ନହରଗଡ ଦୁର୍ଗ ଭାରତୀୟ ରାଜ୍ୟ ରାଜସ୍ଥାନର ଅରାବଳି ପର୍ବତ ପାଦ ଦେଶରେ ଅବସ୍ଥିତ ଏକ ପ୍ରାଚୀନ ଦୁର୍ଗ । ଏହା ରାଜଧାନୀ ସହର ଯାଜପୁରର ଉପକଣ୍ଠରେ ଅବସ୍ଥିତ । ଦୁର୍ଗ ଉପରୁ ସହରର ସମସ୍ତ ଅଞ୍ଚଳ ଚମତ୍କାର ଭାବରେ ଦୃଶ୍ୟମାନ ହୋଇଥାଏ । .

ନହରଗଡ ଦୁର୍ଗର ଛାତ 
ନହରଗଡ ଦୁର୍ଗ ଉପରୁ ଯାଜପୁର ସହରର ଦୃଶ୍ୟ 

ଆଜମେର ଦୁର୍ଗ , ଜୟଗଡ ଦୁର୍ଗ ସହ ନହରଗଡ ଦୁର୍ଗ ଏକଦା ପ୍ରାଚୀନ  ରାଜସ୍ଥାନ ଅଞ୍ଚଳ ପାଇଁ ଦୃଢ଼ ନିରାପତ୍ତା ପ୍ରଦାନ କରୁଥିଲେ ।ଏହାକୁ ପ୍ରଥମେ ସୁଦର୍ଶାଙ୍ଗଦ ଦୁର୍ଗ କୁହାଯାଉଥିଲା ।  କୁହା ଯାଏ ଯେ ଏହାର ନାମକରାନ ନାହର ସିଂହ ଭୋଇମା [୧] ଙ୍କ ନାମ ଅନୁସାରେ ହେଇଥିଲା । ପ୍ରବାଦ ଅନୁସାରେ ଭୋଇମାଙ୍କ ଆତ୍ମା ସେ ସ୍ଥାନକୁ ଆତଙ୍କିତ କରି ନିର୍ମାଣ କାମରେ ବାଧା କରୁଥିଲା ।[୨] ତାଙ୍କୁ ଶାନ୍ତା କରିବା ପାଇଁ ସେଠାରେ ଏକ ମନ୍ଦିର ନିର୍ମାଣ କରାଯାଇଥିଲା ।[୩]

ଇତିହାସ ସମ୍ପାଦନା

 

ଏହି ଦୁର୍ଗ 1734 ମସିହାରେ ମହାରାଜା ସୱାଇ ମାନ ସିଂହ IIଙ୍କଦ୍ୱାରା ନିର୍ମିତ ହେଇଥିଲା । ସେ ଯାଜପୁର ସହର ସ୍ଥାପନ ମଧ୍ୟ କରିଥିଲେ ଓ ଏହି ଦୁର୍ଗକୁ ସୁରକ୍ଷିତ  ରହଣି ପାଇଁ ନିର୍ମାଣ କରିଥିଲେ । ଏହି ଦୁର୍ଗ ଏତେ ଅଭେଦ୍ଯ ସ୍ଥାନରେ ଥିଲା ଯେ ଇତିହାସରେ କଉଣଶି କାଳରେ ଏହି ଦୁର୍ଗ ଆକ୍ରମଣର ଶିକାର ହେଇ ନ ଥିଲା । ଏଠାରେ ଯାଜପୁର ସେନାଙ୍କ ମରାଠା ସେନାଙ୍କ ସହ ମିଳାମିଶା ପାଇଁ ଚୁକ୍ତି ହେଇଥିଲା[୪] । 1857 ଭାରତୀୟ ସିପାହୀ ବିଦ୍ରୋହ ସମୟରେ ବ୍ରିଟିଶ ଶାସକମାନଙ୍କ  ପରିବାରକୁ ରାଜା ସୱାଇ ମାନ ସିଂହ II ଏଠାରେ ନିରାପଦ ସ୍ଥାନ ଭାବେ ଆଶ୍ରୟ ଦେଇଥିଲେ । [୫]

ସୱାଇ ମାଧୋ ସିଂହଙ୍କ ଅମଳରେ 1883 -92ରେ ଏହାର ବର୍ଦ୍ଧିତ କରନ କାର୍ଯ୍ୟ ହେଇ ଏହା ସହ ଅନ୍ୟ  କେତେକ ମହଲ ନିର୍ମିତ ହେଇଥିଲା । [୬]ଏହି ମହଲ ସବୁ ରାଜପରିବାରର ଶିକାର ରହଣି ପାଇଁ ବ୍ୟବହାର ହଉଥିଲା ।[୭] 

ସ୍ୱାଧୀନତା ପରେ ଏହି ଦୁର୍ଗ ସରକାରଙ୍କ ଅଧୀନରେ ରହିଥିଲା । ଏଠାରେ କିଛି ହିନ୍ଦୀ ଚଳଚ୍ଚିତ୍ର , ବଙ୍ଗାଳୀ ଫିଲ୍ମର ଶୁଟିଙ୍ଗ ହେଇଥିଲା । 


 
ଯାଜପୁର ସହର 
 
ଦୂରଗରୁ ଦୃଶ୍ୟ 

ଆଧାର  ସମ୍ପାଦନା

  1. Naravane, M. S. The Rajputs of Rajputana: a glimpse of medieval Rajasthan.
  2. "Nahargarh Fort".
  3. Jaipur forts and monuments
  4. Naravane, M. S. The Rajputs of Rajputana.
  5. Sarkar, Jadunath. A History of Jaipur.
  6. R. K. Gupta; S. R. Bakshi. Rajasthan Through The Ages: Jaipur Rulers and Administration.
  7. "Jaipur Hub". Archived from the original on 2006-10-24. Retrieved 2016-11-11.

ଗ୍ୟାଲେରି  ସମ୍ପାଦନା

ବାହାର ଲିଙ୍କ  ସମ୍ପାଦନା