ନାଗେଶ୍ଵର ଜ୍ୟୋତିର୍ଲିଙ୍ଗ
ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ ଏକ ପୌରାଣିକ ମନ୍ଦିର ଯାହାର ବର୍ଣ୍ଣନା ଶିବ ପୁରାଣରେ ଅଛି । ବାରଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଏହା ଗୋଟିଏ । ଗୁଜରାଟର ଦ୍ୱାରକାରେ ଏହା ଅବସ୍ଥିତ ।
ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ | |
---|---|
नागेश्वर मंदिर | |
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Devbhumi Dwarka |
ଦେବାଦେବୀ | ଶିବ |
Festivals | ମହା ଶିବରାତ୍ରୀ (Maha Shivaratri) |
Location | |
ସ୍ଥାନ | Dwarka |
State | Gujarat |
Country | ଭାରତ |
ଭୌଗଳିକ ଅବସ୍ଥିତି | 22°20′09″N 69°05′13″E / 22.3359°N 69.0869°E |
ଜ୍ୟୋତିର୍ଲିଙ୍ଗ
ସମ୍ପାଦନାଶିବ ପୁରାଣ ଅନୁସାରେ ଏକଦା ସୃଷ୍ଟିକର୍ତ୍ତା ବ୍ରହ୍ମା ଓ ପାଳନକର୍ତ୍ତା ବିଷ୍ଣୁଙ୍କ ମଧ୍ୟରେ ‘କିଏ ବଡ଼’ ଏହି ପ୍ରସଙ୍ଗର ଯୁକ୍ତିତର୍କ ଲାଗିଲା । ତାଙ୍କୁ ପରୀକ୍ଷା କରିବା ନିମନ୍ତେ ତିନି ଲୋକକୁ ଶିବ ଏକ ଆଲୋକ ସ୍ତମ୍ଭରେ ପରିଣତ କରିଦେଲେ ଯାହାକୁ ଜ୍ୟୋତିର୍ଲିଙ୍ଗ (Jyotirlinga)କୁହାଗଲା । ବ୍ରହ୍ମା ବିଷ୍ଣୁ ଦୁହେଁ ଅଲଗା ଅଲଗା ଭାବରେ ସେହି ଆଲୋକ ସ୍ତମ୍ଭକୁ ମାପିବାକୁ ଲାଗିଲେ । ବ୍ରହ୍ମା ଉର୍ଦ୍ଧ୍ୱ ଦିଗକୁ ଯାଇ ତାହାର ଶେଷ ଅଂଶ ଦେଖି ଆସିଛନ୍ତି କହିଲେ ଯାହା ଏକା ମିଥ୍ୟା ଥିଲା ବୋଲି ମାନିଥିଲେ । ବିଷ୍ଣୁ ନିମ୍ନ ଦିଗରେ ଗଲେ ଓ ଶେଷ ଭାଗ ଦେଖିନପାରି ସତ୍ୟ କଥା କହିଲେ । ଏହା ପରେ ଶିବ ଏକ ଦ୍ୱିତୀୟ ଜ୍ୟୋତିର୍ଲିଙ୍ଗ ସୃଷ୍ଟି ଭାବରେ ସୃଷ୍ଟି ହୋଇ ବ୍ରହ୍ମାଙ୍କୁ ଅଭିଶାପ ଦେଲେ ଏ ସେ କୌଣସି ପୂଜାରେ ସ୍ଥାନ ପାଇବା ଯୋଗ୍ୟ ରହିବେନି । ଜ୍ୟୋତିର୍ଲିଙ୍ଗ ଏକ ସୁପ୍ରିମ ଅଦୃଶ୍ୟ ବାସ୍ତବତା ଯେଉଁଥିରେ ଶିବ ସୃଷ୍ଟି ହୁଅନ୍ତି । ଶିବଙ୍କ ସେହି ଆବିର୍ଭାବ ସମୟକୁ ଜ୍ୟୋତିର୍ଲିଙ୍ଗ ସ୍ମରଣ କରାଏ । [୧][୨]
ପ୍ରଥମରୁ ୬୪ଟି ଜ୍ୟୋତିର୍ଲିଙ୍ଗ ଥିବା ବିଶ୍ୱାସ କରାଯାଏ । ଏମାନଙ୍କ ମଧ୍ୟରୁ ୧୨ଟି ବିଶେଷ ପବିତ୍ର ସ୍ଥାନ ବୋଲି ମନେ କରାଯାଏ । [୩] । ସେହି ବାରଟି ସ୍ଥାନ ଶିବଙ୍କର ଭିନ୍ନ ଭିନ୍ନ ନାମରେ ନାମିତ ହୋଇଛି ।[୪] ସେହି ସ୍ଥାନରେ ମୂଳ ଠାକୁର ହେଉଛନ୍ତି ଲିଙ୍ଗ ଯାହା ଅସୀମ ସ୍ତମ୍ଭକୁ ବୁଝାଏ ।[୪][୫][୬] ବାରଟି ଜ୍ୟୋତିର୍ଲିଙ୍ଗ ଥିବା ସ୍ଥାନ ଯଥାକ୍ରମେ: ଗୁଜରାଟରେ ଥିବା ସୋମନାଥ ମନ୍ଦିର, ଶ୍ରୀଶୈଲମର ମଲ୍ଲିକାର୍ଜୁନ, ଉଜ୍ଜୟନୀ, ମଧ୍ୟପ୍ରଦେଶର ମହାକାଳେଶ୍ୱର, ମଧ୍ୟପ୍ରଦେଶର ଓଁକାରେଶ୍ୱର, ହିମାଳୟର କେଦାରନାଥ, ମହାରାଷ୍ଟ୍ରର ଭୀମଶଙ୍କର, ବାରାଣସୀର ବିଶ୍ୱନାଥ, ମହାରାଷ୍ଟ୍ରର ତ୍ର୍ୟମ୍ବକେଶ୍ୱର, ଦେଓଘରର ବୈଦ୍ୟନାଥ, ମହାରାଷ୍ଟ୍ରର ଅଉନ୍ଧ ନାଗନାଥ ମନ୍ଦିର, ରାମେଶ୍ୱରର ରାମନାଥ ସ୍ୱାମୀ, ଓ ଅଉରଙ୍ଗାବାଦର ଗ୍ରୀସନେଶ୍ୱର ମନ୍ଦିର ।[୩][୭]
ଗୁଜରାଟର ଦାରୁକାବନମ ଜଙ୍ଗଲ ମଧ୍ୟରେ ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ ଅବସ୍ଥିତ । [୮]
କିମ୍ବଦନ୍ତୀ
ସମ୍ପାଦନାଶିବ ପୁରାଣ ଅନୁସାରେ ଭାରତର ଏକ ଜଙ୍ଗଲର ପୁରାତନ ନାମ ହେଉଛି ଦାରୁକବଣ ଯେଉଁଠାରେ ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ ଅବସ୍ଥିତ । ଏହି ଦାରୁକବଣ ପୁରାଣ ମାନଙ୍କରେ କାମ୍ୟକବନ, ଦୈତବଣ, ଓ ଦଣ୍ଡକବଣ ଭଳି ବିଭିନ୍ନ ନାମରେ ନାମିତ ହୋଇଛି ।
ଗମନାଗମନ
ସମ୍ପାଦନାନିକଟବର୍ତ୍ତୀ ଏୟାରପୋର୍ଟ: ଜାମନଗର ଏୟାରପୋର୍ଟ । ରେଲ ଷ୍ଟେସନ: ଦ୍ୱାରକା ରେଲ ଷ୍ଟେସନ ଓ ଓଖା ରେଲ ଷ୍ଟେସନ
ଏହା ମଧ୍ୟ ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ Eck 1999, p. 107.
- ↑ Gwynne 2008, Char Dham.
- ↑ ୩.୦ ୩.୧ R. 2003, pp. 92–95.
- ↑ ୪.୦ ୪.୧ Lochtefeld 2002, pp. 324–325.
- ↑ Harding 1998, pp. 158–158.
- ↑ Vivekananda Vol. 4
- ↑ Chaturvedi 2006, pp. 58–72.
- ↑ "Nageshwar Jyotirling". devbhumidwarka.nic.in. National Informatics Centre. Retrieved 25 September 2021.
ବାହ୍ୟ ଲିଙ୍କ
ସମ୍ପାଦନା- Nageshvara Jyotirlinga Archived 2017-02-04 at the Wayback Machine., Indian GK
- Nageswar Archeology
- Nageswar Jyotirlinga Temple(Complete info)