ଧନେଶ୍ୱର ସାହୁ
ପ୍ରଫେସର[୧]ଧନେଶ୍ୱର ସାହୁ (ଜନ୍ମ ୩୦ ସେପ୍ଟେମ୍ବର ୧୯୪୯) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ହେତୁବାଦୀ ଚିନ୍ତକ, ଶିକ୍ଷାବିତ ଓ ଲେଖକ ସେ ଢେଙ୍କାନାଳ ଜିଲ୍ଲାର ଭୁବନଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଭୁବନ ଉଚ୍ଚବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିବା ପରେ ରେଭେନ୍ସା ମହାବିଦ୍ୟାଳୟରୁ ୧୯୭୧ ମସିହାରେ ଦର୍ଶନ ସମ୍ମାନରେ ସ୍ନାତକ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ୧୯୭୩ ମସିହାରେ ଦର୍ଶନରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ ସମସ୍ତ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମ ଓ ସ୍ନାତକୋତ୍ତର ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣପଦକ ଲାଭ କରିଥିଲେ ୧୯୭୪ରେ ସରକାରୀ ମହାବିଦ୍ୟାଳୟରେ ଅଧ୍ୟାପନା ଆରମ୍ଭ କରି ୨୦୦୭ରେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରୁ ବିଭାଗୀୟ ମୁଖ୍ୟ ଭାବେ ଅବସର ଗ୍ରହଣ କରିଛନ୍ତି
ପ୍ରଫେସର ଧନେଶ୍ୱର ସାହୁ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଭୁବନ, ଢେଙ୍କାନାଳ ଜିଲ୍ଲା | ୩୦ ସେପ୍ଟେମ୍ବର ୧୯୪୯
ବୃତ୍ତି | ଶିକ୍ଷାବିତ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତ୍ତକୋତ୍ତର (ଦର୍ଶନ) |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ |
ବିଷୟ | ହେତୁବାଦ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଡ. କେ ବୀରମଣି ଆୱାର୍ଡ ଫର ସୋସିଆଲ ଜଷ୍ଟିସ |
ରଚନାବଳୀ
ସମ୍ପାଦନା- ଗୋରାଙ୍କ ଦୃଷ୍ଟିରେ ଗାନ୍ଧୀ ଓ ନିରୀଶ୍ୱରବାଦ, (ଅନୁବାଦ), ୧୯୯୬
- ଆବ୍ରାହମ କୋଭୁର, ୧୯୯୮
- Strawsan’s Concept of Descriptive Metaphysics, 1998
- ଭାରତରେ ଜାତିପ୍ରଥା ଓ ତାହାର ବିଲୋପ (ଅନୁବାଦ), ୧୯୯୮
- ଧର୍ମର ଉର୍ଦ୍ଧ୍ୱରେ, ୨୦୦୦
- ଧର୍ମ, ଦର୍ଶନ ଓ ସମାଜ, ୨୦୦୨
- ଭାରତୀୟ ଦର୍ଶନରେ ନିରୀଶ୍ୱରବାଦ, ୨୦୦୯
- ସଂସ୍କୃତି ଓ ସର୍ବୋଦୟ,[୨] ୨୦୦୯
- ଗାନ୍ଧୀ, ବିଜ୍ଞାନ ଓ ମାନବବାଦ, ୨୦୧୩
- ପେରିୟାରଙ୍କ ରଚନା (ଅନୁବାଦ), ୨୦୧୩
- ଜୀବନ ଜିଜ୍ଞାସା, ୨୦୧୫ [୩]
- Philosophy, Society and Culture, 2015
- ଜୀବନ ଅନ୍ୱେଷା, ୨୦୧୬
- ବିନୋଦ କାନୁନଗୋ, ୨୦୧୬
- ଜୀବନର ମୂଲ୍ୟ ଓ ହେତୁବାଦ, ୨୦୧୬
ପୁରସ୍କାର ଓ ସମ୍ମାନ
ସମ୍ପାଦନାସଂସ୍କୃତି ଓ ସର୍ବୋଦୟ ପୁସ୍ତକ ନିମନ୍ତେ ସେ ୨୦୧୦ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ[୪] ୨୦୧୪ରେ ପ୍ରଥମ ଓଡ଼ିଆ ଭାବେ ପେରିୟାର ଇଣ୍ଟରନ୍ୟାସନାଲଦ୍ୱାରା ‘ଡ. କେ ବୀରମଣି ଆୱାର୍ଡ ଫର ସୋସିଆଲ ଜଷ୍ଟିସ’ ସମ୍ମାନ ପାଇଥିଲେ[୫]
ଆଧାର
ସମ୍ପାଦନା- ↑ "Need to eradicate caste system". The Hindu. Retrieved 27 July 2016.
- ↑ "State Sahitya Akademi awards announced". The Times of India. Retrieved 27 July 2016.
- ↑ "Educationist Dhaneswar Sahoo Books Released". The New Indian Express. Retrieved 27 July 2016.[permanent dead link]
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 27 July 2016.
- ↑ "Awardee - Veeramani - Periyar International". Retrieved 27 July 2016.