ନବ କୁମାର ଦାସ
ନବ କୁମାର ଦାସ (ଜନ୍ମ: ୪ ମେ, ୧୯୨୦) ଜଣେ ଭାରତୀୟ ଆଇନଜୀବୀ, ଓଡ଼ିଆ ନାଟ୍ୟକାର ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ।[୧]
ଶିକ୍ଷା ଓ ବୃତ୍ତି
ସମ୍ପାଦନାନବ କୁମାର ଦାସ ୪ ମେ ୧୯୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ୧୯୪୫ରେ ପାଟନା ବିଶ୍ୱବିଦ୍ୟାଳୟରୁ ବି.ଏଲ ଡିଗ୍ରୀ ହାସଲ କରିବା ପରେ ସେ ଓକିଲାତି ପେସାରେ ଯୋଗ ଦେଇଥିଲେ । ୧୯୪୭ରେ ସେ ଏକ ମୁନ୍ସିଫ ଭାବେ ନିଯୁକ୍ତ ହୋଇଥିଲେ, କିନ୍ତୁ ପ୍ରାୟ ୧୮ ମାସ କାମ କରିବା ପରେ ଏହି ପଦବୀରୁ ଇସ୍ତଫା ଦେଇ ଓକିଲାତି ପେସାକୁ ଫେରି ଆସିଥିଲେ । ୧୯୬୩ରୁ ୧୯୬୯ ପର୍ଯ୍ୟନ୍ତ ସେ ଓଡ଼ିଶା ରାଜ୍ୟର ଷ୍ଟାଣ୍ଡିଂ କାଉନ୍ସେଲ ଭାବେ ନିଯୁକ୍ତ ହୋଇଥିଲେ ଏବଂ ଏହା ପରେ ସେ ରାଜ୍ୟ ସରକାରର ଆଇନ ଅଧିବକ୍ତା (ଗଭର୍ନମେଣ୍ଟ ଆଡଭୋକେଟ) ଭାବେ ନିଯୁକ୍ତ ହୋଇଥିଲେ । ସେ ଏହି ପଦବୀରେ ତାଙ୍କୁ ବିଚାରପତି ଭାବେ ପଦୋନ୍ନତି ଦିଆଯିବା ପର୍ଯ୍ୟନ୍ତ ରହିଥିଲେ ।
ମଧୁସୁଦନ ଆଇନ ମହାବିଦ୍ୟାଲୟରେ ସେ ପ୍ରାୟ ଦଶ ବର୍ଷ ପାଇଁ ଅଧ୍ୟାପକ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ । ସେ ଆଠବର୍ଷ ଧରି ପ୍ରମୁଖ ସାହିତ୍ୟ ସଂଗଠନ "ଉତ୍କଳ ସାହିତ୍ୟ ସମାଜ"ର ସଚିବ ଓ ପାଞ୍ଚବର୍ଷ ଧରି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ସେ ଦୀର୍ଘ ସମୟ ପର୍ଯ୍ୟନ୍ତ "ଉତ୍କଳ ସଙ୍ଗୀତ ସମାଜ"ର ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ସେ କଳା ବିକାଶ କେନ୍ଦ୍ର, କଟକର ଅଧ୍ୟକ୍ଷ ଓ ପରିଚାଳନା ଟ୍ରଷ୍ଟି ମଧ୍ୟ ଥିଲେ । ସେ ଏକ ସାହିତ୍ୟିକ, ନାଟ୍ୟକାର, ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ ମଧ୍ୟ ଥିଲେ । ସେ ଓଡ଼ିଶାର ପ୍ରଥମ ବ୍ୟକ୍ତି ଯିଏ ଓଡ଼ିଆ ଉପନ୍ୟାସ "ହା-ଅନ୍ନ"କୁ ନାଟ୍ୟରୂପାନ୍ତର କରିଥିଲେ । ସେ ଏକାଧିକ ରାଗରେ ଓଡ଼ିଆ ଗୀତ ରଚନା କରିଥିଲେ, ଯାହାକୁ ଅଖିଳ ଭାରତ ଆକାଶବାଣୀ ପ୍ରସାରିତ କରିଥିଲା । ଓଡ଼ିଶୀକୁ ଶାସ୍ତ୍ରୀୟ ନୃତ୍ୟ ଭାବେ ସ୍ୱୀକୃତି ମିଳିବା ପାଇଁ ଆନ୍ଦୋଳନରେ ସଫଳତାର ସହ ସେ ନେତୃତ୍ୱ ଦେଇଥିଲେ । ସେ ମଣ୍ଡଳ କମିଶନର ପ୍ରମୁଖ ଥିଲେ ଏବଂ ତାଙ୍କର ରିପୋର୍ଟ ପୂର୍ଣ୍ଣରୂପେ ସରକାରଙ୍କଦ୍ଵାରା ଗୃହୀତ ହୋଇଥିଲା । ସେ ୫୦ଟିରୁ ଅଧିକ ଆଇନ ସମ୍ବନ୍ଧୀୟ ପୁସ୍ତକ ରଚନା କରିଥିଲେ ।[୨]
ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଜୟନ୍ତ ଦାସ ହେଉଛନ୍ତି ନବ କୁମାର ଦାସଙ୍କ ପୁତ୍ର ।[୨]
୧୯୭୫ ମସିହାରେ ଜାନୁଆରୀ ୨୭ ତାରିଖରୁ ୧୯୮୨ ମସିହାରେ ମେ ୪ ତାରିଖ ପର୍ଯ୍ୟନ୍ତ ସେ ଓଡ଼ିଶା ଉଚ୍ଚନ୍ୟାୟାଳୟର ବିଚାରପତି ଭାବେ କାର୍ଯ୍ୟ କରିଥିଲେ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-06.
- ↑ ୨.୦ ୨.୧ Pioneer, The. "Justice NK Das' varied contributions remembered". The Pioneer (in ଇଂରାଜୀ). Retrieved 2025-01-06.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |