ନିସାନ୍

ଓଡ଼ିଆ ଭାଷାରେ ଭାରତୀୟ ସାହିତ୍ୟ ପତ୍ରିକା

ନିସାନ୍ (ପୂରା ନାମ: ଜନବାଦୀ ସଂସ୍କୃତିର ନିସାନ୍) ଓଡ଼ିଆରେ ପ୍ରକାଶିତ ଏକ ଭାରତୀୟ ସାହିତ୍ୟ ପତ୍ରିକା । ଓଡ଼ିଆ ସାହିତ୍ୟିକ ଲେନିନ୍ କୁମାର ଏହାର ପ୍ରତିଷ୍ଠାତା-ସମ୍ପାଦକ[୧][୨][୩][୪] ଓ ୨୦୦୭ ମସିହାରେ ଓଡ଼ିଆ ଜନବାଦୀ ଲେଖକ ସଂଘଦ୍ୱାରା ଏହାର ପ୍ରକାଶନ ଆରମ୍ଭ ହୋଇଥିଲା ।[୫] ନିସାନ୍‌ରେ ପ୍ରଗତିଶୀଳ ସାହିତ୍ୟ, ବିଶେଷ କରି ଦଳିତ ସାହିତ୍ୟ ଓ ଅନ୍ୟାନ୍ୟ ଜନବାଦୀ ଓଡ଼ିଆ ରଚନା ସ୍ଥାନପାଇଥାଏ । ନିସାନ୍‌ର ମୌଳିକ ଆଭିମୁଖ୍ୟ ଜନବାଦୀ ଏବଂ ଏହା ଉଭୟ ବ୍ରାହ୍ମଣବାଦ ଓ ଉପନିବେଶବାଦ ବିରୋଧରେ ବୋଲି ସେ ଏକ ସାକ୍ଷାତକାରରେ ଉଲ୍ଲେଖ କରିଥିଲେ ।[୧] ଦଳିତ ପରିଚୟ ଓ ଚେତନା ସମ୍ବଳିତ ରଚନାକୁ ଓଡ଼ିଆ ସାହିତ୍ୟରେ ବଳବତ୍ତର କରିବାରେ ସକ୍ରିୟ ଭୂମିକା ନିଭାଇଥିବା ଅଖିଳ ନାୟକ, ବାସୁଦେବ ସୁନାନୀଭାରତ ମାଝୀ ଆଦି ସାହିତ୍ୟିକଙ୍କ ରଚନା ନିସାନ୍ ମାଧ୍ୟମରେ ଅଧିକ ପାଠକଙ୍କ ପାଖରେ ପହଞ୍ଚିଛି ବୋଲି ସାମାଜିକବିଦ୍ ଶୈଳେନ ରାଉତରାୟ ଉଲ୍ଲେଖ କରିଛନ୍ତି ।[୬]

ନିସାନ୍‌
ପ୍ରତିଷ୍ଠାତାଲେନିନ୍ କୁମାର
ପ୍ରକାଶକଓଡ଼ିଆ ଜନବାଦୀ ଲେଖକ ସଂଘ
ସମ୍ପାଦକଲେନିନ୍ କୁମାର
ପ୍ରତିଷ୍ଠିତ୨୦୦୭
ଭାଷାଓଡ଼ିଆ
ମୁଖ୍ୟାଳୟଭୁବନେଶ୍ୱର, ଓଡ଼ିଶା

ବିତର୍କ ସମ୍ପାଦନା

୨୦୦୮ ମସିହା ଡିସେମ୍ବର ୮ ତାରିଖରେ କନ୍ଧମାଳର ଦଙ୍ଗା ସମ୍ପର୍କିତ ଏକ ସ୍ବତନ୍ତ୍ର ପୁସ୍ତିକା "ଧର୍ମ ନାଁରେ କନ୍ଧମାଳରେ ରକ୍ତନଦୀ" ନିସାନ୍ ପତ୍ରିକାରେ ପ୍ରକାଶ ପାଇବା ପରେ ସମ୍ପାଦନ ଲେନିନ୍ କୁମାରଙ୍କୁ ଓଡ଼ିଶା ପୋଲିସ ଦେଶଦ୍ରୋହ ଅଭିଯୋଗରେ ଗିରଫ କରିଥିଲା ।ଜଗତସିଂହପୁରର ଆରକ୍ଷୀ ଅଧୀକ୍ଷକ ନିସାନ୍‌କୁ ଏକ ମାଓବାଦୀ ପତ୍ରିକା ବୋଲି ବିବୃତି ଜାରି କରିଥିଲେ ।[୭]

ଆଧାର ସମ୍ପାଦନା

  1. ୧.୦ ୧.୧ "An Interview with Lenin Kumar". Radical Notes (in ଇଂରାଜୀ). 2009-01-11. Retrieved 2023-09-16.
  2. "Lenin gets bail". The New Indian Express. Retrieved 2023-09-16.
  3. Kumar, Lenin (2022-08-27). "Sukhtel: A Love Poem". Outlook. Retrieved 2023-09-16.
  4. ‌, Gunjan. "Nisan Sammelan-2010: "Cultural Resistance: War on People in Corporate Interest" – A Report from Bhubaneshwar, Odisha". Retrieved 2023-09-16. {{cite web}}: |last= has numeric name (help)
  5. Kumar, Lenin (2018-12-07). "My Father Figure" (PDF). Janabadi. Archived from the original (PDF) on 2023-09-16. Retrieved 2023-09-16.
  6. Routray, S. (2017). Everyday State and Politics in India: Government in the Backyard in Kalahandi. Routledge/Edinburgh South Asian Studies Series. Taylor & Francis. p. 41. ISBN 978-1-351-69210-6. Retrieved 2023-09-16.
  7. "But what about the little guys". The Hoot. Retrieved 2023-09-16.