ନାରାୟଣ ଚନ୍ଦ୍ର ପତି

ଓଡ଼ିଆ ରାଜନୀତିଜ୍ଞ

ନାରାୟଣ ଚନ୍ଦ୍ର ପତି (୧୯୧୭ - ୧୯୮୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ନାରାୟଣ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ଯାଜପୁର ପଶ୍ଚିମ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ[୧] ଏବଂ ୧୯୬୧ ମସିହାରେ ସୁକିନ୍ଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ନାରାୟଣ ଚନ୍ଦ୍ର ପତି
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା (ଉପ)
କାର୍ଯ୍ୟକାଳ
୧୯୫୨ – ୧୯୫୭
ପୂର୍ବ ଅଧିକାରୀପୀତାମ୍ବର ଭୂପତି ହରିଚନ୍ଦନ ମହାପାତ୍ର
ପର ଅଧିକାରୀବାଇଧର ସିଂହ
ନିର୍ବାଚନ ମଣ୍ଡଳୀପଶ୍ଚିମ ଯାଜପୁର
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା (ଉପ)
କାର୍ଯ୍ୟକାଳ
୧୯୬୧ – ୧୯୬୭
ନିର୍ବାଚନ ମଣ୍ଡଳୀସୁକିନ୍ଦା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1917-02-02)ଫେବୃଆରୀ ୨, ୧୯୧୭
ମୃତ୍ୟୁ୧୯୮୧
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ପ୍ରଜା ସୋସିଆଲିଷ୍ଟ ପାର୍ଟି
ଜୀବନ ସାଥୀସୁଷମା ପତି
ବାପା/ବୋଉବିଦ୍ୟାଧର ପତି (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ନାରାୟଣ ଚନ୍ଦ୍ର ପତି ୧୯୧୭ ମସିହାର ଫେବୃଆରୀ ମାସ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ବିଦ୍ୟାଧର ପତି ଏବଂ ପତ୍ନୀଙ୍କ ନାମ ସୁଷମା ପତି ।[୧] ନାରାୟଣଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ।[୧]

ରାଜନୈତିକ ଜୀବନ ସମ୍ପାଦନା

ନାରାୟଣ ଚନ୍ଦ୍ର ପତି ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ ପ୍ରଜା ସୋସିଆଲିଷ୍ଟ ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଦୁଇଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ନାରାୟଣ ୧୯୮୧ ମସିହାରେ ମୃତ୍ୟୁବରଣ କରିଥିଲେ । ୨୫ ସେପ୍ଟେମ୍ବର ୧୯୮୧ରେ ବିଧାନ ସଭା ଗୃହରେ ତାଙ୍କ ପାଇଁ ଶୋକ ପାଳନ କରାଯାଇଥିଲା ।[୧] ମୃତ୍ୟୁବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Shri Narayan Chandra Pati". odishaassembly.nic.in. Odisha Assembly. Retrieved 12 November 2019.