ନଳୀୟ ବନ୍ଧନ

ଏହା ମହିଳାମାନଙ୍କର ବନ୍ଧ୍ୟାକରଣ ପାଇଁ ଏକ ଅସ୍ତ୍ରୋପଚାର ପଦ୍ଧତିକୁ କୁହାଯାଏ ।

ନଳୀୟ ବନ୍ଧନ, ଇଂରାଜୀ ଭାଷାରେ Tubal ligation (ଟ୍ୟୁବାଲ୍ ଲାଇଗେସନ, ଯାହାକୁ ଟ୍ୟୁବ୍ ବନ୍ଧା ବୋଲି ମଧ୍ୟ କୁହାଯାଏ) ମହିଳାମାନଙ୍କର ବନ୍ଧ୍ୟାକରଣ ପାଇଁ ଏକ ଅସ୍ତ୍ରୋପଚାର ପଦ୍ଧତିକୁ କୁହାଯାଏ ।[] ବିଫଳତା ହାର ପ୍ରତିବର୍ଷ ୦.୫ % ଅଟେ ।[] ଏହା ଜନ୍ମ ନିୟନ୍ତ୍ରଣର ଏକ ସ୍ଥାୟୀ ପଦ୍ଧତି ଭାବରେ ବିବେଚନା କରାଯାଏ ।[] ଏହି ପଦ୍ଧତି ପରେ ଓଭାରି କର୍କଟ ରୋଗର ଆଶଙ୍କା ହ୍ରାସ ହେବାର ଏକ ଅତିରିକ୍ତ ଲାଭ ଅଛି ।[]

Tubal ligation
Tubal ligation surgery
Background
TypeSterilization[]
First use1880[]
SynonymsFemale sterilization; tubes tied; tubal sterilization; permanent contraception
Failure rates (first year)
Perfect use0.5%[]
Typical use0.5%[]
Usage
Duration effectPermanent[]
ReversibilityTypically not[]
User remindersNone[]
Advantages and disadvantages
STI protectionNone[]
PeriodsNo change[]
RisksSurgical complications[]

ନଳୀସାଧାରଣତଃ ଏହି ପ୍ରଥା ନିରାପଦ ଥିବାବେଳେ ଜଟିଳତା ହୋଇପାରେ ଯେଉଁଥିରେ ରକ୍ତସ୍ରାବ, ସଂକ୍ରମଣ ଏବଂ ଅଥାନ ଗର୍ଭ ହୋଇପାରେ ।[] ପ୍ରସବ ପରେ ଏହା ସିଜରିଆନ ସେକସନ ମାଧ୍ୟମରେ କିମ୍ବା ଅନ୍ୟ ସମୟରେ ଖୋଲା କିମ୍ବା ଲାପାରୋସ୍କୋପିକ୍ ମାଧ୍ୟମରେ କରାଯାଇପାରେ ।[] ବାଇଲାଟେରାଲ ସାଲପିଙ୍ଗେକ୍ଟୋମି ମଧ୍ୟ କରାଯାଇପାରେ ।[] ଏହା ରତୁସ୍ରାବକୁ ପ୍ରଭାବିତ କରେ ନାହିଁ କିମ୍ବା ଯୌନ କ୍ରିୟା ସଞ୍ଚାରିତ ସଂକ୍ରମଣକୁ ପ୍ରତିରୋଧ କରେ ନାହିଁ ।[] ଏଥିରେ ପ୍ରତ୍ୟେକ ଫାଲୋପିଆନ୍ ନଳୀର କିଛି ଅଂଶକୁ ଅବରୋଧ କରି କାଟିବା କିମ୍ବା ବାହାର କରାଯାଏ, ଯାହାଦ୍ୱାରା ଡିମ୍ବାଣୁ ଏବଂ ଶୁକ୍ରାଣୁ ମିଳନରୁ ରକ୍ଷା ମିଳିଥାଏ ଏବଂ ଫଳସ୍ୱରୂପ ଗର୍ଭାଧାନ ହୋଇପାରେନି । []

ଏହି ପଦ୍ଧତି ପ୍ରଥମେ ୧୮୮୦ ମସିହାରେ[] ଆରମ୍ଭ କରାଯାଇଥିଲା । ୨୦୨୦ ସୁଦ୍ଧା ଏହା ୨୧୯ ନିୟୁତ ପ୍ରଜନନକ୍ଷମ ମହିଳାଙ୍କଦ୍ୱାରା (୨୩% ଜନ୍ମ ନିୟନ୍ତ୍ରଣ କରୁଥିବା ମହିଳା) ସାଧାରଣ ବ୍ୟବହୃତ ପଦ୍ଧତି ଥିଲା ଯାହା ।[] ଭାରତରେ ଏହାର ବ୍ୟବହାର ବିଶେଷ ଭାବରେ ୫୯% ଅଟେ। [] ବୟସ୍କ ମହିଳାମାନଙ୍କଠାରେ ବ୍ୟବହାର ଅଧିକ ଦେଖାଯାଏ ।[] ଯୁକ୍ତରାଷ୍ଟ୍ରରେ ଏହା ପିଛା ଖର୍ଚ୍ଚ ୬,୦୦୦ ଡଲାର ପର୍ଯ୍ୟନ୍ତ ହୋଇପାରେ ।[] ଅସ୍ତ୍ରୋପଚାର ଆବଶ୍ୟକ ହେଉ ନଥିବା ପଦ୍ଧତିର ବିକାଶ ପାଇଁ ଉଦ୍ୟମ ଚାଲିଛି ।[] କିଛି ମହିଳା ଦୁଃଖ ଅନୁଭବ କରନ୍ତି ଏବଂ ଦୀର୍ଘ-କାର୍ଯ୍ୟକ୍ଷମ ଉତ୍କ୍ରମଣୀୟ (ରିଭର୍ସିବଲ୍) ଗର୍ଭନିରୋଧକ (LARCs) ବ୍ୟବ‌ହାରକୁ ମଧ୍ୟ ବିଚାର କରିବାକୁ ପରାମର୍ଶ ଦିଆଯାଇଛି ।[]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ Patil, Eva; Jensen, Jeffrey (9 March 2016). "Permanent Contraception for Women". Seminars in Reproductive Medicine. 34 (03): 139–144. doi:10.1055/s-0036-1571434. PMID 26960907.
  2. ୨.୦ ୨.୧ Filshie, Marcus; Guillebaud, John (22 October 2013). Contraception: Science and Practice (in ଇଂରାଜୀ). Butterworth-Heinemann. p. 275. ISBN 978-1-4831-6366-6. Archived from the original on 22 March 2024. Retrieved 22 March 2024.
  3. ୩.୦ ୩.୧ ୩.୨ "mechanism of action and effectiveness of different contraceptive methods" (PDF). WHO. Archived (PDF) from the original on 11 February 2024. Retrieved 22 March 2024.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ "Tubal Ligation Procedure | Female Sterilization | Essure". www.plannedparenthood.org (in ଇଂରାଜୀ). Archived from the original on 6 March 2023. Retrieved 22 March 2024.
  5. ୫.୦ ୫.୧ ୫.୨ ୫.୩ Marino, S; Canela, CD; Jenkins, SM; Nama, N (January 2024). "Tubal Sterilization". StatPearls. PMID 29262077.
  6. Marino, S; Canela, CD; Jenkins, SM; Nama, N (January 2024). "Tubal Sterilization". StatPearls. PMID 29262077. Archived from the original on 12 November 2020. Retrieved 22 March 2024.
  7. ୭.୦ ୭.୧ World Family Planning 2022 (PDF). United Nations. 2022. ISBN 9789211483765. Archived (PDF) from the original on 7 December 2023. Retrieved 22 March 2024.
  8. "Tubal Ligation Procedure | Female Sterilization | Essure". www.plannedparenthood.org (in ଇଂରାଜୀ). Archived from the original on 6 March 2023. Retrieved 25 March 2024.