ଧ୍ୟାନ ଚାନ୍ଦ (୨୯ ଅଗଷ୍ଟ ୧୯୦୫ - ୩ ଡିସେମ୍ବର, ୧୯୭୯) ଜଣେ ଭାରତୀୟ ହକି ଖେଳାଳି ଓ ଅଧିନାୟକ ଥିଲେ । ହକି ଖେଳରେ ବିଶ୍ୱର ଜଣେ ସର୍ବକାଳୀନ ଶ୍ରେଷ୍ଠ ଖେଳାଳି ଭାବେ ତାଙ୍କର ମାନ୍ୟତା ରହିଛି । [୩] ତାଙ୍କର ଅସାଧାରଣ ହକିଷ୍ଟିକ ଚାଳନା ବଳରେ ଭାରତ ଏକଦା ବିଶ୍ୱ ହକିରେ ଆଧିପତ୍ୟ ବିସ୍ତାର କରିଥିଲା । ତାଙ୍କର କ୍ରିଡ଼ାନୈପୁଣ୍ୟ, ଏକାଗ୍ରତା ଓ ଖେଳରେ ଗୋଲସଂଖ୍ୟାକୁ ଦେଖି କ୍ରିକେଟ କିମ୍ବଦନ୍ତୀ ଡନ ବ୍ରାଡ଼ମ୍ୟାନ ଥରେ ଟିପ୍ପଣୀ ଦେଇଥିଲେ ଯେ, କ୍ରିକେଟରେ ରନ ସଂଗ୍ରହ କରିବା ଭଳି ଧ୍ୟାନଚାନ୍ଦ ହକିରେ ଗୋଲସ୍କୋର କରନ୍ତି ।[୪] ମାତ୍ର ୧୭ ବର୍ଷ ବୟସରେ ସେ ପଞ୍ଜାବ ରେଜିମେଣ୍ଟରେ ଯୋଗଦେଇ ହକି ତାଲିମ ନେଇଥିଲେ । ସୈନ୍ୟବାହିନୀରେ ଚାକିରୀରେ ଥାଇ ସେ ୧୯୨୬ରେ ନ୍ୟୁଜିଲାଣ୍ଡ ଗ୍ରସ୍ତ କରିଥିଲେ । ସେଠାରେ ସେ ନିଜର ଶହେତମ ଗୋଲ କରିଥିଲେ ।

ଧ୍ୟାନ ଚାନ୍ଦ
Dhyan Chand closeup.jpg
ବ୍ୟକ୍ତିଗତ ସୂଚନା
ଜନ୍ମ ୨୯ ଅଗଷ୍ଟ ୧୯୦୫(1905-08-29)[୧]
ଆଲାହାବାଦ,[୨] ଉତ୍ତର ପ୍ରଦେଶ
ମୃତ୍ୟୁ ୩ ଡିସେମ୍ବର ୧୯୭୯(1979-12-03) (ବୟସ ୭୪)
ଦିଲ୍ଲୀ, ଭାରତ
ଉଚ୍ଚତା ୫ ft ୭ in (୧୭୦ cm)
Playing position Forward
Senior career
Years Team Apps (Gls)
୧୯୨୧-୧୯୫୬ ଭାରତୀୟ ସେନାବାହିନୀ
National team
୧୯୨୬-୧୯୪୮ India {{{nationalcaps(goals)1}}}

ପରିବାରସମ୍ପାଦନ କରନ୍ତୁ

୧୯୦୫ ମସିହା ଅଗଷ୍ଟ ୨୯ ତାରିଖରେ ଉତ୍ତର ପ୍ରଦେଶର ଆଲ୍ଲାହାବାଦ (ପ୍ରୟାଗ)ଠାରେ ଏକ ରାଜପୁତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ସମେଶ୍ୱର ଦତ୍ତ ସିଂହ ଜଣେ ଭାରତୀୟ ସେନାବାହିନୀର ଥିଲେ ।

କ୍ରୀଡ଼ା ଜୀବନସମ୍ପାଦନ କରନ୍ତୁ

ଧ୍ୟାନଚାନ୍ଦଙ୍କ ସମୟରେ ଭାରତୀୟ ହକିର ସୁବର୍ଣ୍ଣଯୁଗ ଥିଲା । ୧୯୨୮ରେ ନେଦରଲାଣ୍ତରେ ଆୟୋଜିତ ଅଲିମ୍ପିକ୍ସ, ୧୯୩୨ରେ ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସ ଓ ୧୯୩୬ରେ ବର୍ଲିନ ଅଲିମ୍ପିକ୍ସରେ ଭାରତକୁ ସ୍ୱର୍ଣ୍ଣପଦକ ବିଜୟୀ କରାଇବାରେ ଧ୍ୟାନଚାନ୍ଦଙ୍କ ଭୂମିକା ଅବିସ୍ମରଣୀୟ । ୧୯୩୬ ବର୍ଲିନ ଅଲିମ୍ପିକ୍ସରେ ଜର୍ମାନୀକୁ ହରାଇ ସ୍ୱର୍ଣ୍ଣପଦକ ହାସଲ କରିବାପରେ ଆଡଲଫ ହିଟଲର ଜର୍ମାନୀ ସେନାବହିନୀରେ ଧ୍ୟାନଚାନ୍ଦଙ୍କୁ ଫିଲ୍ଡ ମାର୍ଶାଲ କରିବାକୁ ପ୍ରସ୍ତାବ ଦେଇଥିଲେ କିନ୍ତୁ ଧ୍ୟାନଚାନ୍ଦ ଧନ୍ୟବାଦ ସହ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ୧୯୩୬ରେ ଭାରତ ଇଂରେଜ ଶାସନରେ ଥିବା ସତ୍ତ୍ୱେ ବର୍ଲିନ ଅଲିମ୍ପିକ୍ସରେ ସେ ଇଂଲଣ୍ଡର ଜାତୀୟ ସଙ୍ଗୀତ ଗାନକୁ ବିରୋଧ କରିଥିଲେ ଓ ବନ୍ଦେ ମାତରମ ଗାଇ ନିଜ ଦେଶଭକ୍ତିର ପରିଚୟ ଦେଇଥିଲେ ।[୫][୬] ୧୯୨୮ ଆମଷ୍ଟରଡାମ ଅଲିମ୍ପିକରେ ଭାରତ ମୋଟ ୨୯ ଗୋଲ କରିଥିବା ବେଳେ ଧ୍ୟାନଚାନ୍ଦ ଦେଇଥିଲେ ୧୫ଟି ଗୋଲ । ସେହିପରି ୧୯୩୨ ଲସଏଞ୍ଜେଲ୍ସ ଅଲିମ୍ପିକରେ ୧୨ଟି ଓ ୧୯୩୬ର ବର୍ଲିନ ଅଲିମ୍ପିକରେ ୧୧ଟି ଗୋଲକରି ନିଜ ନେତୃତ୍ତ୍ୱରେ ଭାରତକୁ ହାଟ୍ରିକ ଟାଇଟଲ ବିଜୟ କରାଇଥିଲେ । ୧୯୪୭ରେ ୪୨ବର୍ଷ ବୟସରେ ସ୍ୱାଧୀନ ଭାରତ ହକି ଦଳର ଅଧିନାୟକ ଭାବେ ଏକ ଯୁବ ଦଳ ସହିତ ସେ ପୂର୍ବ ଆଫ୍ରିକା ଯାଇଥିଲେ । ସେଠାରେ ଭାରତ ୨୨ଟି ମ୍ୟାଚ ଖେଳିଥିଲା । ବ୍ୟକ୍ତିଗତ ଭାବେ ଧ୍ୟାନଚାନ୍ଦ ୬୨ଟି ଗୋଲ କରିଥିଲେ । ସେ ୧୯୪୮ ମସିହାରେ ହକିରୁ ଅବସର ନେଲେ । ୧୯୫୭ ମସିହାରେ ସେ ମେଜର ପଦରୁ ଆର୍ମିରୁ ଅବସର ନେଲେ । ୧୯୨୬ରୁ ଆରମ୍ଭ କରି ୧୯୪୮ରେ ଅବସର ନେବା ମଧ୍ୟରେ ଏକ ହଜାରରୁ ଅଧିକ ଗୋଲ ସ୍କୋର କରିଥିଲେ । ତିନୋଟି ଅଲିମ୍ପିକରେ ଭାରତର ୧୦୨ଟି ଗୋଲ ମଧ୍ୟରୁ ଧ୍ୟାନଚାନ୍ଦଙ୍କ ଥିଲା ୩୮ଟି ଗୋଲ । ତେଣୁ ତାଙ୍କୁ ଗୋଲ ମେଶିନ ବୋଲି ମଧ୍ୟ କୁହାଯାଉଥିଲା । ୧୯୭୯ ଡିସେମ୍ବର ୩ରେ ସେ ମୃତ୍ୟୁବରଣ କରିଥିଲେ ।[୪] ତାଙ୍କ ଜନ୍ମଦିନକୁ ବର୍ତ୍ତମାନ ପ୍ରତିବର୍ଷ ଭାରତରେ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି ।

ପୁରସ୍କାର ଓ ସମ୍ମାନସମ୍ପାଦନ କରନ୍ତୁ

  • ୧୯୫୭ ମସିହାରେ ତାଙ୍କୁ ପଦ୍ମ ଭୂଷଣ ଉପାଧିରେ ସମାନିତ କରାଯାଇଥିଲା ।[୪]
  • ତାଙ୍କ ମୃତ୍ୟୁର ୧୬ ବର୍ଷ ପରେ ଅର୍ଥାତ ୧୯୯୫ ମସିହାରେ ଅଗଷ୍ଟ ୨୯କୁ ଜାତୀୟ କ୍ରୀଡ଼ା ଦିବସର ମାନ୍ୟତା ପ୍ରଦାନ କରାଯାଇଥିଲା ।
 
୧୯୨୮ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ

ଆଧାରସମ୍ପାଦନ କରନ୍ତୁ

  1. "Indian hockey's famous legend Dhyan Chand's resume". Mid Day. 3 December 2015. Archived from the original on 1 April 2016. Retrieved 1 April 2016.
  2. Dharma Raja, M.K. "HOCKEY WIZARD DHYAN CHAND REMEMBERED". Press Information Bureau. Government of India. Archived from the original on 1 April 2016. Retrieved 1 April 2016.
  3. "Dhyan Chand (Indian athlete)". Encyclopædia Britannica.
  4. ୪.୦ ୪.୧ ୪.୨ http://pib.nic.in/feature/feyr2000/faug2000/f220820002.html
  5. http://www.britannica.com/EBchecked/topic/105366/Dhyan-Chand
  6. http://books.google.co.in/books?id=Fq1wdzqhu6kC&pg=PA245&dq=major+dhyan+chand+rajput&hl=en&sa=X&ei=7_L6T-KZBpOKhQfBzvitDA&ved=0CDYQ6AEwAA#v=onepage&q=major%20dhyan%20chand%20rajput&f=false

ଅଧିକ ତଥ୍ୟସମ୍ପାଦନ କରନ୍ତୁ