ନରେନ୍ଦ୍ର ହିରବାନୀ

କ୍ରିକେଟ ଖେଳାଳି

ନରେନ୍ଦ୍ତ୍ର ଦୀପଚାନ୍ଦ ହିରବାନୀ 
 ଭାରତ ପାଇଁ ନିଜ ଜୀବନର ପଦାର୍ପଣ ଟେଷ୍ଟରେ ବିରଳ କୀର୍ତିମାନ ସ୍ଥାପନ କରିଥିବା ମଧ୍ୟ ପ୍ରଦେଶର ସ୍ପିନ ବୋଲର ନରେନ୍ଦ୍ର ହିରବାନୀଙ୍କ ଜନ୍ମ ଅକ୍ଟୋବର ୧୮ରେ ହେଇଥିଲା 

ନରେନ୍ଦ୍ର ହିରୱାନି
ବ୍ୟକ୍ତିଗତ ତଥ୍ୟ
ନାମNarendra Deepchand Hirwani
ଜନ୍ମ (1968-10-18) ୧୮ ଅକ୍ଟୋବର ୧୯୬୮ (ବୟସ ୫୫)
Gorakhpur, Uttar Pradesh, India
ବ୍ୟାଟିଂ ପ୍ରକାରRight-handed
ବୋଲିଂ ପ୍ରକାରRight arm leg spin
ସମ୍ପର୍କୀୟMihir Hirwani (son)
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap 180)11 January 1988 v West Indies
ଶେଷ ଟେଷ୍ଟ1 December 1996 v South Africa
ପ୍ରଥମ ଦିନିକିଆ (cap 67)22 January 1988 v West Indies
ଶେଷ ଦିନିକିଆ18 January 1992 v Australia
ଘରୋଇ ଦଳ ତଥ୍ୟ
YearsTeam
1984–2006Madhya Pradesh
1996–1997Bengal
Career statistics
ପ୍ରତିଯୋଗିତା Tests ODI FC LA
ମ୍ୟାଚ ସଂଖ୍ୟା 17 18 167 70
ମୋଟ ରନ 54 8 1179 121
ବ୍ୟାଟିଂ ହାର 5.40 2.00 10.34 7.56
ଶତକ/ଅର୍ଦ୍ଧଶତକ 0/0 0/0 0/1 0/0
ସର୍ବାଧିକ ରନ 17 4 59 25*
ବଲ ସଂଖ୍ୟା 4298 960 42890 3573
ଉଇକେଟ 66 23 732 75
ବୋଲିଂ ହାର 30.10 31.26 27.05 34.14
ଇନିଙ୍ଗସରେ ୫ଟି ଉଇକେଟ 4 0 54 0
ମ୍ୟାଚରେ ୧୦ଟି ଉଇକେଟ 1 n/a 10 n/a
ସବୁଠୁ ଭଲ ବୋଲିଂ 8/61 4/43 8/52 4/42
କ୍ୟାଚ/ଷ୍ଟମ୍ପିଙ୍ଗ 5/– 2/– 48/– 14/–
Source: CricketArchive, 21 September 2008

ପ୍ରାରମ୍ଭିକ ସମୟ  ସମ୍ପାଦନା

 ହିରବାନୀ ଗୋରଖପୁରର ଜଣେ  ବ୍ୟବସାୟୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ଇଟା  କାରଖାନା ଥିଲା । ନରେନ୍ଦ୍ର ତାଙ୍କ କ୍ରିକେଟ ତାଲିମ ଇନ୍ଦୋରଠାରେ ମଧ୍ୟ ପ୍ରଦେଶ ରାଜ୍ୟ ଦଳର ଖେଳାଳି ସଞ୍ଜୟ ଜଗଦଲେଙ୍କଠାରୁ ପାଇଥିଲେ । 

ସେ ମାତ୍ର ୧୬ ବର୍ଷ ବୟସରେ ମଧ୍ୟ ପ୍ରଦେଶ ରାଜ୍ୟ ଦଳ ତରଗରୁ ଖେଳିବାର ଗୌରବ ଅର୍ଜନ କରିଥିଲେ ଓ ପଦାର୍ପଣ ମେଚରେ ୫ଟି ୱିକେଟ ନେଇଥିଲେ । ସେ ସେହି ଋତୁରେ ୨୩ଟି ମେଚ ନେଲା ପରେ  ୧୯ ବର୍ଷରୁ ତଳ ପାଇଁ ଥିବା ଭାରତୀୟ ଜାତୀୟ ଦଳ ପାଇଁ ଡକରା ପାଇ ଅଷ୍ଟ୍ରେଲିଆ ବିପକ୍ଷ୍ୟରେ ଖେଳିଲେ । 

କିନ୍ତୁ ସେ ୧୯୮୭-୮୮ ମସିହାରେ ୱେଷ୍ଟ ଇଣ୍ଡିଜ ୨୫ ବର୍ଷ ତଳ ଦଳ ବିପକ୍ଷ୍ୟରେ ଭାରତୀୟ ଦଳରେ ଖେଳି ଦ୍ୱିତୀୟ ଇନିଂସରେ ୬ଟି ୱିକେଟ ଅକ୍ତିଆର କରି ମନୋନୟକାରୀଙ୍କ ଦୃଷ୍ଟି ଆକର୍ଷଣ କଲେ ଓ ତତ୍କାଳୀନ ଜାତୀୟ ଦଳ ପାଇଁ ମନୋନୀତ ହେଲେ । 

ଟେଷ୍ଟ କ୍ରିକେଟରେ ସଫଳତା  ସମ୍ପାଦନା

ତାଙ୍କ ଜୀବନର ପ୍ରଥମ ଟେଷ୍ଟ ହି ନରେନ୍ଦ୍ର ହିରବାନୀଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଥିଲା ଦେଶ ପାଇଁ । ୱେଷ୍ଟ ଇଣ୍ଡିଜ ବିରୁଦ୍ଧ ଟେଷ୍ଟରେ ସେ ଭିଭିଆନ ରିଚାର୍ଡଙ୍କ ପରି ଖେଳାଳିଙ୍କ ଉପସ୍ଥିତି ସତ୍ତ୍ୱେ ପ୍ରଥମ ଇନ୍ନିଙ୍ଗରେ ୬୧ ରନ  ଦେଇ ୮ଟି ଓ ପୁଣି ୨ଯ ଇନ୍ନିଙ୍ଗରେ ୭୫ ରୁଣ ଦେଇ ପୁଣି ୮ଟି ୱିକେଟ ନେଇ ଚମକ ଖେଳେଇ ଦେଇଥିଲେ ସାରା କ୍ରିକେଟ ଜଗତରେ । ପ୍ରଥମ ପଦାର୍ପଣ ମେଚରେ ୧୬ ୱିକେଟ ୧୩୬ ରନ ଦେଇ ନେବା ଭି ତାଙ୍କର ଏକ ରେକର୍ଡ , ଯାହା ଆଜିଯାଏ ରହିଛି । 

 ଏହା ପରେ ହିରବାନୀ ପରବର୍ତ୍ତୀ ସିରିଜରେ ନିଉଜିଲାଣ୍ଡ ବିରୁଦ୍ଧରେ ମଧ୍ୟ ଖୁବ ଭଲ ଖେଳି ୨୦ଟି ୱିକେଟ ହାସଲ କରିଥିଲେ ଓ ସେହି ସିରିଜରେ ଅନ୍ୟତମ ସ୍ପିନ ବୋଲର ଅର୍ଶଦ ଆୟୁବଙ୍କ ସହ ମିଶି ୪ଟି ଟେଷ୍ଟରେ ୩୬ଟି ୱିକେଟ ନେବାଦ୍ୱାରା ଭରତ ସିରିଜ ଜିତି ପାରିଥିଲା । .

ଏକଦିବସୀୟ କୃତିତ୍ୱ  ସମ୍ପାଦନା

ଏକ ଦିବାସୀୟରେ ନରେନ୍ଦ୍ର ସରଜାଠାରେ ହେଇଥିବା ସିରିଜରେ ୧୦ ୱିକେଟ ନେଇ "ମେନ ଓଫ ସିରିଜ " ହେଇଥିଲେ । ଏହି ସିରିଜରେ ଲଗାତାର ୩ଟି ମେଚରେ ୪ଟି ଲେଖା ୱିକେଟ ନେଇଥିଲେ ଯାହାକୁ ବିରଳ କୁହାଯାଇପାରେ । 

ଖେଳ ଜୀବନର ଜବନିକା  ସମ୍ପାଦନା

 କିନ୍ତୁ ୧୯୮୯-୯୦ରେ ତାଙ୍କର ଫର୍ମ ପୁରା ନଷ୍ଟ ହେଇଯାଇଥିଲା ଆଉ ସେ ୱେଷ୍ଟ ଇଣ୍ଡିସ ଗସ୍ତରେ ସମ୍ପୂର୍ଣ୍ଣ ବିଫଳତା ହାସଲ ସହ ତାଙ୍କ ଜାତୀୟ ଦଳ ପାଇଁ ଖେଳିବାର ସମୟର ଅବସାନ ଘଟିଲା । ଯଦିଓ ସେ ସାମୟିକ ଭାବେ ୧୯୯୧ରେ କିଛି ମେଚ ପାଇଲେ ତଥାପି  ତାଙ୍କର ପୂର୍ବ ସଫଳତା ଆଉ ପାଇଲେ ନାହି। 

ରେକର୍ଡ ସବୁ  ସମ୍ପାଦନା

  • ଟେଷ୍ଟ କ୍ରିକେଟରେ ଏକ ଉଲ୍ଲେଖନୀୟ ବିଶ୍ୱ ରେକର୍ଡ ନରେନ୍ଦ୍ର ହିରବାନୀଙ୍କ ନାରେ ଆଜିଯାଏ ଅଛି । ସେ ୧୯୯୦ରେ ଇଂଲଣ୍ଡର ଓଭାଲ ପଡିଆରେ ବିନା ବଦଳରେ ଏକାଦିକ୍ରମେ ଗୋଟିଏ ପଟୁ ୫୯ ଓଭର ବୋଲିଂ କରି  ଏହି କୀରତିମାନ ସ୍ଥାପନ କରିଥିଲେ । .[୧]

See also ସମ୍ପାଦନା

  • List of India Test cricketers who have taken five wickets on debut
  • List of cricketers who have taken two five-wicket hauls on Test debut


ଆଧାର ସମ୍ପାଦନା

External links ସମ୍ପାଦନା