ନୀରଦପ୍ରଭା ପଟ୍ଟନାୟକ

ଓଡ଼ିଆ ସ୍ଵାଧୀନତା ସଂଗ୍ରାମୀ ଓ ସାହିତ୍ୟିକ

ନୀରଦପ୍ରଭା ପଟ୍ଟନାୟକ(୬ ଫେବୃଆରୀ ୧୯୨୬ - ୨୩ ସେପ୍ଟେମ୍ବର ୨୦୧୬) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ସାହିତ୍ୟିକ ଓ ଶିକ୍ଷାବିତ ଥିଲେ । ୮୦ବର୍ଷର କର୍ମମୟ ସାମାଜିକ ଜୀବନୀ ମଧ୍ୟରେ ନୀରଦପ୍ରଭା, ଜଣେ ଗାଳ୍ପିକ ଓ ସମ୍ପାଦକ ଭାବରେ ଓଡ଼ିଆ ସାହିତ୍ୟରେ ନିଜର ଅବଦାନ ରଖିଛନ୍ତି ।[] ସେ ଭାରତୀୟ ମହିଳା ଜାତୀୟ ଫେଡ଼େରେସନର ଉପସଭାନେତ୍ରୀ, ଉତ୍କଳ ମହିଳା ସମିତିର ପ୍ରତିଷ୍ଠାତା ସଦସ୍ୟ ଓ ପ୍ରାକ୍ତନ ଅଧ୍ୟକ୍ଷ ମଧ୍ୟ ଥିଲେ । 'ମହିଳା ବାର୍ତ୍ତା' ପତ୍ରିକାର ସଂପାଦିକା ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ପ୍ରାୟ ୭ ଦଶନ୍ଧି ଧରି ସେ ନାରୀ ସାକ୍ଷରତା ଅଭିଯାନ, ନାରୀ ଜାଗରଣ, ନାରୀ ସୁରକ୍ଷା, ଅଧିକାର ତଥା ସଶକ୍ତିକରଣରେ ଆପଣା ସଂଗ୍ରାମ ଅବ୍ୟାହତ ରଖିଥିଲେ । ଓଡ଼ିଶା ସାହିତ୍ୟ ଏକାଡ଼େମୀ, ଜାତୀୟ ମହିଳା ଆୟୋଗ, କେନ୍ଦ୍ର ସମାଜ ମଙ୍ଗଳବୋର୍ଡ ଏବଂ ଓଡ଼ିଶା ଲେଖିକା ସଂସଦ ତରଫରୁ ସେ ସମ୍ମାନୀତ ହୋଇଥିଲେ ।

ନୀରଦପ୍ରଭା ପଟ୍ଟନାୟକ
ଜନ୍ମ
ନୀରଦପ୍ରଭା ପଟ୍ଟନାୟକ

(1926-02-06)୬ ଫେବୃଆରୀ ୧୯୨୬
ମୃତ୍ୟୁ୨୩ ସେପ୍ଟେମ୍ବର ୨୦୧୬(2016-09-23) (ବୟସ ୯୦)
ଜାତୀୟତାଭାରତୀୟ
ପ୍ରସିଦ୍ଧିସ୍ୱାଧୀନତା ସଂଗ୍ରାମୀ, ସାହିତ୍ୟିକ ଓ ଶିକ୍ଷାବିତ
ବୈବାହିକ-ସାଥୀଅନନ୍ତ ପଟ୍ଟନାୟକ
ସନ୍ତାନଅମରେଶ ପଟ୍ଟନାୟକ
ପିତାମାତାଦିବ୍ୟସିଂହ ପଟ୍ଟନାୟକ

ସାହିତ୍ୟ କୃତି

ସମ୍ପାଦନା
  • ଆଲୋଡ଼ନ
  • ମନ ନିର୍ଝର
  • ସାଆନ୍ତାଣୀ
  • ଭିତର ଅଗଣା
  • ବିପ୍ଳବର ବନ୍ଧୁର ପଥରେ (ଅନୁବାଦ)

ପାରିବାରିକ ଜୀବନ

ସମ୍ପାଦନା

ନୀରଦପ୍ରଭା, ସାହିତ୍ୟିକ ଦିବ୍ୟସିଂହ ପଟ୍ଟନାୟକଙ୍କ କନ୍ୟା ଓ ଗବେଷକ ସୁରସିଂହ ପଟ୍ଟନାୟକଙ୍କ ଭଉଣୀ ଥିଲେ । ସେ ଅନନ୍ତ ପଟ୍ଟନାୟକଙ୍କୁ ବିବାହ କରିଥିଲେ ଓ ଅମରେଶ ପଟ୍ଟନାୟକ ଏହି ଦମ୍ପତ୍ତିଙ୍କ ପୁତ୍ର ।[]

  1. Snehalata Panda (1992). Women and Social Change in India. Ashish Publishing House. ISBN 978-81-7024-423-3.
  2. "ନୀରଦପ୍ରଭା ଶ୍ରଦ୍ଧାଞ୍ଜଳି". ସଞ୍ଚାର ୦୨/୧୦/୨୦୧୬ ପୃଷ୍ଠା ୮-୯. Archived from the original on 15 December 2016. Retrieved 3 October 2016.