ଅକ୍କିନେନି ନାଗା ଚୈତନ୍ୟ

ତେଲୁଗୁ ଅଭିନେତା
(ନାଗା ଚୈତନ୍ୟ ଅକ୍କିନେନିରୁ ଲେଉଟି ଆସିଛି)

‌ଅକ୍କିନେନି ନାଗା ଚୈତନ୍ୟ‌(ଜନ୍ମ ୨୩ ନଭେମ୍ବର ୧୯୮୬)[୧] ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତା । ସେ ମୁଖ୍ୟତଃ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । ‌ଯୋସ୍‌ ଚଳଚ୍ଚିତ୍ର ଜରିଆରେ ୨୦୦୯ରେ ନାଗା ଚୈତନ୍ୟ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୪] ତାଙ୍କର ପ୍ରଥମ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପରେ ନିର୍ଦ୍ଦେଶକ ଗୌତମ ମେନନ୍‌ଙ୍କ ନିର୍ଦ୍ଦେଶତି ଚଳଚ୍ଚିତ୍ର ‌ୟେ ମାୟା ଚେସଭେ‌ରେ ଚୈତନ୍ୟ ନାୟକ ରୂପେ ଅଭିନୟ କରିଥିଲେ । ୨୦୧୦ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ଚୈତନ୍ୟଙ୍କର ପିତା ନାଗାର୍ଜୁନଙ୍କର ଅଭିନୀତ ୧୯୮୯ର ଚଳଚ୍ଚିତ୍ର ‌ଗୀତାଞ୍ଜଳୀ‌କୁ ଲକ୍ଷ୍ୟ କରି ନିର୍ମାଣ କରାଯାଇଥିଲା । ଏହି ଚଳଚ୍ଚିତ୍ରରେ ଚୈତନ୍ୟଙ୍କ ସ‌ହ ତାଙ୍କର ପିଉସୀ ଝିଅ ସାମନ୍ତା ମଧ୍ୟ ଚଳଚ୍ଚିତ୍ର ଜଗତରେ ନାୟିକା ରୂପେ ପ୍ରବେଶ କରିଥିଲେ ।[୫] [୬]

ଅକ୍କିନେନି ନାଗା ଚୈତନ୍ୟ
ପିତା ନାଗାର୍ଜୁନ(ମଝି) ଏବଂ ସାବତ ମାଆ ଅମଲାଙ୍କ ସ‌ହ ନାଗା ଚୈତନ୍ୟ
Born
ଅକ୍କିନେନି ନାଗା ଚୈତନ୍ୟ

(1986-11-23) ୨୩ ନଭେମ୍ବର ୧୯୮୬ (ବୟସ ୩୭)[୧][୨]
Nationalityଭାରତୀୟ
Occupationଅଭିନେତା
Years active୨୦୦୯–ଏବେଯାଏଁ
Partnerସାମନ୍ତା ରୁଥ୍ ପ୍ରଭୁ (୨୦୧୭ରୁ ଏବେଯାଏଁ)[୩]
Parent(s)ଅକ୍କିନେନି ନାଗାର୍ଜୁନ
ଦଗୁପତି ଲକ୍ଷ୍ମୀ ରାମନାୟିଡ଼ୁ
Relatives
List

ଏହା ପରେ ୨୦୧୧ ମସିହାରେ ନିର୍ଦ୍ଦେଶକ ସୁକୁମାରଙ୍କ ନିର୍ଦ୍ଦେଶନାର ଅଭିନେତ୍ରୀ ‌ତମନ୍ନା ଭାଟିଆ‌ଙ୍କ ସ‌ହ ଚୈତନ୍ୟଙ୍କ ‌100% ଲଭ୍‌ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଏହା ପରେ ପରେ ଚୈତନ୍ୟଙ୍କର ‌ଧଡ଼ା‌, ‌ବେଜ‌‌ୱାଡ଼ା‌, ‌ଅଟୋନ‌ଗର ସୁର୍ଯ୍ୟ‌, ‌ତଡ଼କା‌ ଆଦି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ।[୭] ୨୦୧୩ରେ ଅକ୍କିନେନି ପରିବାରଦ୍ୱାରା ନିର୍ମିତ ଚଳଚ୍ଚିତ୍ର ‌ମନମ୍‌ରେ ପିତା ନାଗାର୍ଜୁନ, ଜେଜେ ନାଗେଶ୍ୱର ରାଓଙ୍କ ସ‌ହ ନାଗା ଚୈତନ୍ୟ ମଧ୍ୟ ଅଭିନୟ କରିଥିଲେ । ଏହା ପରେ ପିତା ନାଗାର୍ଜୁନଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ‌ଓକ୍କା ଲୈଲା କୋସମ୍‌ ୨୦୧୪ରେ ଚୈତନ୍ୟ ନାୟକ ଭୂମିକାରେ ଅଭିନୟ କରିଥିଲେ ।

ପ୍ରାରମ୍ଭିକ ଜୀବନ ଏବଂ ପରିବାର ସମ୍ପାଦନା

ଚୈତନ୍ୟ ଚେନ୍ନାଇରେ ୧୯୮୬ ମସିହା ନଭେମ୍ବର ୨୩ରେ ଜନ୍ମଗ୍ରହଣ କରିଥିଲେ ।[୧] ତେଲୁଗୁ ଚଳଚ୍ଚିତ୍ର ଅଭିନେତା ଅକ୍କେନେନି ନାଗାର୍ଜୁନ ତାଙ୍କର ପିତା ଏବଂ ଲକ୍ଷ୍ମୀ ଦଗୁପତି ତାଙ୍କର ମାତା ଥିଲେ ।[୮] ତାଙ୍କର ଜେଜେ ଅକ୍କିନେନି ନାଗେଶ୍ୱର ରାଓ, ମାମୁଁ ଭେଙ୍କଟେଶ ଦଗୁପତି, ସୁରେଶ ଦଗୁପତି, ମାମୁଁ ପୁଅ ଭାଇ ରାଣା ଦଗୁପତି ଏବଂ ପୀଉସୀର ପିଲା, ସୁମନ୍ତ, ସୁଶାନ୍ତ ଏବଂ ସାମନ୍ତା ସଭିଏଁ ତେଲୁଗୁ କଥାଚିତ୍ର ଜଗତର ଅଭିନେତା । ତାଙ୍କର ଅଜା ରାମନାଇଡ଼ୁ ଦଗପତି ଜଣେ ପ୍ରଯୋଜକ ।[୯] ଏହା ପରେ ନାଗାର୍ଜୁନ ଏବଂ ଲକ୍ଷ୍ମୀଙ୍କର ବିବାହ ବିଚ୍ଛେଦ ଘଟିଲା । ନାଗାର୍ଜୁନ ଲକ୍ଷ୍ମୀଙ୍କୁ ଛାଡ଼ପତ୍ର ଦେବା ପରେ ଅଭିନେତ୍ରୀ ଅମଲା ମୁଖାର୍ଜୀଙ୍କୁ ବିବାହ କରିଥିଲେ । ନାଗାର୍ଜୁନ ଏବଂ ଅମଲାଙ୍କର ପୁଅ ହେଉଛି ଅଖିଳ ଅକ୍କିନେନି ।[୧୦]

ଚୈତନ୍ୟଙ୍କର ମାତା-ପିତାଙ୍କର ବିବାହ ବିଚ୍ଛେଦ ପରେ ସେ ତାଙ୍କର ମାଆ ଲକ୍ଷ୍ମୀଙ୍କ ସ‌ହ ଚେନ୍ନାଇ ଚାଲିଗଲେ । ଚୈତନ୍ୟ ସ୍କୁଲରେ ପଢ଼ୁଥିବା ବେଳେ କି'ବୋର୍ଡ଼ ବଜାଇବାକୁ ବଜାଇବାକୁ ପସନ୍ଦ କରୁଥିଲେ ଏବଂ ସ୍କୁଲ ବ୍ୟାଣ୍ଡରେ ସେ ଗୀଟାର ବାଜାଉଥିଲେ । ପରବର୍ତ୍ତୀ ସମୟରେ ସେ ଲଣ୍ଡନର ତ୍ରିନିଟୀ ମହାବିଦ୍ୟଳୟରୁ କି'ବୋର୍ଡ଼ର ଶିକ୍ଷା ମଧ୍ୟ ନେଇଛନ୍ତି ।[୧୧] ଚେନ୍ନାଇରେ ୧୮ ବର୍ଷ ର‌ହିବା ଭିତରେ ଚୈତନ୍ୟ ତାଙ୍କର ବିଦ୍ୟାଳୟ ପାଠ୍ୟକ୍ରମ ଶେଷ କରି ହାଇଦ୍ରାବାଦ ଫେରିଥିଲେ ବାଣିଜ୍ୟରେ ସ୍ନାତକ ହାସଲ କରିବା ପାଇଁ । ସେ ତାଙ୍କର ସ୍ନାତକର ୨ୟ ବର୍ଷରେ ନାଗାର୍ଜୁନଙ୍କୁ ତାଙ୍କର ଅଭିନୟ ଦୁନିଆର ଇଚ୍ଛା ବିଷୟରେ ଜଣାଇଥିଲେ ।[୧୨] ଏହା ପରେ ସେ ମୁମ୍ବାଇରେ ତିନିମାସ ପାଇଁ ଅଭିନୟ ଶିକ୍ଷାଗ୍ରହଣ କରିଥିଲେ ଏବଂ ତା' ପରେ ଲସ୍ ଆଞ୍ଜେଲ୍‌ସ୍‌ରେ ଅଭିନୟ ଏବଂ ସାମରୀକ ଶିକ୍ଷା କରିଥିଲେ । ଏସବୁ ବ୍ୟତୀତ ସେ ତାଙ୍କର ଅଭିନୟ ଆରମ୍ଭ କରିବା ପୂର୍ବରୁ ଦେଢ଼ ବର୍ଷ ତେଲୁଗୁ ଭାଷା ଶିକ୍ଷା କରିଥିଲେ । ଏଥିରେ ସେ କଥାଚିତ୍ରରର ଶବ୍ଦଗ୍ରହଣ କରିବା ପଦ୍ଧତି ସ‌ହ ଶୁଦ୍ଧ ତେଲୁଗୁ ଭାଷା ଶିଖୁଥିଲେ ।[୧୩]

ନାଗା ଚୈତନ୍ୟ ଏବଂ ସାମନ୍ତା ପରସ୍ପରଙ୍କୁ ପୂର୍ବରୁ ଭଲ ପାଉଥିଲେ । ମାତ୍ର ସେମାନେ ଏହି କଥାକୁ ଖୋଲି ଖୋଲି ସ୍ୱୀକାର କରିବା ପରିବର୍ତ୍ତେ କେବଳ ଉତ୍ତମ ବନ୍ଧୁ ବୋଲି କ‌ହୁଥିଲେ ।[୧୪] ନାଗା ଚୈତନ୍ୟ ସାମନ୍ତା ତାଙ୍କ ପ୍ରେମ ବିଷୟରେ କ‌ହିବାକୁ ତାଙ୍କର ପିତା ନାଗାର୍ଜୁନଙ୍କର ସୀକୃତି ଚାହୁଁଥିଲେ । କାରଣ ନାଗାର୍ଜୁନ ମଧ୍ୟ ଅମଲାଙ୍କୁ ବିବାହ କରିବା ବେଳେ ତାଙ୍କର ସ୍ୱର୍ଗୀୟ ପିତା ନାଗେଶ୍ୱର ରାଓଙ୍କର ଅନୁମତି ନେଇଥିଲେ ।[୧୫] ସେଥିପାଇଁ ନାଗାର୍ଜୁନ ସେମାନଙ୍କର ପ୍ରେମକୁ ସୀକୃତି ଦେବା ପରେ ହିଁ ସେମାନଙ୍କର ନିର୍ବନ୍ଧ ଜାନୁଆରୀ ୨୯ରେ ହୋଇଥିଲା ।[୧୬] ଏହି ନିର୍ବନ୍ଧ ବିଷୟରେ ନାଗାର୍ଜୁନ ନିଜେ ସଭିଙ୍କୁ ସାମାଜିକ ଗଣମାଧ୍ୟମରେ ଲେଖି ଜଣାଇଥିଲେ । ନାଗାର୍ଜୁନ ଏହି ଖୁସି ଖବର ଦେବା ପାଇଁ ଟୁଇଟ୍ କରି ଲେଖିଥିଲେ: "#Chaisam It's official now. My mother is my daughter now. Couldn't be happier!!" ।[୧୭] ନାଗାର୍ଜୁନ ମନମ୍ ଚଳଚ୍ଚିତ୍ର ସ‌ହ ତାଙ୍କ ପାରିବାରିକ ସମ୍ପର୍କ ଅନୁସାରେ ସାମନ୍ତାଙ୍କୁ ତାଙ୍କ ମାଆ ବୋଲି ସମ୍ବୋଧନ କରିଥିଲେ ।

ଅଭିନୟ ଜୀବନ ସମ୍ପାଦନା

୨୦୧୧–୨୦୧୧ ସମ୍ପାଦନା

ଚୈତନ୍ୟ ୨୦୦୯ରେ ନିର୍ଦ୍ଦେଶକ ବସୁ ବର୍ମା ତାଙ୍କର ଚଳଚ୍ଚିତ୍ରରେ ‌ଯୋସ୍‌ରେ ଚୈତନ୍ୟଙ୍କୁ ନାୟକ ରୂପେ ପ୍ରଥମ ସୁଯୋଗ ଦେଇଥିଲେ, ଯେଉଁଥିରେ ସେ ଜଣେ କଲେଜ ଛାତ୍ର ଭାବରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ Rediff.comରେ ଲେଖାଯାଇଥିଲା "As a debutant, Naga Chaitanya has performed well. He has his moments where he's proven himself. There is always scope for improvement and one hopes that he will hone his skills in the years to come."[୧୮] ଚୈତନ୍ୟ ତାଙ୍କର ପ୍ରଥମ ଅଭିନୟ ପାଇଁ ଦକ୍ଷୀଣ ଭାରତୀୟ ଫିଲ୍ମ ଫେୟାରରେ ଶ୍ରେଷ୍ଠ ନବାଗତ ନାୟକ ପୁରସ୍କାର ପାଇଥିଲେ ।[୧୯]

ଏହା ପରେ ସେ ଗୌତମ ମେନନ୍‌ଙ୍କ ରୋମାଣ୍ଟିକ ଚଳଚ୍ଚିତ୍ର ‌ୟେ ମାୟା ଚେସଭେ‌ରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ସମାନ୍ତରାଳ ଭାବରେ ତେଲୁଗୁ ଏବଂ ତାମିଲ ଭାଷାରେ ନିର୍ମିତ ହୋଇଥିଲା । ମାତ୍ର ତାମିଲରେ ଏହାର କଳାକାର ଏବଂ କାହାଣୀର ଅନ୍ତ କିଛିଟା ଅଲଗା ପ୍ରକାରର ଥିଲା । ଏହି ଚଳଚ୍ଚିତ୍ରରେ ଚୈତନ୍ୟ ଜଣେ ହିନ୍ଦୁ ତେଲୁଗୁ କଥାଚିତ୍ର ସ‌ହ ନିର୍ଦ୍ଦେଶକ ଭୂମିକାରେ ଅଭିନୟ କରିଥିଲେ ଯାହାଙ୍କ ସ‌ହ ଜଣେ ଖ୍ରୀଷ୍ଟିଆନ ମଲାୟୀ ଝିଅ ସ‌ହର ପ୍ରେମ ଗଢ଼ି ଉଠିଥିବ । Sify.comର ଜଣେ ଅଲୋଚକ ନାଗା ଚୈତନ୍ୟଙ୍କର ଏହି ଅଭିନୟ ପାଇଁ ଲେଖିଥିଲେ: "Naga Chaitanya is at home in romantic scenes. his asset is his voice and his casual acting style. Chaitanya has improved much better in performance from his first film. He can now confidently act in more romantic films and strengthen his position." ଏଥି ସ‌ହିତ ଚୈତନ୍ୟଙ୍କୁ ତାଙ୍କର ରୂପ ଉପରେ ବିଶେଷ ଧ୍ୟାନ ଦେବା ଦରକାର ବୋଲି ଅଲୋଚକମାନେ ମତ ଦେଇଥିଲେ, କାରଣ ସେ ଅତ୍ୟନ୍ତ ଛୋଟ ଥିଲେ ଏବଂ ତାଙ୍କୁ ଦେଖିଲେ ସମସ୍ତଙ୍କୁ ଛୋଟ ପିଲା ଭଳି ଲାଗୁଥିଲା ।[୨୦] ଏହି ଚଳଚ୍ଚିତ୍ରଟି ଅଶ୍ଚର୍ଯ୍ୟଜନ‌କ ବ୍ୟବସାୟ କରିଥିଲା ।[୧୨][୨୧] ଏହି ଚଳଚ୍ଚିତ୍ରରେ ଚୈତନ୍ୟଙ୍କର ଅଭିନୟ ପାଇଁ ଦକ୍ଷିଣ ଭାରତୀୟ ଫିଲ୍ମ‌ଫେୟାର ପୁରସ୍କାର ଉତ୍ସବରେ ତାଙ୍କୁ ମଧ୍ୟ ନାମାଙ୍କିତ କରାଯାଇଥିଲା ।[୨୨][୨୩]

‌ୟେ ମାୟା ଚେସଭେ‌ ପରେ ସେ ନିର୍ଦ୍ଦେଶକ ସୁକୁମାରଙ୍କ ସ‌ହ ଅନ୍ୟ ଏକ ପ୍ରେମ କାହାଣୀ ‌100% ଲଭ୍‌ରେ ନାୟିକା ତମନ୍ନା ଭାଟିଆଙ୍କର ନାୟକ ସାଜିଥିଲେ । ଏହି ଚଳଚ୍ଚିତ୍ରରେ ସେ ଜଣେ ଉତ୍ତମ ପାଠ ପଢ଼ି ସବୁବେଳେ ପ୍ରଥମ ସ୍ଥାନ ଅଧିକାର କରୁଥିବା ଗର୍ବୀ ଛାତ୍ର ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ପାଇଁ IndiaGlitz ମନ୍ତବ୍ୟରେ ଲେଖିଥିଲା: "Naga Chaitanya's action has improved from his previous films. Though his expressions fall flat at places, the music, characterisation, camera and the look covers it all. His timing and grasping of his role is commendable. Though he didn't impress with his action, he didn't depress either. His best is perhaps yet to come." ଏତଦ୍ ବ୍ୟତୀତ ସେ ତାଙ୍କର ନୃତ୍ୟ ଶୈଳୀରେ ସୁଧାର ଆଣିବା ପାଇଁ ଆଲୋଚକମାନେ ମତ ପ୍ରକାଶ କରିଥିଲେ ।[୨୪]

ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ‌ଧଡ଼ା‌ର ନିର୍ଦ୍ଦେଶନା ଦେଇଥିଲେ ନବାଗତ ନିର୍ଦ୍ଦେଶକ ‌ଅଜୟ ଭୁୟାଁ‌ । ଏହି ଚଳଚ୍ଚିତ୍ରର କାହାଣୀରେ ନାୟକ ଏବଂ ତା'ର ଭାଇ ଦୁଇଜଣ ଅନାଥ ବିଦେଶରେ ଥିଲେ । ବଡ଼ଭାଇ ଅନେକ କଷ୍ଟ କରିବା ସ‌ହ କିଛି ଖଳ ପ୍ରକୃତିର ଲୋକଙ୍କ ସ‌ହ କାର୍ଯ୍ୟ କରି ସାନ ଭାଇକୁ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରାଉଛି ଏବଂ ବିଭିନ୍ନ ଘାତ ପ୍ରତିଘାତ ମଧ୍ୟ ଦେଇ ସେମାନେ ସେହି ଖଳ ପ୍ରକୃତିର ଲୋକଙ୍କୁ ହତ୍ୟା କରି ଭାରତ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ନାୟିକା କାଜଲ ଅଗ୍ର‌ୱାଲ ଏହି ଚଳଚ୍ଚିତ୍ରରେ ଚୈତନ୍ୟଙ୍କର ନାୟିକା ସାଜିଥିଲେ । ଏହି ଚଳଚ୍ଚିତ୍ରରେ ନାଗା ଚୈତନ୍ୟଙ୍କର ଅଭିନୟ ପାଇଁ ‌The Times of India‌ ଲେଖିଥିଲା: "After good performances in his last two films, Naga Chaitanya doesn't live up to expectations. He has the same expression stuck on his face throughout the movie."[୨୫]

ଏହା ପରେ ପରେ ନାଗା ଚୈତନ୍ୟ ନିର୍ଦ୍ଦେଶକ ବିବେକ କୃଷ୍ଣଙ୍କ ନିର୍ଦ୍ଦେଶନାରେ ‌ବେଜ‌‌ୱାଡ଼ା‌ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ଚୈତନ୍ୟ ଜନେ କଲେଜ ପଢ଼ୁଆ ଛାତ୍ର ଭୂମିକରେ ଅଭିନୟ କରିଥିଲେ, ଯିଏ ତା'ର ବଡ଼ଭାଇର ହତ୍ୟାର ପ୍ରତିଶୋଧ ନେବା ପାଇଁ ଗୋଟିଏ ଗୁଣ୍ଡା ପାଲଟିଯାଏ । ଏହି ଚଳଚ୍ଚିତ୍ରଟି ସମାଲୋଚକ ବିପରୀତ ମନ୍ତବ୍ୟର ଶିକାର ହୋଇଥିଲା । କେତେକ ମତ ଦେଲେ କି ଏହି ଚଳଚ୍ଚିତ୍ରଟି ନାଗା ଚୈତନ୍ୟଙ୍କର ଜୀବନର ସବୁଠାରୁ ଖରାପ ଚଳଚ୍ଚିତ୍ର । ଏହା ‌ଧଡ଼ା‌ଠାରୁ ମଧ୍ୟ ଆହୁରି ଖରାପ ହୋଇଥିଲା ।[୨୬][୨୭] ତାଙ୍କର ଏହି ଚରିତ୍ରରେ ଅଭିନୟ ପାଇଁ ସମୀକ୍ଷକମାନେ ଅନେକ କଟୁ ସମାଲୋଚନା କଲେ । ‌The Times of India‌ରେ ତାଙ୍କର ଏହି ଅଭିନୟ ପାଇଁ ବାହାରିଥିଲା: "This film might have even outdone "Dhada", in being called the worst film of Naga Chaitanya's career. While the young actor still needs to work on his facial expressions, he was saddled with a poorly sketched character in this film, devoid of all heroism, and he fails to rise above it."[୨୮]

୨୦୧୩–ଏବେଯାଏଁ ସମ୍ପାଦନା

ଚୈତନ୍ୟଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ଥିଲା ‌ତଡ଼କା‌ ଯେଉଁଟାକି ‌ଏନ. ଲିଙ୍ଗୁସ୍ୱାମୀ‌ଙ୍କ ତାମିଲ ଚଳଚ୍ଚିତ୍ର ‌ବେଟ୍ଟାଇ‌ର ପୁନଃନିର୍ମିତ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ର ପାଇଁ ଖବରକାଗଜ ‌ The Hindu‌ ଲେଖିଥିଲେ: "Naga Chaitanya shows tremendous improvement over his last outing, the debacle called ‌Bejawada‌. He is in sync with his role, exudes confidence and seems to have had fun both during the stunt sequences and comic portions. Reprising a role played by an established actor like Arya is no mean task and Chaitanya pulls it off rather well."[୨୯] ଏହି ଚଳଚ୍ଚିତ୍ରଟି ଉତ୍ତମ ବ୍ୟବସାୟ କରିବା ସ‌ହ ଚୈତନଙ୍କୁ ଆଗକୁ ଭଲ ଭଲ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ସୃଷ୍ଟି କଲା ।[୩୦]

୨୦୧୪ରେ ଚୈତନ୍ୟ ଅକ୍କିନେନି ପରିବାରଦ୍ୱାରା ନିର୍ମିତ ଚଳଚ୍ଚିତ୍ର ‌ମନମ୍‌ରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ଅକ୍କିନେନି ପରିବାରର ନାଗେଶ୍ୱର ରାଓ, ନାଗାର୍ଜୁନ ଏବଂ ସାମନ୍ତା ଚୈତନ୍ୟଙ୍କ ସ‌ହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୩୧] ଏଥି ସ‌ହ ତାଙ୍କ ସାବତ ଭାଇ, ଅଖିଳ ଅକ୍କିନେନି ଏବଂ ସାବତ ମାଆ ଅମଲା ଅକ୍କିନେନି ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ । ନାଗା ଚୈତନ୍ୟଙ୍କର ‌100% ଲଭ୍‌ ଚଳଚ୍ଚିତ୍ରର ସଫଳତା ପରେ ନାଗେଶ୍ୱର ରାଓ ତାଙ୍କର ସମ୍ପୂର୍ଣ୍ଣ ପରିବାରକୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଇଚ୍ଛା କରିଥିଲେ । ମାତ୍ର ସେହିଭଳି ମନଲାଖି କାହାଣୀଟିଏ ନ ମିଳିବାରୁ ସେମାନଙ୍କୁ ଅନେକ ସମୟ ଲାଗିଥିଲା । ମାତ୍ର ଅନେକ କାହଣୀ ଶୁଣିବା ପରେ ନିଜେ ନାଗେଶ୍ୱର ରାଓ ଏହି କାହାଣୀଟିକୁ ପସନ୍ଦ କରିବା ପରେ ଏହାର ଶୀର୍ଷକ ନିଜେ ରଖିଥିଲେ ‌ମନମ୍‌[୩୨][୩୩] ଯାହାର ଓଡ଼ିଆ ଅର୍ଥ ହେଉଛି ‌ଆମେ‌ । ଏହି ଚଳଚ୍ଚିତ୍ରଟି ପୁନର୍ଜନ୍ମର କାହାଣୀ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ Deccan Chronicle ଲେଖିଥିଲେ: "Naga Chaitanya has done a decent job and compared to his earlier films he matured a lot as an actor."[୩୪] Sify.com ମଧ୍ୟ ଲେଖିଥିଲେ: "There is lot of improvement in Naga Chaitanya`s acting. He looks natural and has done justice to his role."[୩୫]

ତାଙ୍କର ପରବର୍ତ୍ତୀ ସମୟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ହେଉଛି ଏକ ରାଜନୈତିକ ନାଟକ, ‌ଅଟୋନ‌ଗର ସୂର୍ଯ୍ୟ‌ । ଏହି ଚଳଚ୍ଚିତ୍ରଟି ଦେବ କଟ୍ଟାଙ୍କଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା ଯେଉଁଥିରେ ଚୈତନ୍ୟ ଜଣେ ଦକ୍ଷ ମେକାନିକ ରୂପେ ଅଭିନୟ କରିଥିଲେ, ଯିଏକି ଛୋଟ ବେଳୁ ଏକ ଅପରାଧରେ ଜେଲ୍ ଜାଇଥିଲେ ଏବଂ ପରେ ପରେ ରାଜନୀତିରେ ଅବତୀର୍ଣ୍ଣ ହୋଇଥିଲେ ।[୩୬] ଏଥିରେ ସାମନ୍ତା ୩ୟ ଥର ପାଇଁ ଚୈତନ୍ୟଙ୍କର ନାୟିକା ସାଜିଥିଲେ । ଏହି ଚଳଚ୍ଚିତ୍ରଟି ଅଲୋଚକ ଏବଂ ସମୀକ୍ଷକଙ୍କଦ୍ୱାରା ମିଶ୍ରିତ ମନ୍ତବ୍ୟ ପାଇଥିଲା । ସମୀକ୍ଷକମାନେ ଏହି ଚଳଚ୍ଚିତ୍ରଟିକୁ ସମାଲୋଚନା କରିଥିବା ବେଳେ ଅଲୋଚକ ବୃନ୍ଦ ନାଗା ଚୈତନ୍ୟଙ୍କର ଅଭିନୟକୁ ଖୁବ୍ ପ୍ରସଂଶା କରିଥିଲେ ଏବଂ ଏହା ତାଙ୍କର ଶ୍ରେଷ୍ଠ ଅଭିନୟ ବୋଲି ଦର୍ଶାଇଥିଲେ । ଏହି ଚଳଚ୍ଚିତ୍ରଟି ଭଲ ବ୍ୟବସାୟ କରିଥିଲା ।[୩୭] ଏହି ଚଳଚ୍ଚିତ୍ରର ଅଭିନୟ ପାଇଁ ‌The Hindu‌ ଲେଖିଥିଲେ: "One rarely gets to see Naga Chaitanya smiling in this film. Chaitanya brings in the right amount of grit and intensity required for his role and shows that he can carry a film on his shoulders with the help of an able director."[୩୮]

ଏହା ପରେ ନାଗାର୍ଜୁନଙ୍କର ପ୍ରଯୋଜନାରେ ରୋମାଣ୍ଟିକ ଚଳଚ୍ଚିତ୍ର ‌ଓକ୍କା ଲୈଲା କୋସମ୍‌ରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ଉଭୟ ନାୟକ ଏବଂ ତାଙ୍କର ଅଭିନୟ ପାଇଁ ସଭିଙ୍କୁ ଆକର୍ଷିତ କରିଥିଲା ।[୩୯] ଏହା ପରେ ସୁଧୀର ବର୍ମାଙ୍କ ନିର୍ଦ୍ଦେଶିତ ‌ଦୋହଚାୟ‌ରେ ଚୈନତ୍ୟଙ୍କ ସ‌ହ କୀର୍ତ୍ତୀ ସନନ୍‌ଙ୍କୁ ଦେଖିବାକୁ ମିଳିଥିଲା ।[୪୦] ଏହି ଚଳଚ୍ଚିତ୍ରଟି ୨୦୧୫ର ମଧ୍ୟ ଭାଗରେ ମୁକ୍ତିଲାଭ କରିଥିଲା ।

ସେହି ବର୍ଷ ଗୌତମ ମେନନ୍‌ଙ୍କର ଦ୍ୱିଭାଷୀ ଚଳଚ୍ଚିତ୍ର ‌ସାହାସମ୍ ସୋସଗ ସାଗିପୋ‌ର ତାମିଲ ଭାଷାରେ ସିଲାମ୍ବରସନ୍ (ସିମ୍ବୁ) ଏବଂ ତେଲୁଗୁରେ ଚୈତନ୍ୟ ନାୟକ ସାଜିଥିଲେ । ଏହା ପରେ ଚୈତନ୍ୟ ମାଲାୟଲମ୍ ଚଳଚ୍ଚିତ୍ର ‌ପ୍ରେମମ୍‌ର ତେଲୁଗୁ ପୁନଃନିର୍ମାଣରେ ନାୟକ ସାଜିଥିଲେ । ଅକ୍ଟୋବର ୭ ୨୦୧୬ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରରେ ନାଗା ଚୈତନ୍ୟଙ୍କର ନାୟିକା ସାଜିଥିଲେ ଶ୍ରୁତି ହାସନ, ଯାହାକି ଅନେକ ସଫଳତା ସାଉଣ୍ଟିବା ସ‌ହ ସଫଳ ବ୍ୟବସାୟ ମଧ୍ୟ କରିଥିଲା ।

ଅକ୍ଟୋବର ୨୦୧୬ରେ କଲ୍ୟାଣ କୃଷ୍ଣଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରରେ ନାୟିକା ରକୁଲ୍ ପ୍ରୀତ୍ କୌରଙ୍କ ସ‌ହ ଚୈନତ୍ୟ ନାୟକ ରୂପେ ଅଭିନୟ କରିବା କଥା ଘୋଷଣା କରାଯାଇଥିଲା ।[୪୧]

ଅଭିନୀତ ଚଳଚ୍ଚିତ୍ର ସମ୍ପାଦନା

ମୁଖ୍ୟ ଭୂମିକା ସମ୍ପାଦନା

କ୍ରମିକା ସଂଖ୍ୟ ଶୀର୍ଷକ ବର୍ଷ ଭୂମିକା ନିର୍ଦ୍ଦେଶକ ମନ୍ତବ୍ୟ
ଯୋସ୍ ୨୦୦୯ ସତ୍ୟା ବସୁ ବର୍ମା ପ୍ରଥମ ଅଭିନୟ ପାଇଁ ଦକ୍ଷୀଣ ଭାରତୀୟ ଫିଲ୍ମ ଫେୟାରରେ ଶ୍ରେଷ୍ଠ ନବାଗତ ନାୟକ ପୁରସ୍କାର ପାଇଥିଲେ
ୟେ ମାୟା ଚେସଭେ ୨୦୧୦ କାର୍ତ୍ତୀକ ଗୌତମ ମେନନ୍
100% ଲଭ୍ ୨୦୧୧ ବାଲୁ ସୁକୁମାର ଏହା ତାମିଲ ଏବଂ ମାଲାୟଲମ୍ ଭାଷାରେ ଡବିଂ କରାଯାଇଥିଲା ।
ଏହାକୁ ବଙ୍ଗଳାରେ ମଧ୍ୟ ପୁନଃ ନିର୍ମାଣ କରାଯାଇଥିଲା ।
ଧଡ଼ା ବିଶ୍ୱ ଅଜୟ ଭୂୟାଁ ଏହା ତାମିଲ୍ ଏବଂ ହିନ୍ଦୀରେ ଡବିଂ କରାଯାଇଥିଲା ।
ବେଜ‌‌ୱାଡ଼ା ଶିବକୃଷ୍ଣ ବିବେକ କୃଷ୍ଣ ଏହା ହିନ୍ଦୀ ଏବଂ ତାମିଲ ଭାଷାରେ ଡବିଂ କରାଯାଇଥିଲା ।
ତଡ଼କା ୨୦୧୩ କାର୍ତ୍ତୀକ କିଶୋର କୁମାର ଏହା ତାମିଲ କଥାଚିତ୍ରରୁ ପୁନଃ ନିର୍ମିତ ହୋଇଥିଲା ଏବଂ ହିନ୍ଦୀ ଭଷାରେ ଡବିଂ କରାଯାଇଥିଲା ।
ମନମ୍ ୨୦୧୪ ରାଧା ମୋହନ ଏବଂ ନାଗାର୍ଜୁନ ବିକ୍ରମ କୁମାର
ଅଟୋନ‌ଗର ସୁର୍ଯ୍ୟ ସୂର୍ଯ୍ୟ ଦେବ କଟ୍ଟା ଏହା ହିନ୍ଦୀରେ ଡବିଂ କରାଯାଇଥିଲା ।
ଓକ୍କା ଲୈଲା କୋସମ୍ କାର୍ତ୍ତୀକ ବିଜୟ କୁମାର କୋଣ୍ଡା
୧୦ ଦୋହଚାୟ ୨୦୧୫ ଚନ୍ଦୁ ସୁଧୀର ବର୍ମା ଏହା ହିନ୍ଦୀର ଡବିଂ କରାଯାଇଥିଲା ।
୧୧ ପ୍ରେମମ୍ ୨୦୧୬ ବିକ୍ରମ ଚନ୍ଦୁ ମୋଣ୍ଡେତି ଏହା ମାଲାୟଲମ୍ ଚଳଚ୍ଚିତ୍ରର ପୁନଃ ନିର୍ମିତ ।
୧୨ ସାହାସମ୍ ସୋସଗ ସାଗିପୋ ରଜନୀକାନ୍ତ ଗୌତମ ମେନନ୍
୧୩ ରାରୋନ୍ଦି ବେଦୁକା ଚୁଧମ ୨୦୧୭ ଶିବା କଲ୍ୟାଣ କୃଷ୍ଣ
୧୪ ଯୁଦ୍ଧମ୍ ଶରଣଂ ଅର୍ଜୁନ କୃଷ୍ଣ ମାରିମୁଥୁ
୧୫ ସବସାଚୀ ଚନ୍ଦୋ ମୋନ୍ଦେନ୍ତି ନିର୍ମାଣ ଚାଲିଛି

ଅତିଥୀ କଳାକାର ସମ୍ପାଦନା

କ୍ରମିକ ସଂଖ୍ୟ ଶୀର୍ଷକ ବର୍ଷ ଭୂମିକା ନିର୍ଦ୍ଦେଶକ ମନ୍ତବ୍ୟ
ବିନ୍ନାଥାଣ୍ଡି ବରୁଭୟା ୨୦୧୦ ନିଜେ ଗୌତମ ମେନନ୍ ତାମିଲ କଥାଚିତ୍ର
କ୍ରିଷ୍ଣାମ୍ମା କାଳିପିଣ୍ଡି ଇଦ୍ଦାରିନି ୨୦୧୫ ନିଜେ ଆର୍. ଚନ୍ଦ୍ରୁ ତେଲୁଗୁ କଥାଚିତ୍ର
ଅଟାଦୁକୁଣ୍ଡମ୍ ରା ୨୦୧୬ ନିଜେ ଜି. ନାଗେଶ୍ୱର ରେଡ୍ଡି ତେଲୁଗୁ କଥାଚିତ୍ର
ନାରୁଦା ଦୋନୋରୁଡ଼ା ୨୦୧୬ ବିକି ମଲ୍ଲିକ୍ ରାମ ତେଲୁଗୁ କଥାଚିତ୍ର

ପୁରସ୍କାର ଏବଂ ମନୋନୟନ ସମ୍ପାଦନା

ବର୍ଷ ପୁରସ୍କାର ବର୍ଗ ଚଳଚ୍ଚିତ୍ର ଫଳାଫଳ
୨୦୦୯ ଦକ୍ଷିଣ ଭାରତୀୟ ଫିଲ୍ମ‌ଫେୟାର ପୁରସ୍କାର ଶ୍ରେଷ୍ଠ ନବାଗତ ନାୟକ ଯୋସ୍ ବିଜୟ
୨୦୦୯ ସିନେ'ମାଆ ପୁରସ୍କାର ଶ୍ରେଷ୍ଠ ନବାଗତ ନାୟକ ଯୋସ୍ ବିଜୟ
୨୦୧୦ ଦକ୍ଷିଣ ଭାରତୀୟ ଫିଲ୍ମ‌ଫେୟାର ପୁରସ୍କାର ଶ୍ରେଷ୍ଠ ନାୟକ- ତେଲୁଗୁ ୟେ ମାୟା ଚେସଭେ ମନୋନୀତ
୨୦୧୪ ୪ର୍ଥ ଦକ୍ଷିଣ ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ଶ୍ରେଷ୍ଠ ନାୟକ ମନମ୍ ମନୋନୀତ

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ Veena (24 November 2014). "Birthday Special: Unknown Facts About Naga Chaitanya". Oneindia Entertainment. Archived from the original on 26 April 2015. Retrieved 2 February 2017.
  2. "Akhil Akkineni, 22-years-old". www.dnaindia.com.
  3. "NagaChaitanya, Samantha Marriage". indianexpress.
  4. "rediff.com: Meet Naga Chaitanya". Specials.rediff.com. Retrieved 2 February 2017.
  5. "Gautham-Nag Chaitanya film launched". Sify.com. 2009-08-17. Retrieved 2 February 2017.
  6. Moviebuzz (2010). "Ye Maaya Chesave". Sify. Retrieved 2 February 2017.
  7. 'Autonagar Surya' on floors from Dasara – Telugu Movie News. IndiaGlitz. Retrieved on 2 February 2017.
  8. Prakash, B. V. S. (5 November 2012). "All ready for the change". ‌Deccan Chronicle‌. Archived from the original on 26 April 2015. Retrieved 2 February 2017.
  9. A. S., Sashidhar (15 September 2012). "Naga Chaitanya exclusive interview". ‌The Times of India‌. Archived from the original on 26 April 2015. Retrieved 26 April 2015.
  10. "Do Bollywood ladies prefer married men?". ‌Deccan Chronicle‌. 27 June 2013. Archived from the original on 26 April 2015. Retrieved 2 February 2017.
  11. Pasupulate, Karthik (13 March 2014). "Naga Chaitanya exclusive interview". ‌The Times of India‌. Archived from the original on 26 April 2015. Retrieved 2 February 2017.
  12. ୧୨.୦ ୧୨.୧ Devi Dundoo, Sangeetha (2 April 2010). "The scion shines bright". ‌The Hindu‌. Archived from the original on 2 February 2017. Retrieved 26 April 2015. {{cite web}}: |archive-date= / |archive-url= timestamp mismatch; 26 ଅପ୍ରେଲ 2015 suggested (help)
  13. Rajamani, Radhika (23 February 2010). "Naga Chaitanya's love story (6/6)". Rediff.com. Archived from the original on 26 April 2015. Retrieved 2 February 2017.
  14. Basha, Khadeer (18 July 2016). "Samantha's Hints about Love with Naga Chaitanya". Chitramala. Retrieved 3 February 2017.
  15. "Nagarjuna's Final decision for Naga Chaitanya's Love Marriage?". 25 Cine Frames. Retrieved 3 February 2017.
  16. "Samantha and Naga Chaitanya Marraige date Confirmed – Complete Official details". 25 Cinema Frames. Retrieved 3 February 2017.
  17. "Naga Chaitanya and Samantha Engaged; Father Nagarjuna Shares Photos". News 18. 30 January 2017. Retrieved 3 February 2017.
  18. "Josh doesn't rock". Rediff.com. 7 September 2009. Retrieved 2 February 2017.
  19. "Bollywood vs South: Prateik and Naga Chaitanya". IBN Live. 20 January 2012. Archived from the original on 5 June 2014. Retrieved 2 February 2017.
  20. "Movie Review : Ye Maaya Chesave". Sify.com. 26 February 2010. Retrieved 3 February 2017.
  21. "Language no bar". The Hindu. 15 October 2010. Retrieved 3 February 2017.
  22. "Nominees of Idea Filmfare Awards South". IndiaGlitz. 1 June 2011. Retrieved 3 February 2017.
  23. "Rana, Samanta, Allu Arjun get Filmfare awards". IndiaGlitz. 3 July 2011. Retrieved 3 February 2017.
  24. "100% Love – 100% Entertainment". IndiaGlitz. 6 May 2011. Retrieved 3 February 2017.
  25. "Dhada movie review". The Times of India. 14 August 2011. Retrieved 3 February 2017.
  26. "Telugu Review: 'Bejawada' is a wasted effort". IBN Live. 2 December 2011. Archived from the original on 21 May 2014. Retrieved 3 February 2017.
  27. "Bejawada – A grossly inferior version of Sarkar". IndiaGlitz. 1 December 2011. Retrieved 3 February 2017.
  28. "Bejawada movie review". 2 December 2011. Retrieved 3 February 2017.
  29. "Mindless but entertaining". The Hindu. 12 May 2013. Retrieved 3 February 2017.
  30. "Clichés canned". The Hindu. 29 December 2013. Retrieved 3 February 2017.
  31. "Manam's shooting nears completion". The Times of India. 30 March 2014. Retrieved 3 February 2017.
  32. "Trayam is now Manam?". Sify. 5 February 2013. Archived from the original on 3 February 2017. Retrieved 6 February 2015. {{cite web}}: |archive-date= / |archive-url= timestamp mismatch; 6 ଫେବୃଆରୀ 2015 suggested (help)
  33. Pasupulate, Karthik (19 May 2014). "ANR chose the title Manam: Nagarjuna". ‌The Times of India‌. Archived from the original on 3 February 2017. Retrieved 6 February 2015. {{cite web}}: |archive-date= / |archive-url= timestamp mismatch; 6 ଫେବୃଆରୀ 2015 suggested (help)
  34. "Movie review 'Manam': Leaves you mesmerised". Deccan Chronicle. 23 May 2014. Retrieved 3 February 2017.
  35. "Manam Review". Sify.com. 23 May 2014. Retrieved 3 February 2017.
  36. "Chaitu plays a skilled mechanic in Autonagar Surya". The Times of India. 30 July 2012. Retrieved 15 June 2014.
  37. "'Autonagar Surya' Movie Review Roundup: Average Fare". International Business Times India. 27 June 2014. Retrieved 3 February 2017.
  38. "Autonagar Surya: Anger of the 80s". The Hindu. 27 June 2014. Retrieved 3 February 2017.
  39. "'Oka Laila Kosam' team flying to Switzerland on 12th". IndiaGlitz. 6 June 2014. Retrieved 3 February 2017.
  40. "Naga Chaitanya's new movie regular shooting from today". IndiaGlitz. 14 July 2014. Archived from the original on 22 November 2014. Retrieved 3 February 2017.
  41. "Rakul Preet to romance Naga Chaitanya". Tollywood Topstory. 10 August 2016. Archived from the original on 30 November 2016. Retrieved 3 February 2017.