ନନ୍ଦନନ୍ଦନ ଦାସ

ଓଡ଼ିଶାର ସିଭିଲ ଇଞ୍ଜିନିୟର ଓ ସମାଜସେବୀ

ନନ୍ଦନନ୍ଦନ ଦାସ, ଓଡ଼ିଶାର ଜଣେ ସିଭିଲ ଇଞ୍ଜିନିୟର[୧] ଓ ସମାଜସେବୀ । ସେ ଓଡ଼ିଶା ସରକାରଙ୍କର ପୂର୍ତ୍ତ ବିଭାଗର ଶାସନ ସଚିବ[୨] ଭାବରେ କାର୍ଯ୍ୟକରି ଅବସର ଗ୍ରହଣ କରିସାରିଛନ୍ତି ।[୩] ସିଭିଲ ଇଞ୍ଜିନିୟରିଂ ଓ ସମାଜସେବା ବାବଦରେ ସେ ଅନେକ ପୁସ୍ତକ ରଚନା କରିଛନ୍ତି ।

ନନ୍ଦନନ୍ଦନ ଦାସ
ଜନ୍ମ ଓ ଜନ୍ମସ୍ଥାନ
ବାଉଦପୁର, ଭଦ୍ରକ
ଜାତୀୟତାଭାରତୀୟ
ଶିକ୍ଷାପିଏଚଡ଼ି

ଜୀବନୀସମ୍ପାଦନ କରନ୍ତୁ

ନନ୍ଦନନ୍ଦନ, ଭଦ୍ରକ ଜିଲ୍ଲାର ବାଉଦପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବିଏମ ବାଗୁରାଇ ବିଦ୍ୟାଳୟରେ ସେ ଏକାଦଶ ଓ ଭଦ୍ରକ କଲେଜରୁ ଆଇଏସସି ଏବଂ ବିଏସସି ପଢିଥିଲେ । ବୁର୍ଲା ଇଞ୍ଜିନିୟରିଂ କଲେଜରୁ ସେ ସିଭିଲ ଇଞ୍ଜିନିୟରିଂ କରିଥିଲେ । ୧୯୬୫ମସିହାରେ ଇଞ୍ଜିନିୟରିଂ ଶେଷ ବର୍ଷ ପରୀକ୍ଷାଫଳ ବାହାରିବା ପୂର୍ବରୁ, ତାଙ୍କୁ ପୂର୍ତ୍ତ ବିଭାଗର ଓଭରସିୟର ଭାବରେ ଚଣ୍ଡୀଖୋଲଠାରେ ନିଯୁକ୍ତି ମିଳିଥିଲା । ପୂର୍ତ୍ତ ବିଭାଗରେ ବିଭିନ୍ନ ପଦବୀରେ କାର୍ଯ୍ୟ କରି ସେ ୨୦୦୧ ମସିହାରେ ଅବସର ଗ୍ରହଣ କରିଥିଲେ । କର୍ମମୟ ଜୀବନ ମଧ୍ୟରେ ସେ ରାସ୍ତା ଓ କୋଠା ବାବଦରେ ବହୁ ଗବେଷଣା କରିଥିଲେ । ଏହି ଗବେଷଣାକୁ ପାଥେୟ କରି, ସେ ୨ଥର ପିଏଚଡ଼ି ହାସଲ କରିଛନ୍ତି । ସେ ସିଭିଲ ଇଞ୍ଜିନିୟରିଂରେ ଡିଏସସି ଓ ସମାଜସେବାରେ ଡିଲିଟ ଏବଂ ପୋଷ୍ଟଡକ୍ଟରାଲ ଫେଲୋସିପ ହାସଲ କରିଛନ୍ତି । ତାଙ୍କ ନାମରେ ଇନଷ୍ଟିଟ୍ୟୁଟ ଅଫ ଇଞ୍ଜିନିୟର୍ସ ଓଡ଼ିଶା, ତରଫରୁ ଏକ ପୁରସ୍କାର ମଧ୍ୟ ବିତରଣ କରାଯାଏ ।[୪]

ଅବସର ପରେ, ନନ୍ଦନନ୍ଦନ ପିପୁଲ୍ସ ୱେଲଫେୟାର ସଜେଶନ ଫୋରମର ଅଧ୍ୟକ୍ଷ,[୫] ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚର ଅଧ୍ୟକ୍ଷ ଓ ଇଣ୍ଡିୟାନ ବିଲଡିଂ କଂଗ୍ରେସର ଆଡ଼ଭାଇଜର ଭାବରେ କାର୍ଯ୍ୟ କରୁଛନ୍ତି । ଜୀବାଶ୍ମ, କୋରାଲ ଓ କ୍ରୀଷ୍ଟାଲକୁ ନେଇ ତାଙ୍କର ଏକ କ୍ଷୁଦ୍ର ସଂଗ୍ରହାଳୟ ରହିଛି ।

ରଚନାବଳୀସମ୍ପାଦନ କରନ୍ତୁ

  • Global Peace
  • Fine Tuning of Road and Building Projects[୬][୭]
  • Religion Humanity
  • ଅମୂଲ୍ୟ ରତ୍ନମାଳା
  • ମାନବ ଧର୍ମ
  • ଜାଗ ଭାରତବାସୀ ସମୟ କମ[୮]

ପ୍ରକାଶିତ ଗବେଷଣାତ୍ମକ ନିବନ୍ଧସମ୍ପାଦନ କରନ୍ତୁ

  • Buildings : Defects, Prevention and Remedial Measures(Published in 43rd Session Technical Annual, The Institution of Engineers(India), Orissa State Center 27th January, 2002)
  • Orientation of House, Natural Air-conditioning And Vastu Shastra(Published in 44th Session Technical Annual-The Institution of Engineers (India), Orissa State Center)
  • Engineering Challenges in the Design And Execution of Buildings in Expansive Soil : A Case Study(Technical annual 45TH Session- The Institution of Engineers (India), Orissa State Center, Bhubaneswar)
  • Das, Nandanandan (9 October 2013). "Engineering challenges on controlling road accident (case study)". Indian Highways. 41 (8). ISSN 0376-7256. Retrieved 27 June 2018.
  • Engineering Challenges Solving Critical Problems of Flood(Technical annual 47th Session- The Institution of Engineers (India), Orissa State Center, Bhubaneswar)
  • Ideal Smart City of International Standard(The Institution of Engineers (India), Orissa State Centre, Bhubaneswar)
  • Engineering Challenges To Face Cyclone, Flood And Surge(Technical annual 58th session 2017. The Institution of Engineers (India), Orissa State Center, Bhubaneswar)
  • Road Without Drain – A Great Disaster[୯]
  • Controlling road accident-Road accident-Overview[୧୦]
  • Road Construction In Water Logged Highway Stretch[୧୧]

ସମ୍ମାନ ଓ ପୁରସ୍କାରସମ୍ପାଦନ କରନ୍ତୁ

  • ରାଷ୍ଟ୍ରୀୟ ଗୌରବ ପୁରସ୍କାର - ୨୦୦୪
  • ଇନଷ୍ଟିଟ୍ୟୁଟ ଅଫ ଇଞ୍ଜିନିୟର୍ସ ସ୍ୱର୍ଣ୍ଣ ପଦକ(୬ଥର)
  • Man of Science and Sense(ଇଣ୍ଡିଆ ଫାଷ୍ଟ ପତ୍ରିକା ତରଫରୁ ପ୍ରଦତ୍ତ ଉପାଧୀ)

ଆଧାରସମ୍ପାଦନ କରନ୍ତୁ

  1. Indian Roads Congress Journal. The Congress. November 1983.
  2. ibc.org.in. Indian Building Congress http://ibc.org.in/Membership/Types/Life/Ordinary-Life?dnn_ctr1626_View_GVUserlistChangePage=54_50&dnn_ctr1626_View_GVUserIDlistChangePage=31. Missing or empty |title= (help)
  3. "Rs 74 Crore-Scam Surfaces In Gurupriya Bridge Construction". odishatv.in. odisha tv. Retrieved 22 May 2019.
  4. "News Letter" (PDF). www.ieiodisha.org. The Institution of Engineers(India), Odisha State Center. Retrieved 22 May 2019.
  5. "Need to bridge gap in quality of infra projects". www.orissapost.com. Orissa Post. Retrieved 22 May 2019.
  6. Nandanandan Das; Aditya Kumar Das; Sanjaya Kumar Patro (December 2015). Fine Tuning of Road and Building Projects: An Outcome of Practice. I.K. International Publishing House Pvt. Limited. ISBN 978-93-84588-74-8.
  7. https://trove.nla.gov.au/work/224401920?q&versionId=246167063
  8. "ପ୍ରଥମ ରୋଜଗାର" (ଧରିତ୍ରୀ ଛୁଟିଦିନ ମଇ ୧୯-୨୫, ୨୦୧୯ ପୃଷ୍ଠା ୯). ଧରିତ୍ରୀ. Retrieved 22 May 2019.
  9. http://www.irc.nic.in/index1.aspx?lsid=135&lev=2&lid=138&langid=1
  10. https://trid.trb.org/view/1264710
  11. https://www.researchgate.net/publication/298706261_Road_pavement_design_for_heavy_ground_water_table_in_Shirpur_and_surrounding_area