ନିଫୁର୍ଟିମକ୍ସ
ନିଫୁର୍ଟିମକ୍ସ (ଇଂରାଜୀ ଭାଷାରେ Nifurtimox) ଏକ ଔଷଧ ଯାହା ଚାଗାସ୍ ରୋଗ ଓ ଆଫ୍ରିକୀୟ ଟ୍ରିପାନୋସୋମିଆସିସ ବା ନିଦ୍ରାରୋଗରେ ଦିଆଯାଏ ।[୧][୨] ନିଦ୍ରାରୋଗରେ ଏହା ଏଫ୍ଲୋର୍ନିଥିନ (eflornithine) ସାଥୀରେ ଦିଆଯାଏ ।[୨] ଚାଗାସ୍ ରୋଗରେ ଏହା ବେଞ୍ଜନିଡାଜୋଲ (benznidazole) ପରେ ଦ୍ୱିତୀୟ ଧାଡ଼ିର ଔଷଧରୂପେ ଦିଆଯାଏ ।[୩] ଏହା ପାଟିରେ ଦିଆଯାଏ ।[୧]
Clinical data | |
---|---|
Trade names | ଲାମ୍ପିଟ (Lampit)[୧] |
Synonyms | ପ୍ରତିଶବ୍ଦ ବେୟର ୨୫୦୨ (Bayer 2502)[୧] |
AHFS/Drugs.com | Micromedex Detailed Consumer Information |
Pregnancy category |
|
Routes of administration | ପାଟିରେ ଦିଆଯାଏ । |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | ସ୍ୱଳ୍ପ |
Metabolism | ଯକୃତ Liver (CYP involved) |
Elimination half-life | ୨.୯୫ ± ୧.୧୯ ଘଣ୍ଟା |
Excretion | ବୃକ୍କ Kidney, ଅତି କମ୍ |
Identifiers | |
| |
CAS Number | |
PubChem CID | |
ChemSpider | |
UNII | |
KEGG | |
ChEMBL | |
ECHA InfoCard | 100.041.377 |
Chemical and physical data | |
Formula | C10H13N3O5S |
Molar mass | 287.293 g/mol |
3D model (JSmol) | |
Chirality | Racemic mixture |
Melting point | 180 to 182 °C (356 to 360 °F) |
| |
| |
(what is this?) (verify) |
ସାଧାରଣ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ମୁଣ୍ଡବଥା ଓ ଓଜନ ହ୍ରାସ ଆଦି ଲକ୍ଷଣ ଦେଖାଯାଏ ।[୧] ପଶୁ ଅନୁଶୀଳନରୁ ଏହି ଔଷଧ ଯୋଗୁ କର୍କଟ ରୋଗ ସମ୍ଭାବନା ରହୁଥିଲେ ମଧ୍ୟ ମଣିଷ ଅନୁଶୀଳନରେ ସେଭଳି କିଛି ଜଣାଯାଇନାହିଁ । ଗର୍ଭାବସ୍ଥା, ବୃକ୍କ ଓ ଯକୃତ ସମସ୍ୟା (liver problems) ଥିଲେ ଏହି ଔଷଧ ଦିଆଯାଏ ନାହିଁ । ଏହା ନାଇଟ୍ରୋଫୁରାନ (nitrofuran) ଶ୍ରେଣୀର ଔଷଧ ।[୩]
ନିଫୁର୍ଟିମକ୍ସ ସନ ୧୯୬୫ରେ ଔଷଧ ରୂପେ ବ୍ୟବହାର କରାଗଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୨] କାନାଡା ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ବ୍ୟବସାୟୀକ ସୂତ୍ରରେ ମିଳେନାହିଁ ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲରୁ (Center for Disease Control) ମିଳିପାରିବ ।[୪] ସନ ୨୦୧୩ରେ ଏହାର ଗୋଟିଏ କୋର୍ଷର ମୂଲ୍ୟ ପ୍ରାୟ ୨୦ ଆମେରିକୀୟ ଡଲାର ଥିଲା ।[୫] ରୋଗ ପ୍ରବଣ ଇଲାକାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହା ବିନା ମୂଲ୍ୟରେ ବଣ୍ଟନ କରେ ।[୬]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Nifurtimox (Systemic)". Drugs.com. 1995. Retrieved 3 December 2016.
- ↑ ୨.୦ ୨.୧ ୨.୨ "WHO Model List of EssentialMedicines (19th List)" (PDF). World Health Organization. April 2015. Retrieved December 2016.
{{cite web}}
: Check date values in:|accessdate=
(help) - ↑ ୩.୦ ୩.୧ ୩.୨ Bern, Caryn; Montgomery, Susan P.; Herwaldt, Barbara L.; Rassi, Anis; Marin-Neto, Jose Antonio; Dantas, Roberto O.; Maguire, James H.; Acquatella, Harry; Morillo, Carlos (2007-11-14). "Evaluation and Treatment of Chagas Disease in the United States". JAMA. 298 (18): 2171–81. doi:10.1001/jama.298.18.2171. ISSN 0098-7484. PMID 18000201.
- ↑ Prevention, CDC - Centers for Disease Control and. "CDC - Chagas Disease - Resources for Health Professionals - Antiparasitic Treatment". www.cdc.gov. Retrieved 2016-11-09.
- ↑ Dumas, Michel; Bouteille, Bernard; Buguet, Alain (2013). Progress in Human African Trypanosomiasis, Sleeping Sickness (in ଇଂରାଜୀ). Springer Science & Business Media. p. 268. ISBN 9782817808574.
- ↑ "Trypanosomiasis, human African (sleeping sickness)". World Health Organization. February 2016. Retrieved 7 December 2016.