ନାଇଲା ନାୟେମ

ବଙ୍ଗଳାଦେଶୀ ଅଭିନେତ୍ରୀ

ନାଇଲା ନାୟେମ (ବଙ୍ଗଳା: নায়লা নাঈম) ଜଣେ ବଙ୍ଗଳାଦେଶୀ ମଡେଲ ଏବଂ ଅଭିନେତ୍ରୀ ।[୧] ସେ ପ୍ରଥମେ ଜଣେ ମଡେଲ ଭାବରେ ରଙ୍ଗୀନ ଦୁନିଆରେ ନିଜର ପେଶା ଆରମ୍ଭ କରିଥିଲେ ଓ ବିଭିନ୍ନ ବ୍ରାଣ୍ଡ ତ‌ଥା ବ୍ୟବସାୟ ପାଇଁ ମେଡେଲ ଭାବରେ କାର୍ଯ୍ୟ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୨][୩][୪]

ନାଇଲା ନାୟେମ
নায়লা নাঈম
୨୦୧୭ରେ ନାଇଲା
ଜନ୍ମ
ନାଇଲା ନାୟେମ

ବରିସାଲ, ବଙ୍ଗଳାଦେଶ
ଜାତୀୟତାବଙ୍ଗଳାଦେଶୀ
ଜାତୀୟତାବଙ୍ଗଳାଦେଶୀ
ବୃତ୍ତିସମୂହ
  • ମଡେଲ
  • ଅଭିନେତ୍ରୀ
  • ଦାନ୍ତ ଚିକିତ୍ସକ
ସକ୍ରିୟ ବର୍ଷ୨୦୦୩–ଏବେଯାଏଁ
ପ୍ରସିଦ୍ଧିଗ୍ଲାମର ମଡେଲ
ନାଇଲା ନାୟେମ ଏକ କାର୍ଯ୍ୟକ୍ରମରେ ନୃତ୍ୟ କରୁଛନ୍ତି

ପ୍ରାରମ୍ଭିକ ଜୀବନ ସମ୍ପାଦନା

ନାଇଲା ନାୟେମ ବଙ୍ଗଳାଦେଶର ବାରିସାଲଠାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଦାନ୍ତ ଚିକିତ୍ସକ ହେବା ପାଇଁ ଇଚ୍ଛା ରଖିଥିଲେ ଏବଂ ଢାକା ସିଟି ଡେଣ୍ଟାଲ କଲେଜ ନାମକ ଏକ ଘରୋଇ ମେଡିକାଲ କଲେଜରୁ ସେ ଡେଣ୍ଟାଲ ସର୍ଜନରେ ସ୍ନାତକ ହାସଲ କରିଥିଲେ ।[୫]

ଅଭିନୟ ଜୀବନ ସମ୍ପାଦନା

ନାଇଲା ନାୟେମ ୨୦୦୩ ମସିହାରେ ଏକ ବ୍ୟବସାୟର ବ୍ରାଣ୍ଡ ପାଇଁ ମଡେଲିଂ କରିବା ଆରମ୍ଭ କରିଥିଲେ । ଏହାପରେ ସେ ବିଭିନ୍ନ ବିଜ୍ଞାପନ ଆଦିରେ ଅଭିନୟ କରିଥିଲେ । ମଡେଲିଂ କରିବା ପରେ ପରେ ତାଙ୍କୁ ବିଭିନ୍ନ ଦୂରଦର୍ଶନ କାର୍ଯ୍ୟକ୍ରମରେ ସୁଯୋଗ ମିଳିଥିଲା । ବିଭିନ୍ନ ନାଟକ ତ‌ଥା ଧାରାବାହିକରେ ଅଭିନୟ କରିବାପରେ ନାଇଲା ୨୦୧୫ ମସିହାରେ ବଙ୍ଗଳାଦେଶ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ କଥାଚିତ୍ର ଥିଲା "ରନ୍ ଆଉଟ୍" ।[୨] ତନ୍ମୟ ତାନ୍‌ସେନ୍‌ଙ୍କ ନିର୍ଦ୍ଦେଶିତ ଏହି କଥାଚିତ୍ରରେ ନାଇଲାଙ୍କ ସ‌ହ ସାଜଲ ନୁର୍ ଓ ମୌସୁମୀ ନାଗ ଆଦି କଳାକାରମାନେ ଅଭିନୟ କରିଥିଲେ । ୨୦୧୩ ମସିହାରେ ନାଇଲା ସୁନୀଲ ଗଙ୍ଗୋପାଧ୍ୟାୟଙ୍କ ରଚିତ ଏକ ଉପନ୍ୟାସ ଘାଟ ବାବୁ ଉପରେ ଆଧାରିତ ନାଟକ ଘାଟ ବାବୁ ନିତାଇ ଚନ୍ଦ୍ରରେ ଅଭିନୟ କରିଥିଲେ । ନାଇଲା କଥାଚିତ୍ରରେ ଅଭିନୟ କରିବା ସ‌ହି କିଛି ଚଳଚ୍ଚିତ୍ରର ଆଇଟମ ଗୀତରେ ମଧ୍ୟ ନୃତ୍ୟ କରିଥିଲେ । ମାରୁଫ ଟାକା ଧୋରେନ ନାମକ ଅନ୍ୟ ଏକ ବଙ୍ଗଳା ଚଳଚ୍ଚିତ୍ରରେ ସେ ମଧ୍ୟ ଅଭିନୟ କରିଥିଲେ ।[୬]

ଯଦିଓ ପୂର୍ବରୁ ନାଇଲା ଫେସବୁକରେ କେବେ ଯୋଗଦେବେ ନାହିଁ ବୋଲି ସ୍ଥିର କରିଥିଲେ, ମାତ୍ର ପରବର୍ତ୍ତୀ ସମୟରେ ସେ ନିଜର କାର୍ଯ୍ୟ ଏବଂ ନିଜ ବିଷୟରେ ଅଧିକ ପ୍ରଚାର କରିବା ପାଇଁ ସୋସିଆଲ ମିଡ଼ିଆକୁ ଏକ ବଡ଼ ମାଧ୍ୟମ ରୂପେ ବାଛିଥିଲେ ।[୭][୮][୯] ଅନ୍‌ଲାଇନ୍‌ରେ ଖାଦ୍ୟ ଯୋଗାଉଥିବା ସଂସ୍ଥା ଫୁଡ୍‌ପାଣ୍ଡାର ନାଇଲାଙ୍କୁ ସୋସିଆଲ ମିଡ଼ିଆରେ ତାଙ୍କର ବିଜ୍ଞାପନ ପ୍ରଚାର କରିବାପାଇଁ ଚୁକ୍ତି କରିଥିଲା ।[୧୦] ବାଂଲାଦେଶର ଟେଲି କମୁନିକେସନ ସଂସ୍ଥା ଗ୍ରାମୀଣଫୋନଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ନାଇଲା ଅନନ୍ତ ଜୋଇଲିଙ୍କ ସ‌ହ କାର୍ଯ୍ୟ କରିଥିଲେ ।[୧୧] ୨୦୧୫ ମସିହାରେ ବାଘର ବଚ୍ଚା ଡିଜିଟାଲ ସଂସ୍ଥାଦ୍ୱାରା ଏଲ୍‌ଜି ଇଲେକ୍ଟ୍ରୋନିକ୍‌ସ୍ ପାଇଁ ନିର୍ମିତ ଏକ ବିଜ୍ଞାପନରେ ନାଇଲା କାର୍ଯ୍ୟ କରିଥିଲ ଏବଂ ବିଜ୍ଞାପନଟି ଏକ ପୁରସ୍କାର ମଧ୍ୟ ପାଇଥିଲା ।[୧୨] ନାଇଲା ବଙ୍ଗଳାଦେଶର କ୍ରିକେଟ ଖେଳାଳୀ ସାବିର ରହମାନଙ୍କ ସ‌ହ ଏକ ବିଜ୍ଞାପନରେ କାର୍ଯ୍ୟ କରିଥିଲେ, ଯେଉଁଥିରେ ସେମାନେ ଏକ ମାଦକ ପାନୀୟ ଉପରେ ବିଜ୍ଞାପନ ନିର୍ମାଣ କରିଥିଲେ, ମାତ୍ର ଏହାର ପ୍ରସାରଣ ଉପରେ ବଙ୍ଗଳାଦେଶ କ୍ରିକେଟ ସଂଘ ରୋକ ଲଗାଇ ଦେଇଥିଲା ।[୧୩] ସିଏମ୍‌ଭିଦ୍ୱାରା ନିର୍ମିତ ଏକ ୱେବ ସିରିଜ୍‌ରେ ନାଇଲା ଅଭିନୟ କରିଥିଲେ, ଯାହାର ଶୀର୍ଷକ ଥିଲା ଦ ଲିଷ୍ଟ[୧୪] 

ବ୍ୟକ୍ତିଗତ ଜୀବନ ସମ୍ପାଦନା

ନାଇଲାଙ୍କ ପୂର୍ବ ସ୍ୱାମୀ, ତାସ୍ୱିଫ ହୁସେନ ତୁଷାର ସିରିୟାରେ ଇସ୍‌ଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ଦଳରେ ଯୋଗ ଦେଇଥିଲେ, ଯାହାକି ସେମାନଙ୍କର ନିଯୁକ୍ତି ଭିଡ଼ିଓ ଜରିଆରେ ଲୋକଲୋଚନ‌କୁ ଆସିଥିଲା ।[୧୫][୧୬]

ଆଧାର ସମ୍ପାଦନା

  1. "Meet Sunny Leone Of Bangladesh, Naila Nayem".
  2. ୨.୦ ୨.୧ "Naila Nayem steps in film". Prothom Alo. Retrieved 12 December 2014.[permanent dead link]
  3. "আলোচনা, সমালোচনায় নায়লা নাঈম". Deutsche Welle (Bangla). Retrieved 12 December 2014.
  4. "Grameenphone's Festivities for Friends". The Daily Star (in ଇଂରାଜୀ). 2014-12-30. Retrieved 2017-12-10.
  5. Bdentertainers. "Naila Nayem Bangladeshi Ramp Model and actress Biography". Bdentertainers. Archived from the original on 23 February 2015. Retrieved 23 February 2015.
  6. "Naila Nayem steps in film". Prothom Alo. Retrieved 2017-12-10.[permanent dead link]
  7. "Meet Naila Nayem Facebook Star!". The Daily Star (Bangladesh). Retrieved 11 January 2015.
  8. "From Facebook to Item Girl". The Daily Star (in ଇଂରାଜୀ). 2014-07-19. Retrieved 2017-12-10.
  9. "This is not what I had planned". The Daily Star (in ଇଂରାଜୀ). 2016-02-19. Retrieved 2017-12-10.
  10. "Foodpanda signs Naila Nayem for "Save 1 Hour" Campaign". thedailystar.net. The Daily Star. Retrieved 7 July 2015.
  11. Entertainment Correspondent. "Ananta shares stage with Naila". en.prothom-alo.com. Matiur Rahman. Archived from the original on 4 March 2016. Retrieved 7 July 2015.
  12. "Bagher Bachcha Digital wins 21 awards at Commwards'16". The Daily Star (in ଇଂରାଜୀ). 2016-09-20. Retrieved 2017-12-10.
  13. "Bangladesh cricket bans Sabbir's raunchy ad". The Daily Star (in ଇଂରାଜୀ). 2016-10-25. Retrieved 2017-12-10.
  14. "Naila Nayem: the glamorous nurse | Dhaka Tribune". dhakatribune.com (in ଆମେରିକୀୟ ଇଂରାଜୀ). Retrieved 2017-12-10.{{cite web}}: CS1 maint: url-status (link)
  15. "Bangladesh model Naila Nayem's former husband among three youths in 'Islamic State video'". bdnews24.com. Retrieved 2017-03-25.
  16. "Bangladesh's famous model Naila Nayem's ex-husband featured in latest ISIS video?". Zee News (in ଇଂରାଜୀ). 2016-07-07. Retrieved 2017-12-10.

ବାହାର ଆଧାର ସମ୍ପାଦନା