନ ଅଫ କ୍ରାଏଷ୍ଟ ସାଉଣ୍ଡଟ୍ରାକ ନିମନ୍ତେ ଯୋଗ ଦେବା ଫଳରେ ତାଙ୍କୁ ଗାବ୍ରିଏଲଙ୍କ ରିଏଲ ୱର୍ଲଡ ଲେବଲ ସମ୍ମାନ ମିଳିଥିଲା । ସେହି ରିଏଲ ୱର୍ଲଡ ସ‌ହିତ ପାଞ୍ଚଟି କବାଲି ଆଲବମ ତିଆରି କରିଥିଲେ ଓ 'ମସ୍ତ ମସ୍ତ' (୧୯୯୦), 'ନାଇଟ ସଙ୍ଗ' (୧୯୯୬) ଓ ମରଣୋତ୍ତର ରିମିକ୍ସ 'ଷ୍ଟାର ରାଇଜ' (୧୯୯୭) ନାମକ ପ୍ରୟୋଗାତ୍ମକ ଆଲବମ ତିଆରି କରିଥିଲେ ।[୧୭]

ଆଧାର ସମ୍ପାଦନା

  1. Brooks, Iris (1997). "Yoga Journal". Yoga Journal. Magazine. Active Interest Media, Inc.: 44–. ISSN 0191-0965.
  2. "Nusrat Fateh Ali Khan, Pakistani Sufi Singer, 48". The New York Times. 1997-08-17. Retrieved 2020-12-20.
  3. "Google Acclaims Renowned Singer Nusrat Fateh Ali Khan on His 67th Birthday". NDTV.com. 2020-12-09. Retrieved 2020-12-20.
  4. "BBC Asian Network – Nusrat: 20 Years On, Nusrat Through the Night! – Jeff Buckley, The Grammys & UNESCO! 11 little known facts about Nusrat Fateh Ali Khan". BBC (in ବ୍ରିଟିଶ୍‌ ଇଂରାଜୀ). Retrieved 2020-07-14.
  5. Islam, Shamsul (2012-08-16). "Shahenshah-e-Qawwali: Remembering Nusrat Fateh Ali Khan". The Express Tribune (in ଇଂରାଜୀ). Retrieved 2020-07-14.
  6. "The 20 Best Singers of All Time (VIDEO)". 8 March 2016.
  7. "World Music Legends Nusrat Fateh Ali Khan". Globalrhythm.net. Archived from the original on 22 February 2019. Retrieved 16 December 2011.
  8. "Nusrat Fateh Ali Khan: National Geographic World Music". Worldmusic.nationalgeographic.com. 17 ଅକ୍ଟୋବର 2002. Archived from the original on 20 ମାର୍ଚ୍ଚ 2013. Retrieved 7 ନଭେମ୍ବର 2012.
  9. Ghulam Haider Khan (6 January 2006). "A Tribute By Ustad Ghulam Haider Khan, Friday Times". Thefridaytimes.com. Archived from the original on 16 September 2018. Retrieved 15 March 2012.
  10. "BBC Radio 6 Music – Guru of Peace: An Introduction to Nusrat Fateh Ali Khan". BBC. Retrieved 10 December 2019.
  11. "Nusrat Fateh Ali Khan". Worldmusic.nationalgeographic.com. 17 October 2002. Archived from the original on 14 March 2012. Retrieved 16 December 2011.{{cite web}}: CS1 maint: bot: original URL status unknown (link)
  12. Baruah, Amit; R. Padmanabhan (6 September 1997). "The stilled voice". Frontline. Archived from the original on 27 September 2013. Retrieved 30 June 2011.
  13. "Nusrat Fateh Ali Khan – The 7th Fukuoka Asian Culture Prizes 1996__Arts and Culture Prize". Asianmonth.com. Archived from the original on 2012-05-07. Retrieved 2022-02-02.
  14. "Nusrat Online Blog | Nusart Fateh Ali Khan – Live At National Theatre Tokyo, 1987 Part 1". Nusratonline.com (in ଆମେରିକୀୟ ଇଂରାଜୀ). Retrieved 2018-01-31.
  15. Manheim (2001). Michel Andre Bossy; Brothers, Thomas; McEnore, John C. (eds.). Lives and Legacies: Artists, Writers, and Musicians. Greenwood Publishing Group. p. 105. ISBN 978-1573561549.
  16. "Official biography, University of Washington". Music.washington.edu. 16 August 1997. Archived from the original on 21 December 2012. Retrieved 16 December 2011.
  17. "Nusrat Fateh Ali Khan & Michael Brook: Mustt Mustt & Night Song". Allaboutjazz.com. 5 January 2008. Retrieved 16 December 2011.