ନିରଞ୍ଜନ ଜ୍ୟୋତି

ଷୋଡ଼ଶ ଲୋକ ସଭା ସଭ୍ୟ

ନିରଞ୍ଜନ ଜ୍ୟୋତି (ଜନ୍ମ: ୧ ମାର୍ଚ୍ଚ ୧୯୬୭) (ଅନ୍ୟନାମ: ସାଧବୀ ନିରଞ୍ଜନ ଜ୍ୟୋତି); ଜଣେ ଭାରତୀୟ ଜନତା ପାର୍ଟି (ବିଜେପି)ର ଭାରତୀୟ ରାଜନେତା ଅଟନ୍ତି । ନଭେମ୍ବର ୨୦୧୪ ମସିହାରେ ସେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ରାଜ୍ୟ ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ ।[୨] ୩୦ ମଇ ୨୦୧୯ ମସିହାରେ, ସେ ନରେନ୍ଦ୍ର ମୋଦୀ ୨୦୧୯ କ୍ୟାବିନେଟରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ ।

ନିରଞ୍ଜନ ଜ୍ୟୋତି
୨୦୨୨ ମସିହାରେ ନିରଞ୍ଜନ ଜ୍ୟୋତି
ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ
Assumed office
୩୦ ମଇ ୨୦୧୯
ପ୍ରଧାନ ମନ୍ତ୍ରୀନରେନ୍ଦ୍ର ମୋଦି
ପୂର୍ବ ଅଧିକାରୀରାମ କୃପାଳ ଯାଦବ
ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ ମନ୍ତ୍ରୀ
Assumed office
୮ ଜୁଲାଇ ୨୦୨୧
ପ୍ରଧାନ ମନ୍ତ୍ରୀନରେନ୍ଦ୍ର ମୋଦି
ପୂର୍ବ ଅଧିକାରୀରାଓସାହେବ ଦାଦାରାଓ ଦାନଭେ
ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ
କାର୍ଯ୍ୟକାଳ
୮ ନଭେମ୍ବର ୨୦୧୪ – ୩୦ ମଇ ୨୦୧୯
ପ୍ରଧାନ ମନ୍ତ୍ରୀନରେନ୍ଦ୍ର ମୋଦି
ପର ଅଧିକାରୀରାମେଶ୍ୱର ତେଲି
ସାଂସଦ ଲୋକ ସଭା
Assumed office
୧୬ ମଇ ୨୦୧୪
ପୂର୍ବ ଅଧିକାରୀରାକେଶ ସଚନ
ନିର୍ବାଚନ ମଣ୍ଡଳୀଫତେହପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1967-03-01) ୧ ମାର୍ଚ୍ଚ ୧୯୬୭ (ବୟସ ୫୭)[୧]
ହମିରପୁର ଜିଲ୍ଲା, ଉତ୍ତରପ୍ରଦେଶ, ଭାରତ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଘରଗୌସଗଞ୍ଜ ମୋସାନଗର, କାନପୁର ଦେହତ ଜିଲ୍ଲା, ଉତ୍ତରପ୍ରଦେଶ

୨୦୧୪ ମସିହାର ସାଧାରଣ ନିର୍ବାଚନରେ ​​ଜିତିବା ପରେ ସେ ଲୋକ ସଭାରେ ଉତ୍ତରପ୍ରଦେଶର ଫତେହପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି ।[୩] ସେ ୨୦୧୨ ମସିହା ନିର୍ବାଚନରେ ​​ଜିତିବା ପରେ ଉତ୍ତରପ୍ରଦେଶ ବିଧାନ ସଭାରେ ହମିରପୁର ନିର୍ବାଚନ ମଣ୍ଡଳୀରୁ ମଧ୍ୟ ପ୍ରତିନିଧିତ୍ୱ କରୁଛନ୍ତି ।[୪]

ଜୀବନୀ ଓ ବୃତ୍ତି ସମ୍ପାଦନା

ନିରଞ୍ଜନ ଜ୍ୟୋତି ୧ ମାର୍ଚ୍ଚ ୧୯୬୭ ମସିହାରେ ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଅଚ୍ୟୁତାନନ୍ଦ ଏବଂ ମାତା ଶିବ କାଳୀ ଦେବୀ ଥିଲେ । ସେ ଏକ ନିଶାଦ-ଜାତି ପରିବାରରେ ଜନ୍ମଗ୍ରହଣ କରିଥିଲେ ।

୧୫ ଜୁନ ୨୦୧୪ ମସିହାରେ, ଭାନୁ ପଟେଲ ନାମକ ଜଣେ ବ୍ୟକ୍ତି ଏବଂ ତାଙ୍କର ତିନି ସହଯୋଗୀ ଜ୍ୟୋତିଙ୍କୁ ଲକ୍ଷ୍ନୌର ଆବାସ ବିକାଶ କଲୋନୀରେ ଏକ କାର୍ଯ୍ୟରୁ ଫେରୁଥିବା ସମୟରେ ଗୁଳି ଚଳାଇଥିଲେ । କିନ୍ତୁ ସେ କୌଣସି କାରଣରୁ ରକ୍ଷା ପାଇଯାଇଥିଲେ କିନ୍ତୁ ତାଙ୍କ ଦେହରକ୍ଷୀ ଆହତ ହୋଇଥିଲେ ।[୫]

ମଇ ୨୦୧୯ ମସିହାରେ ଜ୍ୟୋତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ହୋଇଥିଲେ ।[୬]

ବ୍ୟକ୍ତିଗତ ଦୃଷ୍ଟିକୋଣ ଏବଂ ବିବାଦ ସମ୍ପାଦନା

୧ ଡିସେମ୍ବର ୨୦୧୪ ମସିହାରେ, ସେ ଏକ ଜନ ସମାବେଶରେ ବିରୋଧୀ ଦଳର ନେତାଙ୍କୁ ଦର୍ଶାଇ କହିଲେ ଯେ, "ଦିଲ୍ଲୀରେ ସରକାର ରାମଙ୍କ ପୁଅ (ରାମଜାଦେ)ଦ୍ୱାରା ପରିଚାଳିତ ହେବେ କି' (ହରାମଜାଦେ)ଦ୍ୱାରା ପରିଚାଳିତ ହେବେ, ତାହା ଆପଣମାନଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ" ।[୭] ପରେ ଏହି ବକ୍ତବ୍ୟ ଉପରେ ସଂସଦରେ ଉତ୍ତେଜନା ଦେଖାଦେଇଥିଲା ।[୮] ପରବର୍ତ୍ତୀ ସମୟରେ ସେ ନିଜ ବକ୍ତବ୍ୟରେ ଦୁଃଖ ପ୍ରକାଶ କରି କ୍ଷମା ମାଗି ଥିଲେ ।[୯]

ଆଧାର ସମ୍ପାଦନା

  1. "Niranjan Jyoti, Sadhvi" (PDF). Uttar Pradesh Legislative Assembly (in ହିନ୍ଦୀ). Archived from the original (PDF) on 24 November 2015. Retrieved 24 November 2015.
  2. "From storyteller to minister; Sadhvi Niranjan Jyoti". The Indian Express. 12 November 2015. Archived from the original on 24 November 2015. Retrieved 24 November 2015.
  3. "Jyoti,Sadhvi Niranjan". Lok Sabha. Archived from the original on 25 November 2015. Retrieved 24 November 2015.
  4. "Sadhvi Niranjan Jyoti". 2021. Archived from the original on 10 April 2022. Retrieved 10 April 2022.
  5. "BJP MP Sadhvi Niranjan Jyoti attacked, escapes unhurt". The Economic Times. 15 June 2015. Archived from the original on 25 November 2015. Retrieved 24 November 2015.
  6. "PM Modi allocates portfolios. Full list of new ministers", Live Mint, 31 May 2019, archived from the original on 2 June 2019, retrieved 3 June 2019
  7. "Ramzada vs haramzada: Outrage over Union Minister Sadhvi's remark". The Indian Express. 2 December 2014. Archived from the original on 25 November 2015. Retrieved 24 November 2015.
  8. "After uproar in House, Sadhvi Niranjan Jyoti says she is ready to apologise for 'haramzadon' remark". The Indian Express. 2 December 2015. Archived from the original on 24 November 2015. Retrieved 24 November 2015.
  9. "After abusive rant, Union minister Sadhvi Niranjan Jyoti expresses regret in Parliament". India Today. 2 December 2014. Archived from the original on 24 November 2015. Retrieved 24 November 2015.