ନନ୍ଦକିଶୋର ସିଂହ

ଓଡ଼ିଆ ଗୀତିକବି ଓ ଶିଶୁ ସାହିତ୍ୟିକ

ନନ୍ଦକିଶୋର ସିଂହ (ଜନ୍ମ: ୧୫ ମଇ ୧୯୪୨) ଜଣେ ଓଡ଼ିଆ ପ୍ରାବନ୍ଧିକ, ଗୀତିକବି ଓ ସମାଲୋଚକ । ସେ ନିଜ ଗ୍ରନ୍ଥ ନନ୍ଦକିଶୋର ଗୀତିବିଚିତ୍ରା ପାଇଁ ସେ ୨୦୦୧ରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ ।[]

ନନ୍ଦକିଶୋର ସିଂହ
ଜନ୍ମ ଓ ଜନ୍ମସ୍ଥାନ (1942-05-15) ୧୫ ମଇ ୧୯୪୨ (ବୟସ ୮୨)
ଶଙ୍ଖପାଳ (ସାଦକପୁର), କୋରାଇ, ଯାଜପୁର
ବୃତ୍ତିଗୀତିକବି, ଲେଖକ, ଶିକ୍ଷାଧିକାରୀ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିନନ୍ଦକିଶୋର ଗୀତିବିଚିତ୍ରା[]
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର
ପିତାମାତାରାଜକିଶୋର ସିଂହ (ପିତା), ରୂପା ଦେବୀ (ମାତା)

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

ନନ୍ଦକିଶୋର ଯାଜପୁର ଜିଲ୍ଲାର କୋରେଇ ଅନ୍ତର୍ଗତ ସାଦକପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ୧୯୬୩ରୁ ସେ ଆକାଶବାଣୀ, କଟକ କେନ୍ଦ୍ରର ସ୍ୱୀକୃତିପ୍ରାପ୍ତ ଗୀତିକାର ଓ ପରେ ନାଟ୍ୟକାର ଭାବେ ମାନ୍ୟତା ପାଇଥିଲେ ।ପେସାରେ ଜଣେ ଶିକ୍ଷାଧିକାରୀ ହୋଇଥିଲେ ମଧ୍ୟ ତାଙ୍କ ନିଶା ଥିଲେ ସାହିତ୍ୟ ସାଧନା । କବିତା, ଗଜଲ, ଗୀତିକବିତା, ସମାଲୋଚନା, ନାଟକ, ଗଳ୍ପ, ଉପନ୍ୟାସ, ଅନୁବାଦ ଭଳି ସାହିତ୍ୟର ଅନେକ ବିଭାଗରେ ସେ ସଫଳତାର ସହିତ ଲେଖନୀ ଚାଳନା କରିଛନ୍ତି । ସେ କୋରାଇ ମଣ୍ଡଳ ସାହିତ୍ୟ ସଂସଦର ସଭାପତି ରହିବା ସହ ନନ୍ଦକିଶୋର ପଲ୍ଲୀବିକାଶ ସାଂସ୍କୃତିକ ଫାଉଣ୍ଡେସନ ଗଠନ କରି ତାର ଅଧ୍ୟକ୍ଷ ରହିଛନ୍ତି । ତା' ମାଧ୍ୟମରେ ସେ ବୋଲେ ହୁଁଟି ପତ୍ରିକା ପ୍ରକାଶ କରିଆସୁଛନ୍ତି । ଗଜଲ ରଚନା ପାଇଁ ସେ ଗଜଲ ବାଦଶାହ ଉପାଧିରେ ସମ୍ମାନୀତ । ୨୦୦୦ ମସିହାରେ ସେ ଶିକ୍ଷା ବିଭାଗରୁ ଅବସର ପ୍ରାପ୍ତ ।[]

ରଚନାବଳୀ

ସମ୍ପାଦନା

ଗୀତିକବିତା

ସମ୍ପାଦନା
  • ଗୀତିଗୁଚ୍ଛ (୧୯୭୦)
  • ଗୀତି ଓ ଗଜଲ (୧୯୭୭)
  • ଇଚ୍ଛାମତୀ ନଦୀ (୧୯୯୭)
  • ନନ୍ଦକିଶୋର ଗୀତିବିଚିତ୍ରା (୧୯୯୯)
  • ନନ୍ଦକିଶୋରଙ୍କ ଶ୍ରେଷ୍ଠ ୧୦୧ ଗୀତି (୨୦୧୩)
  • ନନ୍ଦକିଶୋରଙ୍କ ଅଧା ଗୀତି : ଅଧା କବିତା (୨୦୧୭)
  • ନମାମୀ ନନ୍ଦକିଶୋର (୨୦୨୩)
  • କଣ୍ଠରେ କଣ୍ଠରେ ନନ୍ଦକିଶୋର
  • ଢଗଢ଼ମାଳିରେ ଚାଷବାସ କଥା
  • ଲହୁଲୁହ
  • ମାନସୀ ଗବେଷଣାଗାର
  • ସବୁ ମଣିଷ ସମାନ
  • ଗୁରୁଦକ୍ଷିଣା

ନାଟକ/ଏକାଙ୍କିକା

ସମ୍ପାଦନା
  • ସୂର୍ଯ୍ୟ ଶିଖା ଓ ଅନ୍ୟାନ୍ୟ ନାଟିକା (୨୦୨୩)

ଶିଶୁସାହିତ୍ୟ

ସମ୍ପାଦନା
  • ରଙ୍ଗବେରଙ୍ଗ
  • ସାବାସ୍ ଟୁଟୁ
  • ମଜା କାହାଣୀ
  • ଚୁଇଙ୍ଗ୍ ଗମରୁ ଚିଡ଼ିଆଖାନା
  • ପିଲାଙ୍କ କଥାସରିତ ସାଗର
  • ଶ୍ରବଣ କୁମାର
  • ପୁରାଣ କଥା
  • ବେତାଳ କାହାଣୀ

ଅନୁବାଦ

ସମ୍ପାଦନା
  • ଆବିଦ ସୁରତୀଙ୍କ ରସିକ ନବାବ (୨୦୧୦)

ପ୍ରବନ୍ଧ/ଆଲୋଚନା

ସମ୍ପାଦନା
  • ଅନୁଭୂତିସିଦ୍ଧ ନିବନ୍ଧ
  • ଯମପୁରୀରେ ଜମାନବନ୍ଦୀ

ପୁରସ୍କାର ଓ ସମ୍ମାନ

ସମ୍ପାଦନା
  • ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର
  • ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ପୁରସ୍କାର
  • ଓଡ଼ିଆ ଗୀତିକବି ସମାଜ ପୁରସ୍କାର
  • ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ସମ୍ମାନୀତ
  1. ୧.୦ ୧.୧ "ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ପୁସ୍ତକ ଓ ଲେଖକ". Odisha Sahitya Akademi. Odisha Sahitya Akademi. Retrieved 10 December 2024.
  2. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୫୨୯, ୮୧୬, ୮୨୮, ୮୯୨. ISBN 81-7400-331-2.