ନାରାଟ୍ରିପଟାନ
ନାରାଟ୍ରିପଟାନ (ଇଂରାଜୀ ଭାଷାରେ Naratriptan), ଆମେରଜ୍ ବ୍ରାଣ୍ଡ ଏହାର ଏକ ବିକ୍ରୟ ନାମ, ହେଉଇ ଏକ ଔଷଧ ଯାହା ଅଧକପାଳି ମୁଣ୍ଡବିନ୍ଧାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହାକୁ ପ୍ରତିଷେଧକ ଭାବେ ବ୍ୟବହାର କରାଯାଏ ନାହିଁ ।[୧] ଏହା ପାଟିରେ ଦିଆଯାଏ ।[୧]
Clinical data | |
---|---|
Trade names | Amerge, Naramig, others |
AHFS/Drugs.com | monograph |
MedlinePlus | a601083 |
Pregnancy category | |
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | 74% |
Metabolism | Liver |
Elimination half-life | 5-8 hours |
Excretion | Kidney |
Identifiers | |
| |
ECHA InfoCard | 100.121.501 |
Chemical and physical data | |
Formula | C17H25N3O2S |
Molar mass | ୩୩୫.୪୭ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାଲୁଆ, ଅଇ, ନିଦ୍ରାଳୁ ଭାବ ଏବଂ ଥକାପଣ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କରୋନାରୀ ଭାସୋସ୍ପାଜ୍ମ, ଷ୍ଟ୍ରୋକ, ଉଚ୍ଚ ରକ୍ତଚାପ, ସେରୋଟୋନିନ୍ ସିଣ୍ଡ୍ରୋମ, ଆନାଫାଇଲାକ୍ସିସ ଏବଂ ଅତ୍ୟଧିକ ଔଷଧର ସେବନ ଜନିତ ମୁଣ୍ଡବ୍ୟଥା ହୋଇପାରେ ।[୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୨] ଏହା ଏକ ଟ୍ରିପଟାନ୍ ଯାହା ଏକ ସିଲେକ୍ଟିଭ୍ (୫-ଏଚଟି<sub id="mwHg">୧</sub>) 5-HT<sub id="mwHg">1</sub> ରିସେପ୍ଟର ଆଗୋନିଷ୍ଟ ଭାବରେ କାମ କରେ ।[୧]
୧୯୮୭ ମସିହାରେ ନାରାଟ୍ରିପଟାନ ପେଟେଣ୍ଟ୍ ହୋଇଥିଲେ ଏବଂ ୧୯୯୭ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] ଯୁକ୍ତରାଜ୍ୟରେ ୬ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ୩ ପାଉଣ୍ଡ ଥିଲା ।[୪] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୧ ଡଲାର ଅଟେ ।[୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Naratriptan Monograph for Professionals". Drugs.com (in ଇଂରାଜୀ). Archived from the original on 25 January 2021. Retrieved 11 November 2021.
- ↑ "Naratriptan (Amerge) Use During Pregnancy". Drugs.com (in ଇଂରାଜୀ). Archived from the original on 25 November 2020. Retrieved 12 November 2021.
- ↑ Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 531. ISBN 978-3-527-60749-5. Archived from the original on 2020-10-23. Retrieved 2021-10-24.
- ↑ ୪.୦ ୪.୧ BNF 81: March-September 2021. BMJ Group and the Pharmaceutical Press. 2021. p. 501. ISBN 978-0857114105.
- ↑ "Naratriptan Prices, Coupons & Savings Tips - GoodRx". GoodRx. Archived from the original on 31 October 2016. Retrieved 11 November 2021.