ନିମୁ ଭୌମିକ
ନିମୁ ଭୌମିକ (ବଙ୍ଗଳା: নিমু ভৌমিক, ୧୪ ନଭେମ୍ବର ୧୯୩୫ – ୨୭ ଅଗଷ୍ଟ ୨୦୧୯) [୨] ଜଣେ ଭାରତୀୟ ଅଭିନେତା ଥିଲେ, ଯିଏକି ବଙ୍ଗଳା କଥାଚିତ୍ର ଜଗତରେ କାମ କରୁଥିଲେ ।[୩] ସେ ଜଣେ ହାସ୍ୟ ତଥା ଖଳ ଅଭିନେତା ଭାବରେ ଜଣାଶୁଣା ।
ନିମୁ ଭୌମିକ | |
---|---|
ଜନ୍ମ | ଦିନାଜପୁର, ବେଙ୍ଗଲ ପ୍ରେସିଡେନ୍ସି, ବ୍ରିଟିଶ ଭାରତ | ୧୪ ନଭେମ୍ବର ୧୯୩୫
ମୃତ୍ୟୁ | ୨୭ ଅଗଷ୍ଟ ୨୦୧୯ | (ବୟସ ୮୩)
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଅଭିନେତା, ରାଜନେତା[୧] |
ସକ୍ରିୟ ବର୍ଷ | ୧୯୬୬–୨୦୧୯ |
ସନ୍ତାନ | ୧ |
ପେଷା
ସମ୍ପାଦନାସେ ୧୯୫୮ ମସିହାରେ ବଙ୍ଗଳା କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ବାଘା ଜତୀନ ।[୪] ୧୯୬୬ ମସିହାରେ ତାଙ୍କ ଜୀବନର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ କଥାଚିତ୍ର ମୋନିହାର ମୁକ୍ତିଲାଭ କରିଥିଲା । ସେ ପ୍ରାୟ ୬୦ଟି କଥାଚିତ୍ରରେ ଅଭିନୟ କରିଥିଲେ ଯେଉଁଥିରେ ଜଣେ ସାଧାରଣ ବଙ୍ଗୀୟ ବ୍ୟକ୍ତିଙ୍କ ଭୂମିକାରେ ପ୍ରାୟ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ଶେଷ କଥାଚିତ୍ର ଥିଲା ଖୁଦା, ଯାହାକି ୨୦୧୯ ମସିହାରେ ମୁକ୍ତିଲାଭ କରିଥିଲା । ସେ ପ୍ରତ୍ୟାବର୍ତ୍ତନ ନାମକ ଏକ କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।
ରାଜନୈତିକ ଜୀବନ
ସମ୍ପାଦନାସେ ବିଜେପିରେ ଯୋଗ ଦେଇଥିଲେ ଏବଂ ୨୦୧୪ ଭାରତୀୟ ସାଧାରଣ ନିର୍ବାଚନରେ ରାଇଗଞ୍ଜ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ, ମାତ୍ର ପରାଜିତ ହୋଇଥିଲେ ।
ଅଭିନୀତ କଥାଚିତ୍ର
ସମ୍ପାଦନା- ବାଘା ଜତିନ (୧୯୫୮)
- ମୋନିହାର (୧୯୬୬)
- ବଘିନି (୧୯୬୮)
- ଦୁଇ ପୃଥିବୀ (୧୯୭୦)
- ସ୍ତ୍ରୀର ପତ୍ର (୧୯୭୨)
- ଛେରା ତାମସୁକ୍ (୧୯୭୪)
- ବିକେଲେ ଭୋରେର ଫୁଲ (୧୯୭୪)
- ଗଣଦେବତା (୧୯୭୮)
- ଦାଦର କିର୍ତ୍ତୀ (୧୯୮୦)
- ସାହେବ (୧୯୮୧)
- ଗୁରୁ ଦକ୍ଷିଣା (୧୯୮୭)
- ଛୋଟ ବୋଉ (୧୯୮୮)
- ପ୍ରତୀକ (୧୯୮୮)
- ମଙ୍ଗଲ ଦୀପ (୧୯୮୯)
- ସିନ୍ଥିର ସିନ୍ଦୂର (୧୯୯୬)
- ଅପରାଜିତା (୧୯୯୮)
- ନଦୀର ପାରେ ଆମେର ବାରି (୨୦୦୧)
- ପ୍ରତିବାଦ (୨୦୦୧)
- ସାଥି (୨୦୦୨)
- ସଂଗୀତ (୨୦୦୩)
- ନାଟେର ଗୁରୁ (୨୦୦୩)
- ତୁଲକଲାମ (୨୦୦୭)
- ଏକଟି ମୁହୁର୍ତ୍ତେର ଜନ୍ୟୋ (୨୦୧୪)
- ଅଚେନା ବନ୍ଧୁତ୍ୱୋ (୨୦୧୫)
- ପ୍ରତ୍ୟାବର୍ତ୍ତନ (୨୦୧୫)
- ନବାବ (୨୦୧୭)
- ଦଶ ମାସ ଦଶ ଦିନେର ଗଳ୍ପ (୨୦୧୯)
- ଖୁଦା (୨୦୧୯)
ଆଧାର
ସମ୍ପାଦନା- ↑ "निमु भौमिक". Archived from the original on 2019-08-29. Retrieved 2023-06-29.
- ↑ "Veteran Bengali actor Nimu Bhowmik dead".
- ↑ "Veteran Bengali Actor Nimu Bhowmik Passes Away At 84". abplive.in. Archived from the original on 2019-09-14. Retrieved 2023-06-29.
- ↑ "Neemu Bhoumik seeks LS entry; people's issues, Raiganj roots in mind". The Indian Express (in ଇଂରାଜୀ). 2014-04-10. Retrieved 2021-10-26.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ନିମୁ ଭୌମିକ