ଧର୍ମପଦ, କୋଣାର୍କ ମନ୍ଦିରର ମୁଣ୍ଡି ମାରି ପ୍ରାଣ ବଳି ଦେଇଥିଲେ । ସେ ଓଡ଼ିଆ ସ୍ଥପତି ବିଶୁ ମହାରଣାଙ୍କ ପୁତ୍ର ଥିଲେ । ଯେତେବେଳେ ରାଜା ନରସିଂହ ଦେବ କୋଣାର୍କ ମନ୍ଦିର ନିର୍ମାଣ ପାଇଁ ୧୨୦୦ କାରିଗରଙ୍କୁ ନେଇ ମନ୍ଦିର ନିର୍ମାଣ କଲେ, ମନ୍ଦିରର ଶୃଙ୍ଗ ପର୍ଯ୍ୟନ୍ତ କାମ ସରିଗଲା ପରେ ତାହାର ମୁଣ୍ଡି ମାରିବା କମ କେହି କରିପାରିଲେନି । ମନ୍ଦିର ଅସମ୍ପୂର୍ଣ ହେଇ ରହିଯିବାର ଆଶଙ୍କା ସୃଷ୍ଟି ହେଲା । ସେତେବେଳେ ମୁଖ୍ୟ ସ୍ଥପତି ବିଶୁ ମହାରଣାଙ୍କ ୧୨ ବର୍ଷର ପୁଅ ଧର୍ମପଦ ନିଜେ ମନ୍ଦିର ଉପରକୁ ଚଢି ନିଜର ବୁଦ୍ଧି ବଳରେ ମନ୍ଦିରର ମୁଣ୍ଡି ମାରିବାରେ ସଫଳ ହେଲେ ଓ ସେଇ କଥାକୁ ଗୋପନ ରଖିବାକୁ ସାଗରକୁ ଲମ୍ଫ ପ୍ରଦାନ କରି ନିଜର ପ୍ରାଣବଳି ଦେଲେ ।[୧] 

ଧର୍ମପଦ
ବୃତ୍ତିଐତିହାସିକ ସ୍ଥପତି
ପ୍ରସିଦ୍ଧିକୋଣାର୍କ ମନ୍ଦିର
ପିତାମାତାବିଶୁ ମହାରଣା

କିମ୍ବଦନ୍ତୀ  ସମ୍ପାଦନା

ପୂର୍ବୋତ୍ତର  ଗଙ୍ଗା ବଂଶୀୟ ରାଜା ନରସିଂହ ଦେବ ବଙ୍ଗୋପସାଗର ତଟରେ ଥିବା କୋଣାର୍କଠାରେ ସୂର୍ଯ୍ୟ ଉପାସନା ପାଇଁ ମନ୍ଦିର ନିର୍ମାଣ କରିବାକୁ ମୁଖ୍ୟ ସ୍ଥପତି ବିଶୁ ମହାରଣାଙ୍କ ଅଧୀନରେ ୧୨୦୦ କାରିଗରଙ୍କୁ ନିୟୋଜିତ କରିଥିଲେ । ଦୀର୍ଘ ୫ ବର୍ଷ ଧରି ଏହି ମନ୍ଦିରର ନିର୍ମାଣ ଚାଲିଥିଲା । ତେବେ ଏହା ସମାପ୍ତ ହେବା ଆଗରୁ କିନ୍ତୁ ସମସ୍ତେ ଏହାର ମୁଣ୍ଡି ମାରିବାରେ ବିଫଳ ହେଲେ । ଯେତେ ଚେଷ୍ଟା କଲେ ବି ମନ୍ଦିର ମୁଣ୍ଡିରେ ଯୋଡା ଯାଉଥିବା ପ୍ରସ୍ତର ଖସିଗଲା । ରାଜା ଶେଷକୁ ବିରକ୍ତ ହେଇ ଆସନ୍ତା ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ମନ୍ଦିର ନିର୍ମାଣ ଶେଷ ନ ହେଲେ ୧୨୦୦ ଜଣ କାକ କାରିଗରଙ୍କୁ ଶିରଚ୍ଛେଦ କରିବାକୁ ଚରମ ବାଣୀ ଶୁଣେଇଲେ । 

ଯେତେବେଳେ ସନ୍ଧ୍ୟାରେ ବିଶୁ ମହାରଣାଙ୍କ ୧୨ ବର୍ଷୀୟ ପୁତ୍ର ଧର୍ମପଦ ପିତାଙ୍କୁ ବିଷାଦ ଗ୍ରସ୍ତ ଅବସ୍ଥାରେ ବସିଥିବାର ଦେଖି ପଚାରିଲେ ବିଶୁ ସେକଥା କହିଲେ ।[୨] ଧର୍ମପଦ ଅଲୌକିକ ଭାବରେ ମନ୍ଦିର ଉପରକୁ ଯାଇ ମୁଣ୍ଡି ମାରିଦେବାରେ ସଫଳ ହେଲେ । ତତ୍ ପରେ ୧୨୦୦ କାରିଗର ପୁନଶ୍ଚ ଚିନ୍ତାରେ ପଡିଲେ ଯେ ଯଦି ରାଜା ଜାଣିବେ ୧୨ ବର୍ଷର ପିଲା ହିଁ କରିଦେଲା ଯାହା ୧୨୦୦ କାରିଗର କରି ପାରିଲେନି , ତେବେ ରାଜା ହୁଏତ ସମସ୍ତଙ୍କୁ ପ୍ରାଣଦଣ୍ଡ ଦେଇ ପାରନ୍ତି । ଧର୍ମପଦ ଏହା ଶୁଣି ନିଜେ ମନ୍ଦିର ଉପରକୁ ଯାଇ ସାଗରକୁ ଲମ୍ଫ ପ୍ରଦାନ କରି ପ୍ରାଣବଳି ଦେଲେ ଏହି କଥା ଯେପରି ସବୁଦିନ ପାଇଁ ଗୋପନ ରହେ । 

ପ୍ରବାଦ ରହିଲା "୧୨୦୦ କାରିଗରରେ ଦାୟ ନା ଧର୍ମପଦରେ ଦାୟ" ଧର୍ମପଦ ଓଡ଼ିଆ ଇତିହାସରେ ପ୍ରଥମ ସହିଦର ମାନ୍ୟତା ପାଇଥାଆନ୍ତି। ସେ ୧୨୦୦ କାରିଗରଙ୍କ ଜୀବନ ବଞ୍ଚାଇବାକୁ ନିଜର ପ୍ରାଣବଳି ଦେଇ ଇତିହାସରେ ଅମର ହେଇ ରହିଲେ ।[୩]  

ଆଧାର ସମ୍ପାଦନା

  1. Pragati Mohanty (2008). Hotel Industry And Tourism In India. APH Publishing. pp. 10–. ISBN 978-81-313-0341-2.
  2. Jagdish Chandera Mathur; Mohan Rakesh (September 2004). Konark. Rajkamal Prakashan Pvt Ltd. pp. 11–. ISBN 978-81-7119-094-2.
  3. http://magazines.odisha.gov.in/utkalprasanga/2012/June/oriyapdf/17-19.pdf

ଦେଖନ୍ତୁ  ସମ୍ପାଦନା

ବାହାର ଲିଙ୍କ  ସମ୍ପାଦନା